• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

masood
ବିସ୍ଫୋରଣରେ ଆତଙ୍କବାଦୀ ମାସୁଦ୍ ଆଝାର ଗୁରୁତର!

ଇସଲାମାବାଦ: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାର ଗୁରୁତର ଆହତ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ ରାଓ୍ୱଲପିଣ୍ଡିରେ ଥିବା ଆର୍ମି ହସ୍ପିଟାଲରେ ବିସ୍ଫୋରଣ ହେବା ଯୋଗୁ ଆତଙ୍କବାଦୀ ମାସୁଦ୍ ସମେତ ୧୦ ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଆର୍ମି ହସ୍ପିଟାଲରେ ମାସୁଦ୍ ଆଝାର ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା। ତେଣୁ ବିସ୍ଫୋରଣ ବେଳେ ହସ୍ପିଟାଲରେ ଥିଲା ବୋଲି ସୋଶାଲ ମିଡିଆରେ ପ୍ରକାଶ […]

pic2
ପରଲୋକରେ ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଆଇପିଏସ ଅଫିସର ତଥା ତାମିଲନାଡୁର ପୂର୍ବତନ ଡିଜିପି ଭିଆର ଲକ୍ଷ୍ମୀନାରାୟଣ। ଚେନ୍ନାଇରେ ଗତକାଲି ୯୧ ବର୍ଷ ବୟସରେ ଭିଆର ଲକ୍ଷ୍ମୀନାରାୟଣଙ୍କର ପରଲୋକ ହୋଇଛି। ବୟସାଧିକ୍ୟ କାରଣରୁ ତାଙ୍କର ପରଲୋକ ହୋଇଛି। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ୧୯୭୭ ମସିହାରେ ସିବିଆଇର ଜଏଣ୍ଟ ଡାଇରେକ୍ଟର ଥିବା ବେଳେ ଭିଆର ଲକ୍ଷ୍ମୀନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ସରକାରଙ୍କ ନିର୍ଦ୍ଦେଶରେ […]

duti-1
ଦୂତୀଙ୍କୁ ନେଇ ହେବ ବଲିଉଡ୍ ଫିଲ୍ମ: ଦୌଡ଼ ରାଣୀ ଭୂମିକାରେ ଆସିବେ କେଉଁ ଅଭିନେତ୍ରୀ

ମୁମ୍ବାଇ: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ […]

amitav-3..-1
ଟ୍ୱିଟରରେ ଅମିତାଭ ପୋଷ୍ଟ କରିଥିବା କବିତାକୁ ନିଜର ବୋଲି ଦାବି କଲେ ଅନ୍ୟ ଜଣେ କବି, ମାଗିଲେ ୩୨ ଟଙ୍କା

ମୁମ୍ବାଇ: ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ଟ୍ୱିଟର୍‌ରେ ସେ ସବୁବେଳେ ନିଜର ପୁରୁଣା ଫଟୋ ଓ କବିତା ଶେଆର କରନ୍ତି। ନିକଟରେ ଅମିତାଭ ନିଜ ଟ୍ୱିଟର୍‌ ହାଣ୍ଡେଲ୍‌ରେ ଏକ କବିତା ପୋଷ୍ଟ କରିଛନ୍ତି। ଯାହାକୁ କି ଜଣେ କବି ନିଜର କହି ୩୨ ଟଙ୍କା ଦେବାକୁ ଦାବି କରିଛନ୍ତି। T 3202 – हिन्दी नायाब हैछू लो तो-चरण अड़ा दो तो-टांगधँस जाए तो-पैरआगे बढ़ाना […]

biral
ପୁଣି ଆର୍‌ବିଆଇକୁ ଝଟକା, ଇସ୍ତଫା ଦେଲେ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଆର୍‌ବିଆଇ)କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଏହି କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଲ ଭି. ଆଚାର୍ଯ୍ୟ। କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ଉର୍ଜିତ୍ ପଟେଲ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ବିରଲ ଆଚାର୍ଯ୍ୟ ତାଙ୍କ ଇସ୍ତଫାପତ୍ରରେ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରି ନାହାନ୍ତି। ତେବେ […]

virat-11
ଅତ୍ୟଧିକ ଅପିଲ୍‌ ଯୋଗୁ ଦଣ୍ଡିତ ହେଲେ କୋହଲି

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅତ୍ୟଧିକ ଅପିଲ୍ କରି ଦଣ୍ଡିତ ହୋଇଛନ୍ତି। ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ଆଚାର ସଂହିତା ଧାରା-୧ର ଉଲ୍ଲଙ୍ଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ତାଙ୍କ ଉପରେ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦେଇଛି ଯେ, କୋହଲି ଆଇସିସି ଧାରା ୨.୧ ଆଧାରରେ ଦୋଷୀ ହୋଇଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ଅନ୍ତର୍ଜାତୀୟ ମୁକାବିଲାରେ […]

pak
ଦକ୍ଷିଣ ଆଫ୍ରିକାକୁ ୩୦୯ ରନର ଟାର୍ଗେଟ୍ ଦେଲା ପାକିସ୍ତାନ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଆଇସିସି ବିଶ୍ୱକପର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ। ଏହି ମ୍ୟାଚରେ ହାରିସ ସୋହେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୩୦୯ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ପକ୍ଷରୁ ସୋହେଲ ସର୍ବାଧିକ ୮୯ (୫୯ ବଲ୍, ୯ ଚୌକା, ୩ ଛକା) […]

tent
ଭୁଶୁଡ଼ିଲା ମଞ୍ଚ, ୧୪ ମୃତ

ବାଡ଼ମେର: ରବିବାର ରାଜସ୍ଥାନ ବାଡ଼ମେରରେ ‘ରାମକଥା’ ଉତ୍ସବ ଚାଲିଥିବାବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ହଠାତ ବହୁ ଜୋରରେ ବର୍ଷା ଓ ପବନ ହେବା କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି, ମଞ୍ଚରେ ଅଧିକାଂଶ ବୟସ୍କ ମହିଳା ଏବଂ ପୁରୁଷ ରାମକଥା ଶୁଣୁଥିଲେ। ୨୪ ଜଣ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତେବେ ସେଥିମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ […]

Qamar-Javed-Bajwa1
ଏଫଏଟିଏଫ ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଜବାବ ରଖିଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜଓ୍ୱା। ସେ କହିଛନ୍ତି ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲଣ୍ଡନରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ(ଆଇଆଇଏସଏସ)ରେ ଯୋଗ ଦେଇ ଏହା କହିଛନ୍ତି ବାଜଓ୍ୱା। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏଫଏଟିଏଫ କହିଥିଲା ଯେ ପାକିସ୍ତାନ ନିଜ […]

dasmula
ଜ୍ୱର ଭଲ ହେବା ପାଇଁ କ’ଣ ଖାଆନ୍ତି ମହାପ୍ରଭୁ ?

ଭୁବନେଶ୍ୱର: ଆପଣ ଜାଣନ୍ତି କି ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହେଲେ ସେ କି ଔଷଧ ଖାଆନ୍ତି ?  ଆମ ଭିତରୁ ଅନେକଙ୍କର ହୁଏତ ଏ ସମ୍ପର୍କରେ କୌଣସି ଧାରଣା ନ ଥିବେ । ଆମକୁ ଜ୍ୱର ହେଲେ ଆମେ ଯେପରି ଖାଦ୍ୟପେୟରେ ସାବଧାନତା ଓ ସନ୍ତୁଳନ ଅବଲମ୍ବନ କରିଥାଉ, ଶ୍ରୀଜୀଉମାନେ ମଧ୍ୟ ଠିକ୍‌ ସେହିପରି କରିଥାନ୍ତି। ପ୍ରତିଦିନ ଷାଠିଏ ପଉଟି ନୈବେଦ୍ୟ ଗ୍ରହଣ କରୁଥିବା ମହାପ୍ରଭୁ ଅନବସର ଲୀଳା ସମୟରେ କେବଳ ପଣା ଓ ଚକଟାରେ ସନ୍ତୁଷ୍ଟ […]

etv
ସିରିଏଲ୍‌ରେ ହିରୋଇନ୍‌ କରିବେ ବୋଲି କହି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଟିଭି ପ୍ରଡ୍ୟୁସର୍‌

ହାଇଦ୍ରାବାଦ: ତେଲେଙ୍ଗାନାର ସାଇବର ଅପରାଧ ଶାଖା ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି ଯିଏ ନିଜକୁ ଇଟିଭି ଚ୍ୟାନେଲର ପ୍ରଡ୍ୟୁସର-ଡାଇରେକ୍ଟର କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲେ। ପୁଲିସ୍‌ ପକ୍ଷରୁ କୁହାଯାଇଛି, ୱାଇ ଶୀତଲା ନାମକ ଏହି ମହିଳା ‘ଶ୍ରୀଦେବୀ ତୁମ୍‌ଲା’ ନାମରେ ଏକକ ଫେକ୍‌ ଫେସବୁକ୍‌ ଆଇଡି ଓ ପେଜ ଖୋଲିଥିଲେ। ଏ ବିଷୟରେ ଜାଣିବା ପରେ ତାଙ୍କ ନାମରେ ଇନାଡ଼ୁ ଟେଲିଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବିଭିଆର ମୂର୍ତ୍ତି ପୁଲିସ୍‌ରେ […]

12
‘ମୋ ମୃତ୍ୟୁ ପାଇଁ ଜେଲ୍‌ ଅଧୀକ୍ଷକ ଦାୟୀ’

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ସବ୍ ଜେଲ୍‌ର ଓ୍ୱାର୍ଡର ସୁକାନ୍ତ ବେହେରାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି। ଜଙ୍ଗଲରୁ ତାଙ୍କର ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତଦେହ ପାଖରେ ତାଙ୍କର ସାଇକଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗତ ୧୮ ତାରିଖରୁ ଜେଲ୍‌ ଓ୍ୱାର୍ଡର ସୁକାନ୍ତ […]

sona
କବୀର ସିଂହରେ ସାହିଦ୍‌ଙ୍କୁ ଭୂମିକାକୁ ପସନ୍ଦ କରୁନାହାନ୍ତି ସୋନା ମହାପାତ୍ର

ମୁମ୍ବାଇ: ସାହିଦ କପୁର୍‌ ଏବଂ କିୟାରା ଆଡ୍‌ଭାନୀ ଅଭିନୀତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ଦର୍ଶକ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସମସ୍ତେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ବଲିଉଡ୍‌ ଟେଲିଭିଜନ୍‌ କଳାକାର ମଧ୍ୟ ସାହିଦଙ୍କ ଅଭିନୟକୁ ତାରିଫ୍‌ କରିବାକୁ ପଛାଇ ନାହାନ୍ତି। ଟେଲିଭିଜନ୍‌ କଳାକାର ନକୁଲ୍‌ ମେହେଟା ସୋଶାଲ୍‌ ମିଡିଆରେ ଫିଲ୍ମ ‘କବୀର୍‌ ସିଂହ’ରେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରସଂଶା କରି ପ୍ରତିକ୍ରିୟା […]

Capture
ଗାଁରେ ପଶି ଫସଲ ନଷ୍ଟ କଲେ, ସ୍କୁଲ ଘର ଭାଙ୍ଗି ଦେଲେ ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଥିବା ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜରେ ହାତୀ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ହାତୀପଲ ଚାଷ ଜମିରେ ପଶି କ୍ଷୟକ୍ଷତି କରିବା ସହିତ ଲୋକଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଗତକାଲି ରାତିରେ ପଦ୍ମପୁର ଓ ବାମେବାରୀ ଅଞ୍ଚଳକୁ ପ୍ରାୟ ୩୬ଟି ହାତୀ ପଶି ଆସିଥିଲେ। ହାତୀପଲ ଚାଷ ଜମିରେ ପଶି ଫସଲ ଦଳି ଚକଟି ଦେବା ସହ  କଟା ଯାଇଥିବା ଧାନ ବିଡ଼ାକୁ ନଷ୍ଟ କରି ଦେଇଥିଲେ। […]

delhi
ବୃଦ୍ଧ ଦମ୍ପତି ଓ ସହାୟକଙ୍କ ଗଳିତ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ଦିଲ୍ଲୀର ବସନ୍ତ ବିହାରଠାରେ ଜଣେ ସହାୟକଙ୍କ ସହିତ ବୃଦ୍ଧ ଦମ୍ପତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବିଷ୍ଣୁ କୁମାର (୮୦) ଏବଂ ଶଶି ମାଥୁର (୭୫) ଉଭୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବସନ୍ତ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେମାନଙ୍କ ସହ ଘରୋଇ କାମରେ ସାହାଯ୍ୟ କରୁଥିବା ସହାୟକ ଖୁସ୍‌ବୁ ନୌଟିୟାଲ ମଧ୍ୟ ରହୁଥିଲେ। ୩ ଜଣଙ୍କର ଗଳା କଟାଯାଇଛି। ତାଙ୍କ ଘରର କବାଟ ପାଖରେ କିଛି ଲୋକ ରକ୍ତ ଦେଖିବା ପରେ ପୁଲିସ୍‌କୁ […]

MS
ଧୋନିଙ୍କ ଏଇ ଟିପ୍ସ ପାଇଁ ଶାମିଙ୍କୁ ମିଳିଥିଲା ହ୍ୟାଟ୍ରିକ ସଫଳତା

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମସ୍ତଙ୍କୁ ଜଣା। ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୋନିଙ୍କ ଧିମା ବ୍ୟାଟିଂକୁ କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ତାଙ୍କ ଟିପ୍ସ ଯେ କେବେ ମୂଲ୍ୟବାନ୍, ତାହା ଶନିବାର ମ୍ୟାଚରେ ସ୍ପଷ୍ଟ ବାରି ହୋଇଛି। ଶେଷ ଓଭରରେ ଧୋନି ପେସ୍ ବୋଲର ମହମ୍ମଦ ଶାମିଙ୍କୁ କିଛି ଟିପ୍ସ ଦେଇଥିଲେ। ଧୋନିଙ୍କଠାରୁ ଏହି ଟିପ୍ସ ପାଇଁ ଶାମି ଲଗାତାର ତିନୋଟି ୱିକେଟ୍ ନେଇ କ୍ୟାରିୟରର ପ୍ରଥମ […]

sarfraj
ଫ୍ୟାନ୍ସଙ୍କ ସମାଲୋଚନାର ଏମିତି ଜବାବ ଦେଲେ ସର୍ଫରାଜ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତଠାରୁ ୮୯ ରନ୍‌ରେ ହାରିବା ପରେ ପାକିସ୍ତାନୀ ଟିମ୍‌ ଉପରେ ତାଙ୍କ ଦେଶର ଫ୍ୟାନ୍‌ମାନେ ପୂରା ରାଗି ଯାଇଛନ୍ତି। ସେମାନେ ପାକିସ୍ତାନ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ପ୍ରଶ୍ନ କରିଛନ୍ତି। ବିଶେଷ କରି ଅଧିନାୟକ ସର୍ଫରାଜ୍ ଅହମଦଙ୍କ ହାଇ ମାରିବା ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍‌ମାନେ ଚିଡ଼ି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍ ଉପରେ ବି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏସବୁକୁ ସର୍ଫରାଜ୍ ଏତେ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଏହା […]

jornalist-1
ମହିଳା ସାମ୍ବାଦିକଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି। ତାଙ୍କ ହାତରେ ଗୁଳି ବାଜିଛି। ତେବେ ସେ ବିପଦମୁକ୍ତ ଅଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ମିତାଲି ଚଣ୍ଡୋଲା । ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ମିତାଲି ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭ୍ ବାହାରେ କାର୍‌ରେ ଥିବାବେଳେ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇ ରାଉଣ୍ଡ ଗୁଳି ତାଙ୍କ କାରକୁ ଲକ୍ଷ୍ୟ କରି ମରାଯାଇଥିଲା। ସେଥିରୁ ଗୋଟିଏ […]

sahid
ସାମରିକ ସମ୍ମାନ ସହ ସହିଦ୍‌ ସୁନୀତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନୂଆଦିଲ୍ଲୀ: ସହିଦ୍‌ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍‌ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି  ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ […]