• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଅନେକ ଯୁବକଙ୍କର ଲକ୍ଷ ଥାଏ ଭାରତୀୟ ନୌସେନା(Indian Navy) ରେ ଚାକିରି କରିବା ପାଇଁ। ଏନେଇ ସେମାନେ ବହୁ ପୂର୍ବରୁ ନିଜକୁ ପ୍ରସ୍ତୁତ କରନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ Indian Navy ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ମାଧ୍ୟମରେ Indian Navy ରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ପ୍ରାୟ ୩୦୦ଟି ପଦବୀ ପୂରଣ ହେବ। ସବୁଠାରୁ ବଡ କଥା ହେଲା ଏନେଇ ଅଷ୍ଟମ ଓ ଦଶମ ପାଶ୍ କରିଥିବା ପିଲାମାନେ ମଧ୍ୟ ଆବେଦନ କରିପାରିବେ।

ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Navyର ଅଫିସିଆଲ୍ ୱେବସାଇଟ indiannavy.nic.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Indian Navy Vacancy apply for about 300 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୩ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ମେ ୨୦୨୪

ଖାଲି ପଦବୀ:

  • ଫିଟର – ୫୦ଟି ପୋଷ୍ଟ
  • ଇଲେକ୍ଟ୍ରିସିଆନ – ୪୦ଟି ପୋଷ୍ଟ
  • ମେକାନିକ(ଡିଜେଲ୍) – ୩୫ଟି ପୋଷ୍ଟ
  • ଇଲେକ୍ଟ୍ରୋନିକ୍ସ ମେକାନିକ – ୨୬ଟି
  • ଜାହାଜ ନିର୍ମାଣକାରୀ (କାଠ) – ୧୮ଟି ପୋଷ୍ଟ
  • ଜାହାଜ ନିର୍ମାଣକାରୀ (ଷ୍ଟିଲ୍) – ୧୬ଟି ପୋଷ୍ଟ
  • ମାସନ – ୮ଟି ପୋଷ୍ଟ
  • I&CTMS – ୩ଟି ପୋଷ୍ଟ
  • RIGGER – ୧୨ଟି ପୋଷ୍ଟ
  • ଫର୍‌ଗର୍ ଓ ହିଟ୍ ଟ୍ରିଟର୍ – ୧ଟି ପୋଷ୍ଟ
  • ମେକାନିକ୍ ଫ୍ରିଜ୍/ଏସି – ୭ଟି ପୋଷ୍ଟ
  • ଇଲେକ୍ଟ୍ରୋପ୍ଲେଟର୍ – ୧ଟି ପୋଷ୍ଟ
  • ୱେଲଡର୍ – ୨୦ଟି ପୋଷ୍ଟ
  • ମେସିନିଷ୍ଟ୍ – ୧୩ଟି ପୋଷ୍ଟ
  • MMTM – ୧୩ଟି ପୋଷ୍ଟ
  • ପାଇପ୍ ଫିଟର୍ – ୧୩ଟି ପୋଷ୍ଟ
  • ପେଣ୍ଟର୍ – ୯ଟି ପୋଷ୍ଟ
  • ଇନ୍‌ଷ୍ଟ୍ରୁମେଣ୍ଟ୍ ମେକାନିକ୍ – ୭ଟି ପୋଷ୍ଟ
  • ସିଟ୍ ମେଟଲ୍ ୱାର୍କର – ୩ଟି ପୋଷ୍ଟ
  • ଟେଲର୍ – ୩ଟି ପୋଷ୍ଟ
  • ପ୍ୟାଟର୍ନ ମେକର୍ – ୨ଟି ପୋଷ୍ଟ
  • ଫାଉଣ୍ଡ୍ରୀମ୍ୟାନ୍ – ୧ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଆଇଟିଆଇ ଟ୍ରେଡ୍ ପାଇଁ ଅଷ୍ଟମ ପାଶ୍
  • ପୋର୍ଜର୍ ହିଟ୍ ଟ୍ରିଟର ପାଇଁ ଦଶମ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୪ ବର୍ଷ
  • ସର୍ବାଧିକ ବୟସ – ୧୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ ସର୍ଟଲିଷ୍ଟ
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ