Advertisment

NHPC Recruitment 2024: NHPC ରେ ସରକାରୀ ଚାକିରି; ସୁଯୋଗ ନେବେ ITI ପିଲା

ଯେଉଁମାନେ NHPCରେ ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ NHPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆଇଟିଆଇ, ଡିପ୍ଲୋମା କିମ୍ବା ଗ୍ରାଜୁଏଟ୍ ଡିଗ୍ରୀ ଥିଲେ ଏହି ସୁଯୋଗ ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
NHPC Recruitment 2024

NHPC Recruitment get apprentice job without exam

ଯେଉଁମାନେ ଜାତୀୟ ଜଳ ବିଦ୍ୟୁତ୍ ଶକ୍ତି ନିଗମ ଲିମିଟେଡ୍ (NHPC) ରେ ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ NHPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆଇଟିଆଇ, ଡିପ୍ଲୋମା କିମ୍ବା ଗ୍ରାଜୁଏଟ୍ ଡିଗ୍ରୀ ଥିଲେ ଏହି ସୁଯୋଗ ନେଇପାରିବେ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NHPCରେ ଆପ୍ରେଣ୍ଟିସିପ୍ ପଦବୀ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୭ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ସୁଯୋଗ ନେବେ

Advertisment

ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NHPCର ଅଫିସିଆଲ୍ ୱେବସାଇଟ nhpcindia.com କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ NHPC Recruitment get apprentice job without exam Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଫିଟର୍ – ୨ଟି ପୋଷ୍ଟ୍‌
  • ଇଲେକ୍ଟ୍ରିସିଆନ୍ – ୧୩ଟି ପୋଷ୍ଟ୍‌
  • ଡ୍ରାଫ୍ଟମ୍ୟାନ୍ (ସିଭିଲ୍) – ୨ଟି ପୋଷ୍ଟ୍‌
  • ସର୍ବେକ୍ଷକ – ୨ଟି ପୋଷ୍ଟ୍‌
  • ପ୍ଲମ୍ବର – ୨ଟି ପୋଷ୍ଟ୍‌
  • COPA (କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ହେଲପର) – ୧୮ଟି ପୋଷ୍ଟ୍‌
  • ଡିପ୍ଲୋମା ଆପ୍ରେଣ୍ଟିସିପ୍(ସିଭିଲ୍) – ୫ଟି ପୋଷ୍ଟ୍‌
  • ଇକେକ୍ଟ୍ରିକାଲ୍ – ୪ଟି ପୋଷ୍ଟ୍‌
  • GNM (ଜେନେରାଲ୍ ନର୍ସିଂ ଏବଂ ମିଡ୍‌ୱାଇଫ୍) – ୪ଟି ପୋଷ୍ଟ୍‌
  • ସ୍ନାତକ ଆପ୍ରେଣ୍ଟିସିପ(ନର୍ସିଂ) – ୨ଟି ପୋଷ୍ଟ୍‌
  • ହୋଟେଲ ମ୍ୟାନେଜମେଣ୍ଟ – ୧ଟି ପୋଷ୍ଟ୍‌
  • ଫାର୍ମାସିଷ୍ଟ ସ୍ନାତକ – ୨ଟି ପୋଷ୍ଟ୍‌
  • ମୋଟ ସଂଖ୍ୟା – ୫୭ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍, ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ଡିପ୍ଲୋମା ଏବଂ ସ୍ନାତକ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ମାର୍କ ଆଧାରରେ ସର୍ଟଲିଷ୍ଟ
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs
Advertisment
Advertisment