• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ରେଳବାଇରେ ଚାକିରି କରିବା ନେଇ ଅପେକ୍ଷା କରିଥିବା ଯୁବକଙ୍କ ପାଇଁ ଏହି ଖବର। ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ର ଖାଲି ପଦବୀ ପୂରଣ ହେବ। ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ଦଶମ ପାଶ୍‌ କରିଥିବା ଯୁବକମାନେ ଏହାର ସୁଯୋଗ ନେଇପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ୱେଟ୍ ଲିଫ୍‌ଟିଙ୍ଗ୍ ମ୍ୟାନ୍, ଫୁଟ୍‌ବଲ୍ ମ୍ୟାନ୍, ଆଥ୍‌ଲେଟିକ୍, ବକ୍‌ସିଂ, ହକି ଆଦିରେ ଅନେକ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୩୮ଟି ପଦବୀ ପୂରଣ ହେବ।

ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ https://www.rrcnr.org/ କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Northern Railway Group D Recruitment apply for 38 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ମେ’ ୨୦୨୪

ଖାଲି ପଦବୀ:

  • ମୋଟ୍ ପଦବୀ – ୩୮ଟି ପୋଷ୍ଟ୍‌
  • କେଉଁ ପଦବୀ ପାଇଁ କେତେ ପୋଷ୍ଟ୍ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସ୍ପୋର୍ଟ୍ସରେ ସାର୍ଟିଫିକେଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୦୧।ଜୁଲାଇ।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୫୦୦ ଟଙ୍କା
  • SC/ST/EBC /ମହିଳା – ୨୫୦ ଟଙ୍କା
  • ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୮,୦୦୦ ଟଙ୍କା
  • ସର୍ବାଧିକ ଦରମା – ୫୬,୯୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ସ୍କ୍ରିନିଂ ପ୍ରଦର୍ଶନ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଖେଳ ପରୀକ୍ଷା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ https://www.rrcnr.org/ କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Northern Railway Group D Recruitment 2024 ଲିଙ୍କରେ କ୍ଲିକ୍ କରନ୍ତୁ
  • ଆବଶ୍ୟକ ବିବରଣୀ ପ୍ରଦାନ କରନ୍ତୁ
  • ଆବେଦନ ଫର୍ମ ଦାଖଲ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ
  • Submit କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏହାର ପ୍ରିଣ୍ଟଆଉଟ୍ ରଖନ୍ତୁ