• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ndhrffvjm
ଇଣ୍ଡିଆ ଟୁଡେ ପତ୍ରିକାର କଭର ପେଜ୍‌ରେ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେର ଆଗାମୀ ସାପ୍ତାହିକ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀଙ୍କ ସମେତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର, ଅଭିନେତା ରବି କିଷାନ ପ୍ରମୁଖ ମଧ୍ୟ ସ୍ଥାନ ପାଇଛନ୍ତି। ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ […]

adhikari
ହେଲିକପ୍ଟର୍‌ ଦୁର୍ଘଟଣାରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୫ ମୃତ

କାଠମାଣ୍ଡୁ: ନେପାଳର ତେହରାଥୁମ୍‌ ଜିଲ୍ଲାରେ ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍‌ ଯାଉଥିବା ବେଳେ ହଠାତ୍‌ ହେଲିକପ୍ଟର୍‌ ଟି ତଳକୁ ଖସିପଡ଼ିଥିଲା।  ତେବେ କେଉଁ କାରଣରୁ ହେଲିକପ୍ଟର୍‌ଟି ତଳକୁ ଖସିପଡ଼ିଲା ତାହା ଜଣାପଡ଼ିନାହିଁ।  

1
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୧୫ ଦିନ ବିଳମ୍ବରେ ବିଜ୍ଞାନ ପରୀକ୍ଷା ଫଳ ବାହାରୁଛି। ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ ବିଳମ୍ବର କାରଣ ବୋଲି ପରିଷଦ କହିଛି। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। […]

kalpana dash
ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଗତକାଲି କାଠମାଣ୍ଡୁରୁ କଳ୍ପନାଙ୍କ ମୃତଦେହକୁ ଧରି ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା ବିମାନ । ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା। ଆଜି ମରଶରୀର ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ନିଆଯିବ। ସକାଳ ୯ ଟା ୪୫ ମିନିଟ୍‌ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ରାଜ୍ୟ କ୍ରାଡ଼ା ବିଭାଗ ସୂତ୍ରରୁ ସୂଚନା ମିଳିଛି। […]

naven patnaik
ସିଏମ୍ଓ ପକ୍ଷରୁ ସ୍ପଷ୍ଟୀକରଣ : ‘ଖରାପ ପାଗ ଯୋଗୁଁ ବିମାନ ଡାଇଭର୍ଟ କରାଯାଇଥିଲା’

ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଅବତରଣ ନେଇ ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗୁଁ ବିମାନଟି ଜୟପୁରରେ ଅବତରଣ କରିଥିଲା। ଜରୁରୀ ଅବତରଣ କରିଥିବା ଖବର ଠିକ୍‌ ନୁହେଁ, ଖରାପ ପାଗ ଯୋଗୁଁ ଲାଂଜିଗଡ଼ରେ ବିମାନଟି ଅବତରଣ କରିପାରିନଥିଲା। ତେଣୁ ଏହାକୁ ଜୟପୁର ଡାଇଭର୍ଟ କରାଯାଇଥିଲା। ଏହାର କିଛି ସମୟ ପରେ ନବୀନ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାସହ ପଢ଼ନ୍ତୁ : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର […]

modi-rajnath
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି

ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍‌ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଦେଶର ସାଂପ୍ରତିକ ସୁରକ୍ଷା ନେଇ ମୋଦିଙ୍କୁ ଅବଗତ କରାଇଛନ୍ତି। NSA  ବିଜ୍ଞାନ […]

cm
ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ

ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ। ଜୟପୁର ଏୟାର ଷ୍ଟ୍ରୀପ୍‌ରେ ଜରୁରୀ ଅବତରଣ କଲା ବିମାନ। ଲାଞ୍ଜିଗଡ଼ରେ ଓହ୍ଲାଇବା ପରିବର୍ତ୍ତେ ଜୟପୁରରେ ଓହ୍ଲାଇଲା ବିମାନ। ଆଜି ରାୟଗଡ଼ା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଲାଞ୍ଜିଗଡ଼ରେ ଓହ୍ଲାଇ ହେଲିକପ୍ଟରରେ ରାୟଗଡ଼ା ଯାଇଥାନ୍ତେ। ଏବେ ଜୟପୁରରେ ହେଲିକପ୍ଟରକୁ ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲାଞ୍ଜିଗଡ଼ରୁ ହେଲିକପ୍ଟର ଆସିବା ପରେ ରାୟଗଡ଼ା ଯିବେ। କଣ ପାଇଁ ଲାଞ୍ଜିଗଡ଼ରେ ବିମାନ ଅବତରଣ କରିପାରିଲାନି, ସେନେଇ କାରଣ ଅସ୍ପଷ୍ଟ ରହିଛି।  

crash
MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀର : ଭାରତୀୟ ବାୟୁସେନାର MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଜି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍ ଅଂଚଳରେ ଉଡାଣ କରୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ହେଲିକପ୍ଟରଟି ଖସି ପଡ଼ିଛି। ସେଥିରେ ନିଆଁ ଲାଗି ଯିବାରୁ ପୂରା ଜଳି ଯାଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଛି ଏବଂ ୨ଟି ମୃତଦେହ ପଡ଼ିଥିବା ସ୍ଥାନୀୟ ପୁଲିସ୍‌ କହିଛି।

house burn
ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଭାବେ ଘର ଜାଳି ଦେଇଥିବା ଅଭିଯୋଗ

ତେଲକୋଇ : ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଘର ଜାଳି ଦେଲେ। ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତିଙ୍କ ସହ ୨ଜଣ ଶିଶୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାରୁଆଳୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ସାରୁଆଳୀ ଗାଁର ଅର୍ଜୁନା ପାତ୍ରଙ୍କ ପୁଅ ପ୍ରସନ୍ନ ପାତ୍ର ପାଲଲହଡ଼ା ଥାନା ଡ଼ିମିରିଆ ଗ୍ରାମରେ କାମ କରୁଥିଲା। ସେଠାରେ ଜଣେ ଯୁବକଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପ୍ରସନ୍ନ ଫେରାର ଥିବାବେଳେ, […]

bsc
ପୁଣି ମାଟ୍ରିକ୍‌ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗ

ସଇଁତଳା : ପୁଣି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌। ଆଜି ପରୀକ୍ଷା ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌ ହେବାର ଅଭିଯୋଗ ଆସିଛି। ବଲାଙ୍ଗିର ସଇଁତଳାରେ ମୋବାଇଲ୍‌ରେ ବୁଲୁଛି ପ୍ରଶ୍ନପତ୍ର। ଏନେଇ କୌଣସି ସଠିକ୍‌ତା ଏଯାଏ ଜଣାପଡ଼ିନାହିଁ। ଏପଟେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍‌କୁ ଭିତ୍ତିହୀନ କହିଲେ ବଲାଙ୍ଗିର DEO । କିଛି ନିର୍ଦ୍ଦିଷ୍ଟ ଲୋକ ବଦ୍‌ମାସୀ କରି ପୁରୁଣା ପ୍ରଶ୍ନପତ୍ରକୁ ଭାଇରାଲ୍‌ କରି ବଲାଙ୍ଗିରକୁ ବଦ୍‌ନାମ୍‌ କରୁଛନ୍ତି ବୋଲି DEO କହିଛନ୍ତି । ତେବେ ହିନ୍ଦୀ ପ୍ରଶ୍ନପ୍ରତ୍ର ଭାଇରାଲ୍ ହେବା […]

fire safepty
ବରିଷ୍ଠ ଅଗ୍ନି ନିର୍ବାପକ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ଅଗ୍ନି ନିର୍ବାପକ ଅଧିକାରୀଙ୍କ ବୈଠକ। କିପରି ଅଗ୍ନି ନିର୍ବାପନ ସଂପର୍କିତ ନିୟମ ପାଳନ ହେବ, ତାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ଏହା ସହିତ ବିଷାକ୍ତ ଗ୍ୟାସ୍‌ ଦୁର୍ଘଟଣା, ଡାକ୍ତରଖାନାରେ ବିଷାକ୍ତ ଗ୍ୟାସ୍‌ ଅଘଟଣ ହେଲେ କିପରି ତାର ମୁକାବିଲା କରାଯିବ, ସେ ଉପରେ ମଧ୍ୟ ଆଲୋଚନା ହେବ।  ବୈଠକରେ ଶହେରୁ ଅଧିକ ଅଧିକାରୀ ଯୋଗ ଦେବେ ବୋଲି ଜଣାପଡ଼ିଛି।