• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

patient carry on cot
ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା : ରାସ୍ତା ଖରାପ ଯୋଗୁଁ  ଆସିପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ଖଟିଆରେ ବୋହି ନେଇ ଗୁରୁତର ରୋଗୀଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚାଇଲେ ଗାଁ ଲୋକେ। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ବଡ଼ିପଦର ପଞ୍ଚାୟତର ମେଟାଗୁଡ଼ା ଗାଁରେ। ପାରିବାରିକ କଳହରୁ ସ୍ତ୍ରୀ ବିଷପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଖବର ତାଙ୍କ ସଂପର୍କୀୟ ଜାଣିବାପରେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ନଆସିବାରୁ […]

2
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ବିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରାୟ ୮୦ହଜାର ହିତାଧିକାରୀଙ୍କୁ ୨୫୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ସଫା କରିବା ପାଇଁ ୫୦୦ରୁ ଅଧିକ ଟ୍ରାକ୍ଟର, ଜେସିବିକୁ କାର୍ଯ୍ୟରେ ଲଗାଯାଇଛି। ତେବେ ୨ଦିନ ମଧ୍ୟରେ ରାଜଧାନୀର ସ୍ଥିତି ସ୍ୱାଭାବିକ ହେବ ବୋଲି ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା […]

yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

କଲ୍ୟାଣସିଂହପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି। ଲାଞ୍ଚ ନଦେବାରୁ ଘର ଅନ୍ୟ କାହାକୁ ଦିଆଯାଇଥିବା ଅଭିଯୋଗ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଖରଜୋଡ଼ା ଗାଁର ଅଙ୍ଗଦ ମହାନନ୍ଦିଆ ଏନେଇ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ତାଲିକାରେ ତାଙ୍କ ନାଁ ରହିଥିଲା। ମାତ୍ର ହାତଗୁଞ୍ଜା ନଦେଇପାରିବାରୁ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ଦିଆଯାଇଛି। ଏମିତି କି ତାଙ୍କ ନାଁରେ ଘର ଥିଲେ ବି ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଆସିଛି […]

Modi-Naveen
କରୋନା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

1
‘ଫୋନି’ ଦ୍ୱାରା ୧୪ ଜିଲ୍ଲାର ୮୮ ବ୍ଲକ୍‌ ପ୍ରଭାବିତ

‍ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଆକଳନ ସଂପର୍କରେ ସୂଚନା ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ୧୪ଟି ଜିଲ୍ଲାର ୮୮ ବ୍ଲକ୍‌ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧୨ ହଜାର ୨୭୭ ହେକ୍ଟର ଜମିର ନଡ଼ିଆ, ଆମ୍ବ ଚାଷ ନଷ୍ଟ ହୋଇଥିବା ସୂଚନା ଲୋକ ସଂପର୍କ ସଚିବ କହିଛନ୍ତି। ତେବେ କ୍ଷତି ଭରଣା ପାଇଁ ୧୪୫.୪୫ […]

meeting
ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ସୁପରିଚାଳିତ ପାଇଁ ଭୁବନେଶ୍ୱର ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଆନ୍ତଃରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ୍ ନୋଟ୍ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ୍‌ ଲଗାଇହେବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବିଶେଷ କରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ମାଓ ଦମନ ଓ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ସହ ନିର୍ବାଚନ […]

gold
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ବ୍ୟାଙ୍କ୍‌କରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ୍‌ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ। ବ୍ୟକ୍ତି ଜଣଙ୍କ ନିଜ ପୋଷାକ ବୋତାମରେ ସୁନା ଆଣୁଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇଁ କଷ୍ଟମ ବିଭାଗ ସୁନାକୁ ଜବତ କରିଥିଲା।

a2
ପ୍ରଶାସନକୁ ଅପେକ୍ଷା ନ କରି ସଜାଡ଼ିଲେ ବିଦ୍ୟୁତ୍‌ ତାର, କାଟିଲେ ଗଛ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଆଉ ଯେଉଁ ସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ବିଦ୍ୟୁତ୍‌। ଏହି ସମସ୍ତ ସହରରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଯୁନ୍ଧକାଳୀନ ଭିତ୍ତିରେ କରାମତି କାମ ଚାଲିଛି। ଅନ୍ୟ ଅଞ୍ଚଳ କଥା ଛାଡ, ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନି। ରାସ୍ତା ଉପରେ ଏବେ ବି ପଡି ରହିଛି ଉପୁଡି ଯାଇଥିବା ଗଛ। […]

dmk-congress
ତାମିଲନାଡୁରେ ଡିଏମ୍‌କେର ହାତ ଧରିଲା କଂଗ୍ରେସ

ନୂଆଦିଲ୍ଲୀ : ବିରୋଧୀ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ତାମିଲନାଡୁରେ ଡିଏମ୍‌କେର ହାତ ଧରିଲା କଂଗ୍ରେସ। ୨୦୧୯ ମସିହା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଓ ଡିଏମ୍‌କେ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମେଣ୍ଟ ବୁଝାମଣା ଅନୁସାରେ ରାଜ୍ୟରେ ୩୯ ଲୋକସଭା ଆସନରୁ କଂଗ୍ରେସ ୯ଟି ଲଢ଼ିବ। ସହଯୋଗୀ ଡିଏମ୍‌କେ ୨୦ରୁ ୨୫ ଆସନରେ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ଆସନ ଛୋଟ ଛୋଟ ସହଯୋଗୀ ଦଳକୁ ଦେବାକୁ ସ୍ଥିର ହୋଇଛି। ଏହା ପୂର୍ବରୁ […]

rafel
ଆସନ୍ତା ସେପ୍ଟେମ୍ବରରେ ଆସିବ ରାଫେଲ୍‌ ବିମାନ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରେ ଭାରତକୁ ପ୍ରଥମ ରାଫେଲ୍‌ ବିମାନ ଆସିବ। ରାଫେଲ ଯୁଦ୍ଧ ବିମାନକୁ ନେଇ ଫ୍ରାନ୍ସର ଯୁଦ୍ଧ ବିମାନ କମ୍ପାନୀ ଦାସୋ ସିଇଓ ଏହି ବକ୍ତବ୍ୟ ରଖିଛନ୍ତି। ଭାରତକୁ ୩୬ଟି ରାଫେଲ୍‌ ବିମାନ ପ୍ରଦାନ କରାଯିବ ବୋଲି କହିଛି ଦାସୋ। ଯଦି ସରକାର ଅଧିକ ବିମାନ ଚାହିଁବେ, ତେବେ ଆବଶ୍ୟକ ମୁତାବକ ଏହି ସବୁ ବିମାନ ପ୍ରଦାନ କରାଯିବ। ତେବେ ରାଫେଲ ବିମାନକୁ ନେଇ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ଦାସୋ ଆଭିଏସନ୍ […]

death
ନବବଧୂଙ୍କ ଜଳନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର : ନବବଧୂଙ୍କୁ ଜାଳିଦେଲେ ଶ୍ୱଶୂର ଘର ଲୋକେ! ଆଜି ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଆସିଛି। ଯୌତୁକ ପାଇଁ ନବବଧୂ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜିକୁ ୪ ବର୍ଷ ତଳେ ସଦର ଥାନା ବଣସିଂ ଭୁଇଁପୁର ଗ୍ରାମର ପରମାନନ୍ଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସୁରପ୍ରତାପପୁର ଗ୍ରାମର ଭୋଳା ନାୟକଙ୍କ ବଡ଼ ପୁଅ କୁଲୁ ନାୟକଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। […]

puri-durga
ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ର ପରୀକ୍ଷାମୂଳକ ଯାତ୍ରା ଆରମ୍ଭ

ପୁରୀ : ରେଳବିଭାଗର ଉତ୍କୃଷ୍ଟ ଯୋଜନାରେ ସାମିଲ ହୋଇଛି ପୁରୀ-ଦୁର୍ଗ ଏକ୍ସପ୍ରେସ୍। ପ୍ରଥମଥର ଲାଗି ପୁରୀ ଷ୍ଟେସନର ୮ନମ୍ବର ପ୍ଲାଟ୍‌ଫର୍ମରୁ ଦୁର୍ଗ ଅଭିମୁଖେ ପରୀକ୍ଷା ମୂଳକ ଯାତ୍ରା କରିଛି ଏହି ଅତ୍ୟାଧୁନିକ ଟ୍ରେନ୍। ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ର ୧୮ଟି କୋଚ୍ ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗର ହୋଇଥିବାବେଳେ ବିମାନ ଭଳି ଟ୍ରେନ୍‌ରେ ସେବା ଯୋଗାଇଦେବାକୁ ପ୍ରୟାସ କରାଯାଇଛି। ପ୍ରତି କୋଚ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର,  ନୂଆ ଗଦି, କମ୍ବଳ, ସିଟ୍ ଓ ତକିଆର ବନ୍ଦୋବସ୍ତ କରାଯାଇଛି। ବାୟୋ […]

p1
ହେୟାର୍‌ ଷ୍ଟାଇଲ୍‌ ପାଇଁ ଟ୍ରଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ‘ମେଟ୍‌ ଗାଲା ୨୦୧୯’ରେ ଜମିଥିଲା ଷ୍ଟାର୍‌ଙ୍କ ଗହଳି। ବଲିଉଡ଼ ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। ପ୍ରିୟଙ୍କା ଲଗ୍‌ଜରୀ ବ୍ରାଣ୍ଡ୍‌ ଡିୟୋରର ସିଲିଭର୍‌ କଲର୍‌ର ନ୍ୟୁଡ୍‌ ଗାଉନ ପିନ୍ଧିଥିଲେ। ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ହେୟାର […]

biju
ବିଜୁ ବାବୁଙ୍କ ଆର୍ଦଶକୁ ନେଇ ସିନେମା ‘ବିଜୁ ବାବୁ’

ଭୁବନେଶ୍ୱର : ଫିଲ୍ମ ପ୍ରଯୋଜନା ସଂସ୍ଥା ଏଲେନୋରା ଇମେଜେସ୍ ପକ୍ଷରୁ ବିଜୁ ପଟ୍ଟନାୟକ ଉପରେ ଏକ କର୍ମସିଆଲ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ‘ବିଜୁ ବାବୁ’ ଏହାର ନାଁ ରହିଥିବା ବେଳେ ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏନେଇ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ଭୁବନେଶ୍ୱରରେ ଏହାର ଡିଜିଟାଲ ପୋଷ୍ଟର ରିଲିଜ୍ ହୋଇଛି। ଏଥିସହ ସିନେମାର ଗୀତର ଅଡ଼ିଓ ରେକର୍ଡ ମଧ୍ୟ ହୋଇଛି। ଅନ୍ୟପଟେ ବିଜୁ ବାବୁଙ୍କ ଆର୍ଦଶକୁ ନେଇ ନିର୍ମାଣ ହୋଇଥିବା […]

stoy11
‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଆଉ ଗୋଟେ ଗୀତ ରିଲିଜ୍‌

ମୁମ୍ବାଇ: ଆସନ୍ତା କାଲି ରିଲିଜ୍‌ ହେବାକୁ ଯାଉଛି କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’। ତେବେ ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ‘ଜଟ୍‌ ଲୁଧିୟାନେ ଦେ’ ରିଲିଜ୍‌ ହୋଇଛି। ଗୀତଟି ଏବେ ୟୁଟ୍ୟୁବ୍‌ରେ ଟପ୍‌ ଟ୍ରେଣ୍ଡିଂରେ ରହିଛି। ଏହି ନୂଆ ଗୀତରେ ଟାଇଗର ସ୍ରଫ ଓ ତାରା ସୁତାରିଆଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିସହ ଅନନ୍ୟା ପାଣ୍ଡେ ମଧ୍ୟ ଗୀତରେ ନଜର ଆସିଛନ୍ତି। ଏହି ୩ […]

ration
୫ ମାସ ହେଲା ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ

ଢେଙ୍କାନାଳ : ଢେଙ୍କାନାଳ କଙ୍କାଡ଼ାହାଡ଼ ବ୍ଲକ୍‌ ଖନ୍ଦା ପଦ୍ମପୁରରେ ୫ ମାସ ହେଲା ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ। ଡିଲର ହଇରାଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବରରୁ ସେମାନଙ୍କୁ ଖାଉଟି ସାମଗ୍ରୀ ମିଳିନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ରାସନ ନମିଳିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ। ସେପଟେ ବ୍ଲକ୍‌ ଯୋଗାଣ ଅଧିକାରୀଙ୍କୁ ତଦନ୍ତ […]

baijayanta.JPG 8
ଢେଙ୍କାନାଳ ଗସ୍ତରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବରକୋଟରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗୋଡ଼ିପଡିଆ ଠାରେ ଥିବା କଳିଙ୍ଗ ସୂତାକଳ ପୁନଃରୁଦ୍ଧାର ଦାବିରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ଭଜନ, କୀର୍ତ୍ତନ,  ହୁଳହୁଳି ଓ ପାଇକ ନାଚ ମାଧ୍ୟମରେ ବୈଜୟନ୍ତଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟରେ ପରିବର୍ତ୍ତନର ସ୍ୱର ଶାଣିତ ହେବା ଦରକାର ବୋଲି ଏହି ଅବସରରେ କହିଥିଲେ ବୈଜୟନ୍ତ। […]