• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sahid--1
ଏକାଦଶାହରେ ପୁଲଓ୍ୱାମା ସହିଦ୍ ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କଟକ /ଜଗତସିଂହପୁର/ନୀଳଗିରି : ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ଦୁଇ ସହିଦ୍‌ଙ୍କ ଗାଁରେ ଆଜି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୀର ବାପ ଭଳି ଶତ୍ରୁ ବିରୋଧରେ ଯୁଦ୍ଧକୁ ଓହ୍ଲାଇବ ପୁଅ। ବାପ ସିନା ଶତ୍ରୁ ରାଷ୍ଟ୍ରର ଭୀରୁତାପୂର୍ଣ୍ଣ ଷଡ଼ଯନ୍ତ୍ରରୁ ସହିଦ୍‌ ହେଲା। ପୁଅ ମାଟି ମାଆ ପାଇଁ ସିଧା ଲଢ଼ିବ, ଭୀରୁ ଶତ୍ରୁ ସେନାର ଛାତି ହେବ […]

matric
ମାଟ୍ରିକ ପରୀକ୍ଷାରେ ଆସନ୍ତାକାଲି ଇଂରାଜୀ ବିଷୟ

ବାଲେଶ୍ୱର : ଆସନ୍ତାକାଲି ମାଟ୍ରିକ୍‌ ପରୀକ୍ଷାର ଇଂରାଜୀ ବିଷୟ ଅଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ ବାକି ସମସ୍ତ ବିଷୟର ପରୀକ୍ଷା କେମିତି ଭଲରେ ହେବ ,ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋର୍ଡ। ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ବୋର୍ଡ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ଭାଇରାଲ୍‌କୁ ନେଇ ଛାତ୍ରଛାତ୍ରୀମାନେ ବି ଟିକେ ଚାପରେ ଅଛନ୍ତି। ନିଜେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଅସାଧୁ ଉପାୟ […]

marriage-up
ସାତ ଦରିଆ ପାରି ହୋଇ କନ୍ଧମାଳର ବୋହୂ ସାଜିଲେ ସ୍ୱିଡେନ୍ ଯୁବତୀ

କନ୍ଧମାଳ: ସାତ ବର୍ଷର ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଛି। ଏଥିପାଇଁ ସାତ ଦରିଆ ପାରି ହୋଇ ବୋହୂ ସାଜି କନ୍ଧମାଳ ଆସିଛନ୍ତି ସ୍ୱିଡେନ୍‌ର ଯୁବତୀ ଇମା ଲୋରେ। ଆଉ ଫୁଲବାଣୀ ଆମଲାପଡ଼ାର ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଛନ୍ତି ସେ। ଇସଲାମ୍ ଧର୍ମର ରୀତିନୀତି ଅନୁଯାୟୀ ଉଭୟଙ୍କ ନିକାହ ସମ୍ପନ୍ନ ହୋଇଛି। ୨୦୧୨ ମସିହାରେ ଗୋଆରେ କାମ କରୁଥିବାବେଳେ ଆଜାରୁଦ୍ଦିନଙ୍କ ସହ ପ୍ରଥମ ଦେଖା ହୋଇଥିଲା ଇମାଙ୍କର। ପରେ ପରେ ସୋଶାଲ ମିଡ଼ିଆରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ। […]

jual
ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଲେ ଜୁଏଲ୍

ଭଞ୍ଜନଗର : ଗଂଜାମ ଜିଲ୍ଲା ସୋରଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ରାଜ୍ୟରେ ନବୀନ ସରକାର ନୁହେଁ, ପାଣ୍ଡିଆନ୍ ସରକାର ଚାଲିଛି; ତେବେ ଆମେ ନବୀନ ବାବୁଙ୍କୁ କାହିଁକି ଭୋଟ୍ ଦେବା ବୋଲି ଉପସ୍ଥିତ ଜନତାଙ୍କୁ କହିଥିଲେ ଜୁଏଲ୍। ସହିଦ୍‌ଙ୍କ ଦାଦାଙ୍କୁ ବିଜେଡି ନେତା ଠେଲି ଦେଉଛନ୍ତି। ରାଜ୍ୟରେ ଯଦି ନବୀନ ସରକାର ଥାନ୍ତା ତେବେ ପାଟି ଖୋଲିଥାନ୍ତେ। ହେଲେ ଏହା ପାଣ୍ଡିଆନ୍ […]

cancer guide app
ଭୁବନେଶ୍ୱରରେ ଲୋକାର୍ପିତ ହେଲା କ୍ୟାନ୍‌ସର ଗାଇଡ୍ ଆପ୍

ଭୁବନେଶ୍ୱର : କ୍ୟାନ୍‌ସର ଲକ୍ଷଣ, ନିରାକରଣ ଏବଂ ଚିକିତ୍ସାର ବ୍ୟବସ୍ଥା ଏବେ ମୋବାଇଲରେ ଉପଲବ୍ଧ ହେବ। ଏନେଇ ଲୋକଙ୍କୁ ଅବଗତ କରାଇବାକୁ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଉମିଦେଁ’ ଏକ କ୍ୟାନ୍‌ସର ଆପ୍ ଲୋକାର୍ପଣ କରିଛି। ଏହି ଆପ୍ ମୋବାଇଲରେ ଡାଉନ୍‌ଲୋଡ୍ ହେବା ପରେ ବିନା ଇଣ୍ଟରନେଟ୍‌ରେ ପରବର୍ତ୍ତୀ ସମୟରେ ଚାଲିପାରିବ। ଏଥିରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସବୁ ପ୍ରକାର ତଥ୍ୟ ଉପଲବ୍ଧ ରହିଛି।

kuakhai
କୁଆଖାଇରେ ବୁଡ଼ି ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱର ବାଙ୍କୁଆଳ ନିକଟରେ କୁଆଖାଇରେ ବୁଡ଼ି ଜଣେ ଇଂଜିନିୟରିଂ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଛାତ୍ର ହେଲେ ମହେନ୍ଦ୍ର ଖଟୁଆ। ଘର କେନ୍ଦ୍ରାପଡ଼ାରେ। ସେ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ସେ ୬ ସାଙ୍ଗଙ୍କ ସହ ଅପରାହ୍ନରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।

parala-1
ରାଜନୀତିରେ ଯୋଗ ଦେବେ ପାରଳା ରାଜକୁମାରୀ

ପାରଳାଖେମୁଣ୍ଡି : ସକ୍ରିୟ ରାଜନୀତିର ମଇଦାନକୁ ଓହ୍ଲାଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ସେ ନିଜେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଲୋକେ ଚାହିଁଲେ ରାଜନୀତିକୁ ଆସିବେ ବୋଲି କହିଛନ୍ତି କଲ୍ୟାଣୀ ଦେବୀ। ଚର୍ଚ୍ଚା ହେଉଛି ସେ ବିଜେଡିରେ ଯୋଗ ଦେବେ। ପ୍ରାଥମିକ ସ୍ତରରେ ଆଲୋଚନା ସରିଥିବା ବେଳେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ ପାଇଁ ଉପର ସ୍ତରରୁ ମଧ୍ୟ ସବୁଜ ସଂକେତ ମିଳିଥିବା ସୂଚନା ମିଳିଛି। କଲ୍ୟାଣୀ ଦେବୀଙ୍କ ବାପା ଗୋପୀନାଥ ଗଜପତି କଂଗ୍ରେସ ଟିକଟରେ […]

student
କନ୍ୟାଶ୍ରମର ୧୫ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍‌ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ମାଟ୍ରିକ୍‌ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍‌ ସ୍କୁଲ ଯାଇ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ ବି ସେମାନେ ଭଲ ହୋଇନଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

minening owner
ଜିଲ୍ଲାପାଳଙ୍କ କୋର୍ଟରେ ୮ ଖଣି ମାଲିକ ହାଜର

କେନ୍ଦୁଝର : ବେଆଇନ ଖଣି ଖନନ ମାମଲା। କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇଛନ୍ତି ୮ ଖଣି ଲିଜ୍‌ଧାରୀ। କୋର୍ଟରେ ହାଜର ହେବାକୁ ୯ ଜଣ ଖଣି ମାଲିକଙ୍କୁ ନୋଟିସ୍‌ ହୋଇଥିବା ବେଳେ ଖଣି ଲିଜ୍‌ଧାରୀ ଅର୍ଜୁନ ଲୋଧା ଅନୁପସ୍ଥିତ ଥିଲେ। ସମସ୍ତ ଲିଜ୍‌ଧାରୀ ୭ ଦିନ ମଧ୍ୟରେ ଜରିମାନା ଦାଖଲ ନକଲେ ୧୨ ପ୍ରତିଶତ ସୁଧ ଲାଗୁ ହେବା ଏବଂ ପରେ ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ କରିବା ସହ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହେବ […]

sahid
ସହିଦ୍‌ ୨ ଓଡ଼ିଆ ଯବାନଙ୍କୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୁରୀ : ପୁଲୱାମାରେ ସହିଦ୍‌ ହୋଇଥିବା ୨ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ମୁଣ୍ଡନ ହେବା ସହ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦ୍‌ଙ୍କ ପରିବାର ଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ। ଏହାସହ ସହିଦ୍‌ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରି ଅସମ୍ମାନୀତ କରିବା ଘଟଣାକୁ […]

loot
ପୁଲିସ୍‌ ପରିଚୟ ଦେଇ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍‌

ବ୍ରହ୍ମପୁର  : ପୁଲିସ୍‌ ପରିଚୟ ଦେଇ ମହିଳାଙ୍କଠୁ ଲୁଟ୍। ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍‌ପା ସାହିରେ ଜଣେ ମହିଳାଙ୍କଠୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ , ବଡ଼ବଜାର ଥାନା ଗୌଡ଼ ସାହିର ପାର୍ବତୀ ବେହେରା, ନିକଟରେ ଥିବା ଏକ ମନ୍ଦିରକୁ ଯାଇଥଇଲେ। ସେତିକି ବେଳେ ୩ ଜଣ ଲୁଟେରା ତାଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମେ ବୃଦ୍ଧାଙ୍କୁ ପୁଲିସ୍‌ର ପରିଚୟ ଦେଇ ଭରସା ଦେଖାଇଥିଲେ। ଆଗରେ ପୁଲିସ୍‌ ଚେକିଂ କରୁଛି, […]

2 arrest
ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଜଣ ଗିରଫ

ନୂଆପଡ଼ା : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍‌। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ ଶିକ୍ଷକ ସର୍ବଜ୍ଞ ସୁପକାର ନିଜ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କ ସହ କରଙ୍ଗାମାଲ ହାଇସ୍କୁଲକୁ ଯାଇଥିଲେ। ସର୍ବଜ୍ଞ ନିଜ ମୋବାଇଲ ତାଙ୍କ ପୁତୁରାକୁ ଦେଇଥିଲେ। ପୁତୁରା ଜ୍ଞାନଦତ୍ତ ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ […]