• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

udan3
ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ

ଝାରସୁଗୁଡ଼ା: ଉଡାନ୍-୩ ଯୋଜନା ଅନ୍ତର୍ଗତ ଝାରସୁଗୁଡ଼ା ବିମାନ ବନ୍ଦରରୁ ୩ଟି ସ୍ଥାନକୁ ଯିବା ଆସିବା କରିବ ସ୍ପାଇସ ଜେଟ୍। ମାର୍ଚ୍ଚ ୩୧ରୁ ଏହି ବିମାନ ସେବା ଆରମ୍ଭ ହେବ। ଏହି ୬ଟି ଉଡ଼ାଣ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଅନ୍‌ଲାଇନରେ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାକୁ ଉଡ଼ାଣ ଭରିବ ସ୍ପାଇସ ଜେଟ୍‌। ଚେୟାରମ୍ୟାନ ଅଜୟ ସିଂହ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ […]

chasi
ଖୋଲୁଛି ଚାରା ଦୁର୍ନୀତିର ଗୁମର: ଚାଷୀ ନାଁ ନେଇ ଲୁଟିଛନ୍ତି ସରକାରୀ ବାବୁ

ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ବ୍ୟାପୁଛି ଚାରା ଦୁର୍ନୀତିର ଚେର। ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ପରେ ଏବେ ନବରଙ୍ଗପୁରରେ ବି ସମାନ ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା ବନାଇ ୨୨ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ସରକାରୀ ବାବୁ। ପଢ଼ନ୍ତୁ ଓଟିଭିର ତଦନ୍ତମୂଳକ ଖବର। କାଜୁ ଚାରା ରୋପଣ ନାଁରେ ଚାଷୀଙ୍କୁ ମୋହରା ବନାଇ ଲକ୍ଷ […]

2
ଆଜି ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ଚନ୍ଦ୍ର ଗ୍ରହଣ। ରାତି ୧ଟା ୩୧ ମିନିଟ୍ ୪୦ ସେକେଣ୍ଡରେ ଗ୍ରହଣ ଲାଗିବା ଆରମ୍ଭ ହେବ। ରାତି ୪ଟା ୩୧ ମିନିଟ୍‌ ୪୧ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜ୍ୟୋତିର୍ବିଦ କହିଛନ୍ତି। ଚନ୍ଦ୍ର ଗ୍ରହଣର ୯ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ଣ ୪ଟାରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ। ଦେବନୀତି ମଧ୍ୟ ଅପରାହ୍ଣ ୪ଟା ୩୦ରୁ ବନ୍ଦ ରହିବ। ତେବେ ଶିଶୁ, ରୋଗୀ, ବୟୋଜ୍ୟେଷ୍ଠଙ୍କ ପାଇଁ ଏହି ସବୁ ନୀତି ଲାଗୁ ହେବ […]

1
ସରିଲା ରଥଯାତ୍ରା, ନୀଳକନ୍ଦରକୁ ବାହୁଡ଼ିଲେ ନୀଳାଦ୍ରିବିହାରୀ

ପୁରୀ: ବଡ଼ଦାଣ୍ଡ ଓ ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛନ୍ତି ନୀଳାଦ୍ରିବିହାରୀ। ଘୋଷଯାତ୍ରାର ଅନ୍ତିମ ପର୍ବରେ ପ୍ରଥମେ ବିଜେ-କାହାଳି ବାଜିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ପରେ ମା’ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ରଙ୍କୁ ରତ୍ନସିଂହାସନକୁ ବିଜେ କରାଯିବାପରେ ଆରମ୍ଭ ହୋଇଥିଲା କାଳିଆଠାକୁରଙ୍କ ପହଣ୍ଡି। ପରମ୍ପରା ଅନୁଯାୟୀ, ସିଂହଦ୍ୱାର ନିକଟରେ ବଚନିକା ପରେ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ ଜଗନ୍ନାଥ।

yokna
ବିଜେପି ଓ ବିଜେଡିର ଯୋଜନା ଲଢ଼େଇ: ଦୁହିଁଙ୍କ କଳିରେ କଂଗ୍ରେସର ଲାଭ !

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ କିଣିବା ପାଇଁ ମାଳ ମାଳ ଯୋଜନା ହେଉଛି। ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଯୋଜନାର ବର୍ଷା କରୁଥିବା ବେଳେ କେନ୍ଦ୍ରର ବିଜେପି ସରକାର  ବି ନୂଆ ନୂଆ ଯୋଜନା ଆଣୁଛନ୍ତି। ତେବେ ଉଭୟଙ୍କ ଫୋକସରେ ଅଛନ୍ତି ଚାଷୀ, ଯୁବବର୍ଗ ମହିଳା ଓ ଆଦିବାସୀ। ଏହି ୪ ବର୍ଗର ଭୋଟରଙ୍କ ପାଖରେ ଯୋଜନାକୁ ପହଁଞ୍ଚାଇବା ପାଇଁ  ବିଜେପି ଓ ବିଜେଡି ଭିତରେ ଚାଲିଛି ପ୍ରଚାରର ପ୍ରତିଯୋଗିତା। […]

5
ବୋରିଗୁମ୍ମା ବଜାରରେ ବିଭିନ୍ନ କିସମର ଆମ୍ବର ପସରା

କୋରାପୁଟ: କୋରାପୁଟ ବୋରିଗୁମ୍ମାର ବଜାରରରେ ବିଭିନ୍ନ ରକମର ଆମ୍ବ ମିଳୁଛି। ବୋରିଗୁମ୍ମା ଅଞ୍ଚଳର ଆଦିବାସୀ ଚାଷୀଙ୍କ ଛୋଟ ବଡ଼ ବଗିଚାରୁ ଆସିଥିବା ଲେଙ୍ଗଡ଼ା, ଆମ୍ରପାଲି, ଆଖୁରସ, ସିନ୍ଦୁରି, ମଲ୍ଲିକା, ଦଶରୀ ଓ ବାଇଗଣପଲି ଭଳି ଅନେକ ପ୍ରକାରର ସ୍ୱାଦିଷ୍ଟ ଆମ୍ବ ଗ୍ରାହକ କିଣି ନେଉଛନ୍ତି। ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ଷାର ପରିମାଣ କମିଯାଇଥିବା ଯୋଗୁ ଆମ୍ବର ପରିମାଣ କମିଯାଇଛି ବୋଲି ଆମ୍ବ ଚାଷୀ କହିଛନ୍ତି।

congress
ପ୍ରାର୍ଥୀ ଚୟନ କସରତ: ମାର୍ଚ୍ଚ ୧୦ ସୁଦ୍ଧା ଚୂଡ଼ାନ୍ତ ତାଲିକା ଲକ୍ଷ୍ୟରେ କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନ ଘୋଷଣା ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି। କଂଗ୍ରେସ୍, ଏହାର ସ୍କ୍ରିନିଂ କମିଟିରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ସିଟ୍ ଲାଗି କର୍ମୀ ଓ ନେତାଙ୍କ ସହ ଆଲୋଚନା ସାରି ଆଶାୟୀ ପ୍ରାର୍ଥୀଙ୍କ ତାଲିକା ନେଇଛି। ଏନେଇ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ବୈଠକରେ ଟିକଟ୍ ଆଶାୟୀଙ୍କ ଭିଡ଼ ଜମିଥିବା ବେଳେ ଅନ୍ୟପଟେ କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମୀଙ୍କ ଅସନ୍ତୋଷ, ବିଧାୟକଙ୍କ ବିରୋଧରେ ନାରାବାଜି […]

mal
ଦୁର୍ଦ୍ଦିନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର

ପୁରୀ(ସଞ୍ଜୟ ପତିଙ୍କ): ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଦୁର୍ଦ୍ଦିନରେ କାଳ କାଟୁଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର ସ୍ୱାଧୀନତା ସଂଗ୍ରାମୀ ତଥା ଭୁବନେଶ୍ୱର-ବାଲିପାଟଣାର ପ୍ରଥମ ବିଧାୟକ କାହ୍ନୁଚରଣ ମଲ୍ଲିକଙ୍କ ପରିବାର। କାହ୍ନୁଚରଣଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ। ପରିବାରକୁ ଆଜି ଯାଏ କୌଣସି ସରକାରୀ ସୁବିଧା ମଧ୍ୟ ମିଳି ନାହିଁ। […]

jhai
ଜଙ୍ଗଲର ଭୟଙ୍କର ଅନ୍ଧାରକୁ ଡିବିରି ଆଲୁଅ ଭରସା

ଢେଙ୍କାନାଳ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଅନ୍ଧାରରେ ଲୋକେ। ପରଜଙ୍ଗ ବ୍ଲକ୍ ପାଣିଗେଙ୍ଗୁଟିଆ ଗାଁରେ ଆଜିଯାଏ ପହଞ୍ଚିପାରିନି ବିଜୁଳି ଆଲୁଅ। ଡିବିରି ଭରସାରେ ରାତି କାଟୁଛନ୍ତି ଗ୍ରାମବାସୀ। ଲାଇନ୍ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବି ଅସୁବିଧା ଭୋଗୁଛନ୍ତି। ଗାଁକୁ ଲାଗି ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ଲାଗିରହୁଛି। ଗାଁକୁ ବିଦ୍ୟୁତସେବା ଯୋଗାଇ ଦେବାକୁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। […]

4
କୁଲଡିଆ ଅଭୟାରଣ୍ୟରୁ ଶିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡ଼ିଆ ଅଭୟାରଣ୍ୟରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଗିରଫ ଶିକାରୀର ନାମ ପହଲି ମୁଦୁଲି। ଖୁମକୁଟ ଡ୍ୟାମ୍‌ ପାଖରେ ପହଲି ବିଦେଶୀ ପକ୍ଷୀଙ୍କୁ ଶିକାର କରିବାକୁ ଉଦ୍ୟମ କରୁଥିବାବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ତା ପାଖରୁ ଏକ ଫାଶ ମଧ୍ୟ ଜବତ ହୋଇଛି। ଜଙ୍ଗଲ ମଝିରେ ଡ୍ୟାମ୍‌ ଥିବାରୁ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି।  ଏହାର ସୁଯୋଗ ନେଇ ଶିକାରୀମାନେ ପକ୍ଷୀ ଶିକାର କରିବାକୁ ଚେଷ୍ଟା କରିଥାନ୍ତି।

water
ପାଣି ପାଇଁ ଆନ୍ଦୋଳନ

ନୟାଗଡ଼: ଖରା ଦିନ ଆରମ୍ଭ ନ ହେଉଣୁ ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଗଲାଣି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବୋରଗାଁର ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଗରା, ବାଲଟି ରଖି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ଲୋକେ। ସେମାନେ ଅଭିଯୋଗ କରିଛନ୍ତି, ଗାଁରେ ୬ ଶହରୁ ଅଧିକ ଲୋକଙ୍କ ପାଇଁ ୩ଟି ନଳକୂଅ ଅଛି। ମାତ୍ର ତାହା ଭାଙ୍ଗିରୁଜି ଯାଇଛି। ଯେଉଁ ନଳକୂଅଟିଏ […]

ndhrffvjm
ଇଣ୍ଡିଆ ଟୁଡେ ପତ୍ରିକାର କଭର ପେଜ୍‌ରେ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେର ଆଗାମୀ ସାପ୍ତାହିକ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀଙ୍କ ସମେତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର, ଅଭିନେତା ରବି କିଷାନ ପ୍ରମୁଖ ମଧ୍ୟ ସ୍ଥାନ ପାଇଛନ୍ତି। ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ […]

adhikari
ହେଲିକପ୍ଟର୍‌ ଦୁର୍ଘଟଣାରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୫ ମୃତ

କାଠମାଣ୍ଡୁ: ନେପାଳର ତେହରାଥୁମ୍‌ ଜିଲ୍ଲାରେ ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍‌ ଯାଉଥିବା ବେଳେ ହଠାତ୍‌ ହେଲିକପ୍ଟର୍‌ ଟି ତଳକୁ ଖସିପଡ଼ିଥିଲା।  ତେବେ କେଉଁ କାରଣରୁ ହେଲିକପ୍ଟର୍‌ଟି ତଳକୁ ଖସିପଡ଼ିଲା ତାହା ଜଣାପଡ଼ିନାହିଁ।  

1
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୧୫ ଦିନ ବିଳମ୍ବରେ ବିଜ୍ଞାନ ପରୀକ୍ଷା ଫଳ ବାହାରୁଛି। ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ ବିଳମ୍ବର କାରଣ ବୋଲି ପରିଷଦ କହିଛି। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। […]

kalpana dash
ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଗତକାଲି କାଠମାଣ୍ଡୁରୁ କଳ୍ପନାଙ୍କ ମୃତଦେହକୁ ଧରି ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା ବିମାନ । ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା। ଆଜି ମରଶରୀର ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ନିଆଯିବ। ସକାଳ ୯ ଟା ୪୫ ମିନିଟ୍‌ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ରାଜ୍ୟ କ୍ରାଡ଼ା ବିଭାଗ ସୂତ୍ରରୁ ସୂଚନା ମିଳିଛି। […]

naven patnaik
ସିଏମ୍ଓ ପକ୍ଷରୁ ସ୍ପଷ୍ଟୀକରଣ : ‘ଖରାପ ପାଗ ଯୋଗୁଁ ବିମାନ ଡାଇଭର୍ଟ କରାଯାଇଥିଲା’

ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଅବତରଣ ନେଇ ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗୁଁ ବିମାନଟି ଜୟପୁରରେ ଅବତରଣ କରିଥିଲା। ଜରୁରୀ ଅବତରଣ କରିଥିବା ଖବର ଠିକ୍‌ ନୁହେଁ, ଖରାପ ପାଗ ଯୋଗୁଁ ଲାଂଜିଗଡ଼ରେ ବିମାନଟି ଅବତରଣ କରିପାରିନଥିଲା। ତେଣୁ ଏହାକୁ ଜୟପୁର ଡାଇଭର୍ଟ କରାଯାଇଥିଲା। ଏହାର କିଛି ସମୟ ପରେ ନବୀନ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାସହ ପଢ଼ନ୍ତୁ : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର […]

modi-rajnath
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି

ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍‌ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଦେଶର ସାଂପ୍ରତିକ ସୁରକ୍ଷା ନେଇ ମୋଦିଙ୍କୁ ଅବଗତ କରାଇଛନ୍ତି। NSA  ବିଜ୍ଞାନ […]