Advertisment

UPSC CAPF Recruitment: CAPFରେ ପୂରଣ ହେବେ ୫୦୦ରୁ ଅଧିକ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌

ନିକଟରେ UPSC ଏକ ବିଜ୍ଞପ୍ତି ବାହାର କରିଛି। UPSC କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ମାଧ୍ୟମରେ BSF, CISF, ITBP ଏବଂ SSB ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
UPSC CAPF 2024 Notification

UPSC CAPF Assistant Commandant Recruitment apply for 506 posts

ସଂଘ ଜନସେବା ଆୟୋଗ (UPSC)ରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ଏଭଳି ସ୍ୱପ୍ନ ଦେଖୁଥାଆନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। ନିକଟରେ UPSC ଏନେଇ ଏକ ବିଜ୍ଞପ୍ତି ବାହାର କରିଛି। ଏହି ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ ଏବଂ ତୁରନ୍ତ ଆବେଦନ କରନ୍ତୁ।

Advertisment

UPSC କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌(AC) ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ମାଧ୍ୟମରେ BSF, CISF, ITBP ଏବଂ SSB ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୦୬ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC CAPFର ଅଫିସିଆଲ୍ ୱେବ୍‌ସାଇଟ୍‌ https://upsc.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ UPSC CAPF Assistant Commandant Recruitment apply for 506 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ମେ ୨୦୨୪

ଅଧିକ ପଢ଼ନ୍ତୁ: ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି; ଦରମା ୬୩ ହଜାର

ଖାଲି ପଦବୀ:

  • ସୀମା ସୁରକ୍ଷା ବଳ (BSF) – ୧୮୬ଟି ପୋଷ୍ଟ
  • ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) – ୧୨୦ଟି ପୋଷ୍ଟ
  • କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) – ୧୦୦ଟି ପୋଷ୍ଟ
  • ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP) – ୫୮ଟି ପୋଷ୍ଟ
  • ସଶସ୍ତ୍ର ସୀମା ବଳ (SSB) – ୪୨ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୬ ବର୍ଷ
  • ବୟସ ଗଣନା ୦୧।୦୮/୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/ମହିଳା ପ୍ରାର୍ଥୀ – ଦେୟମୁକ୍ତ
  • ଅନ୍ୟମାନେ – ୨୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଶାରିରୀକ ପରୀକ୍ଷା
  • ଡାକ୍ତରୀ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନାରେ ଚାକିରି ସୁଯୋଗ; ଅଷ୍ଟମ ପାଶ୍‌ ପ୍ରାର୍ଥୀ ବି କରିପାରିବେ ଆବେଦନ

କିପରି କରିବେ ଆବେଦନ:

  • upsconline.nic.in କୁ ଯାଆନ୍ତୁ
  • ONE TIME REGISTRATION (OTR) FOR EXAMINATIONS OF UPSC AND ONLINE APPLICATION ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ନିଜକୁ ରେଜିଷ୍ଟ୍ରେସନ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ଆବେଦନ ଫର୍ମ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏହା ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
UPSC UPSC Jobs UPSC Recruitment Govt Jobs
Advertisment
Advertisment