• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

c11
କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ

ନୟାଗଡ଼: କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁ ଜମି ବିବାଦକୁ ନେଇ ଅଦାଲତ ଯିବାରୁ ଆଇନଜୀବୀଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ଥାନା ସିଙ୍ଗିବାର ଗାଁରେ କଙ୍ଗାରୁ କୋର୍ଟରେ ଆଇନଜୀବୀଙ୍କୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବାର୍ ଆସୋସିଏସନ୍ ସଭ୍ୟ ତଥା ଆଇନଜୀବୀ ହୃଦାନନ୍ଦ ବେହେରା ଏଭଳି ଅଭିଯୋଗ ଆଣିଛନ୍ତି। ଗାଁ ମହକିଲଙ୍କ କେସ୍ କୋର୍ଟରେ ଲଢ଼ିବାରୁ ଗ୍ରାମବାସୀଙ୍କ ଆକ୍ରୋଶର […]

rain
ଆଜି ରାତିରେ ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତିରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଏଥିପାଇଁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସୂଚନା ମୁତାବକ,ଆଜି ରାତି ୧.୩୦ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବ। ଏଥିସହ ବିଜୁଳି ମାରିବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଏକ ଟ୍ରପ୍‌ ଲାଇନ୍‌ ଯୋଗୁ ଗତ କିଛିଦିନ ହେଲା ପାଗ କୋହଲା ରହିଥିଲା। […]

uron-man2
ଓଡ଼ିଶାର ସୌଭାଗ୍ୟ କୁମାର ରଥ ବନିଲେ 'ଆଇରନ୍ ମ୍ୟାନ୍'

ଭୁବନେଶ୍ୱର : ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ ସଫଳ ଭାବରେ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ସୌଭାଗ୍ୟ। ପ୍ରଥମ ଥର ଲାଗି ଓଡ଼ିଶାରେ ହିଁ ପ୍ରଶିକ୍ଷଣ ପାଇ ଏପରି ଆଇରନ୍‌ ମ୍ୟାନ୍‌ ଉପାଧି ହାସଲ କରିବାରେ ସମର୍ଥ ହୋଇଛନ୍ତି ସୌଭାଗ୍ୟ। ପ୍ରଥମେ ୨ କିଲୋମିଟର ସୁଇମିଂ ,ତାପରେ ୯୦ କିଲୋମିଟର ସାଇକେଲିଂ ଓ […]

vote
ସକାଳ ୯ଟା ସୁଦ୍ଧା ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଚାଲିଛି। ସକାଳ ୯ଟା ସୁଦ୍ଧା ବିହାରରେ ୯.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୩.୭୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୪.୦୧, ଉତ୍ତର ପ୍ରଦେଶ ୬.୮୬, ପଶ୍ଚିମବଙ୍ଗରେ ୬.୫୮, ଝାଡ଼ଖଣ୍ଡରେ ୧୨.୪୫ ଓ ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ ହୋଇଛି।

film
ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାରର ଘୋଷଣା

ଭୁବନେଶ୍ୱର : ୨୦୧୭ ମସିହା ପାଇଁ ଘୋଷଣା ହୋଇଛି ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର। ତା ସହିତ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ ବି ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମିଳିଛି ଜୟଦେବ ସମ୍ମାନ। ସେହିଭଳି ‘ହେଲୋ ଆର୍‌ସି’ରେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ବିତ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ‘ହେଲୋ ଆର୍‌ସି’ର ପାର୍ଥସାରଥୀ ରାୟ, ଲୈଲା ଓ ଲୈଲାରେ ଚଳଚ୍ଚିତ୍ର […]

b11
ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘାଟାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ଆଇପିଏସ ଅଫିସର ଭାରତୀ ଘୋଷ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳୟ ନିୟୋଜିତ ହୋଇଥିବା ବେଳେ ଟିଏମସି କର୍ମୀ କିନ୍ତୁ ଏପରି କାଣ୍ଡ ଭିଆଇଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ନିର୍ବାଚନ ଚାଲିଥିବା ବେଳେ ଭାରତୀ ଘୋଷ ନିଜ ସଂସଦୀୟ କ୍ଷେତ୍ରର ଚନ୍ଦଖଲି ଅଞ୍ଚଳର କେଶପୁର […]

indian
ଭାରତୀୟ ସିନେମା ଉପରେ ପାକିସ୍ତାନର କଟକଣା

ଇସ୍‌ଲାମାବାଦ୍‌ : ଭାରତୀୟ ବାୟୁସେନା ଆକ୍ରମଣ ପରେ ରାଗରେ ପାକିସ୍ତାନ। ବଲିଉଡ ସିନେମା ରିଲିଜ୍ ଉପରେ ଜାରି କରିଛି କଟକଣା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ। ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ବା  PEMRAକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଭାରତୀୟ ବିଜ୍ଞାପନ ଉପରେ ବି ରୋକ୍ ଲଗାଇବାକୁ […]

i1
ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଆଜି ହେବ ଫାଇନାଲ୍‌ ଫାଇଟ୍‌। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ହାଇଦ୍ରାବାଦରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପୁଣିଥରେ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ। ଧୋନୀ ନେତୃତ୍ୱାଧିନ ଚେନ୍ନାଇ କ୍ୱାଲିଫାୟର ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଟାଇଟଲ ଦାବିଦାର ରହିଛି। ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଫାଇନାଲରେ ବେଶ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପଟେ […]

naveen
ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନବୀନଙ୍କ ଆଖି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍‌ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ। ଖାସ୍ ସେଥିପାଇଁ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଓ ଅନ୍ୟମାନଙ୍କ ସହ ଆଲୋଚନ କରିଥିଲେ ନବୀନ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ଜିଲ୍ଲାର ୩ ହଜାର ପବିତ୍ର ପୂଜାସ୍ଥଳୀ, ୪ଶହ ଜନଜାତି ସଂସ୍କୃତି କ୍ଲବ୍‌ ଓ ସାପ୍ତାହିକ ହାଟ ଉଦ୍‌ଘାଟନ କରିଥିଲେ। […]

meeting
ବାଲାକୋଟ୍ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ପାକିସ୍ତାନରେ ବାୟୁସେନାର ଆକ୍ରମଣ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ଦିଲ୍ଲୀ ଜବାହରଲାଲ୍ ନେହେରୁ ଭବନରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲେ। କିଭଳି ପରିସ୍ଥିତିରେ ଭାରତ ପକ୍ଷରୁ ଆକ୍ରମଣ କରାଗଲା ସେନେଇ ବିରୋଧୀ ଦଳମାନଙ୍କୁ ଅବଗତ କରାଇଥିଲେ ସୁଷମା ସ୍ୱରାଜ। ଦେଶର ସୁରକ୍ଷା ପାଇଁ ବାୟୁସେନାର ଏଭଳି ଦୁଃସାହସିକ କାର୍ଯ୍ୟକୁ ସବୁ ଦଳ ପ୍ରଶଂସା କରିଥିଲେ।

11
ଭୋଟରଙ୍କୁ ଧମକାଉଥିବା ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ମତାଦାନ ଚାଲିଛି। ମତଦାନ ବେଳେ ବିଭିନ୍ନ ଆଡୁ ଅପ୍ରିତିକର ଘଟଣାର ଖବର ବି ଆସୁଛି। ସାମାନ୍ୟ କଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ସୁଲତାନପୁରରୁ ନିର୍ବାଚନ ଲଢୁଥିବା  ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି ଏବଂ ସମାଜବାଦୀ ପାର୍ଟି- ବହୁଜନ ସମାଜବାଦୀ ପାର୍ଟି ମେଣ୍ଟ ପ୍ରାର୍ଥୀ ସୋନୁ ସିଂଙ୍କ ମଧ୍ୟରେ ବଚସା ହୋଇଛି। ସୋନୁଙ୍କ ସମର୍ଥକ ଭୋଟରଙ୍କୁ ଧମକାଉଥିବା ମାନେକା ଅଭିଯୋଗ ଆଣିଛନ୍ତି। ଏହା ପରେ ଉଭୟଙ୍କ ମଧ୍ୟରେ […]

mirage
ପାକ୍ ସେନାକୁ ଚକମା ଦେଇ ପରାକ୍ରମ ଦେଖାଇଲା ଫାଇଟର

ନୂଆଦିଲ୍ଲୀ :  କାର୍ଗିଲ ଯୁଦ୍ଧ ପରେ ପୁଣି ଥରେ ଭାରତୀୟ ବାୟୁସେନାର ବିଶ୍ୱାସ ଜିତିଛି ମିରାଜ୍-୨୦୦୦। ପାକିସ୍ତାନ ସେନାକୁ ଚକ୍‌ମା ଦେଇ ଏହି ଫାଇଟର ଜେଟ୍ ଯେଭଳି ପରାକ୍ରମ ଦେଖାଇଲା ପ୍ରତିରକ୍ଷା ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ଶତମୁଖ। ଅଶୀଦଶକରେ ଆମେରିକା ଠାରୁ ପାକିସ୍ତାନ ହାସଲ କରିଥିବା ଏଫ୍-୧୬ ଫାଇଟର ଜେଟ୍‌କୁ ଚ୍ୟାଲେଞ୍ଜ ଦେବା ଲାଗି ଫରାସୀ କଂପାନି ଦାସଲଟ୍ ଏଭିସନ ନିର୍ମିତ ମିରାଜ୍‌କୁ ଆପଣେଇ ଥିଲା ଭାରତ। ୧୯୮୫ ମସିହାରେ […]

evm
ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି। ମଧ୍ୟପ୍ରଦେଶ ମୋରେନାରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ବିରୋଧରେ କଂଗ୍ରେସ୍‌ର ରାମ ନିବାସ ରାୱତ ଲଢୁଛନ୍ତି। ସେହିପରି ମଧ୍ୟପ୍ରଦେଶର ଗୁନା ଆସନରୁ କଂଗ୍ରେସ୍‌ର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଢୁଛନ୍ତି। ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମୈଦାନରେ ଅଛନ୍ତି। ତାଙ୍କ ସହ ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ […]

9
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସାଧାରଣ ଓ ଭିଆଇପି ଭୋଟର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ଆଜି ମତଦାନ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ଭୋରରୁ ଭୋଟ୍ ଦେଇଛନ୍ତି ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଗୌତମ ଗମ୍ଭୀର। ପୁରୁଣା ରାଜେନ୍ଦ୍ର ନଗରର ଏକ ବୁଥ୍‌କୁ ଯାଇ ସେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଭଳି ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ହରିୟାଣାର ଗୁରଗ୍ରାମର ଏକ ମତଦାନ କେନ୍ଦ୍ରରେ […]

copy
ମାଟ୍ରିକ୍‌ ପରୀକ୍ଷାରେ କପି ଅଭିଯୋଗରେ ବୋର୍ଡର କାର୍ଯ୍ୟାନୁଷ୍ଠାନ

କଟକ :  ମାଟ୍ରିକ୍‌ ପରୀକ୍ଷାରେ କପି ଅଭିଯୋଗରେ ବୋର୍ଡର କାର୍ଯ୍ୟାନୁଷ୍ଠାନ ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ। ଏହି ୩ଟି ପରୀକ୍ଷା କେନ୍ଦ୍ର ହେଉଛି ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍ ହାଇସ୍କୁଲ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ। ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ୭ ଦିନ […]

summer 1
ପଶ୍ଚିମରୁ ଉପକୂଳ, ସବୁଠି ଅସମ୍ଭାଳ ଗରମ

ଭୁବନେଶ୍ୱର: ପଶ୍ଚିମରୁ ଉପକୂଳ, ସବୁଠି ଅସମ୍ଭାଳ ଗରମ। ସାରା ରାଜ୍ୟରେ ବହୁଛି ତତଲା ହାୱା। ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୪ ଦଶମିକ ୬ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା। ପାରଦ ସାମାନ୍ୟ ଖସିଥିଲେ ବି ବିଦ୍ୟୁତ ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାତି ବିଶେଷ ନଥିଲେ ବି ବାୟୁମଣ୍ଡଳରେ ଆଦ୍ରତା ବଢ଼ିଥିବା ଯୋଗୁ ପ୍ରବଳ ଗୁଳୁଗୁଳି ନାକେଦମ୍ କରିଦେଉଛି। […]

celebration-1
ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ ; ସବୁଠି ଚାଲିଛି ସେଲିବ୍ରେସନ୍

ଭୁବନେଶ୍ୱର :  ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ସେନାର ବଡ଼ଧରଣର ଏୟାର ଷ୍ଟ୍ରାଇକ୍ ପରେ ଏବେ ସାରା ଦେଶରେ ସେଲିବ୍ରେସନ୍ ମୁଡ୍। ସବୁଠି ଚାଲିଛି ବିଜୟ ଉତ୍ସବ। ସମ୍ବଲପୁରରେ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ବନ୍ଦେ ମାତରମ୍ ନାରା ଦେଇଛନ୍ତି। ଭାରତୀୟ ସେନାର ଭୂରି ଭୂରି ପ୍ରଶଂସା କରିବା ସହ ପାକିସ୍ତାନ ବିରୋଧୀ ନାରା ଦେଇ ଏକ ବିରାଟ ଶୋଭାଯାତ୍ରା କରିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ବିଜୟ ଉତ୍ସବ […]

terrorist
ଜମ୍ମୁ କଶ୍ମୀରରେ ଗୁଳିବିନିମୟ: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। #UPDATE Jammu & Kashmir: Two terrorists neutralized in encounter between security forces and terrorists in Hind Sita Pora area of Shopian district. Weapons and huge cache of ammunition recovered. Operation still underway. https://t.co/raIdGqp5dC — ANI (@ANI) 12 […]

diable
ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ

ରାୟଗଡ଼ା : ରାୟଗଡ଼ାରେ ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ। ସ୍ୱାସ୍ଥ୍ୟ ପରୀକ୍ଷାବେଳେ ସେମାନଙ୍କୁ ଅଣଦେଖା ବି କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଡାକ୍ତରଙ୍କ ଦେଖାନମିଳିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏମାନଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଏଠାରେ ୨ ମାସରେ ଥରେ ଶାରୀରିକ ଓ ମାନସିକ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରିଚୟ ପତ୍ର ପ୍ରଦାନ କରାଯାଏ। […]