• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

lady
ଲୁଟେରାଙ୍କୁ ମାଡ଼ି ବସିଲେ ମହିଳା

ଭୁବନେଶ୍ୱର : ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ। ଲୁଟେରାଙ୍କୁ ଧରିବା ପାଇଁ ମହିଳା ହେଲେ କ୍ଷତବିକ୍ଷତ। ଲୁଟେରା ଓ ମହିଳାଙ୍କ ମଧ୍ୟରେ ୧୦ ମିନିଟ୍‌ର ଧସ୍ତାଧସ୍ତି ପରେ ଧରା ପଡିଲା ଲୁଟେରା। ମିଳିଥିବା ସୂଚନା ମୁତାବକ,ଆଜି ମଧ୍ୟାହ୍ନ ୧୨ଟାରେ ଜିଜିପି କଲୋନୀର ମଳୟ ବିହାରରେ ଘଟିଛି ଏଭଳି ଘଟଣା। ମାର୍କେଟରୁ ସଉଦା କିଣି ଘରକୁ ଫେରୁଥିଲେ ଅଭିଜିତା ମହାପାତ୍ର ନାମକ ଏହି ମହିଳା। ଏହି ସମୟରେ ପଲ୍‌ସରରେ ଆସିଲେ ୨ ଜଣ ଲୁଟେରା। ଠିକଣା […]

nuapada
ନୂଆପଡ଼ାର ୫ ଶିକ୍ଷକ ବୋଡେନ ଥାନାରେ ଅଟକ

ଭୁବନେଶ୍ୱର : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ାର ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି ବୋଡେନ ଥାନା ପୁଲିସ୍‌। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ୫ଜଣ ଶିକ୍ଷକଙ୍କ ବିରୋଧରେ ବୋଡେନ ଥାନାରେ ଏତଲା ଦେଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ବୋର୍ଡ ସଭାପତିଙ୍କ ନିର୍ଦ୍ଦେଶର ୨୪ଘଣ୍ଟା ପରେ ବି ଢେଙ୍କାନାଳ ଓ କୋରାପୁଟରେ ଏତଲା ହୋଇନାହିଁ। ଜିଲ୍ଲା ଶିକ୍ଷାଧିକାରୀ ମାନେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏତଲା ଦେବେ ବୋଲି ଗତକାଲି ବୋର୍ଡ […]

yatra
ଅପେରାର ମୁଖ୍ୟ ଆକର୍ଷଣ ପାଲଟିଛି ଋଷିଆନ୍ ଡ୍ୟାନ୍ସ

ଭୁବନେଶ୍ୱର : ଖଣ୍ଡଗିରିରେ ଚାଲିଛି ମାଘ ମେଳା। ପ୍ରତିଦିନ ମେଳାରେ ଜମୁଛି ଲୋକଙ୍କ ଭିଡ଼। ହେଲେ ଖଣ୍ଡଗିରି ମେଳାରେ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ହେଉଥିବା ଯାତ୍ରା। ରାଜ୍ୟର ପ୍ରମୁଖ ଯାତ୍ରା ସଂସ୍ଥାଙ୍କ ପକ୍ଷରୁ ଅପେରା ପରିବେଷଣ ହେଉଛି। ହେଲେ ଚଳିତ ଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା ମହାସମରରେ ଦିଆଯାଇଛି ଋଷିଆନ୍ ତଡ଼କା। ଋଷରୁ ଆସିଥିବା ଡ୍ୟାନ୍ସର ବିଦେଶୀ ଠୁମ୍‌କା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ବିଦେଶୀ କଳାକାରଙ୍କ ଡ୍ୟାନ୍ସ ପର୍‌ଫର୍‌ମାନ୍ସକୁ ଦେଖିବାକୁ […]

chanda
ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ :  ICICI  ବ୍ୟାଙ୍କ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି କରିଛି ସିବିଆଇ। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ନାଁରେ ମଧ୍ୟ ନୋଟିସ୍‌ ଜାରି ହୋଇଛି। ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ଚନ୍ଦା କୋଚର୍ ଆଇସିଆଇସିଆଇ ବ୍ୟାଙ୍କ୍‌ ତରଫରୁ ୩ ହଜାର ୨ ଶହ ୫୦ କୋଟି ଟଙ୍କା ଋଣ ଅନୁମୋଦନ କରିଥିବା […]

amicus
ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରି

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରି ରଣଜିତ କୁମାର। ଆସନ୍ତାକାଲି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି। ତା ପୂର୍ବରୁ ଆମିକସ୍‌କ୍ୟୁୟରିଙ୍କ ପୁରୀ ଗସ୍ତର ବେଶ୍ ଗୁରୁତ୍ୱ ରହିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ସୂତ୍ରୀ ସଂସ୍କାର ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ  ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜ୍ୟ ସରକାରଙ୍କ ମତ […]

khusi yojana
'ଖୁସି' ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ‘ଖୁସି’ ଯୋଜନାକୁ ମିଳିଲା କ୍ୟାବିନେଟ ମଂଜୁରୀ। ‘ଖୁସି’ ଯୋଜନାରେ ମାଗଣାରେ ସ୍କୁଲ ଝିଅଙ୍କୁ ମିଳିବ ସାନିଟାରି ନାପକିନ୍‌। ଏହା ଦ୍ୱାରା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ୍‌ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ସ୍କୁଲର ଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ୫ ବର୍ଷରେ ୪୬୬ କୋଟି ଟଙ୍କାର ଖର୍ଚ୍ଚ କରିବାର ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ […]

viral---1
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ସତର୍କତା, ସଚେତନତା ଓ ସଜାଗ ସତ୍ତ୍ୱେ ଫେଲ୍ ମାରିଲା ସରକାର ଆଉ ବୋର୍ଡ କର୍ତ୍ତୃପକ୍ଷଙ୍କ ସବୁ ଉଦ୍ୟମ। ଗତବର୍ଷ ଭଳି ଏଥର ବି ପ୍ରଥମ ଦିନରୁ ଭାଇରାଲ୍ ହୋଇଛି ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର। କେତେବେଳେ ନୂଆପଡ଼ା ତ କେତେବେଳେ କାମାକ୍ଷାନଗର।  ଏ ମୋବାଇଲ୍‌ରୁ ସେ ମୋବାଇଲ୍ ଘୁରିବୁଲିଲା ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର। ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ହିଁ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ନୂଆପଡ଼ା ଏବଂ କାମାକ୍ଷାନଗରରେ ପରୀକ୍ଷା ଆରମ୍ଭ ହେବାର କେଇ […]

holi herbal
ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି

ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ଏକ ତାରକା ହୋଟଲରେ ସଂଧ୍ୟା ୬ଟାରୁ ୧୧ ମଧ୍ୟରେ ହୋଲି ପାଳନ କରାଯିବ। ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବ। ଚଳିତ ବର୍ଷ ଓଲିଉଡ୍‌ ତାରକା ସବ୍ୟସାଚୀ ହର୍ବାଲ ହୋଲିର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି। କେମିକାଲ ରଙ୍ଗ […]

murder
କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ତାମିଲନାଡୁ : କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା। ତାମିଲନାଡୁରେ କୁଡ୍ଡାଲୋର ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ,ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସ୍‌ ରୁମ୍‌ରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହିତ ଯୁକ୍ତିତର୍କ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଶିକ୍ଷୟିତ୍ରୀଙ୍କୁ ବିବାହ କରିବା ପାଇଁ ପୂର୍ବରୁ ଯୁବକ ଜଣଙ୍କ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଯୁବତୀଙ୍କ ପରିବାର ପକ୍ଷରୁ ମନା କରାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ […]

0
ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ଏମିତି କରନ୍ତୁ ଚିକିତ୍ସା

ଭୁବନେଶ୍ୱର: ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ। ଯେତେବେଳେ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ବା ୧୦୫.୧ ଡିଗ୍ରୀ ଫାରେନାଇଟ୍‌ରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ। ଲକ୍ଷଣ: ସାଧାରଣତ ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ତ୍ଵଚା ଶୁଖିଯାଏ ଓ ଶରୀର ତାତିଯିବା ସହ ଲାଲ୍ ପଡ଼ିଯାଏ। ଏଥିସହ ଶ୍ଵାସକ୍ରିୟାର ବେଗ ବଢିଯିବା, ରୋଗୀ ଚେତାଶୂନ୍ୟ ହୋଇଯିବା, ତଣ୍ଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହ ହାତ […]

trade--1
ପାକିସ୍ତାନ-ଭାରତ ମଧ୍ୟରେ ଟ୍ରେଡ୍ ଓ୍ୱାର୍

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ଲଢ଼େଇର ପ୍ରଭାବ ସୀମାରେ ଦେଖିବାକୁ ମିଳିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨ଶହ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲଗାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ଟ୍ରେଡର୍ସମାନେ ସ୍ୱାଗତ କରିଛନ୍ତି। ଏହା ଫଳରେ ଭାରତ-ପାକିସ୍ତାନ ଅଟାରୀ ବର୍ଡରରେ ଶହ ଶହ ଟ୍ରକ୍‌ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଟ୍ରେଡ୍ ୟୁନିୟନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ […]

4
ଝିଅ ବାହାଘର କରିବା ବଦଳରେ ‘ଫୋନି’ ପାଇଁ ସହର ଛାଡ଼ୁଛନ୍ତି ପରିବାର

ଭୁବନେଶ୍ୱର: ‘ଫୋନି’ ପ୍ରଭାବରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ବାହାଘର ଭଳି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ଭାଗ୍ୟ ମଧ୍ୟ ଏବେ ଅନିଶ୍ଚିତତା ଭିତରେ। ଯେଉଁମାନେ ବାହାଘର ପାଇଁ ଭୁବନେଶ୍ୱର କିମ୍ବା ପୁରୀରେ ମଣ୍ଡପ ଠିକ୍ କରି ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ସେମାନଙ୍କ ଅବସ୍ଥା କଥା ଏବେ ନ କହିବା ଭଲ। ବାତ୍ୟା ମାଡ଼ରେ ଅଧିକାଂଶ କଲ୍ୟାଣ ମଣ୍ଡପର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଫଳରେ ବାହାଘର ଘୁଞ୍ଚାଇବାକୁ ଲୋକେ ବାଧ୍ୟ ହେଉଛନ୍ତି। ଆଉ ଦୁଇଦିନ ପରେ […]

wire
ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୩ ଗିରଫ

ଗଜପତି  : ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି ଗଜପତି ଜିଲ୍ଲା ମୋହନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ଗୋବିନ୍ଦପୁର ଗ୍ରାମର ନାରାୟଣ କାର୍ଯ୍ୟୀ, ନିରଞ୍ଜନ ମଲ୍ଲିକ ଓ ଚାନ୍ଦିପୁଟଗାଁର ସୁରେନ୍ଦ୍ର ଗୌଡ଼ ୨୦୧୮ ଅଗଷ୍ଟ ମାସରେ ବିଯୁକ୍ତ ମାନେ ଏହି ତାର ଚୋରି କରି ଜଙ୍ଗଲରେ ଲୁଚାଇ ରଖିଥିଲେ। ଏହି ତାର ଚାନ୍ଦିପୁଟ କଲେଜ ପଛପଟୁ ଚୋରି ହେବା ପରେ ଏନେଇ  ଠିକାଦର ଚାନ୍ଦିପୁଟ ଥାନାରେ […]

3
‘ଫୋନି’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି

ଭୁବନେଶ୍ୱର: ‘ଫୋନି’ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି। ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଟିମ୍‌ର ସଦସ୍ୟମାନେ ୧୨ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ। ଏହାପରେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ।

patient carry on cot
ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା : ରାସ୍ତା ଖରାପ ଯୋଗୁଁ  ଆସିପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ଖଟିଆରେ ବୋହି ନେଇ ଗୁରୁତର ରୋଗୀଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚାଇଲେ ଗାଁ ଲୋକେ। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ବଡ଼ିପଦର ପଞ୍ଚାୟତର ମେଟାଗୁଡ଼ା ଗାଁରେ। ପାରିବାରିକ କଳହରୁ ସ୍ତ୍ରୀ ବିଷପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଖବର ତାଙ୍କ ସଂପର୍କୀୟ ଜାଣିବାପରେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ନଆସିବାରୁ […]

2
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ବିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରାୟ ୮୦ହଜାର ହିତାଧିକାରୀଙ୍କୁ ୨୫୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ସଫା କରିବା ପାଇଁ ୫୦୦ରୁ ଅଧିକ ଟ୍ରାକ୍ଟର, ଜେସିବିକୁ କାର୍ଯ୍ୟରେ ଲଗାଯାଇଛି। ତେବେ ୨ଦିନ ମଧ୍ୟରେ ରାଜଧାନୀର ସ୍ଥିତି ସ୍ୱାଭାବିକ ହେବ ବୋଲି ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା […]