Advertisment

Post Office Recruitment : ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି; ଦରମା ୬୩ ହଜାର

ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ଡାକ ବିଭାଗ ଏକେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି ଡାକ ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ପ୍ରଥମେ ପ୍ରକାଶିତ ବିଜ୍ଞାପନକୁ ଦେଖନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Indian Post Office Recruitment 2024

Indian Post Office Recruitment apply for 27 posts

ଭାରତୀୟ ଡାକ ବିଭାଗ (India Post Office )ରେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ଡାକ ବିଭାଗ ଏକେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି ଡାକ ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ପ୍ରଥମେ ପ୍ରକାଶିତ ବିଜ୍ଞାପନକୁ ଦେଖନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଡାକ ବିଭାଗରେ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପୂରଣ ହେବ। ଏଥିପାଇଁ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୭ଟି ପଦବୀ ପୂରଣ ହେବ। ସବୁଠାରୁ ବଡ କଥା ହେଲା ଏନେଇ ଦଶମ ପାଶ୍‌ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନାରେ ଚାକିରି ସୁଯୋଗ; ଅଷ୍ଟମ ପାଶ୍‌ ପ୍ରାର୍ଥୀ ବି କରିପାରିବେ ଆବେଦନ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ www.indiapost.gov.inକୁ ଯାଇ ଏନେଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Post Office Recruitment apply for 27 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ମେ ୨୦୨୪

ଖାଲି ପଦବୀ:

  • UR ପ୍ରାର୍ଥୀ – ୧୪ଟି ପୋଷ୍ଟ
  • EWS ପ୍ରାର୍ଥୀ – ୦୧ଟି ପୋଷ୍ଟ
  • OBC ପ୍ରାର୍ଥୀ – ୦୬ଟି ପୋଷ୍ଟ
  • SC ପ୍ରାର୍ଥୀ – ୦୪ଟି ପୋଷ୍ଟ
  • ST ପ୍ରାର୍ଥୀ – ୦୨ଟି ପୋଷ୍ଟ
  • ମୋଟ୍ ପ୍ରାର୍ଥୀ – ୨୭ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • ଡ୍ରାଇଭିଂ ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧୯,୯୦୦ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୩,୨୦୦ଟଙ୍କା

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ଦେୟମୁକ୍ତ

ଅଧିକ ପଢ଼ନ୍ତୁ: ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ସୁଯୋଗ ନେବେ

ଚୟନ ପ୍ରକ୍ରିୟା:

  • ଟ୍ରେଡ୍ ଟେଷ୍ଟ୍
  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ବିଜ୍ଞାପନରେ ଥିବା ଆବେଦନ ଫର୍ମର ପ୍ରିଣ୍ଟ୍ ବାହାର କରନ୍ତୁ
  • ଏହାକୁ ଠିକ୍ ଭାବେ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଯୋଡନ୍ତୁ
  • ନିମ୍ନ ଠିକଣାରେ ପଠାନ୍ତୁ

The Manager, Mail Motor Service, Bengaluru, Pin - 560001.

Govt Jobs Post Office Recruitment Indian Postal Recruitment
Advertisment
Advertisment