• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jammu
ଏବେ ଜମ୍ମୁ କଶ୍ମୀରରେ କ’ଣ ସବୁ ବଦଳିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ପୂର୍ବରୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର ହୋଇଛି।ଏବେ ଏହା ଏକ ରାଜ୍ୟ ନୁହେଁ, ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଲଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ମଧ୍ୟ ଏକ ପ୍ରସ୍ତାବ […]

cricket
ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ପ୍ରଥମ ସିରିଜ୍‌ ବିଜୟ, କୃନାଲ୍ କଲେ କମାଲ

ଲାଉଡରହିଲ୍: ୱେଷ୍ଟଇଣ୍ଡିଜ୍‌କୁ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ହରାଇ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ନିଜ ନାଁରେ କବଜା କରି ନେଇଛି। ଗତକାଲି ଆମେରିକାର ଫ୍ଲରିଡାରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ଭାରତ ଡି/ଏଲ୍‌ ନିୟମ ଅନୁଯାୟୀ ୨୨ ରନ୍‌ରେ ଜିତିଛି। ଭାରତର କୃନାଲ ପାଣ୍ଡ୍ୟା’ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଆଗରେ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟକୁ ପିଛା […]

murder
ଜମି ବିବାଦକୁ ନେଇ ମହିଳାଙ୍କ ତଣ୍ଟି କାଟି ହତ୍ୟା

ବିନିକା (ଦିଲ୍ଲୀପ ସାହୁ): ଜମି ବିବାଦକୁ ନେଇ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ଆଜି ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ପୂର୍ବ ଶତ୍ରୁତାରୁ ଏହି ନୃଶଂସ କାଣ୍ଡ ଘଟିଥିବା କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ ଏ ନେଇ ଅଭିଯୋଗ ହୋଇନାହିଁ। ଆଜି ରାତି ପ୍ରାୟ ୯.୨୦ ମିନିଟ୍‌ରେ ଘୋଡ଼ାଧାର ଗାଁର କଟିଁଆ ଲୁହା, ତାଙ୍କ […]

india run
ରୋହିତଙ୍କ ୬୭, ଟିମ୍ ଇଣ୍ଡିଆ ୧୬୭/୫

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୬୮ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରୋହିତ୍ ୫୧ ବଲରେ ୬ ଚୌକା ଓ ୩ […]

UNIQUE MAN
ନିଜର ମହତ କାମ କରି ପ୍ରେରଣା ପାଲଟିଛନ୍ତି ରତୀନ୍ଦ୍ର ଓ ନନ୍ଦ

ଭୁବନେଶ୍ୱର : ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ ଭଦ୍ରକ ଧ୍ରୁବପହଲିପୁର ଗାଁରେ ଧ୍ରୁବତାରା ସାଜିଥିବା ନନ୍ଦ ଜେନା। ଜଣେ ଭଲପାଏ ପରିବେଶକୁ ଆଉ ଜଣେ ଅଭାବୀ ମଣିଷଙ୍କ ଅସୁବିଧା ଦୂର କରିବାକୁ। ବାଲେଶ୍ୱର ଜିଲ୍ଲା ଘଣ୍ଟୁଆ […]

RABI
ରାଜଧାନୀରେ କମିଶନରେଟ୍ ପୁଲିସର ପୁଣି ଏନ୍‌କାଉଣ୍ଟର ; ଅପରାଧୀ ରବି ରାଓ ଆହତ

ଭୁବନେଶ୍ୱର : କ୍ରମାଗତ ଭାବେ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍‌ ପାଇଁ ଆକ୍‌ସନ ମୋଡକୁ ଆସିଥିବା କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି। ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ୫ଟି ଏନ୍‌କାଉଣ୍ଟର। ଏଥର କମିଶନରେଟ୍‌ ପୁଲିସର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ। ଆଜି ସନ୍ଧ୍ୟା ବେଳେ ଭରତପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଥିବା କମିଶନରେଟ୍‌ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ପୁଲିସକୁ ଦେଖି ରବି ଫାୟାରିଂ […]

rohit
ରୋହିତଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୧୦୦ ଟପିଲା

ଲାଉଡରହିଲ୍: ଜବରଦସ୍ତ ଫର୍ମରେ ଥିବା ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଛନ୍ତି। ପ୍ରଥମ ଟି-୨୦ରେ ୨୪ ରନ୍ କରି ଆଉଟ୍ ହୋଇଥିବା ରୋହିତ୍ ଆଜି କୌଣସି ଭୁଲ୍ ନକରି ୪୦ ବଲରେ ନିଜର ୧୭ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଶାନି ଟମାସ ପ୍ୟାଭିଲିୟନ୍ ପଠାଇଛନ୍ତି। ସେ ୫୧ ବଲରେ ୬ ଚୌକା ଓ ୩ ଛକା ସହ […]

grandmother arrest
ନାତୁଣୀକୁ ନିର୍ଦ୍ଦୟ ମାଡ଼ ଘଟଣା ; ଅଭିଯୁକ୍ତ ଜେଜେ ମାଆ ଗିରଫ ପରେ କୋର୍ଟ ଚାଲାଣ

ଅନୁଗୁଳ( ବିରଜା ଦାସ) : ନାତୁଣୀକୁ ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ପିଶାଚୀ ଜେଜେ ମାଆ ଗିରଫ। ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଗଡଡରାସ ଗାଁରେ ନାତୁଣୀକୁ ନିର୍ଦ୍ଦୟ ଭାବେ ମା଼ଡ଼ ମାରିଥିବା ଅଭିଯୋଗରେ ତାର ଜେଜେମାଆ କୁମୁଦିନୀ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗତକାଲି ନାତୁଣୀକୁ ଜେଜେ ମାଆ କୁମୁଦିନୀ ରାଉତ ମାଡ଼ ମାରିଥିବା ଘଟଣା ପ୍ରଘଟ ହୋଇଥିଲା। ନାତୁଣୀକୁ ମାଡ଼ମାରି ଗୋଟିଏ ଘରେ ତାଲା ପକାଇ ରଖିଥିଲା ତାର ଜେଜେ […]

kunduli---
କୁନ୍ଦୁଲି ରିପୋର୍ଟକୁ ନେଇ ରାଜନୀତି ଜୋର : ମାମଲା ଚପାଇବାକୁ ଉଦ୍ୟମ ହୋଇଥିବା କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ନେଇ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିଛି। ହେଲେ ସତ ପଦାକୁ ଆସିପାରିନି। ରହସ୍ୟ ଘେରରେ ରହିଯାଇଛି କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା। ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ମଧ୍ୟ ଘଟଣା ଉପରୁ ପରଦା ଉଠାଇ ପାରିନାହାନ୍ତି କମିଶନ। ତେବେ ଦୁଷ୍କର୍ମ ଅଭିଯୋଗକୁ ମନଗଢ଼ା ଓ ମିଛ ବୋଲି କମିଶନ କହିଛନ୍ତି। ହେଲେ ପୀଡ଼ିତା କାହିଁକି ମିଛ କହିଲେ ଓ […]

friend
ହେପି ଫ୍ରେଣ୍ଡସିପ୍‌ ଡେ... ବନ୍ଧୁ ପାଇଁ ଦିନଟିଏ

ଭୁବନେଶ୍ୱର: ସୁଖରେ ଦୁଃଖରେ ଯିଏ ପାଖରେ ରହି ମନୋବଳ ବଢ଼ାଏ। ନିଜ କଷ୍ଟ ଭୁଲି ଯିଏ ଅନ୍ୟକୁ ହସାଏ, ତାକୁ ବନ୍ଧୁ କୁହାଯାଏ। ବନ୍ଧୁଙ୍କ ସହ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ସାରା ବିଶ୍ୱ ପାଳୁଛି ଫ୍ରେଣ୍ଡସିପ୍ ଡେ’। ଆଉ ଏବେକାର ଟ୍ରେଣ୍ଡରେ ବନ୍ଧୁତା ଦିବସ ଶୁଭେଚ୍ଛା ଜଣାଇବାକୁ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଚକୋଲେଟ୍, ଫୁଲତୋଡ଼ା ପରସ୍ପରକୁ ଦେଇ ପାଳନ କରାଯାଉଛି ଏହି ଦିବସ। ଏନେଇ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଫ୍ରେଣ୍ଡସିପ୍ ଡେ’ […]

encounter
କମିଶନରେଟ୍ ପୁଲିସ ରାଡାରରେ ଅପରାଧୀ : ୨୪ ଘଣ୍ଟାରେ ଦ୍ୱିତୀୟ ଏନ୍‌କାଉଣ୍ଟର,

ଭୁବନେଶ୍ୱର : କମିଶନରେଟ୍ ପୁଲିସର ଚାଞ୍ଚଲ୍ୟକର ଖୁଲାସା।  ଆପାର୍ଟମେଣ୍ଟରେ ନକଲି ମଦ କାରବାରର ପର୍ଦ୍ଦାଫାସ୍। ନାମୀଦାମୀ ବ୍ରାଣ୍ଡର ବୋତଲ ସହ ବ୍ରାଣ୍ଡେଡ୍ ଠିପି, ଲେବଲ ଓ ମଦ ତିଆରି ସାମଗ୍ରୀରେ  ଅସଲି ନାଁରେ ନକଲି ମଦ ତିଆରି କରି ଚାଲୁଥିଲା ବେଧଡ଼କ ବେପାର। ଧଉଳି ନିକଟ ବାପୁଜୀ ହାଇଟ୍ ଆପାର୍ଟମେଣ୍ଟର ୨୦୮ ନମ୍ବରର ଘର ମାଲିକ ଏକ ସିକ୍ୟୁରିଟି ଏଜେନ୍ସି କରିଥିବା ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦେଇଥିଲେ। କିନ୍ତୁ ସେହି ଘରେ ଲୋକ […]

opsc
OPSCରେ ବିଭ୍ରାଟ ! ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ସାଂଘାତିକ ତ୍ରୁଟି

କଟକ : ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିଶନ (OPSC) ପରୀକ୍ଷା ପରିଚାଳନାରେ ବିଭ୍ରାଟ ଯୋଗୁ ମେଧାବୀ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି। ପରୀକ୍ଷାରେ ଭଲ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମାର୍କ ବାରମ୍ବାର ବଦଳି ଯାଉଛି। ଏପରିକି, ଖାତାର ନକଲ ପାଇବା ପାଇଁ ଲାଗୁଛି ଦେଢ଼ ବର୍ଷ। ଓପିଏସ୍‌ସିରେ ଏପରି ବିଭ୍ରାଟ ଉପରୁ ପର୍ଦ୍ଦା ଉଠାଇଛନ୍ତି ଭଦ୍ରକ ଜିଲ୍ଲାର ଧାମନଗରର ରଜତ ମିଶ୍ର। ଧାମନଗରର ରଜତ ମିଶ୍ର ୨୦୧୫ରେ OAS ଲିଖିତ ପରୀକ୍ଷା ଦେଇଥିଲେ। ଏଥିରେ ସେ […]

jhoti
ପୁରୀରେ ବଡ଼ଦାଣ୍ଡ ମହୋତ୍ସବ ; ପାରମ୍ପରିକ ଝୋଟି ଚିତା ଆଙ୍କିଲେ ମହିଳା

ପୁରୀ  : ପୁରୀ ବଡ଼ଦାଣ୍ଡରେ ଗତଥର ଭଳି ରବିବାର ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଦଦାଣ୍ଡରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକତା ପରିବେଶ। କେଉଁଠି ପଞ୍ଚବର୍ଣ୍ଣ ମୁରୁଜରେ ମହିଳା ମାନେ ପକାଇଥିଲେ ପାରମ୍ପରିକ ଝୋଟି ଚିତା ତ ପୁଣି କେଉଁ ମୁରୁଜରେ ଆଙ୍କିଥିଲେ ଗ୍ରାମ୍ୟଜୀବନ ଓ ଫୁଲ ଗଛ ପତ୍ରର ଚିତ୍ର। କେବଳ ଝୋଟି ଚିତା ନୁହେଁ ସଂକୀର୍ତ୍ତନର ତାଳେ ତାଳେ ସୃଷ୍ଟି ହୋଇଥିଲା ଜଗନ୍ନାଥମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଜଣାଣର […]

airport jharsuguda
ଝାରସୁଗୁଡା ଏୟାରପୋର୍ଟରେ କାର୍ଯ୍ୟକ୍ଷମ ହେବ DVOR ମେସିନ୍

ଝାରସୁଗୁଡ଼ା : ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସୋମବାର ଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ୱାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଆଜି ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁ ଏଠାରେ ବିମାନ ଉଡ଼ାଣ ତଥା ଅବତରଣ ନେଇ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ଯାତ୍ରୀମାନେ ଭୀଷଣ ଅସୁବିଧା ଭୋଗୁଥିଲେ। ଏହି ସମସ୍ୟା […]

missile
ସର୍ଫେସ୍‌ ଟୁ ଏୟାର୍ ମିସାଇଲ୍‌ QR-SAMର ସଫଳ ପରୀକ୍ଷଣ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ୧ ନମ୍ବର ଲଞ୍ଚପ୍ୟାଡ୍‌ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଥିଲା QR-SAM। ଏହାକୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଛଡ଼ାଯାଇଥିଲା। ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୩୦ କିଲୋମିଟର ରହିଛି। […]

rain
୭ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଜି ସନ୍ଧ୍ୟା ୭ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ କ୍ଷୀଣ […]

protest
ବିଜେଡି ସାଂସଦଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଆଜି ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କ ସମର୍ଥକମାନେ ରାସ୍ତାରେ ଶୋଇ ତାଙ୍କୁ ବିରୋଧ କରିଥିଲେ। ଫଳରେ ସାଂସଦ ହଟହଟା ହୋଇଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କନକପୁର ପଞ୍ଚାୟତରେ ଆଜି ଏକ ଚାରା ରୋପଣ କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେବା ପାଇଁ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କେତେକ କର୍ମୀଙ୍କ ସହ ଯାଉଥିଲେ। […]

rape
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୁଆ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଗତକାଲି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତକୁ ଗତକାଲି ସନ୍ଧ୍ୟାଠୁ ଅଟକ ରଖି ପଚରାଉଚରା କରୁଛି। ଜୁଲାଇ ୩୧ ତାରିଖରେ ଯୁବତୀ ଜଣକ ଘରେ ଏକୁଟିଆ ଥିବା ଦେଖି ପଦ୍ମପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧପଡ଼ା ଗାଁର ଜଣେ ଯୁବକ ତାଙ୍କୁ ଘରୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା।  […]

kidnap
ସାଲେପୁର ନେମାଳ ମଠରୁ ଭକ୍ତଙ୍କୁ ଅପହରଣ !

ସାଲେପୁର(ମନୋଜ ଆଚାର୍ଯ୍ୟ): ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳ ବଟରୁ ପୁଲିସ ନାଁ କହି ଜଣେ ଯୁବକଙ୍କୁ ୬ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଆଜି ଏପରି ଅପହରଣ କାଣ୍ଡ ଘଟିଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଆଜି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଶୁଭେନ୍ଦୁ ମହାନ୍ତି, ତାଙ୍କ ପତ୍ନୀ ଲୋପାମୁଦ୍ରା ଓ ତାଙ୍କର ଦୁଇ ଝିଅ ଆଜି ନେମାଳ ମଠକୁ ବୁଲିବା […]

parad
ବଦଳିପାରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥଳ

ଭୁବନେଶ୍ୱର : ବଦଳିପାରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥଳ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଏଥର ସ୍ୱାଧୀନତା ଦିବସରେ ପରେଡ଼ ହୋଇନପାରେ। ମହାତ୍ମା ଗାନ୍ଧି ମାର୍ଗ ବଦଳରେ ରାଜଧାନୀର ଅନ୍ୟ କୌଣସି ସ୍ଥାନରେ ପରେଡ଼ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସହରରେ ବିଭିନ୍ନ ସ୍ଥାନ ବଛା ଯାଉଛି। ଜନତା ମଇଦାନ, କଳିଙ୍ଗ ଷ୍ଟାଡିଅମ ଓ ୟୁନିଟ ଥ୍ରୀ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଡିଜିପି, ଗୁଇନ୍ଦା ଅଧିକାରୀ ଏବଂ ବରିଷ୍ଠ […]