• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

vlcsnap-2018-06-16-09h55m41s499
ଅାଜି ଶେଷ ରଜ: କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ସବର ମାହୋଲ

କେନ୍ଦ୍ରାପଡ଼ା/ଅାଳି/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜପର୍ବ ଅାନନ୍ଦ ଉଲ୍ଲାସର ସହ ପାଳିତ ହେଉଛି I ଦୂର ଦୂରାନ୍ତରେ ରହି ଚାକିରି ଓ ବ୍ୟବସାୟ କରୁଥିବା ଜିଲ୍ଲାର ଲୋକମାନେ ରଜଛୁଟି କଟାଇବାକୁ ଗାଁକୁ ଫେରି ଅାସିଛନ୍ତି I ଘରେ ଘରେ ପିଠାପଣା ସାଙ୍ଗକୁ ଦୋଳି ଖେଳ, ପୁଚି ଖେଳ ରଜର ମୁଖ୍ୟ ଅାକର୍ଷଣ ରହିଛି I କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଅାଳି, ରାଜକନିକାର ବିଭିନ୍ନ ସ୍ଥାନରେ ସାମୂହିକ ଭାେବେ ରଜ ପାଳିତ ହୋଇଛି I ଅାଳି ଡାକବଂଗଳାରେ […]

malkangiri
ବର୍ଷା କମିଛି, ଦୁର୍ଦ୍ଦଶା କମିନାହିଁ

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ବର୍ଷା କମିଥିଲେ ମଧ୍ୟ କମିନାହିଁ ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀରେ ଜଳ ନିଷ୍କାସନ ହୋଇନପାରିବାରୁ ଏବେ ବି ସାବେରୀ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି। ସେଥିପାଇଁ କାଲିମେଳାରୁ ପଡ଼ିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ପ୍ରାୟ ୩ ଦିନ ହେଲାଣି ଛତିଶଗଡ଼ ଓ ମାଲକାନିଗିରି ମଧ୍ୟରେ ସଂପର୍କ ଛିନ୍ନ ହୋଇଛି। ସେପଟେ ଚାଷ ଜମିରୁ ପାଣି କମିଥିଲେ ମଧ୍ୟ ବ୍ୟାପକ ଫସଲ […]

pratap jena mother
ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କ ପରଲୋକ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ ବିୟୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

medical
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ; ଡାକ୍ତରଖାନା ପରିସରରେ ଉତ୍ତେଜନା

ବାଲେଶ୍ୱର ( ରଶ୍ମି ରଂଜନ ଦାସ) : ଚିକିତ୍ସା ଅବହେଳାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ରୋଗୀ ମୃତ୍ୟୁ। ଅଭିଯୋଗ ଅନୁଯାୟୀ, ଦରଘାବଜାରର ରିଆସତ ଅଲିଙ୍କ ଝିଅ ରୁବିନା ଖାତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି କୌଣସି ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆସି ନଥିଲେ। ଏଥିଯୋଗୁଁ ରୁବିନାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଟାଉନ ଥାନା ଅଧିକାରୀ ଓ […]

accident
୨ ପରିବା ବିକାଳୀଙ୍କ ଉପରେ ଏକ ଚଢ଼ିଗଲା ଟ୍ରକ୍‌

ବାଲେଶ୍ୱର(ରଂଜିତ୍‌ ପାକଳ) : ବାଲେଶ୍ୱର ଜିଲ୍ଲା  ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ ଗିରି। ଉଭୟଙ୍କ ଘର ରେମୁଣା ବ୍ଲକ୍‌ ଗଣ୍ଡରଦା ଗାଁରେ। ଆଜି ଭୋର ପ୍ରାୟ ୪ଟା ବେଳେ ସୁରେନ୍ଦ୍ର ଓ ନିରଞ୍ଜନ ଘରୁ ପରିବା ଧରି ସାଇକେଲରେ ବାଲେଶ୍ୱରର […]

raja
ରଜ ଉତ୍ସବର ଆଜି ଶେଷ ଦିନ; ସବୁଠି ପିଠା, ମିଠା ଓ ପାନର ମହକ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି। ରାଜଧାନୀର ପାତ୍ରପଡା ଓ ଧଉଳିର ଗୋପୀନାଥପୁରରେ ରଜକୁ ବେଶ୍ ଧୁମ୍‌ଧାମ୍‌ରେ  ପାଳନ କରାଯାଇଛି। ପାତ୍ରପଡାର ମୁଖ୍ୟ ଆକର୍ଷଣ ହେଉଛି ୧୬୨ଟି ଦୋଳି।  ଏହା ସାଙ୍ଗକୁ ବିଭିନ୍ନ ଖେଳକୁଦ […]

soro
ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଧୋକାବାଜି

ସୋର: ଲଭ୍‌-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ […]

mission
ଫିଲ୍ମ ‘ମିଶନ ମଙ୍ଗଲ୍‌’ର ନୂଆ ଟ୍ରେଲର ରିଲିଜ

  ମୁମ୍ବାଇ : ଅପକମିଂ ବଲିଉଡ ଫିଲ୍ମ ‘ମିଶନ ମଙ୍ଗଲ୍‌’ର ଆଉ ଏକ ନୂଆ ଟ୍ରେଲର ରିଲିଜ ହୋଇଛି। ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟାବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ  ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ […]

heat wave
ବର୍ଷା ଋତୁରେ ଅସହ୍ୟ ତାତି; ସପ୍ତାହେ ଯାଏ ମିଳିବନି ତ୍ରାହି

ଭୁବନେଶ୍ୱର: ମୌସୁମୀ ଆସିଲା, ହେଲେ ବର୍ଷାର ଦେଖା ନାହିଁ। ଏପଟେ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ଥିଲା। ସେହିପରି ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ୍‌ରେ ରାଜଧାନୀବାସୀ ଶିଝିଥିଲେ। ସତେ ଯେମିତି ଅଗ୍ନି ବର୍ଷା ହୋଇଥିଲା ଭଳି ଅନୁଭୂତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ […]

collector
ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହଙ୍କ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ପତ୍ନୀ ଶୁଚି ସିଂହ। ସେ ଏବେ ଆଲାଏଡ୍ ଅଫିସର ଭାବେ ରେଲେଓ୍ୱରେ କାର୍ଯ୍ୟରତ ଅଛନ୍ତି। ବେଆଇନ ଭାବେ ବର୍ମା ତାଙ୍କ ଅଫିସିଆଲ ରେକର୍ଡ ହାସଲ କରିବାକୁ ଉଦ୍ୟମ କରିବା ସହ ସିଭିଲ ସର୍ଭିସ ପରୀକ୍ଷା ଦେବାରେ ବାଧା […]

ratna bhandar
ଡୁପ୍ଲିକେଟ୍ ଚାବିକୁ ନେଇ ଅକଳରେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବାବେଳେ ନିଜେ ଉପସ୍ଥିତ ଥିଲେ ସେ ।ଏବେ ରେକର୍ଡ […]

airport
ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବଢ଼ିଲା !

ଭୁବନେଶ୍ୱର :  ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ବଢ଼ିଲା ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ମଧ୍ୟ ସୁରକ୍ଷା ବଢ଼ାଯାଇଛି। ବିଶେଷକରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି। ରନ୍‌ୱେ ଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ୍ ପରିସର ତଥା ପାର୍କିଂ ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଇଛି। ନନ୍-ପାର୍କିଂ ଅଞ୍ଚଳରେ ରଖାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସନ୍ଦେହ […]

rourkela
ଆଉ ୨ଟି ମୃତଦେହ ଉଦ୍ଧାର

ରାଉରକେଲା  : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ-୯ରେ ୫ଜଣ ଫସିବା ଘଟଣାରେ ଆଜି ଆଉ ଦୁଇଟି ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ୨ଟି ମୃତଦେହ ଉଦ୍ଧାର କରିଛନ୍ତି। ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଜ୍ୟ ଲୁହା ସଂଗ୍ରହ କରିବାକୁ ଯାଇ ୪ ଜଣ ଫସିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଫସିଥିଲେ। ଏବେବି ଆହୁରି ୨ଟି ମୃତଦେହ ଉଦ୍ଧାର କରିବାକୁ ଲାଗିପଡିଛନ୍ତି ଉଦ୍ଧାରକାରୀ ଟିମ୍।  

kashmir
କଶ୍ମୀରରେ ୧୪୪ ଧାରା ଯୋଗୁଁ ଜୀବନଯାତ୍ରା ଅଚଳ ; ମୋବାଇଲ ଓ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ

ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି। ପ୍ରାୟ ସପ୍ତାହେ ଧରି ଅଚଳାବସ୍ଥା ରହିବା ପରେ ଆଜି ସ୍କୁଲ ଏବଂ କଲେଜ ଖୋଲିବ। ତେବେ ବର୍ତ୍ତମାନ ବି ୧୪୪ ଧାରା ବଳବତ୍ତର ରହିଛି। ପାସ୍ ଦେଖାଇ ଲୋକେ […]

sujaat
ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କ ଶେଷକୃତ୍ୟ

ଶ୍ରୀନଗର : ବିରାଟ ଶୋଭାଯାତ୍ରା। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଏହା ହେଉଛି ସୁଜାତ ବୁଖାରୀଙ୍କ ମୃତଦେହର ଶୋଭାଯାତ୍ରା । ସୁଜାତ ବୁଖାରୀ, ଜାମ୍ମୁ କାଶ୍ମୀରର ଖବର କାଗଜ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ। ଗତକାଲି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସୁଜାତ ବୁଖାରୀଙ୍କ ଜନ୍ମସ୍ଥାନ ବାରମୁଳାର କ୍ରିଏରିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ କବର ଦିଆଯାଇଥିଲା। ବୁଖାରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାଙ୍କ […]

stone man up
ଧରାପଡ଼ିଲା ପାରାଦୀପ ଷ୍ଟୋନ୍ ମ୍ୟାନ୍

ପାରାଦୀପ  : ଧରାପଡ଼ିଲା ପାରାଦୀପ ଷ୍ଟୋନ୍‌ମ୍ୟାନ୍। ପାରାଦୀପ ମେରାଇନ୍ ଥାନା ପୁଲିସ ଗତ ଜୁନ୍ ୨୯ ରାତିରେ ଘଟିଥିବା ଡବଲ୍ ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଶିବ ବେହେରା । ମେରାଇନ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିଡ଼ାଇବା ଏବଂ ମାରିବାରେ ଶିବ ଆନନ୍ଦ ନିଏ। ଘଟଣାଦିନ ରାତିରେ ମଧ୍ୟ ଶିବ ନିଶାସକ୍ତ ଅବସ୍ଥାରେ ନେହରୁବଙ୍ଗଳା ମାର୍କେଟ୍ କଂପ୍ଲେକ୍ସରେ ଆଶ୍ରୟ ନେଇଥିବା ଦୁଇ ମାନସିକ […]

bsnl
ଫିଫା ବିଶ୍ୱକପ୍‌ ; ଅଫର ପାଇଁ  ଟେଲିକମ୍ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା

ଫିଫା ବିଶ୍ୱକପ୍‌କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ। ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍‌ରୁ ଜୁଲାଇ ୧୫ ପର୍ଯ୍ୟନ୍ତ  […]