ମୁନିଗୁଡା: ଗାଁ ଗାଁରେ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ରହିଛି। ଏହି ଗାଡ଼ିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି। କିନ୍ତୁ କିଛି ଖାମଖିଆଲୀ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟସେବା ଯୋଗାଇବା ବଦଳରେ ଭ୍ରାମ୍ୟମାଣ ଗାଡ଼ିରେ କର୍ମଚାରୀମାନେ ବସି ତାସ ଖେଳୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ କୁରଲି ଅଞ୍ଚଳକୁ […]
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖରେ ବ୍ଲାଷ୍ଟିଂ ଯୋଗୁ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି ବିଜେପି ଆନ୍ଦୋଳନ ଚଳାଇ ଆସିଛି। ଏଥିଯୋଗୁ ଖଣିରୁ ଉତ୍ତୋଳନ କାର୍ଯ୍ୟ ଠପ୍ ହୋଇପଡ଼ିଛି। ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ସହ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କୁକୁଡା ପାଇଁ ବଳିପଡ଼ିଲେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭରପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତଙ୍କ ନାଁ ସମୀର ଡୁଙ୍ଗଡୁଙ୍ଗ। ସୂଚନାଅନୁସାରେ, ରୋଶନିଙ୍କ ଘରେ ଥିବା ସାତୋଟି କୁକୁଡ଼ା ହଠାତ୍ ମରିଯାଇଥିଲେ। ତେବେ ତାଙ୍କ ପଡୋଶୀ ସମୀରଙ୍କ ପରିବାର ଲୋକେ ଏହି କୁକୁଡାକୁ ବିଷ ଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ସମୀରଙ୍କ […]
କଟକ : କଟକରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲର୍କୁ ଘନ ଘନ ଜେରା। କାହିଁକି ସେ ଲୋକଙ୍କୁ ହତ୍ୟା କରୁଥିଲା, ହତ୍ୟା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଅଛି କି ତାହା ଖୋଜୁଛି ପୁଲିସ। ଲଗାତର ୩ ଜଣ ନିରାଶ୍ରୟ ଲୋକଙ୍କୁ ହତ୍ୟା ପରେ କଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୁକ୍ତ ନୟାଗଡ଼ ଓଡ଼ଗାଁ ଅଞ୍ଚଳର ନାରାୟଣ ସାହୁକୁ ଗତକାଲି ଧରିଥିଲା ପୁଲିସ। ସୂଚନା ଅନୁସାରେ, ଲୋକଙ୍କୁ ଧାରୁଆ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କରିବାରେ […]
ଭୁବନେଶ୍ୱର : ମୁନସୁନ୍ ଟ୍ରଫଲାଇନ୍ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ଏଥିସହ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ୯ ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼। ତେବେ ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି। ଏନେଇ […]
ନୂଆଦିଲ୍ଲୀ/ ଭୁବନେଶ୍ୱର : ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବା ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ସମର୍ଥନ କରିବ ବିଜୁ ଜନତା ଦଳ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହି ସୂଚନା ଦେଇଛନ୍ତି। ସେପଟେ ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି। ଲୋକସଭାରେ ପାସ୍ ହୋଇସାରିଥିବା ଏହି ବିଲ୍କୁ ରାଜ୍ୟସଭାରେ ପାସ୍ କରିବା ପାଇଁ ବିଜେପି […]
କୋଣାର୍କ( ସଞ୍ଜୟ ପତି) : ରାଜ୍ୟରେ ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୪ ହଜାର ହାଇସ୍କୁଲରେ ଚାଲୁଥିବା ଇ-ବିଦ୍ୟାଳୟ ପାଇଁ ଆଉଟସୋର୍ସିଂରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ଦିଆଯାଇଥିଲା। କିଛି କମ୍ପ୍ୟୁଟର ଶିକ୍ଷକଙ୍କ ନିଯୁକ୍ତି ଅବଧି ଗତ ମାର୍ଚ୍ଚରୁ ସରିଯାଇଛି। ଆଉ କିଛି ଶିକ୍ଷକଙ୍କ ନିଯୁକ୍ତି ଅବଧି ଏଇ ଅଗଷ୍ଟରେ ସରୁଛି। ସେହିପରି କମ୍ପ୍ୟୁଟର ଶିକ୍ଷକଙ୍କ ଅଭାବ ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଅପର ପ୍ରାଇମେରୀ, ନୋଡାଲ […]
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏହାକୁ ଆଦିବାସୀ କମିଟି ନାମକ ଏକ ସଂଗଠନ ବିରୋଧ କରୁଥିବା ନେଇ ପୋଷ୍ଟର ଲଗାଯାଇଛି। ଓଡ଼ିଶା ସୀମାନ୍ତ ଆନ୍ଧ୍ରର ରୁଡକୋଟାରେ ଏକ ଅସ୍ଥାୟୀ ଶାନ୍ତି ସ୍ତୁପ ନିର୍ମାଣ କରାଯାଇଛି। ଏହିଠାରେ ହିଁ ଆଦିବାସୀ କମିଟି ନାଁରେ ଏଭଳି ପୋଷ୍ଟର ଲାଗିଛି। ମାଓ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସାଧାରଣ ଲୋକଙ୍କ ନାଁ ମଧ୍ୟ ପୋଷ୍ଟରରେ ରହିଛି। ମାଓ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏମାନଙ୍କୁ ମାରିଥିବା […]
କୋରାପୁଟ ( ସୂର୍ଯ୍ୟପଣ୍ଡା) : ଲଗାଣ ବର୍ଷା ପାଇଁ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ। ଗତ ୪ ଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଏଥିପାଇଁ ରାଜ୍ୟ ପାଣିପାଗ ବିଭାଗ ଦ୍ୱାରା କୋରାପୁଟକୁ ରେଡ୍ ଆଲର୍ଟ ଦିଆଯାଇଥିବା ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡା, ବୋରିଗୁମ୍ମା ଓ ଜୟପୁର ଅଞ୍ଚଳରେ ପ୍ରାୟ ୧୨ ଟି ଘର ଭାଙ୍ଗି ଯାଇଥିବା ବେଳେ ବୈପାରିଗୁଡ଼ା ବ୍ଲକ୍ […]
ମୁମ୍ବାଇ: ରୋହିତ ଶର୍ମାଙ୍କ ସହ କୌଣସି ପ୍ରକାର ବିବାଦକୁ ଖଣ୍ଡନ କଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି। ରୋହିତଙ୍କ ପ୍ରଦର୍ଶନକୁ ସେ ସବୁବେଳେ ପ୍ରଶଂସା କରି ଆସିଛନ୍ତି। ଖେଳ ପରେ ଚେଞ୍ଜିଂ ରୁମ୍ରେ ସେ ସବୁବେଳେ ସାଥୀଙ୍କ ସହ ମଜା କରିଥାନ୍ତି ଓ ସାଥୀ ଖେଳାଳି କ୍ରିକେଟ ମାଧ୍ୟମରେ ଦେଶକୁ ଆଗକୁ ନେବାକୁ ଚେଷ୍ଟା କରୁଥିବାବେଳେ ଗଣମାଧ୍ୟମରେ ଏଭଳି ଅପପ୍ରଚାର କିପରି ହେଉଛି ବୋଲି ପ୍ରଶ୍ନ କରିଛନ୍ତି କୋହଲି। ୱେଷ୍ଟ ଇଣ୍ଡିଜ ଗସ୍ତ ପୂର୍ବରୁ କୋଚ୍ […]
ଗଂଜାମ : ଚାଷୀଙ୍କ ସହ ଜମିରେ ଧାନ ରୋଇଲେ ଜିଲ୍ଲାପାଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ମଥୁରା ପଂଚାୟତର ଭରସା ଗ୍ରାମରେ। ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ନେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଅଂଚଳକୁ ଯାଇଥିଲେ। ଏହି ସମୟରେ ସେଠାରେ ନିଜେ କାଦୁଅ ଜମିରେ ଧାନ ରୋଇଥିଲେ। […]
ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ହୋଇଯାଇଥିବା ମାଲକାନଗିରି ଜିଲ୍ଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତ ଦୁଇଦିନ ଧରି ଜିଲ୍ଲାର ଶତାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଗତକାଲି ଠାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସେପଟେ ଲଗାଣ ବର୍ଷାରେ ଦୁଇଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ପଡିଆ ବ୍ଳକରେ ମାଟି କାନ୍ଥ ପଡି ଜଣେ ଭୀମା କାବାସି ନାମକ ମହିଳା ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ,ମହିଳା ଜଣକ ଘରେ ଥିବାବେଳେ ହଠାତ […]
କଟକ : ନିଲମ୍ବିତ ହେଲେ କଟକ ମାଲଗୋଦାମ ଥାନା ମହିଳା କନଷ୍ଟେବଳ ଗୀତାଞ୍ଜଳି ଜେନା। ଗଣମାଧ୍ୟମକୁ ବାଇଟ୍ ଦେବା ଅଭିଯୋଗରେ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି ଡିସିପି। ସସ୍ପେଣ୍ଡ୍ ହୋଇଥିବା କନଷ୍ଟେବଳଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ହୋଇଥିଲା। ସମ୍ପୃକ୍ତ କନଷ୍ଟେବଳ ଲୁଟେରାକୁ କାବୁ କରିବା ପରେ ପୁଲିସ ଜିମା ଦିଆଯାଇଥିଲା। ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସମ୍ପୃକ୍ତ ମହିଳା କନଷ୍ଟେବଳ। ସୂଚନା ଅନୁସାରେ, ମାଲଗୋଦାମ ଥାନାର ମହିଳା କନଷ୍ଟେବଳ ଗୀତାଞ୍ଜଳି ଆଜି ସକାଳେ ଥାନାକୁ ଯାଉଥିବା ବେଳେ ଲୁଟେରାଟି […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ ସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ […]
ପୁରୀ : ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥାହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ବୈଠକ ପରେ ଶ୍ରୀମନ୍ଦିର […]