/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714296585.jpg)
OSSC New Recruitment 2024 Apply Online more than 560 Posts
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂଆ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଆବେଦକ କରିପାରିବେ। ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି।
ଏହି ନିଯୁକ୍ତି ମାଧ୍ୟମରେ OSSC CHSL ରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍, ୟୁନାନି ଆସିଷ୍ଟାଣ୍ଟ୍ ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୫୦ରୁ ଅଧିକ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍ସାଇଟ୍ https://ossc.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSC ର ଅଫିସିଆଲ୍ ୱେବ୍ସାଇଟ୍କୁ ଯାଆନ୍ତି। ଏଠାରେ ଥିବା What's New ତାଲିକା ସର୍ଚ୍ଚ କରନ୍ତୁ। View Pdf ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୫ ଏପ୍ରିଲ୍ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୭ ମେ ୨୦୨୪
ଖାଲି ପଦବୀ:
- ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ – ୨୨୦ଟି ପୋଷ୍ଟ
- ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ – ୨୧୬ଟି ପୋଷ୍ଟ
- ୟୁନାନି ଆସିଷ୍ଟାଣ୍ଟ୍ – ୦୭ଟି ପୋଷ୍ଟ
- ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ – ୨୧୨ଟି ପୋଷ୍ଟ
- ଅମିନ –୧୬ଟି ପୋଷ୍ଟ
- କେୟାର୍ଟେକର – ୦୨ଟି ପୋଷ୍ଟ
- ମୋଟ ପଦବୀ – ୬୭୩ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
- ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ / ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ / ୟୁନାନି ଆସିଷ୍ଟାଣ୍ଟ୍ – ଯୁକ୍ତ ୨ ବିଜ୍ଞାନ
- ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ – ଯୁକ୍ତ ୨ ଧନ୍ଦାମୂଳକ/ବିଜ୍ଞାନ
- ଅମିନ – ଯୁକ୍ତ ୨ କଳା / ବିଜ୍ଞାନ / ବାଣିଜ୍ୟ
- କେୟାର୍ଟେକର – ଦଶମ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ କୋହଳ:
- OBC – ୦୩ ବର୍ଷ
- ST/SC/Pwd/ESM – ୦୫ ବର୍ଷ
- PWD+SC/ST – ୧୫ ବର୍ଷ
ଦରମା:
- ପ୍ରାର୍ଥୀ ଚୟନ ହେବା ପରେ Group C Level - 3 ORSP, 2017 ଓ Group B Level - 9 ORSP , 2017 ଅନୁସାରେ ଦରମା ପାଇବେ
ଚୟନ ପ୍ରକ୍ରିୟା:
- ପ୍ରାଥମିକ ପରୀକ୍ଷା
- ମୁଖ୍ୟ ପରୀକ୍ଷା
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- +2/ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଜାତି ପ୍ରମାଣପତ୍ର
- ସିଗ୍ନେଚର୍
- ଆଧାର କାର୍ଡ
- ଭୋଟର କାର୍ଡ
- ବାସିନ୍ଦା ସାର୍ଟିଫିକେଟ୍
- ପାସପୋର୍ଟ ଆକାରର ଫଟୋଗ୍ରାଫ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)