• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sleepless-night
ମାନସିକ ଚାପ ବା କର୍ମକ୍ଲାନ୍ତି ଯୋଗୁ ନିଦ ହଜିଯାଉଛି କି ? ଜାଣନ୍ତୁ, କ'ଣ କଲେ ସୁନିଦ୍ରା ଆସିବ ?

ମଣିଷ ସୁସ୍ଥ ରହିବାକୁ ଖାଦ୍ୟ ପାନୀୟ ଯେତିକି ଅାବଶ୍ୟକ, ଉତ୍ତମ ନିଦ୍ରା ମଧ୍ୟ ସେତିକି ଆବଶ୍ୟକ I ହେଲେ ବର୍ତ୍ତମାନ ବିଛଣାକୁ ଯିବାପରେ ନିଦ ନ ହେବାଟା ଅାଜିକାଲିର କର୍ମଜୀବୀ ମହିଳା ଓ ପୁରୁଷମାନଙ୍କର ନିତିଦିନିଅା ସମସ୍ୟା ହୋଇଗଲାଣି I ଦିନ ତମାମ୍ କର୍ମକ୍ଷେତ୍ରରୁ କ୍ଲାନ୍ତ ହୋଇ ଫେରିଥିବା କର୍ମଜୀବୀମାନଙ୍କୁ ନିଦ ନ ହେବାରୁ ସେମାନେ ନାନା ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I  ଯଦି ଅାମ ଶରୀରକୁ ନିଦର ଅଭାବ ହୋଇଥାଏ, ତାହେଲେ ଏହି ସମସ୍ୟା ଗୁଡିକ […]

seriel killer wife
କଟକ ସିରିଏଲ କିଲିଂ ଘଟଣା ; ସିବିଆଇ ତଦନ୍ତ ଦାବି କଲେ ଗିରଫ ନାରାୟଣ ସାହୁଙ୍କ ପତ୍ନୀ

କଟକ : କଟକ ସିରିଏଲ କିଲିଂ ଅଭିଯୋଗରେ ନାରାୟଣ ସାହୁ ଗିରଫ ଘଟଣାରେ ପୁଣି ଜେଏମଏଫସି କୋର୍ଟରେ ମାମଲା। ଘଟଣାର ସିବିଆଇ ତଦନ୍ତ ସହ ଜଣେ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ। ତାଙ୍କ ସ୍ୱାମୀ ନିର୍ଦ୍ଦୋଷ। ତାଙ୍କୁ ପୁଲିସ ଫସାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ଦିନ ସେ ଗାଁରେ ଥିବାବେଳେ ପୁଲିସ କିପରି ତାଙ୍କୁ ହତ୍ୟାକାରୀ ବୋଲି କହୁଛି ସେ […]

jharsuguda
ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା

ଝାରସୁଗୁଡ଼ା: ଜଣେ ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଲଖନପୁର ବ୍ଲକ କନକତୋରା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାବୁଡେରା ଢାବା ମାଲିକ ରାଜେଶ ସାହୁଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଢାବାରେ ରାଜେଶ ଶୋଇଥିବାରୁ ଆଜି ସକାଳେ ତାଙ୍କ ସ୍ତ୍ରୀ ଜଳଖିଅଆ ଧରି ଢାବାରେ ପହଞ୍ଚିଥିଲେ। […]

representationl image
ନାବାଳିକା ଝିଅ ସହ ଦୁଷ୍କର୍ମ ଉଦ୍ୟମ ପରେ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: ଝିଅ ସବୁଠି ଅସୁରକ୍ଷିତ। ଏମିତିକି କେଉଁଠିକି ବୁଲି ଯିବା ବି ନିରାପଦ ନୁହେଁ। ପହିଲି ରଜ ଦିନ ଏକ ଝିଅ ତା ସାଙ୍ଗ ସହ ସମୁଦ୍ରକୂଳକୁ ବୁଲି ଯାଇଥିବାବେଳେ ଲମ୍ପଟମାନଙ୍କ କବଳରୁ ଖସି ପାରି ନାହିଁ । ଲମ୍ପଟ ଯୁବକମାନେ ତା ଇଜ୍ଜତ ମହତ ନେବା ସହ ଭିଡିଓ ଭାଇରାଲ କରି ଆଇନ କାନୁନକୁ ଆଖିଠାର ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ଝିଅଟିର […]

at home
ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ; ଭାଗ ନେବେ ୨ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ

ଦିଲ୍ଲୀ( ଶିବାନନ୍ଦ) : ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ‘ଆଟ୍‌ ହୋମ’ କାର୍ଯ୍ୟକ୍ରମ। ଚଳିତ ବର୍ଷ ଏଥିରେ ଓଡ଼ିଶାର ୨ଜଣ ସ୍ୱାଧୀନତା ସଂଗ୍ରାମୀ ସାମିଲ ହୋଇଛନ୍ତି। ଏମାନେ ହେଉଛନ୍ତି ନୟାଗଡ଼ର ୯୬ ବର୍ଷୀୟ ସହଦେବ ବେହେରା ଏବଂ ଯାଜପୁରର ୯୦ ବର୍ଷୀୟ ନୀଳମଣି ସାମଲ। ଗତକାଲି ଏହି ଦୁଇ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା ଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଆବାସିକ କମିଶନର ତୁହିନ କାନ୍ତ […]

representational
ନାବଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ବାରିପଦା: ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ବେତନଟୀର ଗରୁଡ଼ବସା ଗାଁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ରଜରେ ବୁଲିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲେ। ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ବୁଲାଇ ନେଇ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବେତନଟୀ ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

bus owner union
ବସ୍‌ ଧର୍ମଘଟ ହେବ କି ନାହିଁ, ଆଜି ନିଷ୍ପତ୍ତି ନେବ ସଂଘ

ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଏକ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ  ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ  ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ବସ୍‌ ପରମିଟ୍ ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାକୁ ତୀବ୍ର ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ  ଆସନ୍ତା ୧୨ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା। ଗତକାଲି ଏ ସଂକ୍ରାନ୍ତରେ ସଂଘ ସହ  ଆଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ […]

jharsuguda airport
ଝାରସୁଗୁଡ଼ା ବିମାନବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବ ଝାରସୁଗୁଡ଼ା ବିମାନବନ୍ଦର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ାରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ଅାବଶ୍ୟକତାକୁ ପୂରଣ କରିବ। ଏହି ବିମାନବନ୍ଦର ନାମକରଣ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ […]

strike
ବୀମା ଟଙ୍କା ଓ ପାଣି ପାଇଁ ଚାଷୀଙ୍କ ରାସ୍ତାରୋକ୍‌

ନୂଆପଡ଼ା( ମାୟାଧର ସରାଫ୍‌) :  ଫସଲବୀମା ଓ ଜମିକୁ ପାଣି ଯୋଗାଣ ଦାବିରେ ଚାଷୀଙ୍କ ରାସ୍ତାରୋକ୍‌ ଆନ୍ଦୋଳନ। ନୂଆପଡ଼ା ଜିଲ୍ଲା ବଙ୍କାପୁର ଗାଁ ପାଖରେ ଖାସବାହାଲ ଓ ବଙ୍କାପୁର ଗାଁ ଲୋକେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଫଳରେ ଭବାନୀପାଟଣା ଓ ଖଡ଼ିଆଳ ମଧ୍ୟରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ଗତ ବର୍ଷର ଫସଲ ବୀମା ଓ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ଜମିକୁ ପାଣି ଯୋଗାଇ ଦେବାକୁ ଚାଷୀମାନେ ଦୀର୍ଘଦିନ ହେଲା ଦାବି […]

vlcsnap-2018-06-16-09h55m41s499
ଅାଜି ଶେଷ ରଜ: କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ସବର ମାହୋଲ

କେନ୍ଦ୍ରାପଡ଼ା/ଅାଳି/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜପର୍ବ ଅାନନ୍ଦ ଉଲ୍ଲାସର ସହ ପାଳିତ ହେଉଛି I ଦୂର ଦୂରାନ୍ତରେ ରହି ଚାକିରି ଓ ବ୍ୟବସାୟ କରୁଥିବା ଜିଲ୍ଲାର ଲୋକମାନେ ରଜଛୁଟି କଟାଇବାକୁ ଗାଁକୁ ଫେରି ଅାସିଛନ୍ତି I ଘରେ ଘରେ ପିଠାପଣା ସାଙ୍ଗକୁ ଦୋଳି ଖେଳ, ପୁଚି ଖେଳ ରଜର ମୁଖ୍ୟ ଅାକର୍ଷଣ ରହିଛି I କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଅାଳି, ରାଜକନିକାର ବିଭିନ୍ନ ସ୍ଥାନରେ ସାମୂହିକ ଭାେବେ ରଜ ପାଳିତ ହୋଇଛି I ଅାଳି ଡାକବଂଗଳାରେ […]

malkangiri
ବର୍ଷା କମିଛି, ଦୁର୍ଦ୍ଦଶା କମିନାହିଁ

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ବର୍ଷା କମିଥିଲେ ମଧ୍ୟ କମିନାହିଁ ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀରେ ଜଳ ନିଷ୍କାସନ ହୋଇନପାରିବାରୁ ଏବେ ବି ସାବେରୀ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି। ସେଥିପାଇଁ କାଲିମେଳାରୁ ପଡ଼ିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ପ୍ରାୟ ୩ ଦିନ ହେଲାଣି ଛତିଶଗଡ଼ ଓ ମାଲକାନିଗିରି ମଧ୍ୟରେ ସଂପର୍କ ଛିନ୍ନ ହୋଇଛି। ସେପଟେ ଚାଷ ଜମିରୁ ପାଣି କମିଥିଲେ ମଧ୍ୟ ବ୍ୟାପକ ଫସଲ […]

pratap jena mother
ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କ ପରଲୋକ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ ବିୟୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

medical
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ; ଡାକ୍ତରଖାନା ପରିସରରେ ଉତ୍ତେଜନା

ବାଲେଶ୍ୱର ( ରଶ୍ମି ରଂଜନ ଦାସ) : ଚିକିତ୍ସା ଅବହେଳାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ରୋଗୀ ମୃତ୍ୟୁ। ଅଭିଯୋଗ ଅନୁଯାୟୀ, ଦରଘାବଜାରର ରିଆସତ ଅଲିଙ୍କ ଝିଅ ରୁବିନା ଖାତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି କୌଣସି ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆସି ନଥିଲେ। ଏଥିଯୋଗୁଁ ରୁବିନାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଟାଉନ ଥାନା ଅଧିକାରୀ ଓ […]

accident
୨ ପରିବା ବିକାଳୀଙ୍କ ଉପରେ ଏକ ଚଢ଼ିଗଲା ଟ୍ରକ୍‌

ବାଲେଶ୍ୱର(ରଂଜିତ୍‌ ପାକଳ) : ବାଲେଶ୍ୱର ଜିଲ୍ଲା  ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ ଗିରି। ଉଭୟଙ୍କ ଘର ରେମୁଣା ବ୍ଲକ୍‌ ଗଣ୍ଡରଦା ଗାଁରେ। ଆଜି ଭୋର ପ୍ରାୟ ୪ଟା ବେଳେ ସୁରେନ୍ଦ୍ର ଓ ନିରଞ୍ଜନ ଘରୁ ପରିବା ଧରି ସାଇକେଲରେ ବାଲେଶ୍ୱରର […]

raja
ରଜ ଉତ୍ସବର ଆଜି ଶେଷ ଦିନ; ସବୁଠି ପିଠା, ମିଠା ଓ ପାନର ମହକ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି। ରାଜଧାନୀର ପାତ୍ରପଡା ଓ ଧଉଳିର ଗୋପୀନାଥପୁରରେ ରଜକୁ ବେଶ୍ ଧୁମ୍‌ଧାମ୍‌ରେ  ପାଳନ କରାଯାଇଛି। ପାତ୍ରପଡାର ମୁଖ୍ୟ ଆକର୍ଷଣ ହେଉଛି ୧୬୨ଟି ଦୋଳି।  ଏହା ସାଙ୍ଗକୁ ବିଭିନ୍ନ ଖେଳକୁଦ […]

soro
ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଧୋକାବାଜି

ସୋର: ଲଭ୍‌-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ […]

mission
ଫିଲ୍ମ ‘ମିଶନ ମଙ୍ଗଲ୍‌’ର ନୂଆ ଟ୍ରେଲର ରିଲିଜ

  ମୁମ୍ବାଇ : ଅପକମିଂ ବଲିଉଡ ଫିଲ୍ମ ‘ମିଶନ ମଙ୍ଗଲ୍‌’ର ଆଉ ଏକ ନୂଆ ଟ୍ରେଲର ରିଲିଜ ହୋଇଛି। ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟାବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ  ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ […]

heat wave
ବର୍ଷା ଋତୁରେ ଅସହ୍ୟ ତାତି; ସପ୍ତାହେ ଯାଏ ମିଳିବନି ତ୍ରାହି

ଭୁବନେଶ୍ୱର: ମୌସୁମୀ ଆସିଲା, ହେଲେ ବର୍ଷାର ଦେଖା ନାହିଁ। ଏପଟେ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ଥିଲା। ସେହିପରି ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ୍‌ରେ ରାଜଧାନୀବାସୀ ଶିଝିଥିଲେ। ସତେ ଯେମିତି ଅଗ୍ନି ବର୍ଷା ହୋଇଥିଲା ଭଳି ଅନୁଭୂତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ […]

collector
ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହଙ୍କ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ପତ୍ନୀ ଶୁଚି ସିଂହ। ସେ ଏବେ ଆଲାଏଡ୍ ଅଫିସର ଭାବେ ରେଲେଓ୍ୱରେ କାର୍ଯ୍ୟରତ ଅଛନ୍ତି। ବେଆଇନ ଭାବେ ବର୍ମା ତାଙ୍କ ଅଫିସିଆଲ ରେକର୍ଡ ହାସଲ କରିବାକୁ ଉଦ୍ୟମ କରିବା ସହ ସିଭିଲ ସର୍ଭିସ ପରୀକ୍ଷା ଦେବାରେ ବାଧା […]

ratna bhandar
ଡୁପ୍ଲିକେଟ୍ ଚାବିକୁ ନେଇ ଅକଳରେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବାବେଳେ ନିଜେ ଉପସ୍ଥିତ ଥିଲେ ସେ ।ଏବେ ରେକର୍ଡ […]

airport
ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବଢ଼ିଲା !

ଭୁବନେଶ୍ୱର :  ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ବଢ଼ିଲା ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ମଧ୍ୟ ସୁରକ୍ଷା ବଢ଼ାଯାଇଛି। ବିଶେଷକରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି। ରନ୍‌ୱେ ଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ୍ ପରିସର ତଥା ପାର୍କିଂ ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଇଛି। ନନ୍-ପାର୍କିଂ ଅଞ୍ଚଳରେ ରଖାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସନ୍ଦେହ […]