• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ashok panda
ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍ : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା

ଆମ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍। ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦା ଠାରେ ଏହି  ପ୍ଲାନେଟୋରିୟମ ପ୍ରତିଷ୍ଠା ହେବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା। ମୋଟ ୪ଟି ପ୍ଲାନେଟୋରିୟମ୍ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା।  ଗୋପାଳପୁର ପାଇଁ ୯ କୋଟି ଏବଂ ଅନ୍ୟ ୩ଟି ପ୍ଲାନେଟୋରିୟମ ପାଇଁ ୭ କୋଟି ଲେଖାଏଁ ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। […]

florida t-20
ଫ୍ଲୋରିଡାରେ ଆଜିଠାରୁ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ; ଭାରତର ୱେଷ୍ଟ ଇଣ୍ଡିଜ ଅଭିଯାନ ଆରମ୍ଭ

ଫ୍ଲୋରିଡା : ଫ୍ଲୋରିଡାରେ ଆଜିଠାରୁ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ସହ ଭାରତର ୱେଷ୍ଟ ଇଣ୍ଡିଜ ଅଭିଯାନ ଆରମ୍ଭ ହେଉଛି। ଲାଉଡରହିଲରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବ। ବିଶ୍ୱକପ୍ ସେମିଫାଇନାଲରୁ ବିଦା ହୋଇଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜରେ ଟି-ୱେଣ୍ଟି ସିରିଜ ଖେଳିବା ପୂର୍ବରୁ ଆଜି ଫ୍ଲୋରିଡାରେ ମ୍ୟାଚ୍‌ ଖେଳୁଛି। ଆଜିର ମ୍ୟାଚ୍‌ରୁ ଯଶପ୍ରୀତ ବୁମରାଙ୍କୁ ବାଦ୍ ଦିଆଯାଇଥିବାବେଳେ, ୱେଷ୍ଟ ଇଣ୍ଡିଜ ଗସ୍ତରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦିଆଯାଇଛି। ପାଞ୍ଚ ସପ୍ତାହର ଏହି ଗସ୍ତରେ ଭାରତ ୨ଟି […]

ntpc hd
ତାଳଚେର ଏନ୍‌ଟିପିସିରେ ବିଦ୍ୟୁତ ଉତ୍ପାଦନ ହ୍ରାସ

ଅନୁଗୁଳ ( ବିରଜା ଦାସ) :  ତାଳଚେର ଏନଟିପିସିରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କୋଇଲା ନଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରର ୬ଟିରୁ ୪ଟି ୟୁନିଟ ବନ୍ଦ ହେବା ସହ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ପ୍ଲାଣ୍ଟର ସମସ୍ତ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ ହଜାର ଟନ୍ କୋଇଲା ଆବଶ୍ୟକ ଥିବାବେଳେ ଷ୍ଟକୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ରହିଛି। ତେବେ ବିଭିନ୍ନ ସ୍ଥାନରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆଣି […]

nlu
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ପିଲାଙ୍କୁ ୨୫% ସଂରକ୍ଷଣ କେବେ ?

କଟକ : କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ସ୍ନାତକ ଶିକ୍ଷାରେ ୨୫ ପ୍ରତିଶତ ଆସନ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରଖିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି। ସ୍ନାତକ ଶିକ୍ଷା ଲାଗି ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୨୫ ପ୍ରତିଶତ ପିଲାଙ୍କ ଲାଗି ସ୍ଥାନ ସଂରକ୍ଷଣ କରିବାକୁ ଗତବର୍ଷ ଚିଠି ଲେଖିଥିଲେ ସରକାର। କିନ୍ତୁ ଏହା […]

rain
୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୮ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ।  ଭାରତୀୟ ପାଣିପାଗ ବିଭାଗର ଆକଳନ ମୁତାବକ, ମୌସୁମୀ ଟ୍ରପ୍‌ଲାଇନ ସହ ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକ ରହିବ। ଏହାସହ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ […]

rain in malkangiri
ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର

ମାଲକାନଗିରି( ଜିତେନ୍ଦ୍ର ବେଉରା) :  ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର।  ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିଲା। ଫଳରେ କେଉଁଠି ପୋଲ ବୁଡ଼ିଥିଲା ତ  କେଉଁଠି ରାସ୍ତା ଧୋଇଯାଇଥିଲା। ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା […]

strike
ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ। ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲରେ ମାନ୍ୟତା ଦାବିରେ ଘାସି ସମାଜ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜିଲ୍ଲାର ଅନ୍ୟାନ୍ୟ ସଂଗଠନ ସାମିଲ ହୋଇଛନ୍ତି। ଗତ ୨ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୯ମାସର ଶିଶୁର ମୃତ୍ୟୁ ପରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚିକିତ୍ସା ଅବହେଳାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

hospital
ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ଅଭିଯୋଗ

ରାଇରଙ୍ଗପୁର( ରାଜେଶ ଶର୍ମା) :  ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ। ଅଭିଯୋଗ ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ ତିରିଂ ଗାଁର ଦୀନବନ୍ଧୁ ମାଝୀଙ୍କ ଗର୍ଭବତୀ ପତ୍ନୀ ଖୁଦୀ ମୁର୍ମୁଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ହେଲେ ଚିକିତ୍ସା ପାଇଁ ସେଠାରେ ୧ ହଜାର ଟଙ୍କା ଡାକ୍ତର ଲାଞ୍ଚ ମାଗିଥିଲେ। ଟଙ୍କା ନଦେବାରୁ […]

encounter --vbbsr
ରାଜଧାନୀରେ ଡବଲ ଏନକାଉଣ୍ଟର ; ଗୁଳିମାଡରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର : ରାଜଧାନୀରେ ଅପରାଧୀଙ୍କ ଲଗାତାର ଅପରାଧ ଘଟଣାକୁ ଚେକ୍ ଦେବାକୁ ଆକ୍ସନ ମୋଡରେ କମିଶନରେଟ୍ ପୁଲିସ। ଆଜି ଭୋରରୁ  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଭଇଁଚୁଆରେ ଡବଲ  ଏନକାଉଣ୍ଟର କରିଛି କମିଶନରରେଟ୍ ପୁଲିସର ମିଳିତ ଟିମ୍। ଏହି ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।  ଆହତ ଦୁହେଁ ହେଲେ ପୋଡା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ।  ଭଇଁଚୁଆରେ ପାଖରେ ଗତ ରାତିରେ ଅରୁଣ ଓ ବିବେକ ଡକାୟତି ଯୋଜନା କରୁଥିବା ଖବର […]

situ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସାହସୀ ବାଳକ ସିତୁ

ପଟ୍ଟାମୁଣ୍ଡାଇ (ପ୍ରବିର ନାୟକ) :  କୁନି ବୟସରେ ସାହସିକତାର ପ୍ରମାଣ ଦେଖାଇ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସିତୁ ମଲ୍ଲିକ ଆଉ ନାହାନ୍ତି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ସେ ଆଖି ବୁଜିଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜଳି ଛକରେ ଏକ ହାଇୱା ଧକ୍କାରେ ସେ ପ୍ରାଣ ହରାଇଛନ୍ତି। ସିତୁ ସହ ତା ପୀଉସି ପୁଅ ଭାଇର ମଧ୍ୟ ଜୀବନ ଯାଇଛି। ତାଙ୍କ ନାଁ ବାପି ମଲ୍ଲିକ, ଘର ରାଜକନିକା ନୂଆଁଖୁଣ୍ଟା ଗାଁ। […]

bill-1
ଆତଙ୍କବାଦ ବିରୋଧରେ ଆହୁରି କଠୋର ହେଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ଆଇନକୁ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। ଅନ ଲ ଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ ଆମେଣ୍ଡମେଣ୍ଟ ବିଲ୍-୨୦୧୯ ରାଜ୍ୟସଭାରେ ଗୃହିତ ହେବା ପରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ତଦନ୍ତ ଏଜେନ୍ସିଗୁଡିକୁ ଏଣିକି ଅଧିକ କ୍ଷମତା ମିଳିବ। ପୂର୍ବରୁ ସଂଗଠନ ଓ ଏହା ସହିତ ଜଡିତ ଲୋକଙ୍କୁ ଆତଙ୍କବାଦୀ ରୂପେ ଚିହ୍ନଟ କରାଯାଉଥିଲା। ମାତ୍ର ନୂଆ ଆଇନ ଦ୍ୱାରା ଏଣିକି ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କୁ ବି ଆତଙ୍କବାଦୀ […]

kapil dev
କଟକ ଆସିବେ କପିଳ ଦେବ

କଟକ : କଟକ ବାରବାଟୀ ଆସିବେ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ। ଫୋନି ବାତ୍ୟାରେ ବାରବାଟୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଫ୍ଲଡ ଲାଇଟ୍ ଭାଙ୍ଗିରୁଜି ଯାଇଛି। ଆସନ୍ତା ଡିସେମ୍ବର ୨୨ତାରିଖରେ କଟକରେ ୱାନଡେ ମ୍ୟାଚ୍ ଥିବାରୁ ତାପୂର୍ବରୁ ସମସ୍ତ ନିର୍ମାଣ କାମ ସାରିବା ପାଇଁ ବିସିସିଆଇକୁ ଅନୁରୋଧ କରି ଚିଠି ଲେଖିଥିଲା ଓସିଏ। ତେବେ ବିସିସିଆଇ ଏନେଇ ଗ୍ରୀନ ସିଗ୍‌ନାଲ ଦେଇଥିବା ବେଳେ ଷ୍ଟାଡ଼ିୟମରେ ମରାମତି କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଓସିଏ […]

worm
ଚାଷୀଙ୍କ ନିଦ ହଜାଇ ଦେଇଛି ‘ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ’

ରାଜଗାଙ୍ଗପୁର/ ଭୁବନେଶ୍ୱର  : ଚାଷୀଙ୍କ ପାଇଁ କାଳଭଳି ମାଡ଼ି ଆସୁଛି ଆଫ୍ରିକାନ୍ ଫଲ୍ ଆର୍ମି ଓ୍ୱର୍ମ। ଗୋଟିଏ ରାତିରେ ପ୍ରାୟ ୪ ଶହ କିଲୋମିଟର ଗତିକରୁଥିବା ଏ ବିଦେଶୀ ପୋକକୁ ନେଇ ଏବେ ସୁନ୍ଦରଗଡ଼ ଚାଷୀଙ୍କ ଭିତରେ ଆତଙ୍କ। କାରଣ ମକା ଫସଲରେ ଅଧିକ ଭାବେ ଦେଖାଦେଉଥିବା ଏ ପୋକ ଧାନ, ପନିପରିବା ସହ ୧୨୦ ପ୍ରକାର ଫସଲ ଲାଗି ଏହାକୁ ଖୁବ୍ କମ୍ ଦିନରେ ଧ୍ୱଂସ କରିପାରେ। ତେଣୁ ଏହି ପୋକ ଚିହ୍ନଟ ସହ ଦମନ […]

monkey
ପାଣି ପିଇ ଟ୍ୟାପ୍‌ ବନ୍ଦ କରୁଛି ମାଙ୍କଡ଼, ମଣିଷ ଶିଖିବ କେବେ?

ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍‌ଟକ୍‌ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ,ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍‌ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। What a beautiful message for humans! […]

big b
ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ : ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ୱାଇ : ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ। କୁଲି ଫିଲ୍ମ ଦୁର୍ଘଟଣା ପରେ ଆଜିର ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଅମିତାଭ୍ ବଚ୍ଚନ। ତେଣୁ ଫ୍ୟାନ୍ ମାନେ ଅଗଷ୍ଟ ୨କୁ ତାଙ୍କର ଦ୍ୱିତୀୟ ଜନ୍ମ ଦିବସ ବା ପୁନର୍ଜନ୍ମ ଦିବସ ରୂପେ ପାଳିଥାନ୍ତି। ୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବେଙ୍ଗାଲୁରୁରେ ‘କୁଲି’ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସ ସୁଟିଂ ବେଳେ ପ୍ରାଣଘାତୀ ଦୁର୍ଘଟଣାର ଶିକାର ହୋଇଥିଲେ ଅମିତାଭ୍। ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍  କ୍ୟାଣ୍ଡି […]