• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jhoti
ପୁରୀରେ ବଡ଼ଦାଣ୍ଡ ମହୋତ୍ସବ ; ପାରମ୍ପରିକ ଝୋଟି ଚିତା ଆଙ୍କିଲେ ମହିଳା

ପୁରୀ  : ପୁରୀ ବଡ଼ଦାଣ୍ଡରେ ଗତଥର ଭଳି ରବିବାର ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଦଦାଣ୍ଡରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକତା ପରିବେଶ। କେଉଁଠି ପଞ୍ଚବର୍ଣ୍ଣ ମୁରୁଜରେ ମହିଳା ମାନେ ପକାଇଥିଲେ ପାରମ୍ପରିକ ଝୋଟି ଚିତା ତ ପୁଣି କେଉଁ ମୁରୁଜରେ ଆଙ୍କିଥିଲେ ଗ୍ରାମ୍ୟଜୀବନ ଓ ଫୁଲ ଗଛ ପତ୍ରର ଚିତ୍ର। କେବଳ ଝୋଟି ଚିତା ନୁହେଁ ସଂକୀର୍ତ୍ତନର ତାଳେ ତାଳେ ସୃଷ୍ଟି ହୋଇଥିଲା ଜଗନ୍ନାଥମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଜଣାଣର […]

airport jharsuguda
ଝାରସୁଗୁଡା ଏୟାରପୋର୍ଟରେ କାର୍ଯ୍ୟକ୍ଷମ ହେବ DVOR ମେସିନ୍

ଝାରସୁଗୁଡ଼ା : ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସୋମବାର ଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ୱାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଆଜି ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁ ଏଠାରେ ବିମାନ ଉଡ଼ାଣ ତଥା ଅବତରଣ ନେଇ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ଯାତ୍ରୀମାନେ ଭୀଷଣ ଅସୁବିଧା ଭୋଗୁଥିଲେ। ଏହି ସମସ୍ୟା […]

missile
ସର୍ଫେସ୍‌ ଟୁ ଏୟାର୍ ମିସାଇଲ୍‌ QR-SAMର ସଫଳ ପରୀକ୍ଷଣ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍‌ସନ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ୧ ନମ୍ବର ଲଞ୍ଚପ୍ୟାଡ୍‌ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଥିଲା QR-SAM। ଏହାକୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଛଡ଼ାଯାଇଥିଲା। ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୩୦ କିଲୋମିଟର ରହିଛି। […]

rain
୭ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଜି ସନ୍ଧ୍ୟା ୭ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ କ୍ଷୀଣ […]

protest
ବିଜେଡି ସାଂସଦଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଆଜି ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କ ସମର୍ଥକମାନେ ରାସ୍ତାରେ ଶୋଇ ତାଙ୍କୁ ବିରୋଧ କରିଥିଲେ। ଫଳରେ ସାଂସଦ ହଟହଟା ହୋଇଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କନକପୁର ପଞ୍ଚାୟତରେ ଆଜି ଏକ ଚାରା ରୋପଣ କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେବା ପାଇଁ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କେତେକ କର୍ମୀଙ୍କ ସହ ଯାଉଥିଲେ। […]

rape
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୁଆ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଗତକାଲି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତକୁ ଗତକାଲି ସନ୍ଧ୍ୟାଠୁ ଅଟକ ରଖି ପଚରାଉଚରା କରୁଛି। ଜୁଲାଇ ୩୧ ତାରିଖରେ ଯୁବତୀ ଜଣକ ଘରେ ଏକୁଟିଆ ଥିବା ଦେଖି ପଦ୍ମପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧପଡ଼ା ଗାଁର ଜଣେ ଯୁବକ ତାଙ୍କୁ ଘରୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା।  […]

kidnap
ସାଲେପୁର ନେମାଳ ମଠରୁ ଭକ୍ତଙ୍କୁ ଅପହରଣ !

ସାଲେପୁର(ମନୋଜ ଆଚାର୍ଯ୍ୟ): ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନେମାଳ ବଟରୁ ପୁଲିସ ନାଁ କହି ଜଣେ ଯୁବକଙ୍କୁ ୬ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଆଜି ଏପରି ଅପହରଣ କାଣ୍ଡ ଘଟିଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଆଜି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଶୁଭେନ୍ଦୁ ମହାନ୍ତି, ତାଙ୍କ ପତ୍ନୀ ଲୋପାମୁଦ୍ରା ଓ ତାଙ୍କର ଦୁଇ ଝିଅ ଆଜି ନେମାଳ ମଠକୁ ବୁଲିବା […]

parad
ବଦଳିପାରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥଳ

ଭୁବନେଶ୍ୱର : ବଦଳିପାରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥଳ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଏଥର ସ୍ୱାଧୀନତା ଦିବସରେ ପରେଡ଼ ହୋଇନପାରେ। ମହାତ୍ମା ଗାନ୍ଧି ମାର୍ଗ ବଦଳରେ ରାଜଧାନୀର ଅନ୍ୟ କୌଣସି ସ୍ଥାନରେ ପରେଡ଼ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସହରରେ ବିଭିନ୍ନ ସ୍ଥାନ ବଛା ଯାଉଛି। ଜନତା ମଇଦାନ, କଳିଙ୍ଗ ଷ୍ଟାଡିଅମ ଓ ୟୁନିଟ ଥ୍ରୀ ପ୍ରଦର୍ଶନୀ ପଡ଼ିଆକୁ ଚୟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଡିଜିପି, ଗୁଇନ୍ଦା ଅଧିକାରୀ ଏବଂ ବରିଷ୍ଠ […]

bjp training
ବିଜେପିର ଦୁଇ ଦିନିଆ 'ଅଭ୍ୟାସ ବର୍ଗ' କାର୍ଯ୍ୟକ୍ରମ

ନୂଆଦିଲ୍ଲୀ :  ସଂସଦ ଭବନ ପରିସରରେ ଦଳୀୟ ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ସଂସଦର ଲାଇବ୍ରେରୀ ହଲ୍‌ରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ନା ଅଭ୍ୟାସ ବର୍ଗ ରଖାଯାଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ବିଜେପି ସାଂସଦମାନେ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ […]

mahanadi water dispute
ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ : ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା

ଦିଲ୍ଲୀ ( ଶିବାନନ୍ଦ) : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା। ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ସେହିପରି ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣି ସେମ୍ବେର ୨୮ ତାରିଖକୁ ଘୁଞ୍ଚିଛି। ଓଡ଼ିଶାର ଆବେଦନକୁ ବିରୋଧ କରି ଛତିଶଗଡ଼ ପକ୍ଷରୁ ଅପିଲ କରାଯାଇଥିଲା। ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ହୋଇ ପାରିନଥିବା କୋର୍ଟକୁ ଜଣାଇଛନ୍ତି ଉଭୟ ପକ୍ଷ। ଏଥିସହ ବିଶେଷଜ୍ଞ […]

cda
ସିଡିଏ ଅଞ୍ଚଳରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

କଟକ : କଟକ ସିଡିଏ କୃଷକ ବଜାର ଅଞ୍ଚଳରୁ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। କୃଷକ ବଜାର ଅଞ୍ଚଳରେ କିଛି ବର୍ଷ ହେଲା ବେଆଇନ ଭାବେ ବସ୍ତି ଗଢ଼ି ଉଠିଥିଲା । ତେବେ ଆଜି ତହସିଲଦାରଙ୍କ ଉପସ୍ଥିତିରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ବେଳେ ବସ୍ତି ବାସିନ୍ଦା ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ […]

ashok panda
ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍ : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା

ଆମ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍। ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦା ଠାରେ ଏହି  ପ୍ଲାନେଟୋରିୟମ ପ୍ରତିଷ୍ଠା ହେବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା। ମୋଟ ୪ଟି ପ୍ଲାନେଟୋରିୟମ୍ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା।  ଗୋପାଳପୁର ପାଇଁ ୯ କୋଟି ଏବଂ ଅନ୍ୟ ୩ଟି ପ୍ଲାନେଟୋରିୟମ ପାଇଁ ୭ କୋଟି ଲେଖାଏଁ ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। […]

florida t-20
ଫ୍ଲୋରିଡାରେ ଆଜିଠାରୁ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ; ଭାରତର ୱେଷ୍ଟ ଇଣ୍ଡିଜ ଅଭିଯାନ ଆରମ୍ଭ

ଫ୍ଲୋରିଡା : ଫ୍ଲୋରିଡାରେ ଆଜିଠାରୁ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ସହ ଭାରତର ୱେଷ୍ଟ ଇଣ୍ଡିଜ ଅଭିଯାନ ଆରମ୍ଭ ହେଉଛି। ଲାଉଡରହିଲରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବ। ବିଶ୍ୱକପ୍ ସେମିଫାଇନାଲରୁ ବିଦା ହୋଇଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜରେ ଟି-ୱେଣ୍ଟି ସିରିଜ ଖେଳିବା ପୂର୍ବରୁ ଆଜି ଫ୍ଲୋରିଡାରେ ମ୍ୟାଚ୍‌ ଖେଳୁଛି। ଆଜିର ମ୍ୟାଚ୍‌ରୁ ଯଶପ୍ରୀତ ବୁମରାଙ୍କୁ ବାଦ୍ ଦିଆଯାଇଥିବାବେଳେ, ୱେଷ୍ଟ ଇଣ୍ଡିଜ ଗସ୍ତରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦିଆଯାଇଛି। ପାଞ୍ଚ ସପ୍ତାହର ଏହି ଗସ୍ତରେ ଭାରତ ୨ଟି […]

ntpc hd
ତାଳଚେର ଏନ୍‌ଟିପିସିରେ ବିଦ୍ୟୁତ ଉତ୍ପାଦନ ହ୍ରାସ

ଅନୁଗୁଳ ( ବିରଜା ଦାସ) :  ତାଳଚେର ଏନଟିପିସିରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। କୋଇଲା ନଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରର ୬ଟିରୁ ୪ଟି ୟୁନିଟ ବନ୍ଦ ହେବା ସହ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ପ୍ଲାଣ୍ଟର ସମସ୍ତ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ ହଜାର ଟନ୍ କୋଇଲା ଆବଶ୍ୟକ ଥିବାବେଳେ ଷ୍ଟକୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ରହିଛି। ତେବେ ବିଭିନ୍ନ ସ୍ଥାନରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆଣି […]

nlu
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ପିଲାଙ୍କୁ ୨୫% ସଂରକ୍ଷଣ କେବେ ?

କଟକ : କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ସ୍ନାତକ ଶିକ୍ଷାରେ ୨୫ ପ୍ରତିଶତ ଆସନ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରଖିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି। ସ୍ନାତକ ଶିକ୍ଷା ଲାଗି ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୨୫ ପ୍ରତିଶତ ପିଲାଙ୍କ ଲାଗି ସ୍ଥାନ ସଂରକ୍ଷଣ କରିବାକୁ ଗତବର୍ଷ ଚିଠି ଲେଖିଥିଲେ ସରକାର। କିନ୍ତୁ ଏହା […]

rain
୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୮ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ।  ଭାରତୀୟ ପାଣିପାଗ ବିଭାଗର ଆକଳନ ମୁତାବକ, ମୌସୁମୀ ଟ୍ରପ୍‌ଲାଇନ ସହ ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକ ରହିବ। ଏହାସହ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ […]

rain in malkangiri
ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର

ମାଲକାନଗିରି( ଜିତେନ୍ଦ୍ର ବେଉରା) :  ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର।  ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିଲା। ଫଳରେ କେଉଁଠି ପୋଲ ବୁଡ଼ିଥିଲା ତ  କେଉଁଠି ରାସ୍ତା ଧୋଇଯାଇଥିଲା। ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା […]

strike
ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଝାରସୁଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ। ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲରେ ମାନ୍ୟତା ଦାବିରେ ଘାସି ସମାଜ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଜିଲ୍ଲାର ଅନ୍ୟାନ୍ୟ ସଂଗଠନ ସାମିଲ ହୋଇଛନ୍ତି। ଗତ ୨ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୯ମାସର ଶିଶୁର ମୃତ୍ୟୁ ପରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚିକିତ୍ସା ଅବହେଳାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।