ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି ପ୍ରୋଫାଇଲ୍ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ଫଟୋ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ଏହା ଜଣା ପଡ଼ିବାର କିଛି ସମୟ ପରେ ବିଗ୍ବିଙ୍କର ଆକାଉଣ୍ଟକୁ ରିକଭର କରାଯାଇଛି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍ ମଧ୍ୟ ତାଙ୍କ ଆକାଉଣ୍ଟରୁ […]
ମୁମ୍ବାଇ: ସୁପରଷ୍ଟାର୍ ଶାହରୁଖ୍ ଖାନ୍ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍ବାଷ୍ଟର୍ ହିଟ୍ ସିରିଜ୍ ‘ଧୁମ୍’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଦେଖାଯାଇ ପାରନ୍ତି। ସୋଶାଲ୍ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍ ଧୁମ୍-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍ ଧରିଥିଲା। ପୂର୍ବରୁ ରିଲିଜ୍ ହୋଇଥିବା ଶାହରୁଖ୍ଙ୍କ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍ରେ ଏତେ ଧମାଲ୍ କରିପାରି ନଥିଲା। ଏବେ ଶାହରୁଖ୍ଙ୍କ ପାଖରେ କୌଣସି ପ୍ରୋଜେକ୍ଟ ନାହିଁ। ରାକେଶ୍ ଶର୍ମାଙ୍କ ଫିଲ୍ମ ‘ସାରେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୩ଟି ରାଜସ୍ୱ ନିରୀକ୍ଷଣ ମଣ୍ଡଳ ବା ଆରଆଇ ସର୍କଲ ଗଠନ କରିଛନ୍ତି ସରକାର। ବରଗଡ଼ ଜିଲ୍ଲାରେ ଏହି ୩ଟି ଯାକ ଆରଆଇ ସର୍କଲ ସୃଷ୍ଟି କରାଯାଇଛ। ନୂଆ ସର୍କଲଗୁଡ଼ିକ ହେଲା ତାଲପାଲି, ଗୁଡେରପାଲି ଓ ଡଙ୍ଗବାହାଲ। ଏହାଛଡ଼ା ଗାଈସିଲଟ ଆରଆଇ ସର୍କଲର ପୁନର୍ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ୟାକେଜ୍ ଘୋଷଣା ଅନୁଯାୟୀ ଏହି ୩ଟି ଆରଆଇ ସର୍କଲ ପ୍ରତିଷ୍ଠା କରାଯାଇଛି। ଗତବର୍ଷ ବିଜେପୁର ଉପ ନିର୍ବାଚନ ଓ ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ଯାଏ ବିଜେପିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ବିଜେପି ଗୋଟିଏ ପଦ ଓ ଗୋଟିଏ ପଦବୀ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ସଂଘ ପରିବାର ଓ ବିଜେପି ତିନି ରାଜ୍ୟର ନିର୍ବାଚନ ଶେଷ ହେବା ଯାଏ ଶାହଙ୍କୁ ଦଳର ଅଧ୍ୟକ୍ଷ ରଖିବାକୁ ଚିନ୍ତା କରୁଥିବା କଥା ଇଂଲିଶ ସମ୍ବାଦପତ୍ର ଡେକାନ କ୍ରୋନିକିଲରେ ପ୍ରକାଶ ପାଇଛି। ଅକ୍ଟୋବର-ନଭେମ୍ୱରରେ ଏହି ତିନି ରାଜ୍ୟରେ […]
ୱାଶିଂଟନ୍: ଆମେରିକାର ୱାଶିଂଟନରେ ସମଲିଙ୍ଗୀ ପ୍ରାଇଡ୍ ପ୍ୟାରେଡ୍ରେ ଅଘଟଣ ଘଟିଛି। ପ୍ୟାରେଡ୍ ବେଳେ ଜଣେ ଭାରତୀୟ ବଂଶଦ୍ଭୋବ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍ ବନ୍ଧୁକଧାରୀ ୩୮ ବର୍ଷୀୟ ଅଫତାବଜୀତ ସିଂହଙ୍କୁ ଗିରଫ କରିଛି। ସେ ଭିଡ଼ ମଧ୍ୟରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ବନ୍ଧକୁ ଦେଖାଇ ଧମକ ଦେଇଥିଲେ। ଏହାକୁ ନେଇ ପ୍ୟାରେଡ୍ରେ ସାମିଲ ଥିବା ସମଲିଙ୍ଗୀଙ୍କ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। […]
ଭୁବନେଶ୍ୱର: ବଜାରରୁ ଜୋତା, ପର୍ସ, ବ୍ୟାଗ୍, ଇଲେକ୍ଟ୍ରିକ୍ ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଉଥିବା ପ୍ୟାକେଟ୍ ଆମର ଅନେକ କାମରେ ଆସିପାରେ। –ଏହାକୁ ସିଲିକା ଜେଲ୍ କୁହାଯାଏ। ଏହା ସିଲିକନ୍ ଡାଇଅକ୍ସାଇଡ୍ର ଏକ ରୂପ। ଯାହାକୁ ଏକ ପ୍ୟାକେଟ୍ରେ […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାର ଜାଗୁଳେଇ ପାଟଣା ଠାରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ଅଗ୍ନିଶମ ବିଭାଗ ଓ ପୁଲିସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଓ ହେଲପର୍ ଫେରାର୍ ହୋଇଯାଇଛନ୍ତି।
ମଣିପୁର:ସରକାରୀ ଗସ୍ତରେ ମଣିପୁର ଯାଇଥିବା ବିହାର ବିଧାୟକଙ୍କ ରଙ୍ଗୀନ ନାଚ ଏବେ ସୋଶାଲ ମିଡିଆରେ ଭାଇରାଲ ହେଇଛି। ମଣିପୁର ଓ ମ୍ୟାମାଁରର ସୀମାନ୍ତ ମୋରେ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଭ୍ୟନ୍ତରୀଣ ସମ୍ବଳ ଏବଂ କେନ୍ଦ୍ରୀୟ ସହାୟତା ସଂପର୍କିତ ବିଧାନସଭା କମିଟିର ସଦସ୍ୟ ଥିବା ଆରଜେଡି, ଜେଡିୟୁ ଓ ବିଜେପି ବିଧାୟକଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ସରକାରଙ୍କ ପୂର୍ବୋତ୍ତର ରାଜ୍ୟ ବିକାଶ ନୀତିର ଅନୁଧ୍ୟାନ ପାଇଁ ବିଧାନସଭା କମିଟି […]
ନୂଆଦିଲ୍ଲୀ: ଟଙ୍କା କାଢ଼ିଲେ ମଧ୍ୟ ଦେବାକୁ ପଡ଼ିପାରେ ଟିକସ। ଏମିତି ଏକ ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର। ଏହି ନିୟମ ଅନୁଯାୟୀ, ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢ଼ିଲେ ଟିକସ ଦେବାକୁ ପଡ଼ିବ। କୌଣସି ଗ୍ରାହକ ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ନଗଦ ଆକାରରେ କାଢ଼ିଲେ, ଟିକସ ଦେବାକୁ ପଡ଼ିବ। ବଡ଼ ଧରଣର କାରବାର କଲେ ଆଧାର କାର୍ଡ ଦେଖାଇବାକୁ ବାଧ୍ୟ। କ୍ୟାସ୍ କାରବାରକୁ […]
ଭୁବନେଶ୍ୱର: ରବିବାର ଚଳିତ ବିଶ୍ୱକପରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ବିଜୟୀ ହୋଇଛି ଭାରତ। ଏହି ବିଜୟ ପଛରେ ରହିଛି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଭଲ ପ୍ରଦର୍ଶନ। ହେଲେ ଭାରତର ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆର ‘ଏସଆରଏକ’ ଏବେ ଚର୍ଚ୍ଚାରେ। ସାଧାରଣତଃ ବଲିଉଡରେ ଏସଆରକେ କହିଲେ ଶାହରୁଖ ଖାନଙ୍କୁ ବୁଝାଏ। ହେଲେ ଏବେ ଟିମ୍ ଇଣ୍ଡିଆରେ ‘ଏସଆରଏକେ’ଙ୍କ ଆବିର୍ଭାବ ହୋଇଛି। ଏହି ଏସଆରକେ ହେଲେ ଟିମ୍ ଇଣ୍ଡିଆର ଏସ(ଶିଖର ଧାଓ୍ୱନ) ଆର( ରୋହିତ […]
ଲଣ୍ଡନ: ଚଳିତ ବିଶ୍ୱକପ୍ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍ରେ ପରାସ୍ତ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ତେବେ ଗତକାଲି ଦମଦାର ବିଜୟ ପରେ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥି ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ କ୍ଷମା […]
ନୂଆଦିଲ୍ଲୀ: ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଆର.ଭି ଜନକୀରମନ। ୭୯ ବର୍ଷ ବୟସରେ ଜନକୀରମନଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଡିଏମକେ ନେତା ତଥା ସାଂସଦ କାନ୍ନିମୋଝୀ ହସ୍ପିଟାଲ ଯାଇ ଆର. ଭି ଜନକୀରମନଙ୍କୁ ଶେଷ ଦର୍ଶନ କରିଛନ୍ତି।
ଲଣ୍ଡନ: ଗତକାଲି ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଅଷ୍ଚ୍ରେଲିଆ କ୍ରିକେଟ୍ ମ୍ୟାଚ୍ ଦେଖି ଫେରୁଥିବା ବେଳେ ‘ପଳାତକ’ ଘୋଷିତ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଷ୍ଟାଡିୟମ୍ ବାହାରେ ଲୋକେ ‘ଚୋର ହୈ’ ବୋଲି କହି ଚିଲାଇ ଥିଲେ। ବିଜୟ ମାଲ୍ୟା ତାଙ୍କ ମାଆଙ୍କ ସହିତ ଷ୍ଟାଡିୟମ୍ ବାହାରକୁ ଆସିବା ପରେ ଲୋକେ ତାଙ୍କୁ ଘେରି ଯାଇ ‘ଚୋର୍ ହୈ’ ବୋଲି ବଡ଼ ପାଟିରେ ଚିଲାଇଥିଲେ। ଏ ନେଇ ଏକ ନ୍ୟୁଜ୍ ଏଜେନ୍ସିକୁ ମାଲ୍ୟା କହିଛନ୍ତି,“ସେତେବେଳେ ମୁଁ […]
ବରଗଡ଼(ଦୀପକ ଶର୍ମା): ବରଗଡ଼ ସହର ଉପକଣ୍ଠ ଜମୁଡ଼ା ଗ୍ରାମରେ ଛାତ ଉପରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବସନ୍ତ ପ୍ରଧାନ। ତାଙ୍କ ବୟସ ୫୦ ବର୍ଷ । ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବରଗଡ଼ ପୋଲିସ ଜମୁଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସନ୍ତ ଗତକାଲି ରାତିରେ ଛାତ ଉପରେ ଏକୁଟିଆ ଶୋଇଥିଲେ। ଡକାୟତି […]
କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ଆଜି ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥଲେ। ଏକତରଫା ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏବଂ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର […]
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ରେ ଏଣିକି ଯାତ୍ରୀଙ୍କୁ ମିଳିବ ମସାଜ୍ ସର୍ଭିସ। ରେଳ ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଯାତ୍ରୀ। ଏହି ସେବା ଇନ୍ଦୋରରୁ ଯାଉଥିବା ୩୯ଟି ଟ୍ରେନ୍ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ମାଲିସ୍ ପାଇଁ ଜଣକ ପିଛା ୧୦୦ ଟଙ୍କା ଦର ର୍ନିଦ୍ଧାରଣ ହୋଇଛି। ପ୍ରତ୍ୟେକ ଟ୍ରେନରେ ୩ ରୁ ୫ଜଣ ବ୍ୟକ୍ତି ରହି ଯାତ୍ରୀଙ୍କୁ ଏହି ସେବା ଯୋଗାଇ ଦେବେ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ […]
ମାଲକାନଗିରି: ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ। ତେଣୁ ସରକାରୀ ସହାୟତା ଆଶା ଛାଡ଼ି ଦେଇଥିଲେ ଅଞ୍ଚଳବାସୀ। ନିଜ ପାଇଁ ନିଜେ ଲଢି ଜୀଇଁବାର ନିଷ୍ପତ୍ତି ନେଇଥିଲେ। ହେଲେ ଦୀର୍ଘ ଦିନର ବ୍ୟବଧାନ ପରେ ଅଞ୍ଚଳବାସୀଙ୍କ […]
ଲଣ୍ଡନ: ଲଗାତାର ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତ୍ କୁଲ୍ଟର-ନାଇଲଙ୍କ ବଲରେ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ବସିଥିଲେ । ରୋହିତ ଏହି ମ୍ୟାଚରେ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ । କିନ୍ତୁ ପରେ ସେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଅର୍ଦ୍ଧଶତକ ମାରିବା ପରେ […]
ନୂଆଦିଲ୍ଲୀ: ୭ ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- ୩୨ ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସୋମବାର ଏହି ବିମାନଟି ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଭାରତ-ଚୀନ ସୀମା ନିକଟରେ ଅବସ୍ଥିତ। ଅପରାହ୍ନ ୧୨ଟା ୨୫ ମିନିଟ […]
ନୂଆଦିଲ୍ଲୀ: ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲ୍ଡିଭ୍ସରୁ ଫେରି ଶ୍ରୀଲଙ୍କା ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଗୁରୁତ୍ୱ ଦିଆଯିବା କ୍ରମରେ ଏହି ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଛନ୍ତି। ସମଗ୍ର ବିଶ୍ୱକୁ ଚମକାଇ ଦେଇଥିବା ଶ୍ରୀଲଙ୍କାରେ ଇଷ୍ଟର ରବିବାର ବିସ୍ଫୋରଣ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଏହି ଆତଙ୍କବାଦୀ ହମ୍ଲାରେ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଶେଷ କରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିପାରନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ମୋଦି ସରକାର ପୁଣି ଥରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗ […]
ଓ୍ୱାଇନାଡ଼(କେରଳ): ନିଜର ଜନ୍ମ ସମୟରେ ହସ୍ପିଟାଲର ଓ୍ୱାର୍ଡରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ସେ ସମୟର ଏକ ଭାବବିହ୍ୱଳ ଫଟୋ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲଙ୍କ ଜନ୍ମବେଳେ ଉପସ୍ଥିତ ଥିବା ଏହି ନର୍ସଙ୍କ ନାଁ ଭଭଥିଲ । ଅବସର ନେବା ପରେ ସେ ଏବେ ୱାଇନାଡରେ ରହୁଛନ୍ତି। ଗତକାଲି ଭଭଥିଲ ତାଙ୍କ ପରିବାର ସହ ରାହୁଲଙ୍କୁ ଭେଟିଥିଲେ। ରାହୁଲଙ୍କୁ ଦେଖି […]
କେନ୍ଦୁଝର: ଦୁଇ ସାଙ୍ଗ ମିଶି ନଈକୁ ଗାଧୋଇବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, ଏହା ସେମାନଙ୍କର ଶେଷ ଗାଧୁଆ ବୋଲି। ବୈତରଣୀ ନଦୀରେ ୨ ନାବାଳକଙ୍କ ନିଖୋଜ ହୋଇ ଯାଇଥିଲେ । ପରେ ସେମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଞ୍ଚୁପଲ୍ଲୀରେ । ଏପରି ଦୁଃଖଦ ଘଟଣା ପରେ ସାରା ଗାଁ ହୋଇ ଯାଇଛି ନିଶବ୍ଦ। ମୃତ ନାବାଳକ ଦ୍ୱୟ ହେଲେ ରୁଡ଼ ପଟ୍ଟନାୟକ ଓ ରାଜୁ ଜେନା। […]
ନୂଆପଡ଼ା: ନୂଆପଡ଼ା କୋମନା ବ୍ଲକ ଟିକ୍ରାପଡ଼ା ଗାଁରେ ଝାଡ଼ାବାନ୍ତିରେ ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ କୋମନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ଏକ ଦଶାହ ଭୋଜି ଖାଇ ଆସିବା ପରେ ଏମାନଙ୍କର ପେଟ ବ୍ୟଥା ସହ ଝାଡ଼ାବାନ୍ତି ହୋଇଥିଲା। ୨୪ ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଅଛି। ତେବେ ଅନ୍ୟ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବାରୁ ସେମାନଙ୍କୁ ଗାଁରେ ରଖି ଚିକିତ୍ସା କରାଯାଉଛି। ଆଜି […]
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ବରଫାବୃତ୍ତ ପାହାଡ଼ରେ ମୁତୟନ ଥିବା ଦେଶର ଯବାନମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ନୁହେଁ ଯେ, ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ନାହିଁ। କିନ୍ତୁ ଅତ୍ୟଧିକ ଥଣ୍ଡା ଯୋଗୁ ଖାଦ୍ୟ ପଦାର୍ଥ ଏତେ ଟାଣ ହୋଇ ଯାଉଛି ଯେ ସେସବୁ ଖାଇବା ଯୋଗ୍ୟ ହୋଇ ରହୁନି। ଅବସ୍ଥା ଏମିତି ଯେ, ଅଣ୍ଡାକୁ ହାତୁଡ଼ିରେ ପିଟିଲେ ବି ଫାଟୁ ନାହିଁ। ଏ ନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ […]