• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

school room
ପ୍ରଧାନଶିକ୍ଷକ ଖାଇଗଲେ ସ୍କୁଲ ଘର !

ଭଦ୍ରକ : ଭୀଷଣ ଭୋକ! ଖାଲି ଇଟା, ବାଲି, ସିମେଣ୍ଟ ନୁହେଁ, କେଉଁଠି କେଉଁଠି ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ଗିଳି ଦେଇଛନ୍ତି ପୁରା ସ୍କୁଲ୍ ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ୧୬ରୁ ଅଧିକ ସ୍କୁଲ୍‌ରେ ଏମିତି ପ୍ରାୟ ୬୦ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଭାଟପଡ଼ା ସହଦେବ ଦାସ ପାଟଣା ସ୍କୁଲ୍‌ର ବ୍ୟାଙ୍କ ଖାତାକୁ ସର୍ବଶିକ୍ଷା ଅଭିଯାନରେ ସ୍କୁଲ୍ ଘର ତିଆରି ପାଇଁ ୨୦୧୩ରେ ଅଗ୍ରୀମ ୩ ଲକ୍ଷ ୭ ହଜାର […]

india
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ, ରୋହିତଙ୍କୁ ବିଶ୍ରାମ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ବର୍ଷା ଯୋଗୁ ଏହି ମ୍ୟାଚ୍ ପ୍ରାୟ ୧ ଘଣ୍ଟା ବାଧାପ୍ରାପ୍ତ ହୋଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚରେ ଟିମ୍ ଇଣ୍ଡିଆର ନିୟମିତ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସାମିଲ୍ କରାଯାଇଛି। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ […]

odisha
କାହା ପାଇଁ କମିଶନ? ଖାଲିପଡ଼ିଛି ଅଧ୍ୟକ୍ଷ ପଦ

ଭୁବନେଶ୍ୱର : ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ ଓ ଭିନ୍ନକ୍ଷମ କମିଶନରେ ରାଜନୈତିକ ନିଯୁକ୍ତି ହେବାର ସମ୍ଭାବନା ଥିବାରୁ ସମୟ ଗଡ଼ାଇ ଚାଲିଛନ୍ତି ସରକାର। ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳର ଅଞ୍ଜଳି କର ଜଣେ ଗରିବ […]

rain
ପ୍ରବଳ ବର୍ଷା ଆଶଙ୍କା ; ଜିଲ୍ଲାପାଳଙ୍କୁ ପୁଣି ଆଲର୍ଟ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଥିବା ଯୋଗୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ସବୁ ଜିଲ୍ଲାରେ ଆଲର୍ଟ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ଛଡ଼ା ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ […]

kalia
‘କାଳିଆ’ ପାଇଁ କିଏ ଯୋଗ୍ୟ, କିଏ ଅଯୋଗ୍ୟ? ଆକାଉଣ୍ଟକୁ ଟଙ୍କାଯିବା ପରେ ଯାଞ୍ଚ ଲାଗି ସରକାରୀ ବିଜ୍ଞାପନ

ଭୁବନେଶ୍ୱର :  କିଏ ଯୋଗ୍ୟ, କିଏ ଅଯୋଗ୍ୟ? ନିର୍ବାଚନ ସରିବାର ୩ ମାସ ପରେ କାଳିଆ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଘଣ୍ଟାଚକଟା। ତାଲିକା ଯାଞ୍ଚ ଲାଗି ସରକାରଙ୍କର ବିଜ୍ଞାପନ ରେ ଆଜିଠୁ ୧୪ ଯାଏଁ ଯାଞ୍ଚ ପ୍ରକ୍ରିୟା ଚାଲିବା ନେଇ ଉଲ୍ଲେଖ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଇଛି ହିତାଧିକାରୀ ତାଲିକା। ଯେଉଁଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଡୁ ନିଜ ନାଁ ବାଦ୍ ଦେବାକୁ ଆବେଦନ କରିବା […]

loka
ରାଜ୍ୟସଭା ପରେ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍‌ ସପକ୍ଷରେ ୩୬୬ ଭୋଟ ପଡ଼ିଥିବା ବିପକ୍ଷରେ ୬୬ଟି ଭୋଟ ପଡ଼ିଛି। ଜଣେ ସାଂସଦ ଭୋଟ ଦାନରୁ ବିରତ ରହିଥିଲେ। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ […]

rd college
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି ; ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ କର

ଭୁବନେଶ୍ୱର : ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍‌ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି। ଗତ ୨୬ ଜୁଲାଇରୁ ଚିଠି ଆସିଥିଲେ ସୁଦ୍ଧା ଏଯାଏ କୁଳପତି କୌଣସି ଉତ୍ତର ଦେଇନାହନ୍ତି। ଏଭଳି ପରିସ୍ଥିତିରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ପ୍ରକ୍ରିୟା କେତେ […]

sabyasachi
ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋଶାଲ୍ ମିଡିଆରେ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋଶାଲ୍ ମିଡିଆରେ ସବ୍ୟସାଚୀଙ୍କୁ ଧମକ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ଧାରା ୩୭୦ ଉଚ୍ଛେଦକୁ ନେଇ ସୋଶାଲ ମିଡିଆରେ ନିଜ ମତ ରଖିଥିଲେ। ତେବେ ଏହାକୁ ନେଇ କିଛି ବ୍ୟକ୍ତି ଓ ସଂଗଠନ ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଧମକ ଦେଇଛନ୍ତି। ତାଙ୍କ ସୋଶାଲ ମିଡିଆ ସାଇଟ୍‌କୁ ହାକ୍ କରିବାକୁ ଏହି ସବୁ ପୋଷ୍ଟରେ ଦର୍ଶାଯାଇଛି। ଖାଲି ସୋଶାଲ୍ ମିଡିଆରେ ନୁହେଁ ମୋବାଇଲ୍ ମେସେଜ୍‌ରେ ଧମକ ବି […]

wife
ଜହ୍ଲାଦ ସ୍ୱାମୀର ଜଘନ୍ୟକାଣ୍ଡ ; ସ୍ତ୍ରୀକୁ ଜୀଅନ୍ତା ଜାଳି ଦେଲା ସ୍ୱାମୀ !

ଉଦଳା(ମାନସ ପାଣି) : ସାତ ଜନମର ସାଥୀ କରିବା ପାଇଁ ସେ ଯାହାର ହାତ ଧରିଥିଲେ, ତାଙ୍କୁ ସେ ହିଁ ମାରିଦେଲା। ଯୌତୁକ ଜୁଇରେ ଜଳିଗଲେ ମନ୍ଦାକିନୀ। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ଏନେଇ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖୁଣ୍ଟା ଥାନା ଲଖଣାସାହି ଗାଁର ଧନଞ୍ଜୟ ମହାନ୍ତ ଆଜକୁ ୧୦ ବର୍ଷ ତଳେ ମନ୍ଦାକିନୀଙ୍କୁ ବିବାହ […]

LIGHTENING
ବଜ୍ରପାତରେ ୨ ମୃତ, ୩ ଗୁରୁତର ମେଡିକାଲ୍‌ରେ ଭର୍ତ୍ତି

ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଗତକାଲି ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି କଟକ ଜିଲ୍ଲାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇ ନିଶ୍ଚିନ୍ତକୋଇଲି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଲଘୁଚାପ ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବିଳମ୍ୱରେ ବର୍ଷା ହୋଇଥିବାରୁ ଚାଷୀମାନେ ବିଲରେ ରୁଆ-ଉପୁଡ଼ା କାମ କରୁଛନ୍ତି। ଆଜି ମଧ୍ୟାହ୍ନରେ […]

dmu-2
ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍‌ରେ ପଡ଼ିଲା ବଡ଼ ପଥର

କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍‌ରେ ପଡ଼ିଲା ବଡ଼ ପଥର। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଏଭଳି ଅଘଟଣ ହୋଇଛି କୋରାପୁଟ୍ ଜିଲ୍ଲା ଦାମନଯୋଡ଼ିର ଡୁମୁରିପୁଟ୍‌ରେ। ମିଳିଥିବା ସୂଚନା ଅନୁସାରେ ,ଡିଏମ୍‌ୟୁ ଟ୍ରେନ୍‌ଟି ରାୟଗଡ଼ାରୁ କୋରାପୁଟ୍ ଆସୁଥିବା ବେଳେ ହଠାତ୍ ଏକ ବଡ଼ ପଥର ଟ୍ରାକ୍ ଉପରେ ପଡ଼ିଯାଇଥିଲା। ଫଳରେ ଟ୍ରେନ୍‌ର ଗୋଟିଏ ବଗିର ପାହାଚ ବଙ୍କା ହୋଇଯାଇଥିଲା। ଘଟଣା ପରେ କିଛି ସମୟ ପାଇଁ ଅଟକି ରହିଥିଲା […]

fani
ଏବେ ବି ପୁରୀରେ ଫୋନି ପୀଡ଼ିତଙ୍କୁ ସହଯୋଗ କରୁଛି ଇନଫୋସିସ୍‌

ଭୁବନେଶ୍ୱର  : ପୁରୀ ଓ ଏହାର ଆ‌ଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି ‘ଫୋନି’ର ପାଦଚିହ୍ନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବାତ୍ୟା ପରଠାରୁ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା ଇନ୍‌ଫୋସିସ୍‌ ଏବେ ବି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଛି। ଇନଫୋସିସ୍ ଫାଉଣ୍ଡେସନ୍‌ର ସିଏସ୍‌ଆର ୱିଙ୍ଗ ଆକାଂକ୍ଷା ଟିମ୍‌ ଏବେ […]

saha
ଲୋକସଭାରେ ଆଗତ ହେଲା ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଶାହ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ, ଏହା ଜମ୍ମୁ ଓ କାଶ୍ମୀରକୁ ଭାରତ ସହ ଦଶନ୍ଧି ଦଶନ୍ଧି ଧରି ଯୋଡ଼ି ରଖିବ ଓ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତେବେ ବିଲ୍‌ର ଉପସ୍ଥାପନ ଶୈଳୀ ନେଇ ଆପତ୍ତି କରିଛି କଂଗ୍ରେସ। କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ରାତାରାତି ଗୋଟିଏ […]

mining
ଭରତପୁର କୋଇଲା ଖଣି ଦୁର୍ଘଟଣା ; ମୃତକଙ୍କ ପରିବାରକୁ ମିଳିବ ୩୦ ଲକ୍ଷ ଟଙ୍କା, ଚାକିରି

ଅନୁଗୁଳ : ଅନୁଗୁଳ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଛନ୍ତି ମୃତକଙ୍କ ପରିବାରଲୋକେ। ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଏମାନେ। ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପାଇଁ ଏମ୍‌ସିଏଲ୍‌କୁ କୋଲ୍ ଇଣ୍ଡିଆ ସୁପାରିଶ କରିଥିବା ସ୍ଥାନୀୟ ଏଡିଏମ୍ କହିଛନ୍ତି। ଆଜି ଏନେଇ ମୃତକଙ୍କ ପରିବାର, ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଗତ ୨୩ ତାରିଖ […]

article
୩୭୦ ସହ ୩୫-ଏ ମଧ୍ୟ ଉଚ୍ଛେଦ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମ୍ବିଧାନର ବିବାଦୀୟ ଧାରା ୩୫-ଏର ଭାଗ୍ୟ ଏବେ କ’ଣ ହେବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଧାରା ୩୫-ଏ ମଧ୍ୟ ଆପେଆପେ ଉଚ୍ଛେଦ ହୋଇଯାଇଛି। ସମ୍ବିଧାନର ଧାରା ୧୪୫ ଅନୁଯାୟୀ, ସମ୍ବିଧାନର ଯେକୌଣସି ଧାରାକୁ ଚ୍ୟାଲେଞ୍ଜ କରାଗଲେ, ତାହାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବା କଥା। ତେଣୁ ୩୫-ଏ ସମ୍ବିଧାନର ମୂଳ ନିୟମକୁ ଉଲ୍ଲଙ୍ଘନ କରୁଛି କି ନାହିଁ, […]

RESULT
+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୪.୮୪% ରହିଛି। କଳାରେ ପାସ୍ ହାର ୮୨.୬୦% ଥିବାବେଳେ ବାଣିଜ୍ୟରେ ୮୭.୩୭% ଓ ବିଜ୍ଞାପନରେ ୬୭.୭୦% କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୩୫.୭% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜୁଲାଇ ୧୮ରୁ ୨୦ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଫେଲ୍ […]

coal
କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଇଲା ଖଣି ନିଲାମୀ ଆରମ୍ଭ

ଭୁବନେଶ୍ୱର : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଓ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛନ୍ତି। ୫ଟି କୋଇଲା ଖଣି ବିଦ୍ୟୁତ କ୍ଷେତ୍ର, […]

arrest
ଗିରଫ ହେଲେ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି

ଶ୍ରୀନଗର : ରବିବାର ରାତିରୁ ଗୃହବନ୍ଦୀ ହୋଇ ରହିଥିବା ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଓ ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ଉଭୟ ଏକ ଗେଷ୍ଟ ହାଉସ୍‌କୁ ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ କେଉଁ କାରଣ ପାଇଁ ଉଭୟଙ୍କୁ ଗିରଫ କରାଗଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରାଜ୍ୟସଭାରେ ଜମ୍ମୁକୁ ଦୁଇ ଭାଗ […]

imran
ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ପାକିସ୍ତାନରେ କମ୍ପନ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ପାକିସ୍ତାନରେ କମ୍ପନ। ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ନିନ୍ଦା କରିବା ସହ ଏକପାଖିଆ କହି ପ୍ରତ୍ୟାଖ୍ୟାନ କରିଛି। ଭାରତ ଅଧିକୃତ ଜମ୍ମୁ ଓ କଶ୍ମୀର ଆନ୍ତର୍ଜାତିକ ସ୍ତରରେ ବିବାଦୀୟ ଅଂଚଳ ଭାବେ ମାନ୍ୟତା ପାଇଛି। ତେଣୁ ଏହା ପାକିସ୍ତାନ ଏବଂ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଭାରତ […]

lightening
ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

ଜଳେଶ୍ୱର(ଅଜିତ ଦାସ): ବଜ୍ରପାତରେ ଉତ୍ତର ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଏମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ଆଜି ମଧ୍ୟାହ୍ନରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ଭୋଗରାଇ ଅଞ୍ଚଳର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗାଁର ସୁଜୟ […]