• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gst
୧୨ କୋଟିରୁ ଊର୍ଦ୍ଧ୍ୱ ଜିଏସ୍‌ଟି ଠକେଇ ; ଖଣି ବ୍ୟବସାୟୀ ଗିରଫ

ଭୁବନେଶ୍ୱର  : ରାଜ୍ୟରେ ଏକ ବଡ଼ଧରଣର ଜିଏସ୍‌ଟି ଠକେଇ ଧରାପ଼ଡିଛି। ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ଟିଟିଲାଗଡ଼ ଖଣି ବ୍ୟବସାୟୀ ତୀର୍ଥଙ୍କର ପଟେଲ ଗିରଫ ହୋଇଛନ୍ତି। ରାଜ୍ୟ ଜିଏସଟି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ପୁଲିସ ତୀର୍ଥଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲ୍ସର ମାଲିକ ତୀର୍ଥଙ୍କର ପଟେଲ ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ବର୍ଷ […]

bus
ରାଜଧାନୀରେ ଗଡ଼ିବ ଇଲେକ୍ଟ୍ରି ବସ୍

ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି। କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନାରେ ଏହି ବସ୍ ମିଳିବ। ମହାରାଷ୍ଟ୍ରକୁ ୭୨୫, […]

gutuka
ନକଲି ଗୁଟଖା କାରଖାନା ଠାବ ; ୧୧୦ ବସ୍ତା ଗୁଟଖା ଜବତ କଲା ପୁଲିସ୍

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଆଉ ଏକ ବେଆଇନ ଗୁଟଖା ଫ୍ୟାକ୍‌ଟ୍ରି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଠାବ କରିଛି । ବଡ଼ବଜାର ଥାନା ନିକଟସ୍ଥ ପାଣିଗ୍ରାହୀ ପେଣ୍ଠ ସାହିରେ ଏକ ଘରର ଉପର ମହଲାରେ ଚାଲିଥିବା ଏହି ଗୁଟଖା ଫ୍ୟାକ୍‌ଟ୍ରି ଉପରେ ଚଢ଼ାଉ କରି ସେଠାରୁ ୧୧୦ବସ୍ତା ଗୁଟଖା, ପାନମସଲା ସହ ବହୁ ସରଞ୍ଜାମ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହ ଭିତରେ ବ୍ରହ୍ମପୁର ସଦର ଓ ବଡ଼ବଜାର ଥାନା ଇଲାକାରେ ୭ଟି […]

tiger
ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ; ବାଘକୁ ଦେଖି ଲୋକେ ଭୟଭୀତ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ଗତ ଦୁଇ ତିନି ଦିନ ହେଲାଣି ଜିଲ୍ଲାର ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଗାଁ ପାଖରେ ବାଘ ୨ଟିକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଥିଲେ ବି ବାଘକୁ ଧରିବାରେ ସକ୍ଷମ ହୋଇନାହାଁନ୍ତି। ବାଘ ଦୁଇଟି କୌଣସି […]

hal
ହାଲ୍‌ ସୁଖୋଇ କାରଖାନାରେ କମ୍ପ୍ରେସର ଫାଟି ଜଣେ ଗୁରୁତର

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସୁନାବେଡା ହାଲ୍‌ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହାଲ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ହାଲ୍‌ର ମେକାନିକ୍‌ ହେଡ୍‌ ସୁଦାମ ମହାନ୍ତି ଆଜି ଫ୍ୟାକ୍ଟ୍ରିରେ ଏକା କାମ କରୁଥିଲେ। ଠିକ୍‌ ଏତିକି ବେଳେ କମ୍ପ୍ରେସର ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ୯୦ ଭାଗ ପୋଡ଼ି […]

rajnath
‘ପଡ଼ୋଶୀଙ୍କଠୁ ରହିଛି ସବୁଠୁ ଅଧିକ ବିପଦ’

ନୂଆଦିଲ୍ଲୀ :  ଭାରତ ପାଇଁ ସବୁଠୁ ବଡ଼ ବିପଦ ଏହାର ପଡ଼ୋଶୀ ଦେଶ। ଆଜି ଏପରି କିଛି ବୟାନ ରଖି ପାକିସ୍ତାନକୁ ଇସାରାରେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନିଜ ବନ୍ଧୁଙ୍କୁ ପରିବର୍ତ୍ତନ କରିପାରିବେ କିନ୍ତୁ ପଡ଼ୋଶୀଙ୍କୁ ନୁହେଁ। ଆଉ ଭାରତର ପଡ଼ୋଶୀ ଯେଭଳି ରହିଛନ୍ତି ସେହିଭଳି ପଡ଼ୋଶୀ ଭଗବାନ ଆଉ କାହାକୁ ବି ନଦିଅନ୍ତୁ ବୋଲି ରାଜନାଥ ଦୋହରେଇଛନ୍ତି। ଭାରତରେ ଆତଙ୍କବାଦୀ ଗତିବିଧି ଏବଂ ଅଶାନ୍ତର ବାତାବରଣ ଦୂର କରିବା ପାଇଁ କେନ୍ଦ୍ର […]

b k sharma
'ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଗୁରୁତ୍ୱ'

ଭୁବନେଶ୍ୱର : ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ ନୂଆ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଫୋକସ୍। ତା ଛଡ଼ା ଏବେ ବଦଳିବ ରାଜ୍ୟ ପୁଲିସର ତଦନ୍ତର ତରିକା।  ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଗୁରୁତ୍ୱ। ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ କୁମାର ଶର୍ମା ଏହା କହିଛନ୍ତି। ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ମଧ୍ୟ ପୁଲିସ ଚେଷ୍ଟା କରିବ। ସେହିପରି ସାକ୍ଷୀଙ୍କୁ […]

sushama--
ପରଲୋକରେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଗତକାଲି ଦିଲ୍ଲୀ ଏମ୍ସଠାରେ ପରଲୋକ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ହୃଦ୍‌ଘାତ ପରେ ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଖବର ପାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଏମ୍ସରେ ପହଞ୍ଚିଥିଲେ। ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖନୀୟ ଯେ, […]

love
ପ୍ରେମ ପାଇଁ ଭାଇ ଭଉଣୀ ଏମିତି କଲେ !

ଭଦ୍ରକ(ତପନ ସ୍ୱାଇଁ): ପ୍ରେମିକ ପ୍ରବର ଭାଇ ସହିତ ମିଶି ଭଉଣୀ, ତାର ନିଜ ସାଙ୍ଗକୁ ଅପହରଣ କରିବା ପରେ ତାକୁ ମାଡ଼ ମାରି ସାଳନ୍ଦୀ ନଦୀ କୂଳ ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ରୀମା(ଛଦ୍ମନାମ)ଙ୍କୁ ତାଙ୍କ ସାଙ୍ଗଙ୍କ ବଡ଼ ଭାଇ ଏକ […]

director
ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ : ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଗୁପ୍ତା ପୂର୍ବରୁ କର୍ପୋରେଟ ଆକାଉଣ୍ଟସ୍, ଟ୍ରେଜେରୀ, ନିବେଶ ମୂଲ୍ୟାଙ୍କନ ଏବଂ ବିପଦ ପରିଚାଳନା ବିଭାଗର ମୁଖ୍ୟ ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ। ଜଣେ ବାଣିଜ୍ୟ ସ୍ନାତକ ଏବଂ ଚାଟାର୍ଡ […]

poster
ଇସ୍‌ଲାମାବାଦରେ ମହାଭାରତ ପୋଷ୍ଟର ! ସୋଶାଲ୍ ମିଡିଆରେ ଚର୍ଚ୍ଚା

ଇସ୍‌ଲାମାବାଦ : ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ମହାଭାରତ ପୋଷ୍ଟରକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା। ଇସ୍‌ଲାମାବାଦ୍‌ର ବିଭିନ୍ନ ସ୍ଥାନରେ ଆଜି ମହାଭାରତ-ଏ ଷ୍ଟେପ୍ ଫରଓ୍ୱାର୍ଡ ଶୀର୍ଷକରେ ଶହ ଶହ ସଂଖ୍ୟାରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଏଏନ୍ଆଇ ଟୁଇଟ୍ କରିଥିବା ରାଜ୍ୟସଭାରେ ଶିବସେନା ସାଂସଦ ସଂଜୟ ରାଉତଙ୍କ ବୟାନ ସ୍ଥାନ ପାଇଥିଲା। ଯେଉଁଥିରେ ଲେଖାଥିଲା, ଆଜି ଜାମ୍ମୁ-କାଶ୍ମୀର ନେଇଛୁ, କାଲି ବେଲୁଚିସ୍ତାନ ଓ ପିଓକେର ପାଳି। ଭାରତର ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତର ସ୍ୱପ୍ନ ପୁରା କରିବା […]

school room
ପ୍ରଧାନଶିକ୍ଷକ ଖାଇଗଲେ ସ୍କୁଲ ଘର !

ଭଦ୍ରକ : ଭୀଷଣ ଭୋକ! ଖାଲି ଇଟା, ବାଲି, ସିମେଣ୍ଟ ନୁହେଁ, କେଉଁଠି କେଉଁଠି ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ଗିଳି ଦେଇଛନ୍ତି ପୁରା ସ୍କୁଲ୍ ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ୧୬ରୁ ଅଧିକ ସ୍କୁଲ୍‌ରେ ଏମିତି ପ୍ରାୟ ୬୦ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଭାଟପଡ଼ା ସହଦେବ ଦାସ ପାଟଣା ସ୍କୁଲ୍‌ର ବ୍ୟାଙ୍କ ଖାତାକୁ ସର୍ବଶିକ୍ଷା ଅଭିଯାନରେ ସ୍କୁଲ୍ ଘର ତିଆରି ପାଇଁ ୨୦୧୩ରେ ଅଗ୍ରୀମ ୩ ଲକ୍ଷ ୭ ହଜାର […]

india
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ, ରୋହିତଙ୍କୁ ବିଶ୍ରାମ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ବର୍ଷା ଯୋଗୁ ଏହି ମ୍ୟାଚ୍ ପ୍ରାୟ ୧ ଘଣ୍ଟା ବାଧାପ୍ରାପ୍ତ ହୋଇଛି, ଯେଉଁଥିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚରେ ଟିମ୍ ଇଣ୍ଡିଆର ନିୟମିତ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସାମିଲ୍ କରାଯାଇଛି। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ […]

odisha
କାହା ପାଇଁ କମିଶନ? ଖାଲିପଡ଼ିଛି ଅଧ୍ୟକ୍ଷ ପଦ

ଭୁବନେଶ୍ୱର : ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ ଓ ଭିନ୍ନକ୍ଷମ କମିଶନରେ ରାଜନୈତିକ ନିଯୁକ୍ତି ହେବାର ସମ୍ଭାବନା ଥିବାରୁ ସମୟ ଗଡ଼ାଇ ଚାଲିଛନ୍ତି ସରକାର। ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳର ଅଞ୍ଜଳି କର ଜଣେ ଗରିବ […]

rain
ପ୍ରବଳ ବର୍ଷା ଆଶଙ୍କା ; ଜିଲ୍ଲାପାଳଙ୍କୁ ପୁଣି ଆଲର୍ଟ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଥିବା ଯୋଗୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ସବୁ ଜିଲ୍ଲାରେ ଆଲର୍ଟ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ଛଡ଼ା ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ […]

kalia
‘କାଳିଆ’ ପାଇଁ କିଏ ଯୋଗ୍ୟ, କିଏ ଅଯୋଗ୍ୟ? ଆକାଉଣ୍ଟକୁ ଟଙ୍କାଯିବା ପରେ ଯାଞ୍ଚ ଲାଗି ସରକାରୀ ବିଜ୍ଞାପନ

ଭୁବନେଶ୍ୱର :  କିଏ ଯୋଗ୍ୟ, କିଏ ଅଯୋଗ୍ୟ? ନିର୍ବାଚନ ସରିବାର ୩ ମାସ ପରେ କାଳିଆ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଘଣ୍ଟାଚକଟା। ତାଲିକା ଯାଞ୍ଚ ଲାଗି ସରକାରଙ୍କର ବିଜ୍ଞାପନ ରେ ଆଜିଠୁ ୧୪ ଯାଏଁ ଯାଞ୍ଚ ପ୍ରକ୍ରିୟା ଚାଲିବା ନେଇ ଉଲ୍ଲେଖ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଇଛି ହିତାଧିକାରୀ ତାଲିକା। ଯେଉଁଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଡୁ ନିଜ ନାଁ ବାଦ୍ ଦେବାକୁ ଆବେଦନ କରିବା […]

loka
ରାଜ୍ୟସଭା ପରେ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍‌ ସପକ୍ଷରେ ୩୬୬ ଭୋଟ ପଡ଼ିଥିବା ବିପକ୍ଷରେ ୬୬ଟି ଭୋଟ ପଡ଼ିଛି। ଜଣେ ସାଂସଦ ଭୋଟ ଦାନରୁ ବିରତ ରହିଥିଲେ। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ […]

rd college
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି ; ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ କର

ଭୁବନେଶ୍ୱର : ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍‌ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି। ଗତ ୨୬ ଜୁଲାଇରୁ ଚିଠି ଆସିଥିଲେ ସୁଦ୍ଧା ଏଯାଏ କୁଳପତି କୌଣସି ଉତ୍ତର ଦେଇନାହନ୍ତି। ଏଭଳି ପରିସ୍ଥିତିରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ପ୍ରକ୍ରିୟା କେତେ […]