• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିକାଲି ତ ସବୁଥିରେ ପ୍ରତିଯୋଗିତା । ଧାଁ ଦୌଡ଼ ଭରା ଜୀବନରେ ଆଗରେ ରହିବା ପାଇଁ ଲୋକେ ପରସ୍ପର ସହ ପ୍ରତିଯୋଗିତାରେ ମାତିଛନ୍ତି । କିଏ ଶିକ୍ଷା କ୍ଷେତ୍ରରେ ଆଗରେ ରହିବା ପାଇଁ ପ୍ରତିଯୋଗିତା କରୁଛି ତ କିଏ ଚାକିରିକୁ ନେଇ । ଚାକିରି ପାଇଁ ସଙ୍ଘର୍ଷ ପ୍ରତି ମୂହୁର୍ତ୍ତରେ ଜାରି ରହିଛି ।

ପ୍ରତିଯୋଗିତାମୂଳକ ବଜାରରେ, ଲୋକମାନେ କ୍ରମାଗତ ଭାବରେ ଭିଡ଼ରୁ ଅଲଗା ହେବା ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି । ବିଭିନ୍ନ ପ୍ରକାର କୌଶଳ ଆପଣେଇ ଭିଡ଼ରୁ ଅଲଗା ହେବାକୁ ଚେଷ୍ଟା କରୁଛନ୍ତି । ଚାକିରି କ୍ଷେତ୍ରରେ ମଧ୍ୟ ଏପରି କାର୍ଯ୍ୟ କମ୍ପାନୀମାନଙ୍କର ମନ କିଣିପାରୁଛି । ନିଜକୁ ପ୍ରେଜେଣ୍ଟ କରିବା ପାଇଁ ୱେବସାଇଟ ଡିଜାଇନ, ନିଜ କାର୍ଯ୍ୟର ଆଖିଦୃଶିଆ ଭିଜୁଆଲ୍ ଯୋଡିବା, ଇଣ୍ଟରାକ୍ଟିଭ୍ ଡିଜିଟାଲ୍ ପୋର୍ଟଫୋଲିଓ ସୃଷ୍ଟି କରିବା ଆଦି କରୁଛନ୍ତି ।

ଏହି ସବୁ କାମ ମଧ୍ୟ ବିଭିନ୍ନ କମ୍ପାନୀକୁ ଆକୃଷ୍ଟ କରିପାରୁଛି । ତେବେ ଏହି ପରି ଜଣେ ଚାକିରି ଖୋଜୁଥିବା ବ୍ୟକ୍ତି ଅଭିନବ ଉପାୟରେ ଚାକିରି ପାଇଁ ଆପ୍ଲାଏ କରି ସମସ୍ତଙ୍କ ମନ କିଣି ନେଇଛନ୍ତି । ଏକ ଇଣ୍ଟରଭିୟୁ ପାଇଁ ସେ କମ୍ପାନୀର କାର୍ଯ୍ୟାଳୟରେ ପିଜା ସହ ନିଜ ଚାକିରି ଆବେଦନ କରିଥିଲେ । ଯାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନ୍ୟୁୟର୍କ ଭିତ୍ତିକ ଷ୍ଟାର୍ଟଅପ୍ କମ୍ପାନୀ ଆଣ୍ଟିମେଟାଲର ସିଇଓ ମାଥ୍ୟୁ ପାର୍କହର୍ଷ୍ଟ ଏହି ଆବେଦନକାରୀଙ୍କ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି । ଏକ ଇଣ୍ଟର୍ନସିପ୍ ଆବେଦନ ମୁଁ ପାଇଛି । ଯେଉଁଥିରେ ରିଜ୍ୟୁମ୍ ସହ ଏକ ପିଜା ମଧ୍ୟ ଥିଲା ବୋଲି ମାଥ୍ୟୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଲେଖିଛନ୍ତି ।

ଚାକିରି ଆବେଦନକାରୀ ଯେପରି ଭାବେ ନିଜ ଆବେଦନକୁ କମ୍ପାନୀକୁ ପଠାଇଥିଲେ, ସେଥିରେ ସେ ନିହାତି ଭାବେ ଇଣ୍ଟରଭିୟୁ ପାଇବେ ବୋଲି କମ୍ପାନୀ CEO କହିଛନ୍ତି । ଅତି ସୁନ୍ଦର ଭାବରେ ଆବେଦନକାରୀ ଜଣକ ଲେଖିଛନ୍ତି, ନୂଆ ଲଞ୍ଚ ପାଇଁ ଶୁଭେଚ୍ଛା । ଆଣ୍ଟିମେଟାଲର ସର୍ଭିସ ଦ୍ୱାରା ପ୍ରଭାବିତ ହୋଇ ଏହି ପିଜା ପଠାଇଛି । ଏହା ସହ ଇଞ୍ଜିନିୟରିଂ ଇଣ୍ଟର୍ନସିପ୍ ପଦବୀ ପାଇଁ ମଧ୍ୟ ରିଜ୍ୟୁମର ଏକ କପି ଆଣିଛି ।

ଚାକିରି ଆବେଦନକାରୀ ଡେଭିଡ୍ ପ୍ରକାଶ କରିଛନ୍ତି ଯେ, ତାଙ୍କ ୱେବସାଇଟ୍ ପରିଦର୍ଶନ କରି ତାଙ୍କ କାର୍ଯ୍ୟଶୈଳୀ ଯାଞ୍ଚ କରିବା ପାଇଁ ପିଜାକୁ ସେ “ଲାଞ୍ଚ”ଭାବେ ପଠାଇଛନ୍ତି । ଏହି ପୋଷ୍ଟଟି ମେ ୧ ରେ ସେୟାର ହେବା ପରଠାରୁ ୨.୯ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଲାଣି । ଏହାକୁ ନେଇ ଜଣେ ମତ ରଖିଛନ୍ତି ଯେ, “ମୁଁ ପ୍ରଭାବିତ । ସେ ନିଜ ଚିଠିକୁ ଅତି ସ୍ପଷ୍ଟ ଭାବେ ଲେଖିଛନ୍ତି ।”ଅନ୍ୟ ଜଣେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ଯୁବକ ଜଣକ ବୋଧେ ଅଯୋଗ୍ୟ । ସେଥିପାଇଁ ଲାଞ୍ଚ ଦେଇଛନ୍ତି ।