• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rape in puri
ପୁରୀ ଗଣଦୁଷ୍କର୍ମ ମାମଲାକୁ ନେଇ ତନାଘନା

ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ […]

president
ରାଜଭବନରେ ରାତି ବିତାଇବେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସ୍ୱତନ୍ତ୍ର ବିମାନରେ ଆସି ୭ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ […]

one nation
ଜୁନ୍ ୧ରୁ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ  ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]

child
ବେପରୁଆ ବାପା-ମାଆ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ବନ୍ଦ କାର ଭିତରେ ମୁମୂର୍ଷୁ ଅବସ୍ଥାରେ କୁନିପିଲା । କାରର ପଛ ସିଟ୍‌ରେ ଅଣନିଶ୍ୱାସୀ ହେବା ପରେ ନିସ୍ତେଜ ହୋଇଯାଇଥିଲା ଶରୀର। ଦିନ ସାଢେ ୧୧ଟା ବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ଆଗରେ ଖରାରେ ଛିଡ଼ା ହୋଇଥିଲା ଏକ କାର । କାର ଭିତରେ ଥିବା ଶିଶୁ ଉପରେ ସିକ୍ୟୁରିଟି ଗାର୍ଡର ପଡ଼ିଥିଲା ନଜର।  ଆଖପାଖ ଅଧଘଣ୍ଟା ଧରି ଖୋଜାଖୋଜି ପରେ ବି ପିଲାଟିର ବାପା ମାଆଙ୍କ ଖୋଜ ଖବର […]

wrong side
ଚିନ୍ତା ବଢାଇଲା ରଙ୍ଗ୍ ସାଇଡ୍ ଡ୍ରାଇଭିଂ

ଭୁବନେଶ୍ୱର : କମିଶନରେଟ ପୁଲିସ ପାଇଁ ବଡ଼ ଚାଲେଞ୍ଜ ରଙ୍ଗ୍ ସାଇଡ ଡ୍ରାଇଭିଂ। ଟୁଇନ୍ ସିଟିର ୨୦୦ଟି ସ୍ଥାନ ଚିହ୍ନଟ କରିଛି ପୁଲିସ। ଯେଉଁଠାରେ ଅଧିକ ରଙ୍ଗ ସାଇଡ୍ ଡ୍ରାଇଭିଂ ଘଟଣା ଦେଖିବାକୁ ମିଳୁଛି। ତା ଭିତରୁ ୬୦ଟି ଅତି ସମ୍ବେଦନଶୀଳ ରଙ୍ଗ୍ ସାଇଡ ଡ୍ରାଇଭିଂ ପଏଣ୍ଟ ରହିଛି , ଯେଉଁଥିପାଇଁ ଦୁର୍ଘଟଣା ଘଟିବା ସହ ଅନେକ ଜୀବନ ଯାଉଛି। ଏହାକୁ ନଜରରେ ରଖି ସେହି ସବୁ ରଙ୍ଗ୍ ସାଇଡ ପଏଣ୍ଟ ଗୁଡିକରେ ଟ୍ରାଫିକର ସ୍ୱତନ୍ତ୍ର ଉଇଙ୍ଗ […]

husband2
ସ୍ତ୍ରୀଙ୍କୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ।  ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି।  କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତାର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି […]

clerk attack
ଗୋଡ଼ାଇ ଗୋଡ଼ାଇ ହାଣିଲେ

ବ୍ରହ୍ମପୁର : ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏ ଘଟଣା । ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଦିନ ଦ୍ୱିପ୍ରହରରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରଂଜନ ପ୍ରଧାନ।  ଗୁରୁତର ଅବସ୍ଥାରେ ନିରଂଜନଙ୍କୁ ବ୍ରହ୍ମପୁର ବଡ଼ […]

odia jhia
ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଆଦିବାସୀ ଝିଅ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଦିବାସୀ ଝିଅ ସ୍ୱାଗତିକା କଅଁର। ଛତିଶଗଡ଼ ରାଜ୍ୟ ରାୟପୁରଠାରେ ଆୟୋଜିତ ‘ମିସ ତିଆରା କ୍ୱିନ ଭାରତ କଣ୍ଟେଷ୍ଟ’ରେ ଟାଇଟେଲ୍‌ ଜିତି ନିଜ ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି। ୫୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଚମକିଛନ୍ତି ସ୍ୱାଗତିକା। ବଲାଙ୍ଗିର ଜିଲ୍ଲା ପ୍ୟାଲେସ ଲାଇନ୍‌ ପଡ଼ାରେ ରହୁଥିବା ସରକାରୀ ଆଇଟିଆଇ କଲେଜର କର୍ମଚାରୀ ସୁଦର୍ଶନ କୁଅଁରଙ୍କ ଝିଅ ହେଉଛନ୍ତି ସ୍ୱାଗତିକା। ସେ ଏବେ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ରାଜନୀତି […]

TRAIN
ଟ୍ରେନ୍‌ ଇଞ୍ଜିନରେ ନିଆଁ !

ବାରିପଦା (ମାଣିକଲାଲ୍‌ ପାଣି): ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରୁଥିବା ଡିଏମ୍‌ୟୁ ଟ୍ରେନ୍‌ ଇଞ୍ଜିନରେ ଲାଗିଛି ନିଆଁ। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ରେଳ ବିଭାଗ ଅନୁମାନ କରୁଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଟ୍ରେନ୍‌ଟି ବାଲେଶ୍ୱରକୁ ଫେରିନାହିଁ। ବାଙ୍ଗିରିପୋଷି ଷ୍ଟେସନ୍‌ରେ ଅଟକି ରହିଛି। ଡିଏମ୍‌ୟୁ ଟ୍ରେନ୍‌ଟି ବାଲେଶ୍ୱରରୁ ଭାୟା ବାରିପଦା ଦେଇ ବାଙ୍ଗିରିପୋଷି ଯାଇଥାଏ। ସେଠାରୁ ଦିନ ୧ଟା ବେଳେ ପୁଣି ବାଲେଶ୍ୱରକୁ ଫେରିଥାଏ। ତେବେ ଆଜି […]

2 years
ରାନୁଙ୍କ ପରେ ୨ବର୍ଷର ଶିଶୁ ଗାଇଲେ ଲତାଙ୍କ ଗୀତ, ସୋଶାଲ ମିଡିଆରେ ଭାଇରାଲ୍

 ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍‌ ଶୀଘ୍ର ଭାଇରାଲ୍ ହେଇଛି। ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି ।  ଏହାର ସବୁଠୁ ବଡ଼  ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍‌ କା ନଗମା […]

teacher death
ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ

ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍‌ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ। ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍‌ଜିରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନ କରୁଥିବା ନିରଂଜନଙ୍କ ଅନ୍ୟ ସହକର୍ମୀ । ପୁନଃମୂଲ୍ୟାୟନ ନେଇ ଦାବି ପୂରଣ ନହେଲେ ନିରଂଜନଙ୍କ ଭଳି […]

rape puri byte
ପୀଡ଼ିତା କହିଲେ କେମିତି ହୋଇଥିଲା ଗଣଦୁଷ୍କର୍ମ !

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍‌ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। […]

2
ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବକ

ଭୁବନେଶ୍ୱର : ଦିବଗଂତ ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ସକ୍ରିୟ ଥିବା ଶ୍ରୀଦେବୀଙ୍କ ଅଭିନୟ ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ। ପୁସ୍ତକରେ ଶ୍ରୀଦେବୀଙ୍କ ଶିଶୁ କଳାକାରଠୁ ଆରମ୍ଭ କରି ମେଗା ଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କ କଳାକାର ଜୀବନର ସମସ୍ତ ଦିଗକୁ ଛୁଇଁଛନ୍ତି ସତ୍ୟାର୍ଥ। ଇଂରାଜୀ […]

nasa 2
ଛାତ୍ରଙ୍କୁ ନାସା ପ୍ରତିଯୋଗିତା ପାଇଁ ମନୋନୀତ ଖବର ମିଛ

ଅନୁଗୁଳ : ଅନୁଗୁଳର ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ପାଇଁ ମନୋନୀତ ଖବର ସମ୍ପୂର୍ଣ୍ଣ ଜାଲ୍। ନାସା ପକ୍ଷରୁ ଏଭଳି କୌଣସି ସୂଚନା ଆସିନଥିଲା,ବରଂ ଏହା ପୁରାପୁରି ନକଲି ବୋଲି ସ୍ପଷ୍ଟ କରିଛି ପୁଲିସ। ସେପଟେ ଘଟଣା ପଛରେ ଜଣେ ନାବାଳକର ଭୂମିକା ଥିବା କହି ଘଟଣାର ତଦନ୍ତ ଜାରି ରହିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ। ଅନୁଗୁଳର ଛାତ୍ର ଶୁଭ୍ରାଂଶୁ ନାୟକ ତାଙ୍କ ପ୍ରୋଜେକ୍ଟ ମ୍ୟାଭିକ୍ ପାଇଁ  […]

marriage
ଅଭିନେତ୍ରୀଙ୍କୁ ବିବାହ କଲେ କ୍ରିକେଟର

ମୁମ୍ବାଇ: ଟିମ୍ ଇଣ୍ଡିଆର ମିଡଲ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଏବଂ କର୍ଣ୍ଣାଟକା ଟିମର କ୍ୟାପଟେନ୍ ମନିଷ ପାଣ୍ଡେ ସୋମବାର ଏକ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ରବିବାର ନିଜ ନେତୃତ୍ୱରେ କର୍ଣ୍ଣାଟକାକୁ ସୟଦ ମୁସ୍ତାକ୍ ଅଲୀ ଟି-୨୦ ଚାମ୍ପିୟନ୍ କରାଇଥିବା ମନିଷ ସୋମବାର ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମନିଷ ବର୍ତ୍ତମାନ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଲଗାତାର କ୍ରିକେଟ୍ ଖେଳୁଛନ୍ତି। ଏଭଳି ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସେ ନିଜ […]

pratibad
ଏବେ ସାରା ଦେଶରେ ବିରୋଧର ବହ୍ନି

ଭୁବନେଶ୍ୱର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍‌ ପୁଲିସ ଜାରି କରିଛି ଗାଇଡ୍‌ଲାଇନ୍‌। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍‌ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ […]

rra
ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା। ଯୁବତୀଙ୍କ ସହ ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ଅଭିଯୋଗ। ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବାର ସୂଚନା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ୍ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍‌ରେ ଝାଡ଼େଶ୍ୱରୀ କ୍ଲବ୍  ନିକଟ କ୍ୱାର୍ଟର୍ସକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। […]

woman
ନୌସେନାରେ ପ୍ରଥମ ମହିଳା ପାଇଲଟ୍

କୋଚି  : ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ପ୍ରଥମ ମହିଳା ପାଇଲଟ୍ ସବ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ । ଆଜି ବିଧିବଦ୍ଧ ଭାବେ କୋଚି ନେଭାଲ୍ ବେସ୍‌ରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ତାଙ୍କୁ ଭାରତୀୟ ନାଭିର ଡୋନିୟର୍ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଉଡ଼ାଇବାର ସୁଯୋଗ ମିଳିଛି। ନେଭିର କୌଣସି ମହିଳା ପାଇଲଟ୍ ଭାବେ ପ୍ରଥମର ଥର ପାଇଁ କକ୍‌ପିଟ୍‌ରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶିବାଙ୍ଗୀ। ଭାରତୀୟ ନାଭାଲ ଏକାଡେମୀରେ ସମସ୍ତ ଟ୍ରେନିଂ ସାରିଛନ୍ତି ଶିବାଙ୍ଗୀ । ସେ […]

priyankagandhi-1575287727
ପ୍ରିୟଙ୍କା ଗାନ୍ଧିଙ୍କ ଘରେ ଲୋକଙ୍କ ଭିଡ଼ !

ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧିଙ୍କ ଲୋଧି ଇଷ୍ଟେଟ ବାସଭବନରେ ଲୋକଙ୍କ ଭିଡ଼ । ଧସେଇ ପସିବା ସହ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କଲେ । କାରଣ କଣ ହୋଇପାରେ ? ପ୍ରକୃତ କଥା ଏୟା ଯେ, କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧିଙ୍କ ଅଫିସ ପକ୍ଷରୁ ସିଆରପିଏଫକୁ […]

drive--9
ଏମିତି ବି କଥା ହୋଇପାରିବେ ଗାଡ଼ି ଚାଳକ, କେମିତି ଧରାପଡିବେ ?

ଭୁବନେଶ୍ୱର  : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା ଘରକୁ ଚାଲାଣ  ଯିବ ବୋଲି ପୋଲିସ କହିଛି। କାରଣ ରାସ୍ତା ଚାରିପଟେ ଜଗିଥିବା ସିସି ଟିଭି କ୍ୟାମେରା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରାଇବ ବୋଲି ପୁଲିସ କହିଛି। ମଦ୍ୟପାନ […]

amit
ବାଜି ମାରିଲେ ଅମିତ

ରାଉରକେଲା(ପୱନ ତିୱାରୀ): ରାଉରକେଲାର ଅମିତ କଚ୍ଛପ ହୋଇଛନ୍ତି ‘ମିଷ୍ଟର ଆଣ୍ଡ୍‌ ମିସ୍‌ ମଡେଲ୍‌ ଇଣ୍ଡିଆ’ର ବିଜୟୀ। ନଭେମ୍ବର ୧୦ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଏହି ରଙ୍ଗାରଙ୍ଗ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏଥିରେ ସେ ଏକମାତ୍ର ଓଡ଼ିଆ ଭାବେ ଯୋଗଦେଇଥିଲେ। ‘ମିଷ୍ଟର ଆଣ୍ଡ୍‌ ମିସ୍‌ ମଡେଲ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୧୫ ଜଣ ପୁଅ ଓ ୧୨ ଝିଅଙ୍କ ଭାଗ ନେଇଥିଲେ। ଏଥିରେ ଟାଲେଣ୍ଟ, ଫିଟ୍‌ନେସ୍‌, ବ୍ୟକ୍ତିଗତ ସାକ୍ଷାତକାର ଓ ରାମ୍ପୱାକ୍‌ ଆଦି ହୋଇଥିଲା। ତେବେ […]