• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

punishment
କମେଣ୍ଟ ପାଇଁ ଚପଲ ମାଳ

ଢ଼େଙ୍କାନାଳ( ରାଜଶ୍ରୀ ଶତପଥୀ) : ଯୁବକଙ୍କୁ ମହଙ୍ଗା ପଡ଼ିଲା କମେଣ୍ଟ ମରା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବେଡାପଡ଼ାର ଗାଁ ମଝିରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ ସହ ବେକରେ ଚପଲ ପିନ୍ଧାଇଲେ ଲୋକେ। ନାବାଳିକାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ପିଟି ଜୋତାମାଳ ପିନ୍ଧାଇ ଡାଲା ଅଟୋରେ ବସାଇ ଥାନାକୁ ନେଇଥିଲେ। ରାସୋଳ ଥାନା ଅଞ୍ଚଳରେ ୩/୪ ଦିନ ତଳେ ଘଟିଥିବା ଏ ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ପରେ […]

rita
ଉଦ୍ଧାର ହେଲେ ଗୃହବନ୍ଦୀ ଥିବା ମହିଳା ଶିଳ୍ପପତି

ଯାଜପୁର : ଯାଜପୁରରେ ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଶିଳ୍ପପତି । ଗତକାଲି ଦିନ ୩ଟାରୁ ସେ ଗୃହବନ୍ଦୀ ଥିଲେ । ଆଜି ଏସ୍‌ପି, ଏଡିଏମ୍ ପ୍ରମୁଖ ପହଞ୍ଚି ଶିଳ୍ପପତିଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ, ଜଖପୁରା ଠାରେ ଥିବା ଏକ ହୋଟେଲରେ ମହିଳା ଶିଳ୍ପପତି ରୀତା ସିଂହ ଗତକାଲି ଠାରୁ ଅଟକ ଥିଲେ। ବକେୟା ଦରମା ଦାବିରେ ମୈଥାନ ଇସ୍ପାତ କାରଖାନାର ଶତାଧିକ କର୍ମଚାରୀ ଅଟକ ରଖିଥିଲେ। କର୍ମଚାରୀଙ୍କ ସହ ସୁକିନ୍ଦା […]

MOBILE
ମୋବାଇଲ ଫାଟି ଯୁବକ ଆହତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବାଇକରେ ଯାଉଥିବା ବେଳେ ପକେଟ୍‌ରେ ଥିବା ମୋବାଇଲ ଫୋନ୍‌ ଫାଟିଲା। ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏମିତି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି। ମହାଦେବପାଟଣା ଗାଁର ଚନ୍ଦ୍ରମଣି ସେଠୀ ଆଜି ଅପରାହ୍ନରେ ବାଇକରେ ଯାଉଥିଲେ। ଗରାପୁର୍ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ତାଙ୍କ ପ୍ୟାଣ୍ଟ ପକେଟ୍‌ରେ ଥିବା ସ୍ମାର୍ଟ ଫୋନ୍‌ ହଠାତ ଫାଟି ଯାଇଥିଲା। ଫଳରେ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ ଚନ୍ଦ୍ରମଣି। […]

KOHLI
ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ କୋହଲି

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଉପରେ କବଜା କରିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ କୋହଲି ଭଲ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ତାଙ୍କ ରାଙ୍କିଙ୍ଗରେ ସୁଧାର ହୋଛି। ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୮ ପଏଣ୍ଟ ସହ […]

enjection---2
ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ସଫେଇ କର୍ମଚାରୀ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁଣି ପଦାରେ ପଡ଼ିଛି ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିଚ୍ର। ‘ମୋ ସରକାର’ ଓ ୫ଟି  ଯୋଜନାକୁ ଉପହାସ କରି ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ସଫେଇ କର୍ମଚାରୀ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ଏହାର ଭିଡ଼ିଓ ଏବେ ସୋଶାଲ୍‌ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏହାର […]

puthri
ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର  : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି। ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ସନ୍ଧ୍ୟା ୭ଟା ୪୮ ମିନିଟ୍‌ରେ ଉତ୍‌କ୍ଷେପଣ ହୋଇଛି। ପୃଥ୍ୱୀ-୨ର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ତା’ସହ ୫୦୦ରୁ ୧୦୦୦ କେଜି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ୧୯୯୬ ମସିହାରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପ୍ରଥମେ ପରୀକ୍ଷା କରାଯାଇଥିଲା। ସେତେବେଳେ ଏହାର […]

player
ଦ୍ୱିତୀୟ ଦିନରେ ଭାରତକୁ ୨୭ ପଦକ

କାଠମାଣ୍ଡୁ: ଚଳିତ ୧୩ତମ ସାଉଥ୍ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିବସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତ ୨୭ ପଦକ ଜିତିଛି, ଯେଉଁଥିରେ ୧୧ ସ୍ୱର୍ଣ୍ଣ ସାମିଲ୍ ଅଛି। ଏଥିସହ ଭାରତ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ମୋଟ ୪୩ (୧୮ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୯ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆୟୋଜକ ନେପାଳ ୨୩ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ମୋଟ ୪୪ ପଦକ […]

rape in puri
ପୁରୀ ଗଣଦୁଷ୍କର୍ମ ମାମଲାକୁ ନେଇ ତନାଘନା

ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ […]

president
ରାଜଭବନରେ ରାତି ବିତାଇବେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସ୍ୱତନ୍ତ୍ର ବିମାନରେ ଆସି ୭ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ […]

one nation
ଜୁନ୍ ୧ରୁ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ  ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]

child
ବେପରୁଆ ବାପା-ମାଆ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ବନ୍ଦ କାର ଭିତରେ ମୁମୂର୍ଷୁ ଅବସ୍ଥାରେ କୁନିପିଲା । କାରର ପଛ ସିଟ୍‌ରେ ଅଣନିଶ୍ୱାସୀ ହେବା ପରେ ନିସ୍ତେଜ ହୋଇଯାଇଥିଲା ଶରୀର। ଦିନ ସାଢେ ୧୧ଟା ବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ଆଗରେ ଖରାରେ ଛିଡ଼ା ହୋଇଥିଲା ଏକ କାର । କାର ଭିତରେ ଥିବା ଶିଶୁ ଉପରେ ସିକ୍ୟୁରିଟି ଗାର୍ଡର ପଡ଼ିଥିଲା ନଜର।  ଆଖପାଖ ଅଧଘଣ୍ଟା ଧରି ଖୋଜାଖୋଜି ପରେ ବି ପିଲାଟିର ବାପା ମାଆଙ୍କ ଖୋଜ ଖବର […]

wrong side
ଚିନ୍ତା ବଢାଇଲା ରଙ୍ଗ୍ ସାଇଡ୍ ଡ୍ରାଇଭିଂ

ଭୁବନେଶ୍ୱର : କମିଶନରେଟ ପୁଲିସ ପାଇଁ ବଡ଼ ଚାଲେଞ୍ଜ ରଙ୍ଗ୍ ସାଇଡ ଡ୍ରାଇଭିଂ। ଟୁଇନ୍ ସିଟିର ୨୦୦ଟି ସ୍ଥାନ ଚିହ୍ନଟ କରିଛି ପୁଲିସ। ଯେଉଁଠାରେ ଅଧିକ ରଙ୍ଗ ସାଇଡ୍ ଡ୍ରାଇଭିଂ ଘଟଣା ଦେଖିବାକୁ ମିଳୁଛି। ତା ଭିତରୁ ୬୦ଟି ଅତି ସମ୍ବେଦନଶୀଳ ରଙ୍ଗ୍ ସାଇଡ ଡ୍ରାଇଭିଂ ପଏଣ୍ଟ ରହିଛି , ଯେଉଁଥିପାଇଁ ଦୁର୍ଘଟଣା ଘଟିବା ସହ ଅନେକ ଜୀବନ ଯାଉଛି। ଏହାକୁ ନଜରରେ ରଖି ସେହି ସବୁ ରଙ୍ଗ୍ ସାଇଡ ପଏଣ୍ଟ ଗୁଡିକରେ ଟ୍ରାଫିକର ସ୍ୱତନ୍ତ୍ର ଉଇଙ୍ଗ […]

husband2
ସ୍ତ୍ରୀଙ୍କୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ।  ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି।  କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତାର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି […]

clerk attack
ଗୋଡ଼ାଇ ଗୋଡ଼ାଇ ହାଣିଲେ

ବ୍ରହ୍ମପୁର : ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏ ଘଟଣା । ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଦିନ ଦ୍ୱିପ୍ରହରରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରଂଜନ ପ୍ରଧାନ।  ଗୁରୁତର ଅବସ୍ଥାରେ ନିରଂଜନଙ୍କୁ ବ୍ରହ୍ମପୁର ବଡ଼ […]

odia jhia
ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଆଦିବାସୀ ଝିଅ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଦିବାସୀ ଝିଅ ସ୍ୱାଗତିକା କଅଁର। ଛତିଶଗଡ଼ ରାଜ୍ୟ ରାୟପୁରଠାରେ ଆୟୋଜିତ ‘ମିସ ତିଆରା କ୍ୱିନ ଭାରତ କଣ୍ଟେଷ୍ଟ’ରେ ଟାଇଟେଲ୍‌ ଜିତି ନିଜ ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି। ୫୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଚମକିଛନ୍ତି ସ୍ୱାଗତିକା। ବଲାଙ୍ଗିର ଜିଲ୍ଲା ପ୍ୟାଲେସ ଲାଇନ୍‌ ପଡ଼ାରେ ରହୁଥିବା ସରକାରୀ ଆଇଟିଆଇ କଲେଜର କର୍ମଚାରୀ ସୁଦର୍ଶନ କୁଅଁରଙ୍କ ଝିଅ ହେଉଛନ୍ତି ସ୍ୱାଗତିକା। ସେ ଏବେ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ରାଜନୀତି […]

TRAIN
ଟ୍ରେନ୍‌ ଇଞ୍ଜିନରେ ନିଆଁ !

ବାରିପଦା (ମାଣିକଲାଲ୍‌ ପାଣି): ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରୁଥିବା ଡିଏମ୍‌ୟୁ ଟ୍ରେନ୍‌ ଇଞ୍ଜିନରେ ଲାଗିଛି ନିଆଁ। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ରେଳ ବିଭାଗ ଅନୁମାନ କରୁଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଟ୍ରେନ୍‌ଟି ବାଲେଶ୍ୱରକୁ ଫେରିନାହିଁ। ବାଙ୍ଗିରିପୋଷି ଷ୍ଟେସନ୍‌ରେ ଅଟକି ରହିଛି। ଡିଏମ୍‌ୟୁ ଟ୍ରେନ୍‌ଟି ବାଲେଶ୍ୱରରୁ ଭାୟା ବାରିପଦା ଦେଇ ବାଙ୍ଗିରିପୋଷି ଯାଇଥାଏ। ସେଠାରୁ ଦିନ ୧ଟା ବେଳେ ପୁଣି ବାଲେଶ୍ୱରକୁ ଫେରିଥାଏ। ତେବେ ଆଜି […]

2 years
ରାନୁଙ୍କ ପରେ ୨ବର୍ଷର ଶିଶୁ ଗାଇଲେ ଲତାଙ୍କ ଗୀତ, ସୋଶାଲ ମିଡିଆରେ ଭାଇରାଲ୍

 ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍‌ ଶୀଘ୍ର ଭାଇରାଲ୍ ହେଇଛି। ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି ।  ଏହାର ସବୁଠୁ ବଡ଼  ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍‌ କା ନଗମା […]

teacher death
ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ

ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍‌ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ। ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍‌ଜିରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନ କରୁଥିବା ନିରଂଜନଙ୍କ ଅନ୍ୟ ସହକର୍ମୀ । ପୁନଃମୂଲ୍ୟାୟନ ନେଇ ଦାବି ପୂରଣ ନହେଲେ ନିରଂଜନଙ୍କ ଭଳି […]

rape puri byte
ପୀଡ଼ିତା କହିଲେ କେମିତି ହୋଇଥିଲା ଗଣଦୁଷ୍କର୍ମ !

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍‌ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। […]

2
ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବକ

ଭୁବନେଶ୍ୱର : ଦିବଗଂତ ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ସକ୍ରିୟ ଥିବା ଶ୍ରୀଦେବୀଙ୍କ ଅଭିନୟ ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ। ପୁସ୍ତକରେ ଶ୍ରୀଦେବୀଙ୍କ ଶିଶୁ କଳାକାରଠୁ ଆରମ୍ଭ କରି ମେଗା ଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କ କଳାକାର ଜୀବନର ସମସ୍ତ ଦିଗକୁ ଛୁଇଁଛନ୍ତି ସତ୍ୟାର୍ଥ। ଇଂରାଜୀ […]