• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

hhh
ଓଡ଼ିଶାରେ ଆୟୋଜିତ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌

ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩  ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, […]

imran khan
ତୃତୀୟ ବିବାହ କରିଥିବା ଅଭିଯୁକ୍ତ ଇମ୍ରାନ ଖାନ ଗିରଫ

ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍‌ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ।  ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା […]

manjit
ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗ ; ମନ୍‌ଜିତଙ୍କ ବୟାନ ରେକର୍ଡ

କଟକ : ପଡ଼ୋଶୀଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ଆଜି କୋର୍ଟରେ ଅଭିଯୋଗକାରୀ ମନ୍‌ଜିତ ଦାସଙ୍କ ବୟାନ ରେକର୍ଡ ହୋଇଛି । କଟକ ଏସ୍‌ଡିଜେଏମ୍ କୋର୍ଟରେ ମନ୍‌ଜିତଙ୍କ ବୟାନ ରେକର୍ଡ ହୋଇଛି । ସାଂସଦଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା କରିଥିଲେ ମନ୍‌ଜିତ। ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମନ୍‌ଜିତ। ପୁରୀ ଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ଦାଏର କରିଥିଲେ ଛାତ୍ର ବିଜେଡି ନେତା […]

petrol_price_4_0_0
ବଢ଼ୁଛି ତୈଳ ଦର ; ଭୁବନେଶ୍ୱରରେ ୭୪ ଟଙ୍କା ଟପିଲା ପେଟ୍ରୋଲ୍‌

ଭୁବନେଶ୍ୱର :  ଗତ ୬ ଦିନ ହେଲା ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୭୪ଟଙ୍କା ୭୬ ପାଇସା ହୋଇଥିବାବେଳେ ,ଡିଜେଲ୍ ଦର ୬୫ ଟଙ୍କା ୭୩ ପଇସା ହୋଇଛି। ତେବେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ବାଣିଜ୍ୟିକ ନଗରୀ ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୨ ପଇସା ହୋଇଛି। ତେବେ ଚେନ୍ନାଇରେ ୭୭ ଟଙ୍କା ୭୨ ପଇସା […]

1
କେୟାର ହସ୍ପିଟାଲ୍‌ରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱର କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେୟାର ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେୟାର ହସ୍ପିଟାଲର […]

bhuban majhi
ଜେଲ୍‌ରୁ ଫେରିବା ପରେ ବେସାହାରା ବାପା , ପର କରିଦେଲେ ପୁଅଝିଅ

ନୂଆପଡ଼ା (ମାୟାଧର ସରାଫ): ଗୋଟିଏ ଭୁଲ ବଦଳାଇ ଦିଏ ମଣିଷର ସ୍ଥିତି ଓ ବଦଳାଇ ଦିଏ ଜୀବନର ପଥ । ହସଖୁସିର ସଂସାରରେ ଘୋଟିଯାଏ କଳା ବାଦଲ।  ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ଗୋଲାବନ୍ଧର ଭୁବନ ମାଝୀ । ସ୍ତ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ବର୍ଷ ଦଣ୍ଡ ଭୋଗିବା ପରେ ଏବେ ଗାଁକୁ ଫେରିଛନ୍ତି ଭୁବନ । ହେଲେ ଗାଁକୁ ଫେରିବା ପରେ ସବୁ ଜରାଜୀର୍ଣ୍ଣ ଓ ଭାଙ୍ଗିରୁଜି […]

japan woman
ଏହି ଦେଶର କଂପାନୀରେ ମହିଳାଙ୍କୁ ଚଷମା ପିନ୍ଧିବା ମନା

ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ  ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍‌ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]

teacher
୨୭ ବର୍ଷ ହେଲା ସଂସ୍କୃତ ପଢ଼ାଉଛନ୍ତି ଏହି ମୁସ୍‌ଲିମ୍ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍‌ଭିଡିଭି)ରେ ଫିରୋଜ୍ ଖାନ୍‌ ନାମକ ଜଣେ ମୁସ୍‌ଲିମ୍‌ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍‌ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ […]

maharas
ମହା ନାଟକର ଶେଷ ସିନ୍ ; ଉଦ୍ଧବଙ୍କ ପାଖକୁ ଫେରିଲା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ

ମୁମ୍ବାଇ: ସୁପ୍ରିମ୍‌କୋର୍ଟଙ୍କ ‘ଫ୍ଲୋରଟେଷ୍ଟ’ ନିର୍ଣ୍ଣୟ ମହାରାଷ୍ଟ୍ର ରାଜନୀତିର ଭୂଗୋଳ ବଦଳାଇ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍‌ ଠାକ୍‌ରେଙ୍କ ପରିବାରରୁ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପାଖକୁ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ଫେରିଛି। ଆସନ୍ତା ରବିବାର ଅର୍ଥାତ ଡିସେମ୍ବର ୧ ଅପରାହ୍ଣ ୫ଟାରେ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବା ଉଦ୍ଧବ […]

vehicle
ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି

ଭୁବନେଶ୍ୱର : ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଫାସଫା କହିଛନ୍ତି ଯେ ଡିସେମ୍ବର ପହିଲାରୁ ଆଉ ନିସ୍ତାର ନାହିଁ। ଅର୍ଥାତ୍ ଆଉ ଟ୍ରାଫିକ୍ ନିୟମ କୋହଳ ହେବ ନାହିଁ। ତା’ସହିତ ପ୍ରତିଟି ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯିବ। ତେବେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିବାର ବେଶ୍ କେଇ ଘଣ୍ଟା ପରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ୧୫ ବର୍ଷରୁ ଅଧିକ […]

1
ଲୁଚିଥିଲା ପ୍ରକୃତିର ସୌନ୍ଦର୍ଯ୍ୟ , ଦେଖିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି(ଜିତେନ୍ଦ୍ର ବେଉରା):  ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଫଟୋକୁ ଟ୍ୱିଟ୍‌ କରି ଏହା କେଉଁ ସ୍ଥାନ ବୋଲି ପଚାରିଥିଲେ? ଆଉ ଲେଖିଥିଲେ, ମୁଁ ଅନେକ ସ୍ଥାନ ଯାତ୍ରା କରିଥିଲେ ମଧ୍ୟ ଓଡ଼ିଶାର ସୌନ୍ଦର୍ଯ୍ୟ ମୋତେ ସଦାବେଳେ ବିମୋହିତ କରେ। ଏହାର କେଇ ଘଣ୍ଟା ପରେ ପୁଣି ଟ୍ୱିଟ୍‌ କରି ଏହା ଜୟପୁର-ମାଲକାନଗିରି ରାସ୍ତାର ଦୃଶ୍ୟ ବୋଲି ନବୀନ ସ୍ପଷ୍ଟ କରିଥିଲେ। ତେବେ ମାଲକାନଗିରି ଠାରୁ ୬୦ କିଲୋମିଟର ଦୂରରେ ପଡ଼ୁଥିବା ଏଭଳି ମନଲୋଭା ସ୍ଥାନ […]

BEAUTY
ଓଡିଶା ପାଇଁ ଗୌରବ ଆଣିଲେ ଅନ୍ୱେଷା

ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡ଼ିଆ ଝିଅ। ଖୋର୍ଦ୍ଧାର ଅନ୍ୱେଷା ଭଞ୍ଜଦେଓ ସୁଦୂର ଦିଲ୍ଲୀରେ ଆୟୋଜିତ ଇଭିକ୍ ମିସ୍ ଇଣ୍ଡିଆ ୟୁନିଭର୍ସରେ ଅଂଶଗ୍ରହଣ କରି ସେକେଣ୍ଡ ରନର୍ସଅପ୍‌ ହୋଇଛନ୍ତି। ସେ ସେଣ୍ଟ ଜାଭିୟର ହାଇସ୍କୁଲ, ଚନ୍ଦ୍ରଶେଖରପୁରରେ ପଢୁଛନ୍ତି । ନିଜର ଏହି ସଫଳତାର ଅନୁଭୁତି ବିଷୟରେ ଅନ୍ୱେଷା କହନ୍ତି ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶର ଅନେକ ସହରରୁ ଆସିଥିବା ବହୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସେ […]

house
ମାଆ-ପୁଅଙ୍କୁ ଧରିଲେ ସାହି ମହିଳା : ଘରେ କରୁଥିଲେ ଏମିତି ବେପାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍‌ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟାଉନ ଥାନା ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। […]

traf
ସରିଆସୁଛି ଡେଡ୍‌ଲାଇନ୍ ; ଡିସେମ୍ବର ୧ରୁ ପୁଣି ନିୟମ କଡ଼ାକଡ଼ି

ଭୁବନେଶ୍ୱର : “ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଡିସେମ୍ୱର ପହିଲାରୁ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍‌ ନିୟମ। ପୁଣି ଗାଡ଼ିର କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବ।” ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍‌ ନିୟମକୁ ଓଡ଼ିଶା ଲାଗୁ କରିଥିଲା। ନିୟମ ଖିଲାପ କରିଥିବା ଗାଡ଼ି ଚାଳକଙ୍କୁ ପୁଲିସ ଓ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଏପରିକି ଜୋରିମାନା ମଧ୍ୟ କରିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ […]

barabati
ବାରବାଟୀରେ ମ୍ୟାଚ୍ : ୭ନଂ ଗ୍ୟାଲେରି ଟିକେଟ୍ ବିକ୍ରି ହେବନି

କଟକ : ଆସନ୍ତା ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା । ଏଠାରେ ଖେଳାଯିବାକୁ ଥିବା ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ଓସିଏ ଅଣ୍ଟାଭିଡ଼ିଛି । ଏଥିପାଇଁ ଜୋରଦାର ଚଳାଇଛି ପ୍ରସ୍ତୁତି।  ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଜଳଯୋଗାଣ, ଗ୍ୟାଲେରୀ ଭିତରେ ଆବଶ୍ୟକ ଅନୁଯାୟୀ ଟଏଲେଟ ବ୍ୟବସ୍ଥା ସହ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାର ମରାମତି […]

money loot
ଭୁବନେଶ୍ୱର ଏମ୍‌ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍‌ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମତ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା […]

son death
ମାଆର ଦଶାହରେ ପୁଅ ମୃତ

ବ୍ରହ୍ମପୁର : ମାଆର ଦଶାହରେ ପୁଅର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗାଁରେ।  ଗାଁର ପ୍ରଶାନ୍ତ କୁମାର ପଟ୍ଟନାୟକ ଗତକାଲି ଭୋରରୁ ମାଆଙ୍କ ଦଶାହ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତ ଜଣେ ସରକାରୀ ନେହେରୁ ବିଦ୍ୟାପୀଠ ଉଚ୍ଚବିଦ୍ୟାଳୟରେ କିରାଣୀ ଭାବେ […]