• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

virat
ପ୍ରଥମ ଭାରତୀୟ ଭାବେ ବିରାଟ୍‌ଙ୍କ ରେକର୍ଡ

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତରେ ୧ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୧ହଜାର ରନ୍ ପାଇଁ ତାଙ୍କୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା। ଆଜି ସେ ୧୪ତମ ଓଭରରେ ଏହି ମାଇଲଖୁଣ୍ଟ ହାସଲ କରିନେଇଥିଲେ। କୋହଲି ମଧ୍ୟ ବିଶ୍ୱର ତୃତୀୟ କ୍ରିକେଟର୍ ଭାବେ ଘରୋଇ ମାଟିରେ ୧ହଜାରରୁ ଅଧିକ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ […]

team india
ମୁମ୍ବାଇରେ ଟିମ୍ ଇଣ୍ଡିଆର ରନ୍ ବର୍ଷା

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ନିର୍ମମ ଧୂଲେଇ କରିଛନ୍ତି। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବଡ଼ ସ୍କୋର କରିଛି। ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍‌, ୯ ଚୌକା, ୪ ଛକା) […]

bill-
ନାଗରିକତା ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। […]

cycle-chalao
ସାଇକେଲରେ ଅଫିସ୍ ଆସ ; ନିର୍ଦ୍ଦେଶ ଜାରି

ଭୁବନେଶ୍ୱର : ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ୍ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ସିଇଓ […]

jaga
ଜାଗା ମିଶନର ଅସଲ ସତ !

ଭୁବନେଶ୍ୱର : ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେଇ ଓ୍ୱାର୍ଲ ହାବିଟାଟ୍‌ ପୁରସ୍କାର ପାଇଲେ ରାଜ୍ୟ ସରକାର । ହେଲେ ସରକାର ପ୍ରକୃତରେ ଜମି ପଟ୍ଟା ଦେବାରେ କେତେ ସଫଳ ହୋଇଛନ୍ତି ଜାଣିବାକୁ ପୁରସ୍କାରର ପୋଷ୍ଟର ଗାର୍ଲକୁ ଭେଟିଥିଲା ଓଟିଭି । ୩୦ ବର୍ଷ ହେବ ବସ୍ତିରେ ରହୁଥିଲେ । ନା ତାଙ୍କୁ ମିଳିଛି ଜମି ଅଧିକାର ପଟ୍ଟା ନା ତାକୁ ଭେଟିଛନ୍ତି କୌଣସି ସରକାରୀ ଅଧିକାରୀ। ହେଲେ ସରକାର ପାଇଥିବା ପୁରସ୍କାରର ପ୍ରେସ ରିଲିଜରେ ରହିଛି […]

sindhia
ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ଆଗତ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ହେଲେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଏହି ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କରିଛନ୍ତି । ଯାହା କି ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ […]

mother
ମାଆ ପରି କିଏ ହେବ

କଟକ :  କଥାରେ ଅଛି, ମାଆ ଅଛି ଯାହାର ସବୁ ଅଛି ତାହାର । ଏହାର ଉଦାହରଣ ଦେଖିବାକୁ ମିଳିଛି କଟକ କ୍ୟାନସର ମେଡିକାଲରେ । ନିଜେ ଆଶ୍ରା ଖୋଜୁଥିବା ମାଆ ପରିଣତ ବୟସରେ ବି ଝିଅ ପାଇଁ ସାହାରା ପାଲଟିଛି। ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅକୁ କଟକ କ୍ୟାନସର ହସ୍‌ପିଟାଲକୁ ଆଣି ଚିକିତ୍ସା କରାଉଛନ୍ତି । ଅଣ୍ଟା ନଇଁ ଗଲାଣି, ଖଣ୍ଡେ ବାଡ଼ି ହିଁ ଆଶ୍ରା । ଆଖିକୁ ଭଲ ଦିଶୁନି, ପାଟି ବି […]

teacher 1
ଶ୍ରେଣୀ ଗୃହରେ ମୋବାଇଲ୍‌ରେ ଗପିବା ମହଙ୍ଗା ପଡିଲା ଶିକ୍ଷକଙ୍କୁ

ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀ ଗୃହ ଭିତରେ ମୋବାଇଲ୍‌ରେ ଗପିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ସସ୍‌ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ମିଳିଥିବା ଏକ ଭିଡିଓରେ ଶ୍ରୀ ସାହୁ ଶ୍ରେଣୀ ଗୃହରେ ମୋବାଇଲ୍‌ରେ କଥା ହେଉଥିଲେ। ସ୍କୁଲ୍ ସମୟ ଭିତରେ ଅର୍ଥାତ୍ ଦିନ ପ୍ରାୟ ୧୧ଟା ବେଳେ ସେ ଶ୍ରେଣୀ ଗୃହରେ ଚୌକିରେ […]

whatsapp-features-01
ଏହି ସବୁ ମୋବାଇଲ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌

ଖୁବ୍‌କମ୍‌ ଦିନରେ ସୋଶାଲ ମିଡିଆ ଆପ୍‌ ହ୍ୱାଟସଆପ୍‌ ଲୋକଙ୍କ ହୃଦୟ ଜିଣିପାରିଛି। ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକ ଏହି ସୋଶାଲ ମିଡିଆ ଆପ୍‌କୁ ବ୍ୟବହାର କରୁଛନ୍ତି। ସ୍କୁଲ୍‌ , କଲେଜଠୁ ନେଇ ଅଫିସ୍‌ କି ଅନୁଷ୍ଠାନ ସବୁଠି ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ହେଲେ ଏବେ ଏକ ଖରାପ ଖବର ଆସିଛି, ଯାହା ହ୍ୱାଟସ୍‌ଆପ୍‌ ୟୁଜରଙ୍କୁ ବ୍ୟଥିତ କରିବ। ୧ଫେବ୍ରୁୟାରୀ ୨୦୨୦ରୁ ହ୍ୱାଟସ୍‌ଆପ୍‌ ଅନେକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ । କଂପାନୀ […]

biju
ବିଜୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗିଦେଲେ !

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଝଡ଼ର ଇଗଲ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ  ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଜୁ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଗୋପାଳପୁର ବିଜୁ ସ୍ମୃତି ସଂସଦ ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। […]

putin
ଓଡ଼ିଆ ପୁଅ ବିଶ୍ୱନାଥଙ୍କୁ ପୁଟିନ୍‌ଙ୍କ ପ୍ରଶଂସା

ମସ୍କୋ: ଓଡ଼ିଶାର ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ରଙ୍କ ପ୍ରକଳ୍ପ ରୁଷ୍‌ରେ ପ୍ରଦର୍ଶିତ ହୋଇ ବେଶ୍‌ ଆଦୃତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ସେଠାକାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଏହି ‘ଅଭନବ ୱାଟର ଡିସ୍‌ପେନ୍ସର’ ପ୍ରକଳ୍ପର ଭୁରି ଭୁରି ପ୍ରଶଂସା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ଲେଖା ଅଛି, “ଡିପ୍‌ ଟେକ୍ନୋଲୋଜି ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଧୀନରେ ରୁଷିଆର ସୋଚିଠାରେ ନିଜର ‘ଅଭନବ […]

hanging
ଫାଶି ଦଉଡ଼ି, ଘାତକ ବି ତୟାର

ନୂଆଦିଲ୍ଲୀ : ପବନ, ଅକ୍ଷୟ, ମୁକେଶ, ବିନୟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏ ୪ ଆସାମୀଙ୍କ ଗଳାରେ ଖୁବ୍‌ଶୀଘ୍ର ଲାଗିପାରେ ଫାଶିର ଫନ୍ଦା। ଏଥିପାଇଁ ପ୍ରସ୍ତୁତ ହେଉଛି ତିହାର । ଇଏ ହେଉଛି ସେହି ଜେଲ୍ ଯେଉଁଠି ପୂର୍ବରୁ ଦୁଷ୍କର୍ମୀ ଧନଞ୍ଜୟ ଚାଟାର୍ଜୀ ଏବଂ ସଂସଦ ଆକ୍ରମଣ ମାମଲାର ଦୋଷୀ ଅଫଜଲ ଗୁରୁକୁ ଫାଶି ଖୁଣ୍ଟରେ ଚଢ଼ା ଯାଇଥିଲା । ଆଉ ସେଇ ତିହାରର ୨ ନମ୍ବର ଜେଲ୍‌ରେ ନିର୍ଭୟା ମାମଲାର ଦୋଷୀ ଅକ୍ଷୟ […]

tara
ତାରା ଦତ୍ତଙ୍କ ବହିକୁ ନେଇ ହଇଚଇ

ଭୁବନେଶ୍ୱର : ଓଡିଶା ସରକାର କେମିତି ଚାଲିଛି ? ସରକାରୀ କଳ ଭିତରେ କଣ ସବୁ ଚାଲେ? ନିଜ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ ରେ ଏହାର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ ସ୍ୱଚ୍ଛ ?  ବାହାରକୁ ନିର୍ମଳ ଦେଖାଯାଉଥିବା ପ୍ରଶାସନିକ ବ୍ୟବସ୍ଥା ଭିତରେ କେମିତି ଦୁର୍ନୀତିର ଉଇ ଚରିଗଲାଣି ? ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଦୁର୍ନୀତିରେ କେମିତି ଟାକ୍ସଫୋର୍ସ […]

arun bothra
ବକେୟା ନଦେଲେ କଟିବ ଲାଇନ୍

ଭୁବନେଶ୍ୱର : ବିଦ୍ୟୁତ୍‌ ବିଲ୍‌ ବକେୟାକୁ ନେଇ ସେସୁର ସିଇଓ ଅରୁଣ ବୋଥ୍ରା ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସାଧାରଣ ଖାଉଟିଙ୍କ ପାଖରେ ପାଖାପାଖି ୨ ହଜାର କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ତେଣୁ ବକେୟା ବିଲ୍‌ ଆଦାୟ କରିବା ପାଇଁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯିବ ବୋଲି ବୋଥ୍ରା ସମ୍ମିଳନୀରେ କହିଛନ୍ତି। ସିଇଓ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି, ‘ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ। ଲୋକଙ୍କ ପାଖରେ ୧୯୭୧ […]

hospital
କୁକୁର କାମୁଡିଲେ ମିଳୁନି ଇଞ୍ଜେକସନ୍

ରାଉରକେଲା  : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି କୁକୁର କାମୁଡ଼ା ଲାଗି ଆଣ୍ଟି ରାବିସ ଇଞ୍ଜେକସନ୍ । କିଛି ଦିନ ହେବ ସହରରେ କୁକୁର କାମୁଡା ବଢିଛି । ତେବେ ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଇଞ୍ଜେକସନ ମିଳୁନଥିବା ବେଳେ ବାହାର ଦୋକାନରେ ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ରାଉରକେଲା ମେଡିକାଲ କର୍ତ୍ତପକ୍ଷଙ୍କୁ ପଚାରିବାରୁ ମେଡିକାଲରେ ଷ୍ଟକ ଥିବା ଆଣ୍ଟିରାବିଶ ଇଞ୍ଜେକସନ୍  ୩ ଦିନ ହେବ ସରିଥିବା କହିଛନ୍ତି । ଔଷଧ ସପ୍ଲାଏ […]

Chhapaak-Trailer-Released
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ଟ୍ରେଲର ରିଲିଜ

ଏସିଡ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିବାଦର ବହ୍ନି।  ରାଜରାସ୍ତାରେ ପୁଲିସ ସହ ଲଢେଇ  ଆଉ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ ଓ ପାଣି ମାଡ଼।  ଏଭଳି ଢଙ୍ଗରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍‌’ର ଟ୍ରେଲର । ସତ ଘଟଣା ଉପରେ ଆଧାରିତ ଜଣେ ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ପରଦାକୁ ଆସିବ ବଲିଉଡ ଅପକମିଙ୍ଗ ଫିଲ୍ମ ‘ଛପାକ୍’।  ଯାହାର ଟ୍ରେଲର ଆଜି ରିଲିଜ ହୋଇଛି । ଏସିଡ […]

bank agent
ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍

ବାଲେଶ୍ୱର : ବାଲେଶ୍ୱରରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍। ଆଜି ଅପରାହ୍ନରେ ସଦର ଥାନା ଧୂଷୁଳି ନିକଟରେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ହାଣି ଫେରାର ହୋଇଯାଇଛନ୍ତି ତିନି ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଟଙ୍କା ନେବା ପାଇଁ ବ୍ୟାଙ୍କ ଏଜେଣ୍ଟକୁ ହାଣି ଥିଲେ ହେଲେ ଟଙ୍କା ନେଇ ନପାରି ବାଇକ୍ ନେଇ ପଳାଇଛନ୍ତି। ସୂଚନା ଅନୁଯାୟୀ, ଚାନ୍ଦିପୁର […]

hand_pump_
ଆଶ୍ଚର୍ଯ୍ୟ ! ନଳକୂପରୁ ପାଣି ସହ ରକ୍ତ, ମାଂସ ଓ ହାଡ଼ ବାହାରୁଛି

ଉତ୍ତର ପ୍ରଦେଶ : ଆଜିକାଲି ଅଜବ ଧରଣର ଘଟଣା ସବୁ ଘଟୁଥିବାରୁ ଦେଖିବାକୁ ମିଳେ ।  ଯାହାକି ଆମକୁ ଅବିଶ୍ୱସନୀୟ ମନେହେଉଥିଲେ ବି ବାସ୍ତବିକ ସତ୍ୟ କଥା ହୋଇଥାଏ। ଏବେ ଏମିତି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଜାଖେଡି ଗାଁରେ ଏକ ଅଜବ ଧରଣ କଥା ଦେଖିବାକୁ ମିଳିଛି । ଏକ ନଳକୂପରୁ ପାଣି ତ ବାହାରୁଛି , ତାସହ ରକ୍ତ, ମାଂସର ଟୁକୁଡ଼ା ଓ ଛୋଟ ଛୋଟ […]

minor-girl-kidnapped-
ଘର ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଅପହରଣ

ମୋହନା : ବିଳମ୍ବିତ ରାତିରେ ଘରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ନାବାଳିକାଙ୍କ ମାଆ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ଅଡ଼ବା ଗାଁର ଜଣେ ଯୁବକ ଘର ପଛପଟୁ ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଅପହରଣ କରିଥିଲା। ଏହି ସମୟରେ ପ୍ରତିରୋଧ କରିବାରୁ ନାବାଳିକାଙ୍କ ଜେଜେବାପାଙ୍କୁ ଯୁବକ ଜଣକ ମାଡ଼ ମାରିବା […]

Screenshot_2019-12-10-00-31-54-41
ବିବାଦୀୟ ସିଏବି ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ଯାଇଛି। ବିତର୍କରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ। ତେବେ […]