• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police
ଦେହ ପାଇଁ ଡିଲ୍ ; ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର  : ସଫଳ ହେଲା ଓଟିଭିର ଷ୍ଟିଙ୍ଗ ଅପରେସନ। ପୁଲିସ୍‌ କରିଲା କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ହୋଟେଲ୍‌ରେ ଦେହ ବେପାର ଘଟଣାରେ ୨ ଅଟକ ରହିଛନ୍ତି। ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ । ଭୋଗରାଇ ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜର ମଧ୍ୟ ଗିରଫ ହୋଇଛନ୍ତି । ହୋଟେଲରେ ଦେହ କାରବାରର ଖୁଲାସା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁଲମଖୁଲା ଦେହ ବେପାର ନେଇ ଖବର […]

tri
ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍‌ପି ଶ୍ରୀ ହୃଷୀକେଶ ଡି ହିଲାରୀ  ତ୍ରିରଙ୍ଗା  ଉଡ଼ାଇଛନ୍ତି। ହାନ୍ତାଳଗୁଡ଼ା ଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ […]

driver
ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର  : ଜଳିଗଲେ ୨ ଡ୍ରାଇଭର। ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି।  ସମ୍ବଲପୁର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ନିକଟରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ, ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ୍ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ୨ଟି ଗାଡ଼ି ଘଟଣାସ୍ଥଳରେ ହିଁ ଜଳି ଯାଇଥିଲା । […]

dispute
ବେଆଇନ ବାଲି ଘାଟକୁ ନେଇ ଗୋଷ୍ଠୀ ସଂଘର୍ଷ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମଣିନାଥପୁର ଓ ପାଖ ଗାଁ ମୁଢ଼ାପଦାରେ ୨ ଗୋଷ୍ଠୀ ନିଜ ଗାଁ ପାଖରେ ବୈତରଣୀ ନଦୀରୁ ବାଲି ଉଠାଇ ଚୋରାରେ ବିକ୍ରି କରୁଥିଲେ । ହେଲେ ତହସିଲଦାର ମଣିନାଥପୁର ଘାଟରେ […]

nirbhaya
୪ ଦୋଷୀଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଜଣଙ୍କୁ ଶୀଘ୍ର ଫାଶି ଆବେଦନର ଶୁଣାଣି ଘୁଞ୍ଚାଇଲେ ଦିଲ୍ଲୀ ପଟିଆଲା ହାଉସ । କୋର୍ଟ  ଦୋଷୀମାନଙ୍କୁ ତୁରନ୍ତ ଫାଶି ଦେବାପାଇଁ ନିର୍ଭୟାଙ୍କ ପରିବାର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ।  ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ର ରାୟ ଆସିବା ଯାଏଁ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ରେ ପଟିଆଲା ହାଉସ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।  ୪ […]

pollution-1
ପାଣିରେ ବିଷ, ପବନରେ ବିଷ : ସହର ସାରା ଧୂଳି ଧୂଆଁର ଆସ୍ତରଣ

ରାଉରକେଲା : ପ୍ରଦୂଷଣରେ ଅସ୍ତବ୍ୟସ୍ତ ରାଉରକେଲାବାସୀ । ସହର ସାରା ଧୂଳି ଧୂଆଁର ଆସ୍ତରଣ। ରାସ୍ତାଘାଟ, ଗଛପତ୍ର ସବୁ ଧୂଳିରେ ଭର୍ତ୍ତି । ଯୁଆଡେ ଯିବେ ଖାଲି ଧୂଳି ଆଉ ଧୂଳି । ଇଏ ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ରର କଥା । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଦିନରେ ସୃଷ୍ଟି ହେଉଛି ରାତିର ଭ୍ରମ । ଲୋକେ ରାସ୍ତାରେ ଯାଆସ କରିବା ବେଳେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ […]

taslima
ଭାରତର ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଲେ ତସ୍‌ଲିମା

ନୂଆଦିଲ୍ଲୀ: ପ୍ରସିଦ୍ଧ ସାହିତ୍ୟିକ ତସଲିମା ନସରୀନ୍‌ ଭାରତର ଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍‌କୁ ସମର୍ଥନ ଦେଇଛନ୍ତି। ସମାଲୋଚକମାନେ ଏହାକୁ ମୁସଲିମ୍‌ ବିରୋଧୀ କହିବାକୁ ସେ ଅସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ହିଁ ଏହି ବିଲ୍‌ ସଂସଦର ଉଭୟ ଗୃହରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଛି। ଏହା ଜରିଆରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରୁ ନିର୍ଯାତନାର ଶିକାର ହେଉଥିବା ଲୋକେ ତ୍ୱରିତ ଉପାୟରେ ଭାରତୀୟ ନାଗରିକତା […]

toll fee
ଆଗକୁ ମହଙ୍ଗା ହେବ ଟୋଲ୍ ଫି

ଭୁବନେଶ୍ୱର : ରାଜ୍ୟରେ ମହଙ୍ଗା ହେବ ଟୋଲ୍ ଫି’। ଗାଡି ଚାଳକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟୋଲ୍‌ ଦେୟ। କାରଣ ୨୦୦୬ ମସିହାରେ ଧାର୍ଯ୍ୟ ହୋଇଥିବା ଦେୟରେ ସଂଶୋଧନ ହେବାକୁ ଯାଉଛି। ଏନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଓଡିଶା ଷ୍ଟେଟ୍ ରୋଡ୍ ଟୋଲ୍ସ ରୁଲ୍‌(ଓବିସିସି)। ଓଡିଶା ଷ୍ଟେଟ୍ ରୋଡ୍ ଟୋଲସ୍ ରୁଲ୍ ୨୦୧୧ ଅନୁସାରେ ଏହି ଦର ଧାର୍ଯ୍ୟ କରାଯିବ, ଯେମିତି ଏବେ ବିଜୁ ଏକ୍ସପ୍ରେସ ୱେ’ ସମ୍ବଲପୁର […]

suicide
ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ !

ରାଇରଙ୍ଗପୁର( ରାଜେଶ ଶର୍ମା) : ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ସ୍ଥାନୀୟ ସୁନାପୋଷି ଗାଁର ଯୁବକ ଗତ ତିନି ବର୍ଷ ଧରି HIVରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରିବାରରେ କେହି ନଥିବାରୁ ଗାଁ ମୁଣ୍ଡରେ ଏକା ରହୁଥିଲେ । ରୋଗ ପୀଡ଼ା ସହିନପାରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। […]

jhulima
ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ

କନ୍ଧମାଳ : ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। କନ୍ଧମାଳର ଝୁଲିମା ମଲ୍ଲିକଙ୍କୁ ମିଳିଛି ସମ୍ମାନଜନକ ଭି ଆୱାଡ୍। ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଝୁଲିମା। ବାଲ୍ୟ ବିବାହ, ଗରୀବଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟରେ ଝୁଲିମା ନିଜକୁ ସାମିଲ କରିଥିଲେ। ଏଥିପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ନୂଆଦିଲ୍ଲୀରେ ୟୁଏନ୍ ହାଉସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି। ଝୁଲିମାଙ୍କୁ ସମ୍ମାନ ମିଳିବା ପରେ ତାଙ୍କୁ […]

ପତ୍ନୀ ଟ୍ୱିଙ୍କଲଙ୍କୁ ଅକ୍ଷୟ ଦେଲେ ଏମିତି ଉପହାର !

ଏବେ ପିଆଜ ମହଙ୍ଗା ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପିଆଜରେ ତିଆରି ଇୟର ରିଂ ପୁଣି ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ସୋଶାଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ପୋଷ୍ଟ କରିଥାନ୍ତି, ଯାହାକୁ ନେଇ ଲୋକେ ବହୁତ ମଜା ଉଠାଇଥାନ୍ତି । ଏଥର ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପିଆଜରେ ତିଆରି ଇୟର ରିଙ୍ଗସ୍ ପୋଷ୍ଟ କରିଛନ୍ତି । ଆଉ ସବୁଠୁ ମଜାଦାର କଥା […]

murder
ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ  : ଢେଙ୍କାନାଳ ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ସେ ଏକ କ୍ରସରରେ କାମ କରୁଥିଲେ । ଘର ସାମନାରେ ତାଙ୍କର ମୃତଦେହ ପଡ଼ିବାର ଦେଖିବାକୁ ମିଳିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ଆଖି କେହି ତାଡି ନେଇଥିବା ଅଭିଯୋଗ ହୋଇଛି। ସନ୍ଦେହ କରାଯାଉଛି, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇ ଚାଲି ଯାଇଛି […]

boy_
ନକଲି ବନ୍ଧୁକ, ଅସଲି ପ୍ରେମ !

ସମ୍ବଲପୁର : ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ। ସମ୍ବଲପୁର ସହରରେ ଘଟିଛି ଭଳି ଏକ ଘଟଣା।  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି। ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା।  ନକଲି ବନ୍ଧୁକକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଧରି ଟାଉନଥାନାରେ ଅଟକ […]

citizenship bill
କେଉଁଠି ଖୁସି ତ କେଉଁଠି ବିରୋଧ

ମାଲକାନଗିରି/ଭଦ୍ରକ : ସଂସଦରେ ପାରିତ ହୋଇଛି ନାଗରିକତା ସଂଶୋଧନ୍‌ ବିଲ୍‌। ଏହାକୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେଉଁଠି ଖୁସି ମନାଉଛନ୍ତି ଶରଣାର୍ଥୀ ତ ଆଉ କେଉଁଠି କରାଯାଉଛି କଡ଼ା ବିରୋଧ। ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ବାଂଲାଦେଶୀ ଓ ଶ୍ରୀଲଙ୍କା ଶରଣାର୍ଥୀ ଏଣିକି ନିଜର ହକ ପାଇବେ ବୋଲି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କିନ୍ତୁ ମୁସ୍‌ଲିମ ବହୁଳ ଜିଲ୍ଲାରେ ବିଲକୁ ତୀବ୍ର ବିରୋଧ କରାଯାଉଛି। ବାଂଲାଦେଶୀ ଓ ଶ୍ରୀଲଙ୍କାର ତାମିଲ ଶରଣାର୍ଥୀ ମାଲକାନଗିରି […]

pro
୩ ବିକ୍ଷୋଭକାରୀଙ୍କୁ ଗୁଳି କରିଦେଲା ପୁଲିସ୍‌

ନୂଆଦିଲ୍ଲୀ : ମୋଦି ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ବିଶେଷ କରି ଆସାମ ଓ ତ୍ରିପୁରାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଆସାମର ଗୌହାଟୀରେ ସିଏବି ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍‌ ଗୁଳିମାଡ଼ କରି ଦମନ କରିବାକୁ ମଧ୍ୟ ପଛାଇ ନାହିଁ। ଏଥିରେ ୩ ଜଣଙ୍କ […]

lingaraj
ଲିଙ୍ଗରାଜ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କଲେ ନବୀନ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ଓ ଘରୋଇ ଜମିକୁ ଅଧିଗ୍ରହଣ କରିବାପରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି। ଲିଙ୍ଗରାଜ ମନ୍ଦିରର ଚାରିପଟେ ଥିବା ନିର୍ମାଣକୁ ଭାଙ୍ଗି ପାରିପାର୍ଶ୍ୱିକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ପ୍ୟାକେଜକୁ ଅନୁମୋଦନ ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି […]

nirbhaya accused
ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ପାଇଁ ତେଜୁୁଛି ଦାବି ; ବଢ଼ୁଛି ଘାତକଙ୍କ ଆବେଦନ ସଂଖ୍ୟା

ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଅପେକ୍ଷା ଡିସେମ୍ବର ୧୭କୁ । ସେହିଦିନ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି । ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଅକ୍ଷୟ ସିଂ କରିଥିବା ପିଟିସନ୍‌କୁ ଗ୍ରହଣ କରି ଓପନ୍ କୋର୍ଟରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ସେପଟେ ଦୋଷୀଙ୍କ ଶୀଘ୍ର ଫାଶି ଦଣ୍ଡ ଦିଆଯାଉ ବୋଲି ପୁଣିଥରେ ଦାବି କରିଛନ୍ତି ନିର୍ଭୟାଙ୍କ […]

elep
ହାତୀର ଭାଷା ବୁଝିବାକୁ ବନବିଭାଗର ପ୍ରୟାସ ଆରମ୍ଭ

ଭୁବନେଶ୍ୱର : ହାତୀ ଓ ମଣିଷ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ଏପରିକି ଧନଜୀବନ ମଧ୍ୟ ନଷ୍ଟ୍‌ ହେଉଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକର। ଏହାର ସ୍ଥାୟୀ ପ୍ରତିକାର କରୁଛି ବନ ବିଭାଗ। ହାତୀମାନେ କେଉଁଠି ଅଛନ୍ତି, କେଉଁ ଆଡେ ଯାଉଛନ୍ତି, ସେମାନଙ୍କ ଜୀବନ ପ୍ରତି କିଛି ବିପଦ ଅଛି ନା ନାହିଁ ତାହା ଜାଣିବା ପାଇଁ ବନବିଭାଗ […]

onion2
ଖସୁଛି ପିଆଜ ଦର

କଟକ : ଖସୁଛି ପିଆଜ ଦର । ମାସେ ଧରି ଖାଉଟିଙ୍କୁ କନ୍ଦାଇବା ପରେ ଏବେ ଧୀରେ ଧୀରେ ଦର ଖସିବା ଆରମ୍ଭ ହୋଇଛି।  ଦିନ କେଇଟା ତଳେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ଦେଉଥିବା ପିଆଜ ଏବେ ୮୦ରୁ ୮୫ ଟଙ୍କାରେ ବିକ୍ରି ହେଉଛି । ନୂଆ ପିଆଜ ଏବେ ବଜାରକୁ ଆସିବା ଆରମ୍ଭ ହୋଇଛି । ନାସିକ, ବେଙ୍ଗାଲୁରୁ ଓ ରାଜସ୍ଥାନରୁ ରାଜ୍ୟକୁ ପିଆଜ ବଜାରକୁ ଆସୁଛି । ଫଳରେ ଆକାଶ ଛୁଆଁ […]