ନୂଆଦିଲ୍ଲୀ: ଲୋକସଭାରେ ଉପ ବାଚସ୍ପତି ପଦବୀ ପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଉପରେ ନଜର ପକାଇଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ବିଜେପି ସାଂସଦ ଜିଭିଏଲ ନରସିମହା ରାଓ ଭେଟିବା ପରେ ଏହି ଚର୍ଚ୍ଚା ହେଉଛି। ତେବେ ଏଭଳି କିଛି ଆଲୋଚନା ହୋଇନଥିବା ବିଜେପି ନେତା ଜିଭିଏଲ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଲୋକସଭାରେ କିଏ ହେବ ଉପବାଚସ୍ପତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ପୁଣିଥରେ ଆରମ୍ଭ ହେବ। ଚଳିତ ମାସ ଶେଷ ରବିବାର ଅର୍ଥାତ ୩୦ ତାରିଖରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଯଥାରୀତି ଚାଲୁ ରହିବ। ମୋଦି ପ୍ରଧାନମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ଶପଥ ନେବାର ଏକ ମାସ ପରେ ଏହା ଆରମ୍ଭ ହେଉଛି। ମାଇଁ ଗଭ୍ ଇଣ୍ଡିଆ ପକ୍ଷରୁ ଏନେଇ ଟ୍ୱିଟ୍ କରି କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦାୟିତ୍ୱ […]
କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର ‘ଓରମାସ୍’ ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି। ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ […]
ଭୁବନେଶ୍ୱର: ଜୁନ୍ ୮ରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହି ଅପେକ୍ଷାର ଅନ୍ତ ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଜୁନ୍ ୧୬ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ […]
ଭୁବନେଶ୍ୱର: ସାହିତ୍ୟ ଅକାଦେମି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ। ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ. ଶ୍ରୀନିବାସନ୍ଙ୍କ ଏକ ଚିଠିରୁ ଏହା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସାହିତ୍ୟ ଅକାଦେମି ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ୪ଟି ପୁରସ୍କାର ପ୍ରଦାନ କରିଥାଏ । ସେହି ପୁରସ୍କାରଗୁଡ଼ିକ ହେଉଛି […]
ବ୍ରହ୍ମପୁର:କୂଳ ଲଂଘୁଛି ସମୁଦ୍ର। ଆଉ ତା ଆଁ ଭିତରେ ପଶି ଯାଉଛି ଗଂଜାମର ପୋଡମପେଟା ଗାଁ । ଗାଁର ଅନେକ ଅଞ୍ଚଳ ଧିରେ ଧିରେ ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି। ତଥାପି କିଛି ଲୋକ ଭିଟାମାଟି ଛାଡ଼ି ଯାଇ ପାରୁନାହାନ୍ତି । କୁଆଡେ ବା ଯିବେ ! ବଙ୍ଗୀୟ ଉପକୂଳରେ ବିଭିନ୍ନ ସମୟରେ ଆସୁଥିବା ବାତ୍ୟା ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି ଏହି ପୋଡମପେଟା ଗାଁ। ଏଠାକାର ଲୋକଙ୍କୁ ଥଇଥାନ କରିବାକୁ ଓଡ଼ିଶା ଡିଜାଷ୍ଟର ରିଲିଫ୍ ପ୍ୟାକେଜ୍ […]
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ ଆଜି କଂଗ୍ରେସ ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଗତ ବିଧାନସଭାରେ ନିର୍ବାଚନରେ ସେ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତେବେ ଟିକେଟ ପ୍ରଦାନରେ ବିଳମ୍ବ ଯୋଗୁ ପ୍ରଚାର ପାଇଁ ଯଥେଷ୍ଟ ସମୟ ମିଳିନଥିବାରୁ ସେ ପରାଜିତ ହୋଇଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଏଥିପାଇଁ ସେ […]
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସହକାରୀ ପରିସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଭିଜିଲାନ୍ସର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ବାଲେଶ୍ୱରର ଅଙ୍ଗାରଗାଡ଼ିଆ ବାସଭବନ, ଅଫିସ୍ ଓ ଭଦ୍ରକର ବାସୁଦେବପୁରରେ ଚଢ଼ଉ ହୋଇଛି। ଭିଜିଲାନ୍ସ ଏସ୍ପି ସୁନିଲ କୁମାର ସେନାପତି କହିଛନ୍ତି,“ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେଇଛି। ତାଙ୍କ ନାଁରେ ଚାରୋଟି ଜାଗାରେ […]
ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କୃଷି ଓ କୃଷକଙ୍କ କଲ୍ୟାଣକୁ ଗୁରୁତ୍ୱ ଦେଇଛି। ଏଥିପାଇଁ ରାଜ୍ୟ ସରକାର ନୂଆ କୃଷି ନୀତି ଆଣିବାକୁ ଯାଉଛନ୍ତି। ୨୦୧୩ର କୃଷି ନୀତି ବଦଳାଇ ଆବଶ୍ୟକତା ଅନୁସାରେ ନୂଆ ନୀତି ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି । ବୈଠକ ଶେଷ ହେବା ପରେ କୃଷି ସଚିବ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ଗିରଫ ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ ପ୍ରଦାନ ସହ ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ସାମ୍ବାଦିକଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ମୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ସ୍ୱାଧୀନତା ସର୍ବୋପରି ଏବଂ ଏହା ସହିତ ସାଲିସ କରାଯାଇପାରିବ ନାହିଁ। ସମ୍ବିଧାନ ଆମକୁ ଏହି ଅଧିକାର ଦେଇଛି। ଏହାକୁ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର ଭଗ୍ନାଂଶ ଠାବ ହୋଇଛି। ଅରୁଣାଚଳ ପ୍ରଦେଶ ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ବାୟୁସେନାର ଏମଆଇ-୧୭ ବିମାନ ଆକାଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ ଦେଖିବାକୁ ପାଇଛି। ଖୁବଶୀଘ୍ର ଭାରତୀୟ ବାୟୁସେନା ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ରହିଛି। ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏଏନ୍- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ […]
ହାଇଦ୍ରାବାଦ: ଘର ପାଖ ଦୋକାନରେ ଯଦି ମନ ପସନ୍ଦର ମଦ ନ ମିଳେ ଆପଣ କ’ଣ କରିବେ? ନିଶ୍ଚିତ ଭାବେ ସହରରେ ଥିବା ଅନ୍ୟ ସବୁ ଦୋକାନ୍କୁ ଯିବେ। ଆଉ ସହରରେ ଯଦି ନ ମିଳେ ? କ’ଣ କରିବେ? ଆମେ ହଠାତ୍ କାହିଁ ମଦ ନ ମିଳିବା ବିଷୟରେ କହୁଛୁ। ଆପଣ ଭାବୁଥିବେ କ’ଣ ଆମ ଓଡ଼ିଶାରେ ମଦ ବ୍ୟାନ୍ ହୋଇ ଗଲା କି? ନା ଆଜ୍ଞା, ଏପରି କିଛି ହୋଇନାହିଁ। ପୂରା ଘଟଣା କ’ଣ […]
ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ ଖୁବ୍ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାୟୋପିକ୍ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏହି ରୋଲ୍ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା […]
ନୂଆଦିଲ୍ଲୀ: ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ପୂର୍ବରୁ ଚାରିଥର ସାଗର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଲୋକସଭା ୧୭ ଜୁନରେ ଆରମ୍ଭ ହେବାକୁ ଯାଉଛି। ତେଣୁ ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। ଏବଂ ୧୯ […]
କୋଲକାତା: ପଶ୍ଚିମବଙ୍ଗରେ ଥମୁନି ହିଂସା। ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରାରେ ଆଜି ପୁଣି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି ମୃତକମାନେ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେହିପରି ରବିବାର ଓ ସୋମବାର ମଧ୍ୟ ବିଜେପି ଓ ଆରଏସଏସର ଦୁଇ କର୍ମୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦୁର୍ବୃତ୍ତମାନଙ୍କୁ ସେମାନେ ଚିହ୍ନି ନାହାନ୍ତି। ବୋମା ପକାଇ ହଠାତ୍ ସେମାନେ ପଳାଇଥିଲେ। ବୋମା […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆହୁରି ଦୁଇ ଦିନ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଖରାର ପ୍ରକୋପ ସକାଳ ୮ଟାରୁ ଆରମ୍ଭ ହେଉଛି। ତେଣୁ ସାଧାରଣ ଲୋକମାନେ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି ହେଉଛି। ବିଭିନ୍ନ ଜିଲ୍ଲାରେ ଦ୍ୱିପ୍ରହରରେ ତାତି ସମୟରେ ବିଦ୍ୟୁତ୍ କାଟ ଯୋଗୁଁ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଯାଇଥିବା ପୁରୀ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ‘ଫୋନି’ ପ୍ରକୋପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର ଶହେ ଟଙ୍କା କ୍ଷତିପୂରଣ ଦିଆଯିବ। ଅଳ୍ପ ବା ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ ୫ ହଜାର ୨୦୦ ଓ ମାଟି ବା ଚାଳ ଛପର […]
ଯାଜପୁର(ଅଭୟ ପତି):ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ବିଦ୍ୟୁତ୍ ଆଘାତର ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରହଲ୍ଲାଦ ଜେନା। ଘର ତାରାକୋଟ ଗାଁରେ। କାଳବୈଶାଖୀ ଯୋଗୁ ଛିଣ୍ଡି ଯାଇଥିବା ବିଦ୍ୟୁତ୍ ତାରକୁ ବିଭାଗ ପକ୍ଷରୁ ଗତକାଲି ମରାମତି ହେଉଥିଲା। ବିଦ୍ୟୁତ୍ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିବା ପ୍ରହଲ୍ଲାଦ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଏତିକି ବେଳେ ହଠାତ୍ ବିଦ୍ୟୁତ ଚାର୍ଜ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍ରେ ଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଏହାସହ ଅନନ୍ତନାଗ […]