• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

woman
ଦୁଃଖ ଦେଖେଇଛି ବାଟ : ଖବର କାଗଜ ବିକ୍ରି କରି ଚଳାଉଛନ୍ତି ପରିବାର

ରାଉରକେଲା (ପବନ ତିୱାରୀ ) : ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ ; ତା ମନରେ ଆତ୍ମନିର୍ଭରଶୀଳ ହେବାର ପ୍ରବଳ ଇଚ୍ଛାଶକ୍ତି ଜାତ ହୁଏ। କୌଣସି କାମ ତା ପାଇଁ ଅସମ୍ଭବ ହୁଏନା । ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲାରେ। ଜଣେ ମହିଳା ହୋଇ ବି ସେ ପରାଜୟକୁ ଜୟ କରି ପାଲଟି ଯାଇଛନ୍ତି ଜଣେ ଅପରାଜିତା […]

jobs
ବେକାରୀରେ ଓଡ଼ିଶା ନମ୍ବର ଓ୍ୱାନ୍ : ରିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି। ପୁରୁଷ ବେକାର କ୍ଷେତ୍ରରେ ସାରା ଦେଶରେ ନମ୍ବର ଓ୍ୱାନ ଓଡ଼ିଶା। ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ଉଦ୍‌ବେଗଜନକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସ ରିପୋର୍ଟ କହୁଛି ଜାତୀୟ ହାରକୁ ବହୁ ପଛରେ ପକାଇ ପୁରୁଷ ବେକାର କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ […]

disability
ଦିବ୍ୟାଙ୍ଗ ହେଲେ ବି ସକ୍ଷମ ; ସମସ୍ତଙ୍କ ପାଇଁ ପାଲଟିଲେ ଉଦାହରଣ

ଆଳି( ବନମାଳି ସାହୁ)/ ଆନନ୍ଦପୁର (ମୁନା ସିଂହ) : ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଜୀବନର ଅପରାହ୍ନରେ ପାଦ ଦେଲେଣି, ତଥାପି ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ସେହି ଦୁଇଜଣ ଦିବ୍ୟାଙ୍ଗ ମହିଳା ହେଲେ ଆନନ୍ଦପୁର ଅଞ୍ଚଳର ଭାମା ଅପା ଏବଂ ଆଳି  କଳସପୁର ଗାଁର ଉର୍ବଶୀ ଦାଶ। ପିଲା ଦିନରୁ ଦୁହେଁ  ଦିବ୍ୟାଙ୍ଗ , ହେଲେ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଜି ସମାଜରେ ଦେଇଛି ତାଙ୍କୁ ନୂଆ ପରିଚୟ। […]

marriage 1
ଆପଣ ବିବାହ କରୁଛନ୍ତି କି ? ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇଁ ଏହି ୭ଟି ଟିପ୍ସକୁ ଆପଣାନ୍ତୁ

ସମସ୍ତଙ୍କ ଜୀବନରେ ସବୁଠୁ ବଡ଼ ଚିନ୍ତା ହୋଇଥାଏ , ବାହାଘର ଖର୍ଚ୍ଚର ବୋଝ । ଏହା ମଣିଷକୁ ଅର୍ଥଶୂନ୍ୟ କରିଦିଏ । ଯେତେ ଟଙ୍କା ସଂଚୟ କରି ରଖିଥିଲେ ବି ତାହା କମ୍‌ ପଡ଼ିଯାଏ । ଯଦି ଆପଣ ଏହି ସମୟରେ ଟିକେ ସାବଧାନ ହୋଇ ସବୁ ଆୟୋଜନ କରିବେ ତ ଆପଣଙ୍କ ଉପରେ ଅର୍ଥର ବୋଝ ବେଶୀ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କେମିତି ବିବାହର ଇନଭେଷ୍ଟମେଣ୍ଟକୁ କମ୍‌ କରିପାରିବା। ୧ -ୱେଡିଂ ହଲ୍‌ର […]

kinner
ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ପାଇଲେ କିନ୍ନର

ମାଲକାନଗିରି( ଜିତେନ୍ଦ୍ର ବେଉରା) : ଇଜ୍ଜତ ସହ ମିଳିଲା ବଂଚିବାର ଅଧିକାର। ସ୍ୱାବଲମ୍ବୀ ହୋଇପାରିଛନ୍ତି କିନ୍ନର ସମାଜ। ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୫ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ମଳ ଯୋଜନାରେ ସମସ୍ତ କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ମିଳିଛି । ଜିଲ୍ଲା ପୁଲିସ ତରଫରୁ ସେମାନଙ୍କୁ ପ୍ରଶିକ୍ଷଣ ପରେ ମେଡିକାଲରେ ନିଯୁକ୍ତି ଦିଆଯାଇଛି। ପ୍ରସୂତି ବିଭାଗର […]

jhili-9
ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର। ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଝିଲିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ସେମାନେ ହେଲେ ଫୁଟବଲ […]

supreme-court
ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’ ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ରବିବାର ଏହି ଆବେଦନର ଶୁଣାଣି କରିବାର ଅଛି। ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍‌ଙ୍କ ପ୍ରତି ୧୪୪ […]

phot naveen
ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ

ଭୁବନେଶ୍ୱର : ବିଜେଡିର ପୂର୍ବତନ ସାଂସଦ ତଥା ଚାଣକ୍ୟ ଦିବଂଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ କରିଛନ୍ତି।ବିଜେଡିରେ ସିକ୍ତାଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସିକ୍ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ମଜଭୁତ କରିବ। ସେହିପରି ସିକ୍ତା କହିଛନ୍ତି ଯେ ସେ ସମାଜର ଅବହେଳିତ ବର୍ଗର […]

TEAM INDIA
ଇତିହାସ ରଚିବା ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ

କୋଲକାତା: ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିବା ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ଛାରଖାର ହୋଇଯାଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ସମଦଶା ଭୋଗିଛି। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମା ଗୋଲାପୀ ବଲରେ ୫ଟି ୱିକେଟ ଦଖଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୪ଟି ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରିଦେଇଛନ୍ତି। ପ୍ରଥମ ଥର ଭାରତ ଓ […]

fernadis
'ମୋଦି ହେ ତ ମୁମକିନ୍ ହେ'

ମୁମ୍ୱାଇ: ରାତି ଅଧରେ ରାଜନୀତିକ ସମୀକରଣ ବଦଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଡନାଭିସ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ଫଡନାଭିସ କହିଛନ୍ତି, ମୋଦି ଅଛନ୍ତି ତ, ସବୁ ସମ୍ଭବ (ମୋଦି ହେ ତ ମୁମକିନ୍ ହେ)। ଏଥିସହ ତାଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ସ୍ଥିର ସରକାର ଦେବ ବୋଲି ସେ କହିଛନ୍ତି। […]

operation
ସାବାସ ହିରୋ କାଶ୍ୟପ୍ : ଅନୁଭୂତି ବାଣ୍ଟିଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଅପରେସନ୍ ବାଣୀବିହାରର ରିଅଲ୍ ହିରୋ କାଶ୍ୟପ ପଟ୍ଟନାୟକ। ଗତକାଲି ଯେତେବେଳେ ଉଦ୍ଧାରକାରୀ ଦଳର କୌଣସି ବି କୌଶଳ, କୌଣସି ବି ଷ୍ଟ୍ରାଟେଜି କାମ ଦେଇ ନଥିଲା, ସେତେବେଳେ ଜୀବନକୁ ବାଜି ଲଗାଇ ଦେଇଥିଲେ ଲିଡିଂ ଫାୟାର୍ ମ୍ୟାନ୍ କାଶ୍ୟପ। କର୍ତ୍ତବ୍ୟ ସମ୍ପାଦନା ସହ ନିଜ ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ପୂରା ଅପରେଶନକୁ ନିର୍ଣ୍ଣାୟକ ମୋଡ଼ ନେଇଥିଲେ ସେ । ଏବେ ତାଙ୍କ ସହ ରେସକ୍ୟୁ ଅପରେସନରେ ସାମିଲ ହୋଇଥିବା ପୂରା ଅଗ୍ନିଶମ […]

son
ମୁଣ୍ଡ ନେଇଗଲା ଭଙ୍ଗା କୋଠା : ମାଆ ଖୋଜୁଛି ତା ଗେହ୍ଲା ପୁଅକୁ

ଜୟପୁର ( ଟି.ଗୌରୀଶଙ୍କର) : କୋରାପୁଟ ବାରିଣୀପୁଟ ଅପରକୋଲାବ ଟ୍ରାଜେଡିରେ ତିନି ତିନି ଜଣଙ୍କ ଜୀବନ ବଞ୍ଚିଗଲା ସତ, ହେଲେ ଚାଲିଗଲା ନୟନ ପିତୁଳା । ମାଆର ମାଡ଼ରୁ ବର୍ତ୍ତିବା ପାଇଁ ପରିତ୍ୟକ୍ତ କୋଠାକୁ ଲୁଚିବାକୁ ଯାଇଥିଲେ ବି ବର୍ତ୍ତିପାରିଲାନି ମୃତ୍ୟୁର ଦୂତ ହାତରୁ। ମାଆ ଏବେ ମେଡ଼ିକାଲରେ । ଖୋଜୁଛନ୍ତି ଗେହ୍ଲା ପୁଅକୁ । କାଲିର କାଳ ରାତିରେ ଯାହା ଘଟିଗଲା, ଆଖି ସାମ୍ନାରେ ଭାସିଉଠୁଛି ଗୋଟି ଗୋଟି କରି। ହେଲେ ମନରେ ଆଶଙ୍କା ପୁଅର […]

congrees
କଂଗ୍ରେସ କର୍ମୀଙ୍କ ବେକରେ ଡାଲମା ପରିବା ମାଳ

ଭୁବନେଶ୍ୱର : ହେଡିଂ ପଢ଼ି ଟିକେ ଅଡୁଆ ଲାଗୁଥିବ। ଜାଣିବାକୁ ଇଚ୍ଛା ହେଉଥିବ, କଂଗ୍ରେସ କର୍ମୀଙ୍କ ବେକରେ ପରିବା ମାଳ ପଡ଼ିଲା କାହିଁକି? କଥାଟା ଜାଣିଲେ ମଜା ଲାଗିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’। ଖୁସିର କଥା ଯେ, ବାଦବିବାଦ ଭୁଲି ଏଥିରେ ଦଳର ସବୁ ବରିଷ୍ଠ ନେତା ଏକାଠି ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଡି କରିଥିଲେ। ତେବେ ଏଠି କିଛି କିଛି ଦୃଶ୍ୟ ଲୋକଙ୍କ […]

nabaratna
ଓଡ଼ିଶାରେ ଅସଲି ବିରୋଧୀ ଦଳ କିଏ?

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଅସଲି ବିରୋଧୀ ଦଳ କିଏ ? ବିଜେପି ନା କଂଗ୍ରେସ? ଆପଣ ଭାବୁଥିବେ, ୨୦୧୯ ନିର୍ବାଚନ ସରି, ସରକାର ଗଠନ ହୋଇ ବିରୋଧୀ ଦଳ ବି ଘୋଷଣା ହୋଇସାରିଛି କେବେଠୁ। ବିଧାନସଭା ବି ଚାଲିଲାଣି, କିନ୍ତୁ ଏ ପ୍ରଶ୍ନର ଉତ୍ତର ଏବେବି ଆମ ପାଖରେ ନାହିଁ । ବାସ୍ତବରେ ୨୦୧୯ ନିର୍ବାଚନ ବେଳୁ ହିଁ ଏହି ପ୍ରଶ୍ନ ଓଡ଼ିଶାବାସୀଙ୍କ ଭିତରେ ଗୁଂଜରଣ ହୋଇଚାଲିଛି। ବିଧାନସଭାରେ ୨୩ ଜଣ ବିଧାୟକଙ୍କ ସହ ବିଜେପି […]

bus accident
ଛାଡ଼ି ଚାଲିଗଲା ଅନ୍ଧ ଲଉଡ଼ି : ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବାପା-ମାଆଙ୍କ ଆଗରେ ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତା ଅବରୋଧ କରିଛନ୍ତି। ଭ୍ରମରପୁର ପଞ୍ଚାୟତ ଗୋପୀନାଥପୁର ଜିତେନ୍ଦ୍ର ସାହୁଙ୍କର ୫ ବର୍ଷର ପୁଅ ସିଲୁର ଦେହ ଅସୁସ୍ଥ ଥିଲା। ସେଥିପାଇଁ ଜିତେନ୍ଦ୍ର ଓ ତାଙ୍କ ପତ୍ନୀ, ପୁଅ ସିଲୁକୁ […]

acide
ପ୍ରେମିକା ନେଲା ପ୍ରତିଶୋଧ ; ପ୍ରେମିକ ଉପରକୁ ଫିଙ୍ଗିଲା ଏସିଡ୍‌

ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ପ୍ରେମିକ! ହେଲେ ପ୍ରେମିକା ଭୁଲି ପାରିଲାନି। ସେ ଚାହୁଁଥିଲେ ପ୍ରେମିକଙ୍କୁ ବାହା ହୋଇ ଘର ସଂସାର କରିବେ। ସେଥିପାଇଁ ପ୍ରେମିକଙ୍କୁ ବାରମ୍ୱାର ବୁଝାଉ ଥିଲେ। ମାତ୍ର ଏଥିରେ ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଲା ପ୍ରେମିକା। ଆଉ ତା’ପରେ ନିଜର ଦୁଇ ସାଥୀଙ୍କ ସହ ମିଶି ପ୍ରେମିକଙ୍କ ଉପରେ ଏସିଡ୍‌ ଫିଙ୍ଗିଲା। ଏପରି ଲୋମହର୍ଷଣକାରୀ ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ […]

murder
ସାନ ଭାଇ ସହ ମିଶି ତଣ୍ଟି କାଟି ୩ ଜଣଙ୍କୁ ହତ୍ୟା କରିଥିଲା ବିକ୍ରମ !

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ବାରକୋଟ ଥାନା ବାଲିନାଳି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍‌ପି। ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର କହିବାନୁଯାୟୀ, ବଡତଇଳା ଗାଁର ବିକ୍ରମ ପ୍ରଧାନ ବ୍ରଜରାଜନଗର ଅଞ୍ଚଳରେ ରହି ଏକ ଦୋକାନରେ କାମ କରୁଥିଲେ। ସେଠାରେ ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ପ୍ରେମବିବାହ କରି ରହୁଥିଲେ। […]

annapurna
ମହାବାତ୍ୟାରେ ଅନାଥ : ସିନ୍ଦୂର ପିନ୍ଧିଲେ ଅନ୍ନପୂର୍ଣ୍ଣା

କଟକ : ମହାବାତ୍ୟା ମୁହଁରୁ ଆସି ‘ଯଶୋଦା’ କୋଳରେ ବଢ଼ିଲା। ନୂଆ ଜୀବନ ପାଇଲା। ଆଉ ଆଜି ତାର ଜୀବନର ମହାନ ଖୁସିକୁ ପାଇଛି ଅନ୍ନପୂର୍ଣ୍ଣା। ପୂର୍ଣ୍ଣ ହୋଇଛି ତା’ର କୁଆଁରୀ ମନର ସ୍ୱପ୍ନ। ପାଇଛି ତା’ର ସାତ ଜନମର ସାଥୀ। ଆଉ ତାକୁ ପୂରା କରିଛି କଟକ ରାଣୀହାଟ ସ୍ଥିତ ‘ଯଶୋଦା ସଦନ’। ବାହାଘର ପାଇଁ ସଜେଇ ହୋଇଛି ପୂରା ପରିବେଶ। ରଙ୍ଗୀନ ଆଲୋକମାଳା ସହ ବିଭିନ୍ନ ଫୁଲରେ କରାଯାଇଛି ସାଜସଜା। ମଣ୍ଡପରେ ବସିଛନ୍ତି ବର-କନ୍ୟା। […]

vv
ଦିବାରାତ୍ର ଟେଷ୍ଟ: ପିଙ୍କ୍ ବଲରେ ଟିମ୍ ଇଣ୍ଡିଆର ଦମଦାର ଆରମ୍ଭ

କୋଲକାତା: ଭାରତୀୟ କ୍ରିକେଟ୍ ପାଇଁ ଆଜି ଐତିହାସିକ ଦିନ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ତା’ର ପ୍ରଥମ ଦିବାରାତ୍ର ତଥା ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ତଥା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଏହି ମୁକାବିଲା ଯେ କେବଳ ଭାରତ ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ। ଏହି ଐତିହାସିକ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ସାଜିଛନ୍ତି ହଜାର ହଜାର ସଂଖ୍ୟକ ଦର୍ଶକ। ଘରୋଇ ଦର୍ଶକଙ୍କୁ ନିରାଶ ନକରି ଭାରତ ତା’ର ପ୍ରଥମ […]

cuttack
କଟକରେ ବୋମା ମାଡ଼

କଟକ : ଦୀର୍ଘ ଦିନରେ ନୀରବତା ପରେ କଟକରେ ଫୁଟିଛି ବୋମା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଜମିବାଡ଼ି ବିବାଦରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଓଡ଼ିଆ ବଜାରରେ ରହୁଥିବା ସେକ୍‌ ବାବୁଙ୍କ ଘର ଉପରକୁ  ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ୨ଟି ବୋମା ଫିଙ୍ଗି ଥିଲେ। ସୌଭାଗ୍ୟରୁ ଗୋଟିଏ ବୋମା ନାଳରେ ପଡ଼ିଥିବା ବେଳେ ଅନ୍ୟଟି ତାଙ୍କ ବାରଣ୍ଡାରେ ପଡ଼ିଥିଲା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ଘଟିନାହିଁ। ଖବର ପାଇଁ […]