• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

vv
ଦିବାରାତ୍ର ଟେଷ୍ଟ: ପିଙ୍କ୍ ବଲରେ ଟିମ୍ ଇଣ୍ଡିଆର ଦମଦାର ଆରମ୍ଭ

କୋଲକାତା: ଭାରତୀୟ କ୍ରିକେଟ୍ ପାଇଁ ଆଜି ଐତିହାସିକ ଦିନ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ତା’ର ପ୍ରଥମ ଦିବାରାତ୍ର ତଥା ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ତଥା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଏହି ମୁକାବିଲା ଯେ କେବଳ ଭାରତ ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ। ଏହି ଐତିହାସିକ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ସାଜିଛନ୍ତି ହଜାର ହଜାର ସଂଖ୍ୟକ ଦର୍ଶକ। ଘରୋଇ ଦର୍ଶକଙ୍କୁ ନିରାଶ ନକରି ଭାରତ ତା’ର ପ୍ରଥମ […]

cuttack
କଟକରେ ବୋମା ମାଡ଼

କଟକ : ଦୀର୍ଘ ଦିନରେ ନୀରବତା ପରେ କଟକରେ ଫୁଟିଛି ବୋମା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଜମିବାଡ଼ି ବିବାଦରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଓଡ଼ିଆ ବଜାରରେ ରହୁଥିବା ସେକ୍‌ ବାବୁଙ୍କ ଘର ଉପରକୁ  ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ୨ଟି ବୋମା ଫିଙ୍ଗି ଥିଲେ। ସୌଭାଗ୍ୟରୁ ଗୋଟିଏ ବୋମା ନାଳରେ ପଡ଼ିଥିବା ବେଳେ ଅନ୍ୟଟି ତାଙ୍କ ବାରଣ୍ଡାରେ ପଡ଼ିଥିଲା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ଘଟିନାହିଁ। ଖବର ପାଇଁ […]

cm
ମହିଳାଙ୍କୁ ନ୍ୟାୟ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସିଧାସଳଖ କଡ଼ାଭାଷାରେ ବିରୋଧୀଙ୍କୁ ରୋକଠୋକ୍ ଜବାବ ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ପ୍ରସଙ୍ଗରେ ରାଜନୀତି ନକରି ସରକାରଙ୍କ ପକ୍ଷରୁ ହେଉଥିବା ତଦନ୍ତରେ କେହି ଅସନ୍ତୁଷ୍ଟ ଥିଲେ ସେମାନେ ଆଇନଗତ ଆଶ୍ରୟ ନିଅନ୍ତୁ ବୋଲି କହିବାକୁ ପଛାଇ ନାହାନ୍ତି। ଆଜି ବିଧାନସଭାରେ […]

Uddhav-thackeray1
ଶିବସେନା ମୁଖ୍ୟ ଉଦ୍ଧବ ଥାକରେ ହେବେ ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକରେ ଆଜି ଯବନିକା ପଡ଼ିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାର ଶେଷ ଦୃଶ୍ୟ ଆସନ୍ତାକାଲିକୁ ଘୁଞ୍ଚିଯାଇଛି। ଶୁକ୍ରବାର କମନ୍ ମିନିମମ୍ ପ୍ରୋଗ୍ରାମ୍ (ସିଏମ୍‌ପି) ନେଇ ଆଲୋଚନା ହୋଇଥିଲେ ହେଁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ମଧ୍ୟରେ କ୍ଷମତା ଭାଗବଣ୍ଟା ଏଯାଏ ଚୂଡ଼ାନ୍ତ ହୋଇପାରିନାହିଁ। ମୁମ୍ବାଇଠାରେ ଆଜି ୩ ଦଳର ବରିଷ୍ଠ ନେତାମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୀର୍ଘ ୨ ଘଣ୍ଟାର ବୈଠକରେ […]

wall
ଭୁଶୁଡ଼ିଲା ଅବ୍ୟବହୃତ କୋଠା , ୨ ଗୁରୁତର, ୩ ଫସି ରହିଥିବା ଆଶଙ୍କା

କୋରାପୁଟ : କୋରାପୁଟରେ ଭୁଶୁଡ଼ିଲା ଅବ୍ୟବହୃତ କୋଠା। କୋରାପୁଟ ସଦର ଥାନା ବାରିଣୀପୁଟରେ ଥିବା ଅପର କୋଲାବର ଅବ୍ୟବହୃତ କୋଠା ଭୁଶୁଡ଼ି ପଡିଛି। ଗୋଟିଏ ପରିବାରର ୫ ଜଣଙ୍କ ଉପରେ କୋଠା ଭୁଶୁଡ଼ି ପଡ଼ିବା ପରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହୁରି ୩ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଚାପି ହୋଇ ରହିଥିବା ୩ ଜଣଙ୍କ ମଧ୍ୟରେ ୨ ମହିଳା ଥିବା ସୂଚନା ମିଳିଛି। ଅଘଟଣ ପରେ […]

saliASAHI
ଧାରଣାସ୍ଥଳରେ ଲଣ୍ଡା ହେଲେ ମହିଳା

ଭୁବନେଶ୍ୱର : ବିନା ନୋଟିସ୍‌ରେ ଉଚ୍ଛେଦ ପ୍ରତିବାଦରେ ରାଜଧାନୀରେ ବସ୍ତିବାସିନ୍ଦାଙ୍କ ବିଶାଳ ରାଲି।  ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି ସହିତ ଗଣଧାରଣା ଦିଆଯାଇଛି। ରାଲିରେ ହଜାର ହଜାର ବସ୍ତି ବାସିନ୍ଦା ଯୋଗ ଦେଇ ସରକାରଙ୍କ ସାଲିଆ ସାହି ଉଚ୍ଛେଦ ଯୋଜନାର ପ୍ରତିବାଦ କରିଥିଲେ ।  ପ୍ରଥମେ ସେମାନଙ୍କୁ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଦାବି କରିଛି ସାଲିଆସାହି ଆଞ୍ଚଳିକ କମିଟି । ପ୍ରତି ବସ୍ତି ବାସିନ୍ଦାଙ୍କୁ ୬ଶହ ବର୍ଗ […]

kohali
କୋହଲି @୫ହଜାର ରନ୍

କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ଟେଷ୍ଟରେ ୫ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଦୁନିଆର ଷଷ୍ଠ କ୍ୟାପଟେନ୍ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ବିଶ୍ୱର ପ୍ରଥମ କ୍ୟାପଟେନ୍ ଭାବେ ଦ୍ରୁତ ୫ହଜାର ରନ୍ ପୂରଣ କରିଛନ୍ତି। କୋହଲି ମାତ୍ର ୮୬ ଇନିଂସରେ ଏହି କାରନାମା କରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି। ପଣ୍ଟିଂ […]

raja swain
ଚାଷୀଙ୍କୁ ଭଣ୍ଡୁଛନ୍ତି କି ରାଜ୍ୟ ସରକାର ?

ଭୁବନେଶ୍ୱର  : “ଧାନ ବିକ୍ରି କରିବା ପାଇଁ ଟୋକନ୍‌ ବ୍ୟବସ୍ଥା ରହିବ। କିନ୍ତୁ ଟୋକନ୍‌ ନଥିବା ଚାଷୀ ମଧ୍ୟ ମଣ୍ଡିକୁ ଆସି ଫେରିବେ ନାହିଁ।” ଟୋକନ୍‌ ବ୍ୟବସ୍ଥାକୁ ନେଇ ଗତକାଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚାଷୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରମମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେବଳ ସମ୍ବଲପୁର ଓ ବରଗଡ଼ ଚାଷୀଙ୍କ ପାଇଁ ନା ସାରା ରାଜ୍ୟ ପାଇଁ? ଏହାକୁ ନେଇ ଚାଷୀକୂଳ ଦ୍ୱନ୍ଦ୍ୱରେ ଥିବା ବେଳେ ଖାଦ୍ୟ ଓ ଯୋଗାଣ […]

h
ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଅନେକ ସ୍ଥାନରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ପୁଣି ଟ୍ରାଫିକ୍ ପୋଲିସ ତରଫରୁ ଟିକେ ଢିଲା ହେବା ପରେ ପୁଣିଥରେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଦେଖିବାକୁ ମିଳିଛି କେତେକ ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା। ଡିସେମ୍ୱର ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ ଆଇନ କଡ଼ାକଡ଼ି ହେବ। ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ’ଣ […]

subodha
୪ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲେ ସୁବୋଧ

ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍‌ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ […]

mad dog
ପୁଣି ମାତିଲେ ପାଗଳା କୁକୁର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ପୁଣି ମାତିଲେ ପାଗଳା କୁକୁର। ବନ୍ଧମୁଣ୍ଡା ଅଞ୍ଚଳରେ ୨ଟି ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଦୁଇ ଦିନ ହେଲା ଏହି କୁକୁରମାନେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ବୃଦ୍ଧ ଏବଂ ୨ ଜଣ ସ୍କୁଲ ଛାତ୍ର ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା ଏବଂ ମ୍ୟୁନିସିପାଲ କର୍ପୋରେସନ ମିଳିତ ଭାବେ କୁକୁର ଧରିବାକୁ ଉଦ୍ୟମ କରୁଥିଲେବି ଏବେଯାଏ […]

cricket
ବାଂଲାଦେଶ ଟିମ୍ ୧୦୬ ରନରେ ଅଲଆଉଟ୍

କୋଲକାତା: ଇଡେନ୍ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର ଟେଷ୍ଟ। ପିଙ୍କ୍ ବଲରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ମାତ୍ର ୩୦.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଯାଇଛି। ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ […]

express
ଅଟକି ରହିଛି ଦୂରନ୍ତ ଏକ୍ସପ୍ରେସ୍

ବାଲେଶ୍ୱର  : ବାଲେଶ୍ୱର ରୁପ୍‌ସା ଷ୍ଟେସନରେ ଅଟକି ରହିଛି ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ। ଗୋଟିଏ ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡ଼ିବାରୁ ଦୀର୍ଘ ୩ ଘଣ୍ଟା ଧରି ଏକ୍ସପ୍ରେସଟି ଅଟକି ରହିଛି। ସୂଚନା ମୁତାବକ, ରୁପସା ନିକଟରେ ରେଳଧାରଣା କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରାକ୍ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜି ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡିଥିଲା ଫଳରେ ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ ୩ ଘଣ୍ଟା ଧରି ଅଟକି ରହିଛି। ଟ୍ରେନରେ […]

wine
ମଦ ପାଉଚ୍‌ରେ ଗାନ୍ଧି ଚଷମା ଚିହ୍ନକୁ ନେଇ ତେଜୁଛି ଜନ ଅସନ୍ତୋଷ

ନୂଆପଡ଼ା  : ମଦ ପାଉଚରେ ଗାନ୍ଧି ଚଷମା। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଦେଶୀ ମଦଭାଟିରେ ପ୍ରସ୍ତୁତ ମଦ ପାଉଚ୍‌ରେ ଗାନ୍ଧି ଚଷମା ଚିହ୍ନ ଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗାନ୍ଧି ଚଷମା ଥିବା ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ଏହି ପାଉଚରେ ଛପା ଯାଇଥିବା ବେଳେ ଏହା ମହାତ୍ମା ଗାନ୍ଧିଙ୍କ ପ୍ରତି ଅପମାନ ବୋଲି ଲୋକଙ୍କ ମଧ୍ୟ ମତ ପ୍ରକାଶ ପାଇଛି। ମହାତ୍ମା ଗାନ୍ଧି ନିଶାମୁକ୍ତି ପାଇଁ ସର୍ବଦା ଆହ୍ୱାନ ଦେଉଥିବା ବେଳେ […]

man 7
ଅପରେସନ ସଫଳ ; ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଆତ୍ମହତ୍ୟାର ଧମକ ଦେଉଥିବା ଯୁବକ ସୁବୋଧ କୁମାର ବାରିକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଚାକିରି ଗଲା ପରେ ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି। ସୁବୋଧଙ୍କ ସମ୍ପର୍କୀୟ ନିର୍ମଳ ଚନ୍ଦ୍ର ସିଂଙ୍କ ଅଭିଯୋଗରୁ ପ୍ରକାଶ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ୨୦୦୧ ମସିହାରେ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟରେ ଚାକିରି […]

sbi
ବ୍ୟାଙ୍କରେ ତାଲା ପକାଇଦେଲେ ଘର ମାଲିକ

ମୁନିଗୁଡ଼ା ( ନନ୍ଦକିଶୋର ପଟ୍ଟନାୟକ) : ରାୟଗଡ଼ା ଜିଲ୍ଲା ବିଷମକଟକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ଠୁଙ୍କିଲେ ଘର ମାଲିକ। ସୂଚନା ଅନୁଯାୟୀ, ଗତ ୬ ମାସ ପୂର୍ବେ ଘର ମାଲିକଙ୍କ ସହିତ ହୋଇଥିବା ୧୦ ବର୍ଷିଆ ଏଗ୍ରିମେଣ୍ଟ ତାରିଖ ଶେଷ ହେଇଯାଇଥିଲା । ହେଲେ ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ବି କୈଣସି ସମାଧାନ କରିନଥିବାରୁ ଆଜି ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ […]

ranendra swain
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ […]

couple4
ନିଆରା ସଂଘର୍ଷ ; ସ୍ତ୍ରୀଙ୍କୁ କ୍ୟାନସରରୁ ବଞ୍ଚାଇବା ପାଇଁ ସ୍ୱାମୀଙ୍କ ଦୃଢ଼ ପ୍ରୟାସ

କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାନ୍ ଇବ୍ରାହିମ୍ […]

gold -2
ହୃଦୟ ଜିତିଲେ ଦୁଇ ଯୁବକ ; ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ଫେରେଇଲେ

କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]