• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police-3
ଦାୟିତ୍ୱ ନେଲେ ନବନିଯୁକ୍ତ ଡିଜିପି ଅଭୟ

କଟକ  : ଓଡିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ପୁଲିସ ଅଧିକାରୀ ଅଭୟ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡି.ଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଓଡ଼ିଶା ସରକାର ଅବ୍ୟାହତି ଦେବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍ ଅଭୟ ନୂଆ […]

couple
ଦମ୍ପତିଙ୍କ ଉପରେ ଓଲଟି ପଡିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର

ଯାଜପୁର : କଳିଙ୍ଗ ନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ମଟର ସାଇକେଲରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଓଲଟିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର। ଫଳରେ ଦମ୍ପତି ଉକ୍ତ କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ପହଞ୍ଚି ଆଇରନ କ୍ରୋମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ଡୁବୁରୀ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ୱାମୀ ସ୍ତ୍ରୀ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ […]

husband suicide
ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା !

କୋରାପୁଟ  : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ବାଦଲଙ୍କ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଆସି ସ୍ୱାମୀଙ୍କ ମୃତଦେହକୁ […]

BARABATI
ବାରବାଟୀ ଦିନିକିଆ ଟିକେଟ୍ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି । ଆସନ୍ତା ୧୬ ଓ […]

indi
ପ୍ରଥମ ଟି-୨୦: ଟିମ୍ ଇଣ୍ଡିଆକୁ ଜିତାଇଲେ କୋହଲି

ହାଇଦ୍ରାବାଦ: କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ […]

ENCOUNTER
‘ମୋ ସ୍ୱାମୀକୁ ମାରି ଦେଲେ, ଏବେ ମୋତେ ବି ମାରି ଦିଅନ୍ତୁ’

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଆଜି ଏନକାଉଣ୍ଟର କରି ହତ୍ୟା କରିଛି। ତେବେ ଏହି ଖବର ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେ କେବଳ ଭାଙ୍ଗି ପଡ଼ିନାହାନ୍ତି ବରଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଚେନ୍ନାକେଶୁଭଲୁଙ୍କ ପତ୍ନୀ ନିଜର କୋହର ଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀକୁ ମାରି ଦେଲେ। ଏବେ […]

minister
ହାଇଦ୍ରାବାଦ୍ ଏନକାଉଣ୍ଟରକୁ ଆଇନମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର : ହାଇଦ୍ରାବାଦରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ ଏନ୍‌କାଉଣ୍ଟର ପରେ ପୀଡ଼ିତା ଓ ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ମିଳିଥିବା ଚର୍ଚ୍ଚା ହେଉଛି। ହେଲେ ପିପିଲିଠୁ କୁନ୍ଦୁଲି ଯାଏଁ, ଓଡ଼ିଶାରେ ଏଭଳି ଅନେକ ଘଟଣା ରହିଛି, ଯେଉଁଥିରେ ଖୁଲମ୍‌ଖୁଲା ବୁଲୁଛନ୍ତି ଯୌନ ରାକ୍ଷସ। ଯାହାକୁ ନେଇ ବଢୁଛି ପୀଡ଼ିତାଙ୍କ ପରିବାରର କ୍ଷୋଭ। ଏମିତି କି ହାଇଦ୍ରାବାଦ୍ ଏନକାଉଣ୍ଟର ଘଟଣାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଠିକ୍ ବୋଲି ଦର୍ଶାଇଥିବା ବେଳେ ରାଜ୍ୟ ସରକାରଙ୍କ ଭିନ୍ନ ଆଭିମୁଖ୍ୟକୁ ନେଇ […]

president
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରବିବାର ପାଇକ ବିଦ୍ରୋହ ସ୍ମୃତିସ୍ଥଳର କରିବେ ଶିଳାନ୍ୟାସ। ବାଣୀବିହାର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି।  ଆସନ୍ତାକାଲି ସାଢେ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ।  ରାଜଭବନରେ ରାତ୍ରି ଯାପନ କରିବା ପରେ ୮ତାରିଖରେ ଖୋର୍ଦ୍ଧା ବରୁଣେଇ ପାହାଡସ୍ଥଳକୁ ଯାଇ ସେଠାରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ।  ସେହିପରି ଦିନ ୧୨ଟା ୩୫ରେ ଉତ୍କଳ […]

kalia
କାଳିଆ ଯୋଜନାରେ ଚାଷୀଙ୍କୁ ଠକିଲେ ସରକାର

ବରଗଡ଼ /ଜୟପୁର/ ଭୁବନେଶ୍ୱର : କାଳିଆ ଯୋଜନାରେ ଚାଷୀଙ୍କୁ ଠକିଲେ ସରକାର। ପିଏମ୍-କିଷାନ ଯୋଜନା ଆଳରେ ଚାଷୀଙ୍କୁ ଭୂଆଁ ବୁଲାଇଲା ବିଜେଡି ସରକାର। କାଳିଆ ଥୋପ ଦେଖାଇ ନିର୍ବାଚନ ପାର୍ ହୋଇଯିବା ପରେ ବଦଳି ଯାଇଛି କାଳିଆ ଗାଇଡ୍‌ଲାଇନ୍ । ଆଉ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ୨୦୨୦-୨୧ ଆର୍ଥିକ ବର୍ଷରୁ ଚାଷୀମାନଙ୍କୁ ବର୍ଷକୁ ରାଜ୍ୟ ସରକାର ଦେବେ ମାତ୍ର ୪ ହଜାର ଟଙ୍କା । ପୂର୍ବରୁ ୧୦ ହଜାର […]

dance
ନାଚିବାକୁ ମନା କରିବାରୁ ମହିଳାଙ୍କୁ ଗୁଳି

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଘଟଣାଟି ହେଉଛି ବାହାଘର ଉତ୍ସବରେ ନାଚିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ଗୁଳି ହୋଇଛି। ସୂଚନା ମୁତାବକ, ଗତ ସପ୍ତାହରେ ଏକ ବାହାଘର ଚାଲିଥିବା ବେଳେ ୨ ଜଣ ଯୁବତୀ ନାଚୁଥିଲେ । ତେବେ ଡିଜେ ବନ୍ଦ ହେବାରୁ ନାଚ ମଧ୍ୟ ବନ୍ଦ ହୋଇଥିଲା। ଏହାକୁ ନେଇ ତଳେ ଥିବା ଜଣେ ଲୋକ ନାଚ ବନ୍ଦ […]

shot
ଦୁଷ୍କର୍ମ ଅଭିଯୁକ୍ତଙ୍କ ଶବ ନେଲେନି ପରିବାର

ହାଇଦ୍ରାବାଦ : ପୁଲିସ୍‌ ଏନକାଉଣ୍ଟରରେ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି। ଆଜି ଚେତନପାଲ୍ଲୀ ଓଭରବ୍ରିଜ୍‌ ନିକଟରେ ହିଁ ପୁଲିସ୍‌ ଏନକାଉଣ୍ଟର କରିଛି। ଏହିଠାରେ ସେମାନେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ଦେଇଥିଲେ। ପୁଲିସ୍‌ ସେମାନଙ୍କୁ କ୍ରାଇମ ସେନ୍ସକୁ ଆଣିଥିବା ବେଳେ ଏଠାରେ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ […]

DIBYANGA
ଓଡ଼ିଶାର ଦିବ୍ୟାଙ୍ଗ ଜାତୀୟସ୍ତରରେ ସମ୍ମାନୀତ

ପାରଳାଖେମୁଣ୍ଡି : ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭିନ୍ନ କ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ସେ ଏହି ସମ୍ବର୍ଦ୍ଧନା ପାଇଛନ୍ତି । ଗତ  ୩ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ପାରଳାଖେମୁଣ୍ଡି ଫେରିବା ପରେ ସହରବାସୀଙ୍କ […]

unao
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ଉନ୍ନାଓ : ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’। ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ […]

nirbhaya--
ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି !

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି। ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶି ମିଳିବା ସ୍ପଷ୍ଟ ହୋଇଛି। ଦୋଷୀଙ୍କ କ୍ଷମା ଆବେଦନକୁ ଖାରଜ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆବେଦନ ଖାରଜ ସହ ରାଷ୍ଟ୍ରପତିଙ୍କ ପାଖକୁ ଫେରାଇଲା ଫାଇଲ। ସୁପ୍ରିମକୋର୍ଟରେ ଦଣ୍ଡ କାଏମ ପରେ ରାଜକ୍ଷମା ଆବେଦନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ ଦୋଷୀ। ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ରାଷ୍ଟ୍ରପତି।

teacher
ମାତାଲ ସାର୍‌ଙ୍କ କଙ୍ଗାରୁ କୋର୍ଟ ; ନିଶାରେ ଚୁର୍

ଯାଜପୁର : ମାତାଲ ସାର୍‌ଙ୍କ କଙ୍ଗାରୁ କୋର୍ଟ। ନିଶାରେ ଚୁର୍ ହୋଇ ଡେରିରେ ସ୍କୁଲ୍‌କୁ ଆସିଲେ, ପିଲା ହୋହଲ୍ଲା କରିବାରୁ ହତା ବାହାରେ ସବୁ ପିଲାଙ୍କୁ ଆଣ୍ଠେଇ ଦେଇ ନିଜେ ଫଟୋ ପାଇଁ ପୋଜ୍ ଦେଲେ। ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଏହି ଶିକ୍ଷକଙ୍କ ନାଁ ମକରନ୍ଦ ମହାନ୍ତ। ପୁରା ଶିକ୍ଷା ବ୍ୟବସ୍ଥାକୁ ଏବଂ ଗୁରୁ ପଣିଆକୁ ଲଜ୍ଜିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଭାଇରାଲ୍ ଭିଡିଓଟିରେ। ଅନୁସନ୍ଧାନରୁ […]

president
ରାଜ୍ୟପାଳଙ୍କୁ ବିଧାନସଭା ମନା!

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।  ଆଜି ବିଧାନସଭା ପରିସରକୁ ପ୍ରବେଶ କରୁଥିବାବେଳେ ତାଙ୍କ ପାଇଁ ଫାଟକ ବନ୍ଦ କରାଯାଇଥିଲା । ରାଜ୍ୟପାଳ ଓ ଅନ୍ୟ ଭିଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ ବନ୍ଦ ରହିଥିବାରୁ ସେ ଅନ୍ୟ ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଫାଟକ ବନ୍ଦ ରହିଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଫାଟକ ବନ୍ଦକୁ ନେଇ ସେ ପ୍ରଶ୍ନ […]

sangam2
ଆଖୁ ରସ ବିକ୍ରି କରି ପଢୁଛନ୍ତି ବି.ଟେକ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ) : ଛୋଟ ବେଳୁ ପାଠ ପଢିବାର ନିଶା, ହେଲେ ଦାରିଦ୍ର୍ୟତା ବାଟ ଜଗିଥିଲା। କିନ୍ତୁ ଏଥିରେ ବାଧା ସୃଷ୍ଟି କରିପାରି ନାହିଁ। ଯାହା ଫଳରେ ବାପା ଦୈତାରୀ ମଲ୍ଲିକଙ୍କ କୌଳିକ ବୃତ୍ତି ଆପଣେଇବା ସହ ଏକା ଧାରାରେ ପାଠ ପଢିବା ଓ ପରିବାର ପ୍ରତିପୋଷଣ ମଧ୍ୟ କରିଛନ୍ତି ସଂଗ୍ରାମ ମଲ୍ଲିକ । ସେ ନିଜର ନିଷ୍ଠା, ଚେଷ୍ଟା ଓ ଆନ୍ତରିକତା ବଳରେ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ଭଦ୍ରକ ମଲ୍ଲିକପାଟଣା ଗାଁରେ ରହୁଥିବା […]

onion hike
ପିଆଜକୁ ଛୁଇଁବାକୁ ଡ଼ର!

କଟକ : ପିଆଜ ଦର ଅଣାୟତ୍ତ।୧୦୦ଟଙ୍କାରେ ପାର କରି ୧୪୦ଟଙ୍କାରେ ପହଞ୍ଚିଲାଣି ଏହି ଅତ୍ୟାବଶ୍ୟକ ସାମଗ୍ରୀ। କଟକ ଛତ୍ରବଜାରରେ ପିଆଜ କିଲୋ ୧୪୦ ଟଙ୍କାରେ ବିକ୍ରି ହେଉଛି। ପରିସ୍ଥିତି ଏମିତି ହେଲାଣି ଯେ, ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି। ପିଆଜର ଅହେତୁକ ଦରବୃଦ୍ଧି ଦାଉରୁ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ୨୫୬ଟି କାଉଣ୍ଟରରେ ପିଆଜ ବିକ୍ରି କରୁଥିବା କହୁଛନ୍ତି। ହେଲେ ସେ ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ମିଳୁନଥିବା […]