ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୮ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ […]
ବାଲେଶ୍ୱର: ଓଡ଼ିଶାରେ ପ୍ରେମିକା, ଦୁବାଇରେ ପ୍ରେମିକ। ଉଭୟ ରୋଜଗାରିଆ। ଚାକିରି କରିବାକୁ ଉଭୟ ରହୁଥିଲେ ବାହାରେ। ଡିସେମ୍ବରରେ ବାହାଘର ପାଇଁ କଥା ଦେଇଥିଲା ପ୍ରେମିକା। କିନ୍ତୁ ଦୁଇ ଦିନ କାଳ ଫୋନ୍ ନ ଲାଗିବାରୁ ପ୍ରେମିକାକୁ ହତ୍ୟା କରିବାର ଯୋଜନା। ଏହି କାଣ୍ଡ ପାଇଁ ସୁଦୂର ଦୁବାଇରୁ ଚାକିରି ଛାଡ଼ି ଆସିଥିଲା ପ୍ରେମିକ। ହେଲେ ପ୍ରେମିକାକୁ ନ ପାଇ ତାଙ୍କ ମାଆକୁ ଆକ୍ରମଣ କରିଥିଲା ହତାଶ ପ୍ରେମିକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶ୍ୟାମାନନ୍ଦିପୁରରେ ଏହି ଘଟଣା […]
କେନ୍ଦ୍ରାପଡ଼ା: ଅସହାୟ ଓ ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସବୁ ଯୋଜନାର ଲାଭ ମିଳିପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏରଡଙ୍ଗ ପଂଚାୟତରେ ଅନେକ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କିଛି ସୁଫଳ ମିଳୁନଥିବା ଏବଂ ପଂଚାୟତରେ ଥିବା ଅନେକ ଧନୀ […]
ଝାରସୁଗୁଡ଼ା: ଚାଷ ଜମିକୁ ସୁବିଧାରେ ପାଣି ପହଞ୍ଚାଇବା ପାଇଁ ସରକାର ଅନେକ ଜଳସେଚନ ପ୍ରକଳ୍ପ କରିଛନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଲୋକମାନେ ବିରୋଧ କରି ଲିଖିତ ଅଭିଯୋଗ କରିଛନ୍ତି। ଝାରସୁଗୁଡା କୋଲାବିରା ଅମାତି ନୂଆପଡ଼ାରେ ରହିଛି ରବଡେଗା ନାଳା। ଏହି ନାଳାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ସରକାରୀ ଟଙ୍କା ଅନୁମୋଦନ ହେଇସାରିଛି। କାମ ଆରମ୍ଭ କରିବା ପାଇଁ ଚିପ୍ସ, ବାଲି ପଡିବା ସହିତ ଟେଣ୍ଡର ସରିଛି। ହେଲେ କାମ ଆରମ୍ଭ […]
ମୁମ୍ବାଇ: ଶେଷରେ ଆଇନ୍ର ଦ୍ୱାରସ୍ଥ ହେଲେ ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଗତକାଲି ମୁମ୍ବାଇର ଓଶିୱାରା ପୁଲିସ୍ ଷ୍ଟେସନରେ ବର୍ଷିୟାନ୍ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣି ଏତଲା ଦେଇଛନ୍ତି। ଏତଲାରେ ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି। ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ବେଳେ ନାନା ପାଟେକର୍ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ କିଛିଦିନ ତଳେ ତନୁଶ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡରେ ଗୋଟିଏ ପରେ ଗୋଟିଏ ଘଡିଆଳ କୁମ୍ଭୀରଙ୍କର ମୃତ୍ୟୁ ଘଟୁଛି। ଘଡିଆଳଙ୍କ ଏପରି ମୃତ୍ୟୁ ପରିବେଶବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଁ ନନ୍ଦନକାନନ କୁମ୍ଭୀର ଗବେଷଣା କେନ୍ଦ୍ରରୁ କିଓ ଘଡିଆଳ ପ୍ରଜାତିର କୁମ୍ଭୀର ଅଣାଯାଇ ଗଣ୍ଡରେ ଛଡ଼ାଯିବାକୁ ଯୋଜନା ଚାଲିଛି। ବର୍ଷା ଋତୁ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁମ୍ଭୀର ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଅନୁଗୁଳର ସାତକୋଶିଆ ଗଣ୍ଡ ଘଡ଼ିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ପାଇଁ ପ୍ରକୃଷ୍ଟ ଆବାସସ୍ଥଳୀ। […]
ବ୍ରହ୍ମପୁର: ଦେଶୀ ମଦଭାଟିର ସେଲ୍ସମ୍ୟାନ୍ଙ୍କୁ ହତ୍ୟା। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଏକ ଦେଶୀ ମଦଭାଟିର ସେଲ୍ସମ୍ୟାନ୍ ବିଜୟ ଡାକୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘର ଜଗଦଳପୁରରେ। ଆଜି ସକାଳେ ବିଜୟଙ୍କ ମୃତଦେହ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ବିଜୟ ଜଗଦଳପୁର ଅଞ୍ଚଳର ଏକ ଦେଶୀ […]
ଭୁବନେଶ୍ୱର: ବିଜେପି ଲୋକସଭା ଏବଂ ରାଜ୍ୟସଭା ପାଇଁ ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। ସେହିଭଳି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୂର୍ବବତ୍ ନିଜ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ସେହିଭଳି କାର୍ଯ୍ୟନିର୍ବାହୀ କମିଟିରେ ଲୋକସଭାରେ ଉପାଧ୍ୟକ୍ଷ ରହିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତି ପାଇଛନ୍ତି। ରେଳ […]
ମୁମ୍ବାଇ: ବଲିଉଡ୍ର ବିଗ ବି ଅମିତାଭ ବଚ୍ଚନ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆଜି ବିହାରର ୨୧ ଶହ ଚାଷୀଙ୍କ ପାଇଁ ନିଜ ପକେଟ୍ରୁ ଋଣ ଅର୍ଥ ପୈଠ କରିଛନ୍ତି। ବିହାରର ଏହି ଚାଷୀମାନେ ଦୀର୍ଘ ଦିନରୁ ଋଣ କରିଥିଲେ ହେଁ ଏହାକୁ ଶୁଝି ପାରୁ ନଥିଲେ। ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭଷେକ ବଚ୍ଚନ ଏହା ଜାଣିବା ପରେ ସେମାନଙ୍କୁ ସାହାଯ୍ୟ ପାଇଁ ନିଜର ବ୍ଲଗରେ ଘୋଷଣା କରିଥିଲେ। ତଦ୍ ମୁତାବକ ସେମାନେ […]
ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଇଂଲଣ୍ଡ ଗସ୍ତ କରିଛନ୍ତି। ଏଥିପାଇଁ ବିସିସିଆଇ ପନ୍ତଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛି। ତେବେ ଧୱନ୍ ଇଂଲଣ୍ଡରେ ହିଁ ରହିବେ ଏବଂ ବିସିସିଆଇର ମେଡିକାଲ ଟିମ୍ ନଜରରେ ରହିବେ। ପନ୍ତ ଟିମ୍ ଇଣ୍ଡିଆ ସହ ଯୋଗଦେବା ପରେ ପ୍ରାକ୍ଟିସ୍ ଆରମ୍ଭ କରିବେ। ବିଶ୍ୱକପ୍ ପାଇଁ ଯେତେବେଳେ ଟିମ୍ ଚୟନ କରାଯାଇଥିଲା, ସେତେବେଳେ ଚୟନକର୍ତ୍ତା ପନ୍ତଙ୍କୁ ଅଣଦେଖା କରିଥିଲେ ଏବଂ ଦିନେଶ କାର୍ତ୍ତିକଙ୍କୁ ଚୟନ […]
ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକ ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇଥିଲେ। ହେଲେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ପ୍ରାୟ ୧୪ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କୁ ମିଳିଥିବା ଟଙ୍କା ଗାଏବ ହୋଇଯାଇଛି। ୟାଦଗିର ଜିଲ୍ଲା ଅନ୍ତର୍ଗତ ସାଗର ଗାଁର ଚାଷୀ ଶିବପ୍ପାଙ୍କ ବ୍ୟାଙ୍କ […]
ନୂଆଦିଲ୍ଲୀ: ଫୋର୍ବସ୍ ପକ୍ଷରୁ ୨୦୧୯ ବର୍ଷ ପାଇଁ ବିଶ୍ୱର ୧୦୦ ଜଣ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଏହା ସହିତ ସେ ଏଥିରେ ବିଶ୍ୱର ଏକମାତ୍ର କ୍ରିକେଟ୍ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ସୋମବାର ଫୋର୍ବସ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାର ୧୦୦ ତମ ସ୍ଥାନରେ ରହିଛନ୍ତି ବିରାଟ। ଗତ ବର୍ଷକ ମଧ୍ୟରେ ସେ […]
ନୂଆଦିଲ୍ଲୀ: ଜୁନ୍ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍ରେ ଏସ୍ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ ଯିବାର ଥିଲା। ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ନିଜର ଦୁଇ ଖାସ୍ ସହଯୋଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ପ୍ରିନ୍ସପାଲ ସେକ୍ରେଟାରି ନୃପେନ୍ଦ୍ର ମିଶ୍ର ଓ ଅତିରିକ୍ତ ପ୍ରିନ୍ସପାଲ ସେକ୍ରେଟାରି ପି.କେ. ମିଶ୍ରଙ୍କୁ ସେ ପୁଣି ଥରେ ନିଜ ନିଜ ପଦରେ ନିଯୁକ୍ତ କରିଛନ୍ତି। ଉଭୟଙ୍କ ନିଯୁକ୍ତି ମେ ୩୧ ତାରିଖରୁ ଲାଗୁ ହେବ ଓ ମୋଦି ପ୍ରଧାନମନ୍ତ୍ରୀ ଥିବା ଯାଏ ସେମାନେ ନିଜ ନିଜ ପଦରେ ରହିବେ ବୋଲି ପର୍ସୋନେଲ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]
ଥିରୁଅନନ୍ତପୁରମ୍: ସ୍ମାଟଫୋନ୍ ଯୁଗରେ ଆମର ମନେ ରଖିବାର ଶକ୍ତି ଧିରେ ଧିରେ କମି କମି ଯାଉଛି। ଏହି କାମ ଏବେ ଫୋନ୍ ଏବଂ ଗୁଗଲ୍ କରୁଛି। କିଛି କଥା ମନେ ନ ପଡ଼ିଲେ ଆମେ ଫୋନ୍ ନ ହେଲେ ଗୁଗଲ୍ ଦେଖୁଛୁ। ହେଲେ ଆମ ଆଜି ଏମିତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୧୦୦ କି ୨୦୦ ପ୍ରକାର ନୁହେଁ, ୫୦୦ ପ୍ରକାର ହର୍ବାଲ୍ ଔଷଧ ତିଆରି କରିବା ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ୫୦୦ […]
ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDOକୁ ଆଉ ଏକ ସଫଳତା ମିଳିଛି। ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେଇକ୍ଲ ବା HSTDVର ସଫଳ ପରୀକ୍ଷଣ କରାଯାଇଛି। ଧାମରା ITR ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଆଜି ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି। ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ କ୍ରୁଜ ମିସାଇଲକୁ ଏହି HSTDVରୁ ଟାର୍ଗେଟ କରିପାରିବ। ସେହିପରି ଏହାର […]
ପୁରୀ: ଜୋରଦାର ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନିରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା ସେବକ ପରମ୍ପରା ଅନୁଯାୟୀ ରଥ ନିର୍ମାଣ କାମ କରୁଛନ୍ତି । ଚକ ଡେରା ପରେ ଆଜି ୩ ରଥର ମୁହାଁଟି ବାଡିଆ କାମ ଆରମ୍ଭ ହେବ। ସ୍ନାନ ପୂର୍ଣ୍ଣମୀରେ ଚାରିନାହାକା ଉଠିବାର ପରମ୍ପରା ରହିଥିବାରୁ ଭୋଇସେବକ ମହାରଣାଙ୍କୁ ନାହାକା କାଠ ଯୋଗାଇଛନ୍ତି। ଏଥିସହ ଦଣ୍ଡା, ମୁହାଁଟ, କୋଣଗୁଜ କାମ ଆଗେଇ ଚାଲିଛି। କୋଣଗୁଜରେ ହାତୀବିରାଳ ଓ ସିଂହବିରାଳ ଖୋଦେଇ କାମ କରାଯାଉଛି। ସେପଟେ ରଥ […]
ବରଗଡ଼ (ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସ୍ପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ରାଉରକେଲା, ଝାରସୁଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ର ଭିଜିଲାନ୍ସ ଅଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି। ଟଙ୍କଧରଙ୍କ କେନାଲ ଡିଭିଜନ […]
ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ସାରିଛି। ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଶେଷ ଖବର ସୁଦ୍ଧା ଏହା ବର୍ତ୍ତମାନ ଗୋଆଠାରୁ ୪୨୦ କିଲୋମିଟର, ମୁମ୍ବାଇଠାରୁ ୩୨୦ ଏବଂ ଗୁଜରାଟଠାରୁ ୩୪୦କିଲୋମିଟର ଦୂରରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାୟୁ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟାକୁ ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି […]
ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳଙ୍କ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ବେଳେ ଦଳ ଜାରି କରିଥିବା ଘୋଷଣାପତ୍ର କିଭଳି ପୂରଣ ହେବ ସେ ନେଇ ମନ୍ତ୍ରିମଣ୍ଡଳକୁ ଅବଗତ କରାଇବେ ପ୍ରଧାନମନ୍ତ୍ରୀ। ଏଥିସହ ୧୦୦ ଦିନର ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା ପାଇଁ ମୋଦି କହିବେ। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଙ୍କ କାର୍ଯ୍ୟ ବାବଦରେ ମଧ୍ୟ ଆଲୋଚନା ହେବ। ଏହି ବୈଠକ ଅପରାହ୍ନ ୫ଟାରେ ବସିବା ଏହା ପୂର୍ବରୁ ଅପରାହ୍ନ ୪ଟାରେ କ୍ୟାବିନେଟ୍ […]