Advertisment

ହାରିଲା ଚେନ୍ନାଇ,୭ ୱିକେଟରେ ଚେନ୍ନାଇକୁ ମାତ୍ ଦେଲା ପଞ୍ଜାବ

ହାରିଲା ଚେନ୍ନାଇ, ଜିତିଲା ପଞ୍ଜାବ । ଗତକାଲି IPLରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଚେନ୍ନାଇକୁ ୭ ୱିକେଟରେ ମାତ୍ ଦେଲା ପଞ୍ଜାବ । ପଂଜାବ ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ

author-image
Pallipuspa Samal
ଅଦ୍ୟତନ ହୋଇଛି
Punjab kings defeat chennai super kings

IPL 2024

ହାରିଲା ଚେନ୍ନାଇ, ଜିତିଲା ପଞ୍ଜାବ। ଗତକାଲି ଆଇପିଏଲରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପଞ୍ଜାବ କିଙ୍ଗସ୍ ୭ ୱିକେଟ୍ ରେ ପରାସ୍ତ କରିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ପଂଜାବ ୧୬୩ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।

Advertisment

୧୭.୫ ଓଭରରେ ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ପଞ୍ଜାବ। ଜନି ବେୟାରଷ୍ଟୋ ସର୍ବାଧିକ ୪୬ ରନ୍ କରିଥିଲେ।... ଟସ୍ ଜିତି ପଞ୍ଜାବ କିଙ୍ଗସ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ୧୬୨ ରନ୍ କରିଥିଲା। ଋତୁରାଜ ଗାଏକ୍ବାଡ୍ ୬୨ ରନ୍ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ୨୯ ରନ୍ କରିଥିଲେ।

ଅଧିକ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ପନ୍ତ-ସାମସନ୍‌ଙ୍କୁ ମିଳିଲା ସୁଯୋଗ

Advertisment

ପୁଣି ଥରେ ଜନ୍ନି ବେୟାରଷ୍ଟୋ ଓ ରାଇଲ ରସୋଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟ ଭେଟି ଦେଇଛି।  ଟାର୍ଗେଟକୁ ପିଛା କରି ପଞ୍ଜାବ କିଙ୍ଗସ ସହଜରେ ବିଜୟ ହାସଲ କରିନେଇଛି । ଜନ୍ନି ବେୟାରଷ୍ଟୋ ଓ ରାଇଲ ରସୋ ଯଥାକ୍ରମେ ୪୬(୩୦) ଏବଂ ୪୩(୨୩) ରନ୍ ସଂଗ୍ରହ କରିଥିଲେ। ଉଭୟଙ୍କ ୱିକେଟ ଯାଇଥିଲେ ମଧ୍ୟ ରନ୍ ଚାପ ନଥିବାରୁ ସହଜରେ ବିଜୟ ହାସଲ କରିନେଇଥିଲା ପଞ୍ଜାବ।

ରସୋ ଓ ବେୟାରଷ୍ଟୋ ଆଉଟ୍ ହେବା ପରେ ଶଶାଙ୍କ ସିଂହ ୨୫(୨୬) ଏବଂ ସାମ କୁରେନ ୨୬(୨୦) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଘାତକ ବୋଲିଂ ପାଇଁ ହରପ୍ରୀତ ବ୍ରାର ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: IPL ରେ ମାହିଙ୍କ ନୂଆ ରେକର୍ଡ; ୧୫୦ ବିଜୟୀ ମ୍ୟାଚ୍‌ରେ ହେଲେ ସାମିଲ

IPL Chennai Super Kings CSK Kings XI Punjab
Advertisment
Advertisment