• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

koraput
ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। କୋରାପୁଟ ଜିଲ୍ଲା ଜୟପୁରର କୁନ୍ଦାରିଗୁଡ଼ା ଓ ବାରିଣିପୁଟ୍‌ରେ ଏହି ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ କୁନ୍ଦାରିଗୁଡାରେ ୧୧ ଜଣ ଏବଂ ବାରିଣିପୁଟ୍‌ରେ ଜଣେ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଡିଏମ୍ଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହସ୍ପିଟାଲ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନାଥାଉ କି, ଗତକାଲି ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ […]

constable killed
କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍। ଜାମ୍ମୁ-କାଶ୍ମୀରରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ସୋପିଆନ୍‌ର ଦଙ୍ଗମରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କନଷ୍ଟେବଳଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍‌। ଆତଙ୍କବାଦୀମାନେ ଗତକାଲି କଚ୍‌ଦୋରା ସ୍ଥିତ ଜାଭେଦ୍‌ଙ୍କ ଘର ଭିତରକୁ ବଳପୂର୍ବକ ଭାବେ ପଶି ତାଙ୍କୁ ଅପହରଣ କରିଥିଲେ। ଏହାପରେ କନଷ୍ଟେବଳଙ୍କ ପତ୍ତା ଲଗାଇବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୂଚନାଥାଉ କି, ଗତ ଜୁନ୍‌ ମାସରେ […]

encounter in nayagarh
ନୟାଗଡ଼ରେ ପୁଣି ଏନ୍‌କାଉଣ୍ଟର

ନୟାଗଡ଼: ନୟାଗଡ଼ରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏଥିରେ ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ସହଯୋଗୀର ମୃତ୍ୟୁ ହୋଇଛି। ତା ନାଁ ହେଉଛି ଚଗଲା ମଲ୍ଲିକ। ତେବେ ଏହି ଘଟଣାରେ ଅନ୍ୟ ୨ଜଣ ଖସି ପଳାଇଛନ୍ତି। ସୂଚନା ଅନୁସାରେ, କୌଣସି ଏକ ଅପରାଧିକ କାର୍ଯ୍ୟ ଘଟାଇବାକୁ କୁଖ୍ୟାତ ଅପରାଧୀ ଚଗଲା ଓ ତା’ର ଅନ୍ୟ ୨ ଜଣ ସହଯୋଗୀ ନୟାଗଡ଼ ଆସିଥିଲେ। ଖବରପାଇ ସେମାନଙ୍କୁ ପୋଲିସ ଧରିବାକୁ ଚେଷ୍ଟା କରିବା ବେଳେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହା […]

vlcsnap-error745
ନା ଲାଗିଛି ମେସିନ୍, ନା ମୋଟର; କିନ୍ତୁ ଗାଁକୁ ହେଉଛି ଜଳଯୋଗାଣ, ପଢ଼ନ୍ତୁ କେମିତି

ବାଲିଗୁଡ଼ା: ପାଣି ପାଇଁ ସବୁ ଦିନ ହନ୍ତସନ୍ତ ହେଉଥିଲେ । ଗାଁର ଗରିବ ଗୁରୁବାଙ୍କ କଥା ପ୍ରଶାସନର ଏକ କାନରେ ପଶି ସେ କାନରେ ବାହାରିଯାଉଥିଲା । ଶେଷରେ ଗାଁ ଲୋକ ଏମିତି କାମ କଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାବାସ୍ କହିବ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍କକ ନିସ୍କି ଗ୍ରାମବାସୀଙ୍କୁ । ଦେଶୀ ଜ୍ଞାନ କୌଶଳରେ ଗାଁରେ ପାଣି ପହଞ୍ଚାଇଛନ୍ତି ଲୋକେ । ତାହା ପୁଣି ବାଉଁଶନଳୀ ଦ୍ୱାରା । ନିସ୍କି ଗାଁଲୋକଙ୍କ […]

bus
ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ ବସ୍‌

ମୋହନା(ମିହିର ଯତି): ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଘଟିଛି। ଆଜି ସକାଳେ ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ […]

IAS vinod
ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । ବିନୋଦଙ୍କୁ ଗିରଫ କରିବା ପାଇଁ ଅାଜି ପୁଣି ରେଡ୍ କଲା ଭିଜିଲାନ୍ସର ୫ ଜଣିଅା ଟିମ୍। ରେଡ୍ ବେଳେ କିଛି କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ଗତକାଲି ଭିଜିଲାନ୍ସ ବିନୋଦ କୁମାରଙ୍କ ଘରେ ରେଡ୍ କରିଥିଲା । ତେବେ ଏହି ସମୟରେ ଘରେ ନଥିଲେ ବିନୋଦ କୁମାର । ଏମିତିକି ସେ ଗତକାଲି ଅଫିସ୍ ମଧ୍ୟ […]

sahid
ସହିଦ ବାପାଙ୍କୁ କୁନି ଝିଅର ପପି

ମାଲକାନଗିରି(ଜିତେନ୍ଦ୍ର ବେଉରା) : ବାପାଙ୍କ ଗାଲକୁ ଆଉଁସି ଦେଉଛି ଝିଅ। ଫୁଲ ଛିଞ୍ଚି ଦେଉଛି, ଲଡୁ ଖୁଆଇ ଦେଉଛି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପାଙ୍କ ପାଖରେ। ବାପା କିନ୍ତୁ ନିସ୍ତବ୍ଧ, ସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛନ୍ତି। ନା  ଛୁଇଁ ପାରୁଛନ୍ତି ନା କୋଳେଇ ପାରୁଛନ୍ତି କୁନି ଝିଅକୁ। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ ତାଙ୍କର। କାରଣ ବାପା ଆଉ ଏ ଦୁନିଆରେ ନାହାଁନ୍ତି। ବାପଙ୍କ ପ୍ରତିମା ପାଖରେ  କୁନି ଝିଅ […]

vlcsnap-error962
ଶିଶୁ ମୃତ୍ୟୁରୁ ଉତ୍ତେଜନା, ଡାକ୍ତର ନ ଥିବା ଅଭିଯୋଗରେ ରାସ୍ତାରୋକ, ପୋଲିସର ଲାଠିମାଡ଼

ନୟାଗଡ଼:  ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଜାତୀୟ ରାଜପଥ ଅବରୋଧ ବେଳେ ଅାନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିବା ଅଭିଯୋଗ । ଅଭିଯୋଗ ମୁତାବକ, ନୂଅାଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଏକ ବୋତଲ ଠିପି ଗିଳି ଦେଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ଶିଶୁଟିକୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅାଣିଥିଲେ । ମେଡିକାଲରେ ଡାକ୍ତର ଚିକିତ୍ସା କରୁଥିବାବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ […]

run out
ଜାଡେଜାଙ୍କ ରନଆଉଟକୁ ନେଇ କୋହଲି ନାରାଜ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କୁ ରନ୍ ଆଉଟ୍ ଦେବାର ପ୍ରକରଣକୁ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଡ୍ରେସିଂ ରୁମରେ ଖୁବ୍ ନାରାଜ ହୋଇଥିଲେ। ଅନ୍ୟପକ୍ଷରେ କମେଣ୍ଟେଟର୍ ମଧ୍ୟ ଏଥିରେ କ୍ଷୁବ୍ଧ ହୋଇଥିଲେ। ଏହି ଘଟଣା ଘଟିଥିଲା ୪୮ତମ ଓଭରରେ। କୀମୋ ପଲଙ୍କ ବଲକୁ ଜାଡେଜା ମିଡ୍ ୱିକେଟ୍ ଆଡ଼କୁ ଶଟ୍ ଖେଳିଥିଲେ ଏବଂ […]

pangolin
ଏହି ସୂଚନା ଦେଲେ ବନ ବିଭାଗ ପୁରସ୍କୃତ କରିବ

ଆଠଗଡ଼(ନୀଳକଣ୍ଠ ଦୋରା): ବଜ୍ରକାପ୍ତା ଚାଲାଣ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ବନ ବିଭାଗ ଏପରି ଯୋଜନା କରିଛି। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା। ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା। ଏଥିପାଇଁ ପ୍ରତ୍ୟକ ଦିନ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍‌ […]

jio phone
ଜିଓ ଆଣିଲା ଆଉ ଏକ ଶସ୍ତା ଫୋନ,ରହିଛି ହ୍ୱାଟ୍ସଆପ୍‌ ଆଉ ୟୁଟ୍ୟୁବ୍‌ ସୁବିଧା

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍‌ ଜେନେରାଲ ମିଟିଂରେ ଏହି ଫୋନ୍‌ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’। ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍‌ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ହ୍ୱାଟ୍ସଆପ୍‌ ଓ ୟୁଟ୍ୟୁବ ଭଳି ଅନେକ ସୁବିଧା  ରହିଛି। ବଜାରରେ ଏହା […]

cricket
ପାକିସ୍ତାନ ଓପନର ଆବିଦ୍ ଅଲୀଙ୍କ ବିଶ୍ୱ ରେକର୍ଡ

ରାୱଲପିଣ୍ଡି : ପାକିସ୍ତାନ ଓପନର ଆବିଦ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆବିଦ୍ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ନିଜର ପଦାର୍ପଣ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଆବିଦ୍ ଶତକୀୟ ଇନିଂସ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଟେଷ୍ଟ ଓ ଦିନିକିଆ ପଦାର୍ପଣ ମ୍ୟାଚରେ ଶତକ ମାରିବାର ରେକର୍ଡ ଇଂଲଣ୍ଡର ମହିଳା କ୍ରିକେଟର୍ […]

shashi tharoor
ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶି ଥରୁର୍‌ଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଆଗୁଆ ଜାମିନ ମିଳିଛି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଶଶି ଥରୁର୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡ଼ି କେଉଁଆଡ଼େ ଯାଇ ପାରିବେନି। ଏହି ମାମଲାରେ ଗତ ୨ ଦିନ ତଳେ ଶଶି ଥରୁର୍‌ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। […]

dinabandhu
ବୟସ ହାର ମାନିଛି : ୧୦୩ ବର୍ଷ ବୟସରେ ବି ସେ କରୁଛନ୍ତି କଠିନ କାମ

ଚାନ୍ଦବାଲି ( ବାସୁଦେବ ଦାସ) :  ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବରଟିଏ । ୧୦୩ ବର୍ଷ ବୟସର ଯୁବକଙ୍କୁ କେବେ ଦେଖିଛନ୍ତି ? ଏ ବୟସରେ ତାଙ୍କ କାମ ଆଉ ମନୋବଳକୁ ଦେଖିଲେ, ଆପଣ ବି ଠିକ୍ ଏୟା କହିବେ, ଯାହା ଆମେ କହୁଛୁ । ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ଅନ୍ତର୍ଗତ ନରସିଂହପୁର ଗାଁର ଲୁହାର ମଣିଷ ଦିନବନ୍ଧୁ ସୂତାର। ୫ କିଲୋ ଓଜନର ହାତୁଡ଼ିରେ ପିଟି ଲୁହାକୁ ଆକାର […]

doctor---
ଡାକ୍ତରଙ୍କୁ ଗୁଳିମାଡ଼

ଖୋର୍ଦ୍ଧା : ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ । କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଡାକ୍ତରଙ୍କ ସହ ଜଣେ ଔଷଧ ଦୋକାନ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ  ।