• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tanker
ଓଲଟିଲା ଡିଜେଲ ଟ୍ୟାଙ୍କର, ଲୋକେ ବୋହିନେଲେ ତେଲ

କୋରାପୁଟ : ଓଲଟିଲା ଟ୍ୟାଙ୍କର। ଲୋକେ ବୋହିନେଲେ ଡିଜେଲ । ଆଜି ଅପରାହ୍ନରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାପରେ ଲୋକେ ସେଥିରୁ ଡିଜେଲ ବୋହି ନେଇଯାଇଥିଲେ। ଟ୍ୟାଙ୍କରରେ ୨୫ ହଜାର ଲିଟର ଡିଜେଲ ଥିବା ବେଳେ ଲୋକେ ଛୋଟ ବୋତଲ ଠାରୁ ଆରମ୍ଭ କରି ବଡ଼ ବଡ଼ ଜାରକିନରେ ତେଲ ଭର୍ତ୍ତି କରି ଘରକୁ ବୋହି ନେଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର […]

bank loot
ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍

ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କରୁ ଲୁଟ୍। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ଆଜି ଅନୁଗୁଳ ହରିମହୁରି ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲୁଟ୍‌ ହୋଇଛି। ସୂଚନା ଅନୁସାରେ, ବ୍ୟାଙ୍କ ଖୋଲିବା ପରେ  କିଛି ଦୁର୍ବୃତ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ଲୁଟ୍ କରିଥିଲେ।  ୫ରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି। ବ୍ୟାଙ୍କର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ,“ବ୍ୟାଙ୍କ ଖୋଲୁ […]

representational image
ଦୀର୍ଘ ୭ ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାଟନା: ଥମିବାର ନାଁ ନେଉନି ଲଜ୍ଜା। ଜଣେ ୧୩ବର୍ଷୀୟ ନାବାଳିକା ଛାତ୍ରୀଙ୍କ ସହ ଦୀର୍ଘ ୭ ମାସ ଧରି ୧୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ। ନାବାଳିକା ଜଣକ ପାଠ ପଢ଼ୁଥିବା ସ୍କୁଲର ସହପାଠୀ, ଶିକ୍ଷକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ଦ୍ୱାରା ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ବିହାରରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଗତ ବର୍ଷ ଡିସେମ୍ବର ମାସରୁ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଇ ଚାଲିଥିଲେ ସ୍କୁଲର ଅଧ୍ୟକ୍ଷ, ୨ ଜଣ ଶିକ୍ଷକ […]

new railway station
ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍

ଭୁବନେଶ୍ୱର: ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକାର୍ପଣ କରିଛନ୍ତି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ରୁ ଯାତ୍ରୀ ଭିଡ଼ କମାଇବା ଲକ୍ଷ୍ୟରେ ବାରଙ୍ଗ ନିକଟରେ ଏହା ନିର୍ମାଣ ହୋଇଛି। ପରୀକ୍ଷାମୂଳକ ଭାବେ ଏହି ଷ୍ଟେସନରେ ୩ଟି ଯାତ୍ରୀବାହୀ ଟ୍ରେନ୍ ରହିବ। ପୁରୀ-ହାଓ୍ୱଡ଼ା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଓ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ୍‌ରେ ରହିବ। ଏହି ଷ୍ଟେସନ୍‌ରେ ୬ଟି ପ୍ଳାଟ୍‌ଫର୍ମ ରହିଛି।  ଏକକାଳୀନ ଟ୍ରେନ୍ ରହଣି ପାଇଁ  ମଧ୍ୟ […]

yas--2
ଗୁପଚୁପ୍ ବିକାଳିରୁ କ୍ରିକେଟର ...ଆଇପିଏଲ୍‌ରେ ଦାମ୍‌ ତାଙ୍କର ୨.୪୦ କୋଟି

ନୂଆଦିଲ୍ଲୀ: ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଯାହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆଉ ଏବେ ଏମିତି ଜଣେ ହେଲେ ମୁମ୍ବାଇର ଯୁବ କ୍ରିକେଟର୍ ଯଶସ୍ୱୀ ଜୈସୱାଲ। ଯାହାଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଛି। ତାଙ୍କର ବେସ୍ ପ୍ରାଇସ୍ ୮୦ଲକ୍ଷ ଟଙ୍କା ଥିଲା। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୧.୯ […]

missile
QR-SAM ମିଜାଇଲ୍‌ ପରୀକ୍ଷଣ

ବାଲେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ) QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ। ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୧ ନମ୍ୱର ଲଞ୍ଚ ପ୍ୟାଡରୁ ‘ବଂଶୀ’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ମାତ୍ର ୨ ମିନିଟ୍‌ ପରେ ୩ ଲମ୍ୱର ଲଞ୍ଚ ପ୍ୟାଡ଼ରୁ ଭୂପୃଷ୍ଠ ସହ ସମାନ୍ତରାଳ […]

pravat biswal
ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଭାତ ବିଶ୍ୱାଳ

କଟକ: କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଗିରଫ ପରେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଭାତ ବିଶ୍ୱାଳ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ଆଜି ସେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ୍‌ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା। ‘ଦୀର୍ଘ ୯ ମାସ ପରେ ଘରକୁ ଫେରିଛି। ବାପା ମାଆଙ୍କୁ ଭେଟି ଆଶୀର୍ବାଦ ନେଲି, ଅଧିକ ଚିକିତ୍ସା […]

dimbo-1
ଭୂତ ନେଉଛି ଭତ୍ତା

କେନ୍ଦୁଝର  : ଭୂତ ନେଉଛି ଭତ୍ତା। ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ହଡ଼ପ ହେଉଛି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ଡିମ୍ବୋ ପଂଚାୟତରୁ। ଅଭିଯୋଗ ଅନୁସାରେ, ଡିମ୍ବୋ ପଂଚାୟତ ତେନ୍ତୁଳିନଣ୍ଡା ଗ୍ରାମର ଚାରି ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ମଧ୍ୟ ନିୟମିତ ଭତ୍ତା ନେଉଥିବା ଗ୍ରାମ ସଭା ବୈଠକରୁ ଜଣାପଡିଛି। ଗ୍ରାମର ସରସ୍ୱତୀ ସାହୁ  ଜୁଲାଇ ମାସ ୬ ତାରିଖରୁ ମୃତ୍ୟୁବରଣ […]

lunar
୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଗୁରୁ ପୂର୍ଣ୍ଣିମା ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ର ଗ୍ରହଣ ହେବ।  ସେହିଦିନ ମଙ୍ଗଳ ଗ୍ରହ ମଧ୍ୟ ପୃଥିବୀର ଅତି ନିକଟତର ହେବା ସହ ବହୁ ଉଜ୍ଜ୍ୱଳ ଦେଖାଯିବ। ଏହାପୂର୍ବରୁ ୨୦୦୩ ମସିହାରେ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହୋଇଥିଲା। ଜୁଲାଇ ୨୭ ତାରିଖ ରାତି ୧୦ଟା ୪୪ ମିନିଟ୍‌ରେ ଚନ୍ଦ୍ର ଗ୍ରହଣ ହେବ। ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ରାତି ୧୧ଟା ୫୪ମିନିଟରୁ ପ୍ରବେଶ କରିବା ଆରମ୍ଭ କରିବ। ରାତି ୧ଟା ରୁ […]

love
'ମୋତେ ବାହା ହୋଇ ପୁଣି ବାହା ହେବାକୁ ଯାଉଥିଲେ ...'

ସୋର : ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆଉ ଶେଷରେ ପ୍ରତାରଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖନ୍ତାପଡ଼ା ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଯୁବତୀଙ୍କ ସରଳତାର ସୁଯୋଗ ନେଇ ଖନ୍ତାପଡ଼ାର ଜଣେ ଯୁବକ ଏଭଳି କାଣ୍ଡ କରିଛି । ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ପୀଡ଼ିତା ଜଣକ କହିଛନ୍ତି। ଘଟଣା ଅନୁଯାଇ ,ଭଦ୍ରକ ତିହିଡି ଅଞ୍ଚଳର ଜନୈକା ଝିଅ ନର୍ସିଂ […]

bjd
ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେଡି ଘର କଳି

ଭୁବନେଶ୍ୱର : କର୍ମୀ ସମ୍ମିଳନୀରେ ନେତାଙ୍କୁ ଖୋଲାଖୋଲି ବିରୋଧ। ସାଂସଦଙ୍କ ବିରୋଧରେ କର୍ମୀଙ୍କ  ସ୍ଲୋଗାନ। ବାଲେଶ୍ୱର ବାଲିଆପାଳ ବ୍ଲକ୍ ବୋଳଂରେ ଚାଲିଥିବା ବିଜେଡି କର୍ମୀ ସମ୍ମିଳନୀରେ, କଂଗ୍ରେସରୁ ଆସି ବିଜେଡିର ଟିକେଟରେ ସାଂସଦ ହୋଇଥିବା ରବୀନ୍ଦ୍ର ଜେନା ଜିଲାର ପୁରୁଣା ବିଜେଡି କର୍ମୀଙ୍କୁ ମୂଳୋତ୍ପାଟନ କରୁଥିବା ଅଭିଯୋଗ ହୋଇଛି। ତେବେ କେବଳ ବାଲେଶ୍ୱର ନୁହେଁ, ଆଠଗଡ଼,  ବଲାଙ୍ଗିର ହେଉ କି କୋରାପୁଟ,ଗଲା କିଛି ଦିନ ହେଲା ସବୁଠି ପଦାରେ ପଡିଛି ବିଜେଡିର ଘର କଳି। ଆଠଗଡ଼ରେ ପୋଷ୍ଟର […]

barabati ticket
ଟିକେଟ୍ ପାଇଁ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଭିଡ଼

କଟକ : ବାରବାଟୀ ଓ୍ୱାନ୍ ଡେ ପାଇଁ ଆଜିଠୁ ଦେଖିବାକୁ ମିଳିଲାଣି କ୍ରିକେଟ ଫିଭର।  ଆଜି ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍‌ ବିକ୍ରି ହେଉଛି । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ହଜାର ହଜାର କ୍ରିକେଟ୍ ପ୍ରେମୀ ରାତିରୁ ଅପେକ୍ଷା କରି ରହିଥିଲେ । ସକାଳ ୯ଟାରେ କାଉଣ୍ଟର୍ ଖୋଲିଥିବା ବେଳେ ଟିକେଟ୍ ପାଇବାକୁ ରାତିରୁ ଭିଡ଼ ଲଗାଇଥିଲେ କ୍ରିକେଟ୍ ପ୍ରେମୀ । ଶୃଙ୍ଖଳା ରକ୍ଷା ପାଇଁ ଓସିଏ ଏବଂ କମିଶନରେଟ […]

vlcsnap-error978
ଖୋଲିଲା ଏନ୍‌କ୍ଲୋଜର, ବୁଲିଲା ବାଘ

ଭୁବନେଶ୍ୱର: ୧୫ ଦିନ ପରେ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଗଲା ମହାବଳ। ସାତକୋଶିଆ ଅଭୟାରଣ୍ୟରେ ଏବେ ଖୋଲାଖୋଲି ବିଚରଣ କରିବ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ୩ବର୍ଷୀୟ ବାଘକୁ ଏନ୍‌କ୍ଲୋଜରରୁ ବାହାର କରି ଜଙ୍ଗଲ ଭିତରକୁ ଛଡ଼ାଯାଇଛି। ବାଘ ଦେହରେ ଲାଗିଥିବା କଲାର୍ ତଥା ଜିପିଏସ୍ ମାଧ୍ୟମରେ ତାର ସମସ୍ତ ଗତିବିଧି ଅନୁଧ୍ୟାନ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ବାଘକୁ […]

accused
୩ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶି ଦଣ୍ଡ

କେନ୍ଦୁଝର : ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ । ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ ଲୋକନାଥ ସାହୁ । ପୋକ୍ସୋ ଆଇନ୍ ଆଧାରରେ ନ୍ୟାୟାଳୟ ଦୋଷୀକୁ ଦଣ୍ଡବିଧାନ କରିଛନ୍ତି ।  ୨୦୧୭ରେ ଜାନୁଆରୀ ୧୩ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଙ୍ଗନ୍ୟ କାଣ୍ଡ ।  ଏହି ମାମଲାରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇଥିଲେ ଏଡିଜେ।  ସେପଟେ ଉପରକୋର୍ଟକୁ ଯିବାକୁ କହିଛି ଦୋଷୀ […]

blackrose
ଜାହାଜ ଓ ଟ୍ରଲର ପାଇଁ କାଳ ପାଲଟିଛି ଅଧାବୁଡ଼ା ବ୍ଲାକ୍‌ରୋଜ୍‌

ପାରାଦୀପ : ୨୦୦୯ ସେପ୍ଟେମ୍ବର ୯ତାରିଖ। ଚାଇନାକୁ ଲୁହାପଥର ରପ୍ତାନୀ ପାଇଁ ପାରାଦୀପ ଆସି ବୁଡ଼ିଗଲା ବ୍ଲାକରୋଜ୍। କୂଳ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଜାହାଜ ଯେଉଁଠି ଥିଲା, ଆଜି ବି ସେଇଠି ଅଛି। ସମୁଦ୍ର ବାଲିରେ ପୋତି ହୋଇ ଏବେ ୧୫ ପ୍ରତିଶତ ଉପରକୁ ଦେଖାଯାଉଛି, ୮୫ ପ୍ରତିଶତ ବୁଡ଼ିଯାଇଛି ବ୍ଲାକ୍‌ରୋଜ। ଅନ୍ୟପକ୍ଷରେ ଏବେ ମତ୍ସଜୀବୀଙ୍କ ପାଇଁ ଭୟଙ୍କର ବିପଦ ପାଲଟିଛି ଏହି ଜାହାଜ। ପ୍ରତିକୂଳ ପାଗକୁ ଦେଖି ଦ୍ରୁତଗତିରେ ଟ୍ରଲର୍ ଧରି କୂଳକୁ […]

sashi
ଶଶୀ ଥରୁରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ :  ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାଳ୍ପିକ ତଥା କେରଳ ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର। ୨୦୧୬ରେ ପ୍ରକାଶିତ ପୁସ୍ତକ ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ ଏମ୍ପାୟର ଇନ୍ ଇଣ୍ଡିଆ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ବ୍ରିଟିଶ ଶାସନ ଓ ଉପନିବେଶବାଦ କିପରି ଭାରତକୁ ଧ୍ୱଂସ କରିଥିଲା, ତାହା ଏହି ପୁସ୍ତକରେ […]

land grab--
ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ନୂଆ ଫନ୍ଦି

ଭୁବନେଶ୍ୱର : ସରକାରୀ ଜମିରେ ଅନୁପ୍ରବେଶ ଦଣ୍ଡନୀୟ । ବିଧାନସଭାରେ ଅଧ୍ୟାଦେଶ ଆଣିବା ପରେ ରାଜଧାନୀରେ ଜବରଦଖଲକାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ଏମିତି ବୋର୍ଡ ଲଗାଇଛନ୍ତି ସରକାର। କିନ୍ତୁ ଯେଉଁଠି ବୋର୍ଡ ଲାଗିଛି, ସେଇଠି ଜବରଦଖଲକାରୀ କରିଛନ୍ତି ଘର।  କିଛି ସ୍ଥାନରେ ଛାତ  ଘର ବି ହୋଇଛି। ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ସରକାର ୨୦୧୫ ଏପ୍ରିଲରେ ଆଣିଥିଲେ ଜମି ଜବରଦଖଲ ହଡପ ନିରୋଧ ଅଧ୍ୟାଦେଶ । ଏଥିରେ ସରକାରୀ  ଜମିହଡପ କାରୀଙ୍କୁ ୭ […]

award sahitya akademi
ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଓଡ଼ିଆ ଲେଖକ କାଳୀଚରଣ ହେମ୍ବ୍ରମ୍‌

ଭୁବନେଶ୍ୱର : ସମ୍ମାନଜନକ ସାହିତ୍ୟ ଏକାଡେମୀ ପାଇଁ ଚଳିତ ଥର ଓଡ଼ିଶାରୁ ଦୁଇ ଜଣ ଲେଖକ ମନୋନୀତ ହୋଇଛନ୍ତି। ଓଡ଼ିଆ ଭାଷାରେ ଲେଖୁଥିବା ତରୁଣକାନ୍ତି ମିଶ୍ର କ୍ଷୁଦ୍ରଗଳ୍ପ ସଂକଳନ ‘ଭାସ୍ୱତୀ’ ପାଇଁ ଏହି ପୁରସ୍କାର ପାଉଥିବାବେଳେ ସାନ୍ତାଳୀ ଭାଷାରେ ଲେଖୁଥିବା କାଳୀଚରଣ ହେମ୍ବ୍ରମ୍‌ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଶିଶିର ଜାଲି’ ପାଇଁ ଏହି ପୁରସ୍କାର ପାଇବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଶୁଭେଚ୍ଛା ବାର୍ତ୍ତାରେ ଉଭୟ ତୁରଣ କାନ୍ତି ଏବଂ କାଳୀଚରଣଙ୍କ ନାମ ଉଲ୍ଲେଖ କରିଛନ୍ତି। କାଳୀଚରଣ ହେମ୍ବ୍ରମ୍‌ […]

aparajita
ଅପରାଜିତାକୁ ଆଦରି ନେଲେ ବିଦେଶୀ ଦମ୍ପତି

ଭଦ୍ରକ : ଆଜିଠୁ ପର ହୋଇଗଲା ଅପରାଜିତା । ବାତ୍ସଲ୍ୟ ଅନୁଷ୍ଠାନର ଅନ୍ତେବାସୀଙ୍କ ହୃଦୟ ଦୁଃଖରେ ଫାଟି ପଡୁଛି । ତା’ ଠାରୁ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାତ୍ସଲ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ। ତେବେ ଅପରାଜିତାର ଭଲ ପାଇଁ ସେମାନେ ମମତାକୁ ଉତ୍ସର୍ଗ କରିଛନ୍ତି । ଅପରାଜିତା ଭଲରେ ବଡ଼ ହୋଇ ଭଲ ମଣିଷଟିଏ ହେଉ ସେଇ ଅାଶାରେ ସମସ୍ତ ମୋହ ମାୟା ତୁଟାଇ ଅପରାଜିତାକୁ ଟେକି ଦେଇଛନ୍ତି ବିଦେଶୀ ଦମ୍ପତ୍ତିଙ୍କ ହାତରେ । ଆଜିଠୁ […]

CHIT FUND
୧୦,୦୦୦ ଟଙ୍କାରୁ ଅଧିକ ଜମାକାରୀଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର/କଟକ/ବ୍ରହ୍ମପୁର : ୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ । ଏ ନେଇ ଗୃହ ବିଭାଗର ସାନି ବିଜ୍ଞପ୍ତି ପରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। […]

lg delhi
ଥମୁଛି କ୍ଷମତା ବିବାଦ ; ରାଜ୍ୟପାଳଙ୍କୁ ଭେଟିଲେ କେଜରିଓ୍ୱାଲ

ନୂଆଦିଲ୍ଲୀ: କ୍ଷମତାକୁ ନେଇ ଦିଲ୍ଲୀର ଆପ୍ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମଧ୍ୟରେ ଲାଗିରହିଥିବା ବିବାଦ ସାମାନ୍ୟ ଥମିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ପ୍ରାୟ ୨୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଦିଲ୍ଲୀର ଉନ୍ନତି ଏବଂ ସୁଶାସନ ପାଇଁ ପୂର୍ଣ୍ଣ ସହାୟତା କରିବେ ବୋଲି ଏଲ୍‌ଜି ନିଜ ଟ୍ୱିଟର ମାଧ୍ୟମରେ କହିଛନ୍ତି। Met […]

india
ଦ୍ୱିତୀୟ ଦିନିକିଆରେ ୱେଷ୍ଟ ଇଣ୍ଡିଜକୁ ୧୦୭ ରନ୍‌ରେ ହରାଇଲା ଭାରତ

ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଜଲୱା ଦେଖାଇଛି ଟିମ୍‌ ଇଣ୍ଡିଆ। ବ୍ୟାଟିଂରେ ରୋହିତ ଶର୍ମା କମଲା କରିଥିଲା ବେଳେ ବୋଲିଂରେ କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ ନେଇ ଇଣ୍ଡିଜ ଲାଇନ ଅପକୁ ଛିନଛତ୍ର କରିଦେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ବିଶାଳ ୩୮୭ ରନ କରିଥିବା ବେଳେ ଇଣ୍ଡିଜ କଷ୍ଟମଷ୍ଟେ ୨୮୦ ରନ କରିବାକୁ ସକ୍ଷମ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ୩ଟିକିଆ […]