Advertisment

କମିବ କୋଲେଷ୍ଟ୍ରଲ୍, ପିଅନ୍ତୁ ଏହି ସବୁ ଡ୍ରିଙ୍କସ୍

ପାଗ ଯାହା ହେଉନା କାହିଁକି, ଆମକୁ ସବୁବେଳେ ନିଜର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ଅନେକ ରୋଗ ହେବାର ଆଶଙ୍କା ରହିବ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ। କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ।

author-image
Pallipuspa Samal
ଅଦ୍ୟତନ ହୋଇଛି
cholesterol reducing drinks

Reduce cholesterol

ଔଷଧ ବ୍ୟତୀତ, ଘରୋଇ ଉପଚାର ମଧ୍ୟମରେ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରାଯାଇପାରିବ । ରୋଷେଇ ଘରେ ଥିବା କିଛି ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ବର୍ଦ୍ଧିତ କୋଲେଷ୍ଟ୍ରଲ ସ୍ତରକୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏହି ଜିନିଷଗୁଡ଼ିକ କେବଳ କୋଲେଷ୍ଟ୍ରଲ ହ୍ରାସ କରିବାରେ ପ୍ରଭାବଶାଳୀ ନୁହେଁ, ବରଂ ଅନ୍ୟାନ୍ୟ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇପାରେ।

Advertisment

ଯେଉଁମାନଙ୍କର ହାଇ କୋଲେଷ୍ଟ୍ରଲ୍ ସମସ୍ୟା ରହିଛି, ସେମାନେ ତେଲିଆ ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ଆଦୌ ଖାଇବା ଉଚିତ୍ ନୁହେଁ । ଚାଲନ୍ତୁ ଏପରି କିଛି ସୁପର ପାନୀୟ ବିଷୟରେ ଜାଣିବା, ଯାହାକୁ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ୍ ସମସ୍ୟାରୁ ମୁକ୍ତି ମିଳିଥାଏ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ପିଅନ୍ତୁ ଏହି ପଣା; ବାଧିବ ନାହିଁ ଗରମର ପ୍ରଭାବ, ହେବ ନାହିଁ ଅଂଶୁଘାତ

Advertisment

ଟମାଟୋ ଜୁସ୍ :

ଗ୍ରୀଷ୍ମ ଋତୁରେ ଟମାଟୋ ଖାଇବାକୁ ପରାମର୍ଶ ଦିଆଯାଏ, କାରଣ ଏଥିରେ ଥିବା ଜଳର ମାତ୍ରା ବହୁତ ଅଧିକ। ଏହା ଲାଇକୋପିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟର ଏକ ସମୃଦ୍ଧ ଉତ୍ସ, ଯାହା କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ । ଏଥିରେ ଥିବା ଫାଇବର ହାଇ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ। ତେଣୁ ନିୟମିତ ଭାବେ ଟମାଟୋ ରସ ପିଅନ୍ତୁ।

ଗ୍ରୀନ୍ ଟି :

ଗ୍ରୀନ୍ ଟିରେ କ୍ୟାଟେଚିନ୍ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ରହିଥାଏ ଏବଂ ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର। ଏହା ଦିନକୁ ଦୁଇଥର ପିଇବା ଉଚିତ୍। କାରଣ ଏହା କରିବା ଦ୍ୱାରା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲର ମାତ୍ରା କମ୍ ହୋଇପାରେ।

ସୋୟା ମିଲ୍କ :

ସୋୟା ମିଲ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କାରଣ ଏଥିରେ କୋଲେଷ୍ଟ୍ରଲ ସ୍ତର ପରିଚାଳନା କରିବାର କ୍ଷମତା ରହିଛି। ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ।

ଓଟ୍‌ସ ମିଲ୍କ :

ଜଳଖିଆରେ ଓଟସ୍ ମିଲ୍କ ଖାଆନ୍ତୁ। ଏହା ହାଇ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ବିଟା-ଗ୍ଲୁକନ୍ ଉପାଦାନ ବାଇଲ ସଲ୍ଟ ସହିତ ମିଶି ଅନ୍ତନଳୀରେ ଏକ ଜେଲି ପରି ସ୍ତର ସୃଷ୍ଟି କରିଥାଏ, ଯାହା କୋଲେଷ୍ଟ୍ରଲର ଅବଶୋଷଣକୁ ସହଜ କରିଥାଏ।

Cholesterol Health Tips
Advertisment
Advertisment