• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

CHIT FUND
୧୦,୦୦୦ ଟଙ୍କାରୁ ଅଧିକ ଜମାକାରୀଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର/କଟକ/ବ୍ରହ୍ମପୁର : ୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ । ଏ ନେଇ ଗୃହ ବିଭାଗର ସାନି ବିଜ୍ଞପ୍ତି ପରେ ୧୦ ହଜାରରୁ ଅଧିକ ଟଙ୍କା ରଖିଥିବା ଲକ୍ଷ ଲକ୍ଷ ଜମାକାରୀଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। […]

lg delhi
ଥମୁଛି କ୍ଷମତା ବିବାଦ ; ରାଜ୍ୟପାଳଙ୍କୁ ଭେଟିଲେ କେଜରିଓ୍ୱାଲ

ନୂଆଦିଲ୍ଲୀ: କ୍ଷମତାକୁ ନେଇ ଦିଲ୍ଲୀର ଆପ୍ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମଧ୍ୟରେ ଲାଗିରହିଥିବା ବିବାଦ ସାମାନ୍ୟ ଥମିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତରେ ପ୍ରାୟ ୨୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଦିଲ୍ଲୀର ଉନ୍ନତି ଏବଂ ସୁଶାସନ ପାଇଁ ପୂର୍ଣ୍ଣ ସହାୟତା କରିବେ ବୋଲି ଏଲ୍‌ଜି ନିଜ ଟ୍ୱିଟର ମାଧ୍ୟମରେ କହିଛନ୍ତି। Met […]

india
ଦ୍ୱିତୀୟ ଦିନିକିଆରେ ୱେଷ୍ଟ ଇଣ୍ଡିଜକୁ ୧୦୭ ରନ୍‌ରେ ହରାଇଲା ଭାରତ

ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଜଲୱା ଦେଖାଇଛି ଟିମ୍‌ ଇଣ୍ଡିଆ। ବ୍ୟାଟିଂରେ ରୋହିତ ଶର୍ମା କମଲା କରିଥିଲା ବେଳେ ବୋଲିଂରେ କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ ନେଇ ଇଣ୍ଡିଜ ଲାଇନ ଅପକୁ ଛିନଛତ୍ର କରିଦେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ବିଶାଳ ୩୮୭ ରନ କରିଥିବା ବେଳେ ଇଣ୍ଡିଜ କଷ୍ଟମଷ୍ଟେ ୨୮୦ ରନ କରିବାକୁ ସକ୍ଷମ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ୩ଟିକିଆ […]

vijaya
ବିଜୟ ମାଲ୍ୟାଙ୍କ ୧୫୯ଟି ସମ୍ପତ୍ତି ଚିହ୍ନଟ

କର୍ଣ୍ଣାଟକ : ପ୍ରଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଚିହ୍ନଟ ହୋଇଛି ୧୫୯ଟି ସମ୍ପତ୍ତି । କର୍ଣ୍ଣାଟକର ୧୫୯ଟି ସମ୍ପତ୍ତିକୁ ଚିହ୍ନଟ କରିଛି ବେଙ୍ଗାଲୁରୁ ପୋଲିସ। ତେବେ ଏ ସମ୍ପତ୍ତିକୁ ବର୍ତ୍ତମାନ ଜବତ କରାଯାଇପାରିବନି ବୋଲି ଦିଲ୍ଲୀ କୋର୍ଟଙ୍କୁ ସୂଚନା ଦେଇଛି ବେଙ୍ଗାଲୁରୁ ପୋଲିସ। ମନି ଲଣ୍ଡରିଂ ମାମଲାରେ ଇଡି ମାଲ୍ୟାଙ୍କ ସମ୍ପର୍ତ୍ତି ଜବତ କରିବା ପାଇଁ ପୋଲିସ ନିକଟରେ ଆବେଦନ କରିଥିଲା। ତେବେ ଏହାର ଆକଳନ ସରିଥିବା ବେଳେ ଏହି ସମ୍ପତ୍ତି FERA ନିୟମ ଉଲ୍ଳଘଂନ କରିଛି […]

nirbhaya
ଏବର୍ଷ ମିଳିବନି ନିର୍ଭୟା ଦୋଷୀଙ୍କୁ ଫାଶି

ନୂଆଦିଲ୍ଲୀ  : ଫାଶିର ଫାସରୁ ବର୍ତ୍ତି ପାରିବେନି ନିର୍ଭୟା ଦୋଷୀ । କାଏମ୍ ରହିଲା ଦୋଷୀ ଅକ୍ଷୟ ସିଂ ଠାକୁରର ଫାଶି ଦଣ୍ଡାଦେଶ। ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍‌କୋର୍ଟର ଖଣ୍ଡପୀଠ ଆଜି ଅକ୍ଷୟର ପୁନର୍ବିଚାର ପିଟିସନକୁ ଖାରଜ କରି କରିଦେଇଛନ୍ତି । ଏହାକୁ ବିରଳରୁ ବିରଳତମ ମାମଲା ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି । ପୂର୍ବରୁ ମାମଲାରେ ଟ୍ରାୟଲକୋର୍ଟ, ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ସଠିକ୍ ଫୈସଲା ଶୁଣାଇଛନ୍ତି। ଦୋଷୀଙ୍କ ପକ୍ଷରୁ ଦାଖଲ ଦଲିଲ୍‌ରେ କିଛି […]

nawaj sharif
ନଓ୍ୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ବଡ଼ ଝଟକା। ନୱାଜ୍‌ଙ୍କୁ ୧୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାସନାଲ୍ ଆକାଉଣ୍ଟବିଲିଟି  ବ୍ୟୁରୋ କୋର୍ଟ। କେବଳ ନୱାଜ୍ ନୁହନ୍ତି ଝିଅ ମରିୟମ୍ ସରିଫ୍‌ଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି  ଅଦାଲତ। ଏହାସହ ପୂର୍ବତନ ସୁରକ୍ଷା ଅଧିକାରୀ ତଥା ନୱାଜ୍‌ଙ୍କ ଜ୍ୱାଇଁ ସଫଦର ଅୱନଙ୍କୁ ମଧ୍ୟ ବର୍ଷେ ଜେଲ୍ ହୋଇଛି। ନୱାଜ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ଚାଲି୍ଥିଲା। ନୱାଜ୍‌ଙ୍କର ଇଂଲଣ୍ଡର ଏଭିନ୍‌ଫିଲ୍ଡ ପ୍ରପଟିରେ […]

ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ଆତ୍ମାହୂତି ଉଦ୍ୟମ

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ଆତ୍ମଦାହ ଉଦ୍ୟମ। ଇଣ୍ଡିଆ ଗେଟ୍ ସାମନା ରାଜପଥର ସେରିମୋନିଆଲ ରୋଡ୍‌ରେ ନିଜ ଦେହରେ ନିଆଁ ଲଗାଇଲେ ୨୫ବର୍ଷିୟ ଓଡ଼ିଆ ଯୁବକ କାର୍ତ୍ତିକ ମେହେର। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରି ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଯୁବକଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିବା ଡାକ୍ତର କହିଛନ୍ତି ।

baba
ପିଲା ଚୋର ଅଭିଯୋଗରେ ବାବାଙ୍କୁ ଲୋକଙ୍କ ଘେରାଉ

ଆସାମ  : ପିଲା ଚୋର ଅଭିଯୋଗରେ ବାବାଙ୍କୁ ଲୋକଙ୍କ ଘେରାଉ। ଖବର ପ୍ରସାରଣ ପରେ ସୁରକ୍ଷିତ ଭାବେ ଯବାନଙ୍କ ଦ୍ୱାରା ଉଦ୍ଧାର। ଏଭଳି ଘଟଣା ଦେଖିବାକୁ ମିଳିଛି ଆସାମ ଡିମା ହସାଓ ଅଂଚଳରେ । ସୂଚନା ଅନୁସାରେ ତିନି ଜଣ ବାବା ଏକ କାରରରେ ଆସାମ ଯାଉଥିଲେ । ତେବେ କାରରେ ବାବାଙ୍କୁ ଦେଖି କିଛି ଲୋକ ତାଙ୍କ କାର ଉପରକୁ ଆକ୍ରମଣ କରିଥିଲେ । ପରେ ବାବାଙ୍କୁ ପିଲା ଚୋର ଭାବି ଘେରିଥିଲେ। ପରେ ଘଟଣା […]

onion
ଅଜବ ଅଫର ; ମୋବାଇଲ କିଣିଲେ ପିଆଜ ମାଗଣା !

ବାଲେଶ୍ୱର : ବାଲେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଅଫର । ମୋବାଇଲ କିଣିଲେ ମାଗଣା ମିଳୁଛି ପିଆଜ । ଗୋଟିଏ ନୂଆ ମୋବାଇଲ କିଣିଲେ ଗ୍ରାହକଙ୍କୁ ବ୍ୟବସାୟୀ ଦୁଇ କିଲୋ ପିଆଜ ଦେଉଛନ୍ତି । ବଜାରରେ ପିଆଜର ଦର ଦେଢଶହ ଟଙ୍କା ପାଖାପାଖି ହୋଇଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀ ଏଭଳି ଅଫର ଦେଉଛନ୍ତି। ଉଲ୍ଲେଖନୀୟ ଯେ, ପିଆଜର ଆକାଶ ଛୁଆଁ ଦରକୁ ନେଇ ଲୋକେ ପିଆଜକୁ ନେଇ ଭିଡ଼ାଭିଡ଼ି। ରୋଷେଇ ଘରୁ ନେଇ ହୋଟେଲ […]

cm
ଘୋଷଯାତ୍ରା ପାଇଁ ଅନ୍ତିମ ସମନ୍ୱୟ ବୈଠକ ଶେଷ

ଭୁବନେଶ୍ୱର : ପୁରୀ ରଥଯାତ୍ରା ପାଇଁ ଶେଷ ହୋଇଛି ଅନ୍ତିମ ସମନ୍ୱୟ କମିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ସ୍ୱରେଜ, ଡ୍ରେନେଜ, ଆଲୋକ ବ୍ୟବସ୍ଥା, ସୁରକ୍ଷା, ରେଳ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଶେଷ କରି ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି ସହ ରାସ୍ତାଘାଟର ମରାମତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ଗମନାଗମନ ଓ ରେଳ ବ୍ୟବସ୍ଥା, ଜାତୀୟ ରାଜପଥ ଓ ଶାନ୍ତି […]

t m
ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ‘ଭାସ୍ୱତୀ’ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି। ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟିକ ଭାବେ ମଧ୍ୟ ଜଣାଶୁଣା । […]

helmet2
ହେଲମେଟ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ

ଯାଜପୁର (ଅଭୟ ପତି) : ହେଲ୍‌ମେଟ୍‌ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ। ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ଜେନାପୁର ଥାନା ବଙ୍ଗଳା ଛକ ନିକଟରେ ଦେଖିବାକୁ ମିଳିଛି। ଯାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ବହୁସମୟ ଧରି ରାସ୍ତାରେ ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ। ସୂଚନାରୁ ପ୍ରକାଶ, ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଏବଂ ତାଳଚେରକୁ ସଂଯୋଗ […]

Rohit-Sharma-800x500
ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକୀୟ ଇନିଂସ ସହ ଏକାଧିକ ରେକର୍ଡ

ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡ କରିଛନ୍ତି। ଆଜି ରୋହିତ ମାତ୍ର ୧୩୮ ବଲରେ ୧୫୯ ରନର ଇନିଂସ୍‌ ଖେଳିଛନ୍ତି। ଏହି ଇନିଂସରେ ରୋହିତ ୫ଟି ବିଶାଳ ଛକା ଓ ୧୭ଟି ଚୌକା ମାରିଛନ୍ତି। ଏହା ରୋହିତଙ୍କ ଦିନିକିଆ କ୍ୟାରିୟରର ୨୮ତମ ଶତକ। ସେହିପରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରୋହିତ ୭ଟି ଶତକ ମାରିବାର ରେକର୍ଡ କରିଛନ୍ତି। ୧୯୯୮ରେ […]

wife burn
ରାତି ଭୋଜନରେ ପ୍ଲେଟ୍‌ରେ କମି ଗଲା ମଟନ୍‌ , ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ !

ମୁମ୍ୱାଇ :  ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ ।  ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା । ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସ୍ୱାମୀ ସାଜିଲା ନିର୍ଦ୍ଦୟ । ଖାଇବାରେ ମଟନର ଛୋଟ ଖଣ୍ଡ ଖାଇବାକୁ ଦେଲେ ବୋଲି ସ୍ୱାମୀ […]

Odisha legislative assembly
ଏକାଥରକେ ୨୪ ଜଣଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ, ଜାଣନ୍ତୁ କିଏ କେଉଁ ବର୍ଷ ପାଇଁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଖୁବ୍‌ ଶୀଘ୍ର ୨୪ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ। ବିଧାନସଭା ଦ୍ୱାରା ବିଧାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ […]

srimandir
ଶ୍ରୀମନ୍ଦିର ସଂସ୍କାର ପରିଚାଳନା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ନେଇ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ତୀବ୍ର ପ୍ରତିକ୍ରିୟା। ବିଶେଷ କରି ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ପରାମର୍ଶକୁ ସହଜରେ ଗ୍ରହଣ କରିପାରନାହାନ୍ତି ସେବାୟତ ଓ ଗବେଷକ। ଗତକାଲି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଥିଲେ। ଧର୍ମ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଯେଭଳି ଶ୍ରୀମନ୍ଦିରକୁ ପ୍ରବେଶ […]

cricket
ଟିମ୍‌ ଇଣ୍ଡିଆର ଜବରଦସ୍ତ ଆରମ୍ଭ

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆକୁ ଜବରଦସ୍ତ ଆରମ୍ଭ ଦେଇଛନ୍ତି ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ। ବିଶେଷ କରି ରାହୁଲ ଚମତ୍କାର ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଛନ୍ତି। ରୋହିତ ମଧ୍ୟ ଟିମ୍‌କୁ ନିରାଶ କରିନାହାନ୍ତି। ରାହୁଲ ମାତ୍ର ୪୬ଟି ବଲରେ ତାଙ୍କ ଦିନିକିଆ କ୍ୟାରିୟରର ୫ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଅର୍ଦ୍ଧଶତକୀୟ […]

court
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର : ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ସିବିଆଇକୁ ମାମଲାର ତଦନ୍ତଭାର ହସ୍ତାନ୍ତର କରିବାକୁ ନିବେଦନ କରି ଦଳର ଉପସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଗୃହସଚିବ, ଡିଜିପି, କେନ୍ଦ୍ରାଞ୍ଚଳ ଆଇଜି, ସିବିଆଇ, ପୁରୀ ଏସ୍‌ପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ […]

cm
ଆମେ NRCକୁ ସମର୍ଥନ କରୁନାହୁଁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : CAAକୁ ହଁ, NRCକୁ ନା । ନାଗରିକତା ସଂଶୋଧନ ଆଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, CAA ପାଇଁ ଭାରତୀୟ ନାଗରିକଙ୍କ ଉପରେ କିଛି ପ୍ରଭାବ ପଡ଼ିବନି । CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ ସମର୍ଥନ କରୁନାହୁଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । NRC ନେଇ ବିଜେଡି ଲୋକସଭା, ରାଜ୍ୟସଭାରେ ସ୍ପଷ୍ଟ କରିଛି। ଏଥିସହ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବ […]

onion
ଆସନ୍ତା ୧୦/୧୫ ଦିନ ଭିତରେ କମିବ ପିଆଜ ଦର

ଭୁବନେଶ୍ୱର : ଆସନ୍ତା ୧୦ରୁ୧୫ ଦିନ ଭିତରେ କମିବ ପିଆଜ ଦର। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେହିଭଳି ଦର ନିୟନ୍ତ୍ରଣ ପାଇଁ ପିଆଜ ବିକ୍ରିରେ କଣ୍ଟ୍ରୋଲ ଅର୍ଡର ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ ୫୦୦ କ୍ୱିଣ୍ଟାଲରୁ ଅଧିକ ପିଆଜ ରଖି ପାରିବେନି ବ୍ୟବସାୟୀ। ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ବ୍ୟବସାୟୀ ସର୍ବାଧିକ ୩୫୦ କ୍ୱିଣ୍ଟାଲ ରଖିପାରିବେ। ରାଉରକେଲା, ବ୍ରହ୍ମପୁର ବ୍ୟବସାୟୀଙ୍କ ପାଇଁ ବି ୩୫୦ କ୍ୱିଣ୍ଚାଲ ଧାର୍ଯ୍ୟ […]

cm
ଓଡ଼ିଶା କୃଷି ନୀତିକୁ ରାଜ୍ୟ କ୍ୟାବିନେଟର ମଂଜୁରୀ

ଭୁବନେଶ୍ୱର : ନୂଆ କୃଷି ନୀତିକୁ ରାଜ୍ୟ କ୍ୟାବିନେଟର ମଂଜୁରୀ । ଓଡ଼ିଶାରେ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରେ ରହିଛି ଚାଷରେ ବିବିଧତା, ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି ଏବଂ କୃଷିରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ । ଏହାସହ କ୍ୟାବିନେଟରେ ଆଜି ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।  ଓଡ଼ିଆ ବିଶ୍ୱବିଦ୍ୟାଳୟର ହେଡକ୍ୱାର୍ଟର ସତ୍ୟବାଦୀରେ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । […]

pak
'ପାକିସ୍ତାନ ନିଜେ ଆତ୍ମ ଧ୍ୱଂସକାରୀ ବାଟରେ'

ନୂଆଦିଲ୍ଲୀ : ପାକିସ୍ତାନକୁ ନିୟନ୍ତ୍ରଣ କରିବା ଦରକାର ନାହିଁ, ଏହି ଦେଶ ନିଜେ ଧ୍ୱଂସ ହେବା ରାସ୍ତାରେ ଆଗେଇ ଚାଲିଛି ବୋଲି ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି। ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନ ନିଜେ ନିଜେ ଏବେ ନିୟନ୍ତ୍ରଣରୁ ବାହାରକୁ ଯିବା ଆରମ୍ଭ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ନିଜେ ଧୀରେ ଧୀରେ ନିୟନ୍ତ୍ରଣ ହରାଇବା ଆରମ୍ଭ କରିଛି। ବୋଧହୁଏ ଆମକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବନି। ଏହା ଆତ୍ମଧ୍ୱଂସକାରୀ ମୋଡ୍‌ରେ ଅଛି।” ଧାରା […]