• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

girl up
ବଙ୍ଗୀୟ ଯୁବତୀଙ୍କୁ ହୋଟେଲ୍‌ରେ ଦୁଷ୍କର୍ମ ଉଦ୍ୟମ !

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ। ହୋଟେଲ୍‌ ଗୁଡ଼ିକରେ ଚାଲିଲାଣି ପ୍ରାକ୍‌ ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଲାଗିଲାଣି ସୁନ୍ଦରୀ ତରୁଣୀଙ୍କ ଭିଡ଼। ରାଜ୍ୟ ବାହାରୁ ଆସୁଥିବା ଏହି ତରୁଣୀମାନଙ୍କୁ ହୋଟେଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ଅନିୟମିତତା କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ଜଣେ ଦଲାଲ ସାଙ୍ଗରେ ଆସିଥିବା ବଙ୍ଗୀୟ ତରୁଣୀ ହୋଟେଲ୍‌ରେ ରହିଥିଲେ। ଏହି ସମୟରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ […]

tito house
ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମ୍‌ବ୍ରାଞ୍ଚର ଚଢ଼ାଉ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର ଟିଟୋର ଦିଲାଓ୍ୱରପୁର ଗାଁରେ ଥିବା ଘରେ କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ  ଫୋର୍ସ ମୁତୟନ କରାଯାଇଛି। ଏହାସହ  ଟିଟୋର ଭାଇ ଓ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଅଣ୍ଡରଓ୍ୱାର୍ଲ୍ଡା ଲିଙ୍କ୍‌ ଓ ଟେଣ୍ଡର ମାଫିଆ କାରବାର ଲିଙ୍କରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ […]

school
ନୋଡାଲ ବିଦ୍ୟାଳୟରେ ହାଇଟେକ୍ ସ୍କୁଲର ରୂପ ; ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭଦ୍ରକ (ପାର୍ଥ ସାରଥୀ ନାୟକ) : ହାଇଟେକ୍ ସ୍କୁଲର ରୂପ ନେଇଛି ଭଦ୍ରକ ଭଣ୍ଡାରିପୋଖରୀ ନାଆମୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହା କୌଣସି ପ୍ରାଇଭେଟ ଇଂଲିଶ ମିଡିୟମ ସ୍କୁଲଠାରୁ କମ ନୁହେଁ । ସ୍ୱଚ୍ଛତା ଠାରୁ ନେଇ ସୁରକ୍ଷା, ସ୍ମାର୍ଟ କ୍ଲାସ ରୁମ ଠାରୁ ନେଇ ଅତ୍ୟାଧୁନିକ ବିଜ୍ଞାନ ଲାବ୍ରୋଟେରୀ । ସବୁକିଛି ରହିଛି ଏହି ବିଦ୍ୟାଳୟରେ।  ଏପରିକି ଶୌଚାଳୟକୁ ସୁନ୍ଦର କରାଯିବା ସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି । ଭଦ୍ରକ […]

UP
ଟପିଗଲା ଅମାନୁଷିକତା; ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଏମିତି...

ଉନ୍ନାଓ: ଦିନକୁ ଦିନ ଟପିଯାଉଛି ଅମାନୁଷିକତା… ଆଉ ହଜି ଯାଉଛି ମାନବିକତା। ଦିନ ଦ୍ୱିପ୍ରହରରେ ମହିଳାଙ୍କ ସହ ଦୁର୍ବ୍ୟବହାର। ଖାଲି ଦୁର୍ବ୍ୟବହାର ନୁହେଁ ତା’ ସାଙ୍ଗକୁ ଟଣାଓଟରା, ଗାଳି ଗୁଳଜ ଏବଂ ଅକଥନୀୟ ଅତ୍ୟାଚାର। ଏଭଳି କିଛି ଘଟଣା ସମୟର ଭିଡିଓ ଏବେ ଭାଇରାଲ ହୋଇଛି। ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳର ଏହି ଭିଡିଓକୁ ସ୍ଥାନୀୟ କିଛି ଯୁବକ ଉତ୍ତୋଳନ କରିଥିବା ଜଣାପଡ଼ିଛି। ଉନ୍ନାଓର ଗଙ୍ଗାଘାଟ ଗାଁର ଜଣେ ମହିଳାଙ୍କୁ କିଛି ଯୁବକ ତାଙ୍କୁ ଘରୁ […]

baripada
ବ୍ରେକ୍‌ ଫେଲ୍ ହୋଇ ପଥରରେ ପିଟି ହେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାଇରଙ୍ଗପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ବ୍ରେକ୍‌ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୪୦ରୁ ଅଧିକ ଯାତ୍ରୀ ବସ୍‌ରେ ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବ୍ରେକ୍‌ ଫେଲ୍ ଯୋଗୁଁ ବସ୍‌ଟି ପଥରରେ ପିଟି ହୋଇ ରହି […]

olx 2
ବାରବାଟୀ ଦିନିକିଆ : OLXରେ ବ୍ଲାକ୍‌ରେ ଟିକେଟ୍ ବିକ୍ରି ଅଭିଯୋଗ

କଟକ : OLX ୱେବସାଇଟ୍‌ରେ ବାରବାଟୀ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ର ଟିକେଟ ବ୍ଲାକ୍ ହେଉଥିବା ଅଭିଯୋଗ। ୬୩୪ ଟଙ୍କାରେ ଟିକେଟ କିଣା ହୋଇଥିବାବେଳେ ଏହି ଟିକେଟ୍‌କୁ ଜଣେ ବ୍ୟକ୍ତି ୧୫୦୦ ଟଙ୍କାରେ ବିକ୍ରି ପାଇଁ ପୋଷ୍ଟ କରିଥିବା ଜଣାପଡିଛି। ପ୍ରାୟ ୩ ଗୁଣା ଦରରେ ବ୍ୟକ୍ତି ଜଣକ ଏହି ଟିକେଟ୍‌କୁ ବିକ୍ରି କରୁଥିବା ନେଇ ପୋଷ୍ଟ କରିଛନ୍ତି। ତଦନ୍ତ କଲେ ଟିକେଟ ବ୍ଲାକ୍‌ରେ ବିକ୍ରି ଘଟଣାର ପ୍ରକୃତ ତଥ୍ୟ ସାମନାକୁ ଆସିବ। ଉଲ୍ଲେଖନୀୟ ଯେ, ଡିସେମ୍ବର ୨୨ରେ […]

fake teacher 2
ସ୍କୁଲରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷକ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ଯାଉଛନ୍ତି। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପ୍ରକୃତରେ ଯେଉଁ ସାର୍‌ମାନେ ପଢ଼ାଉଛନ୍ତି, ସେମାନେ ଅସଲି ନା ନକଲି। ତାହା ଏବେ ଚିନ୍ତା କାରଣ ହୋଇଛି। ଏପରି କହିବାର କାରଣ ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ଆଜି ଧରାପଡ଼ିଛନ୍ତି ୫ ଜଣ ନକଲି ଶିକ୍ଷକ। ଏହା ପୂର୍ବରୁ ଏହି ଜିଲ୍ଲାରେ ୧୬ ଜଣ ନକଲି ଶିକ୍ଷକଙ୍କ ନାଁରେ ମଧ୍ୟ ଥାନାରେ […]

attack on cm convoy
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼। ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି। ସୂଚନା ଅନୁସାରେ, ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଟମାଟୋ ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିସହ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସୂଚନାଥାଉ କି, ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ ହୋଇଛି। ସେହିପରି […]

constable
ପୁଲିସ ଘରେ ପ୍ରେମ କାହାଣୀ ; ଧୋକାଦେଇ ଜେଲ୍‌ ଗଲେ କନଷ୍ଟେବଳ

ଭଦ୍ରକ : ପୁଲିସ ଘରେ ପ୍ରେମ କାହାଣୀ। ଦୁଇ କନଷ୍ଟେବଳଙ୍କ ମଧ୍ୟରେ ଭାବ ଦିଆନିଆ । ପ୍ରଥମେ ଲଭ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଆଉ ତା ପରେ ଧୋକା। ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମିକା ଜଣକ ଜଣେ ମହିଳା କନଷ୍ଟେବଳ ଓ ଧୋକା ଦେଇଥିବା ପ୍ରେମିକ ଜଣକ ଜଣେ ପୁରୁଷ କନଷ୍ଟେବଳ । ମହିଳା କନଷ୍ଟେବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଭଦ୍ରକ ଟାଉନ […]

keonjhar..
ଶାଶୁକୁ ପନିକିରେ ହାଣିଲା ବୋହୂ

କେନ୍ଦୁଝର: ଶାଶୁକୁ ପନିକିରେ ହାଣିଲା ବୋହୂ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଶାଶୁ ଜେମାମଣୀ ମହାନ୍ତ ନିଜ ନାତିକୁ ଖୁଆଉ ଥିଲେ। ତଳେ ପଡିଥିବା ଖାଦ୍ୟ କାହିଁକି ଖୁଆଉଛ କହି ବୋହୂ ଶାଶୁଙ୍କୁ ବାରଣ କରିଥିଲେ। ଫଳରେ ଏହାକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବୋହୂ ଶାଶୁଙ୍କ ଉପରକୁ ଆକ୍ରମଣ […]

jamia-1
ଜାମିଆ ହିଂସା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁସାର ମେହେଟ୍ଟା ଜାମିଆ ହିଂସା ପାଇଁ ଜଣେ ହେଲେ ବି ଛାତ୍ରଙ୍କୁ ଗିରଫ କରାଯାଇ ନଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ନାଗରିକତା ସଂଶୋଧନ ଆଇନ୍ , […]

dhenkanal
ଗାଁ ସଭାପତିଙ୍କୁ ଗୁଳିମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳିମାଡ଼ ଅଭିଯୋଗ। ଖଜୁରିଆକଟା ବଜାର ଛକରେ ଆଜି ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗାଁ ସଭାପତି ଲିଙ୍ଗରାଜ ସାହୁ ସକାଳୁ ହାଟକୁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଲୁହା ରଡ଼୍‌ରେ ପିଟିବା ସହ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ତାଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ […]

s a bobde
ନିର୍ଭୟା ଶୁଣାଣିରୁ ଓହରି ଗଲେ ସିଜେଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏକ ଜବରଦସ୍ତ ଟ୍ୱିଷ୍ଟ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ। ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ ହେବ ଏବଂ ଏହା ପରେ ଯାଇ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଜଷ୍ଟିସ୍‌ ବୋବଡେଙ୍କ […]

dancing uncle
ଡ଼୍ୟାନ୍ସିଂ ଅଙ୍କଲଙ୍କ କମ୍‌ ବ୍ୟାକ୍‌, ଏଥର ଏହି ଅଭିନେତାଙ୍କ ଗୀତରେ ଧୂମ୍‌ ନାଚିଲେ

ମୁମ୍ବାଇ: ରାତାରାତି ସୋସିଆଲ ମିଡ଼ିଆରେ ଡ଼୍ୟାନ୍ସିଂ ଅଙ୍କଲ୍ ନାମରେ ଛାଇ ଯାଇଥିବା ସଞ୍ଜୀବ ଶ୍ରୀବାସ୍ତବ କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛନ୍ତି। ଏଥର କିନ୍ତୁ ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ। ନିଜର ଡ଼୍ୟାନ୍ସିଂ ଷ୍ଟାଇଲରେ ସମସ୍ତଙ୍କ ମନ ଜିଣି ରାତାରାତି ଷ୍ଟାର ପାଲଟିଥିବା ସଞ୍ଜୀବ ବଲିଉଡ଼ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ହିଟ୍ ଗୀତ ‘କହୋନା ପ୍ୟାର୍‌ ହେ’ ଡ୍ୟାନ୍ସ କରି ପୁଣି ଥରେ ଇଣ୍ଟରନେଟ୍‌ରେ ଫାୟାର ଲଗାଇ ଦେଇଛନ୍ତି। ଏହି ଡ୍ୟାନ୍ସ […]

winter
ରାଜ୍ୟରେ ଆଉ ଦୁଇ ତିନି ଦିନ ଭିତରେ ବଢ଼ିବ ଶୀତ

ଭୁବନେଶ୍ୱର : ଆସନ୍ତା ଦୁଇ, ତିନି ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି,“ ଦୁଇ, ତିନ ଭିତରେ ରାଜ୍ୟରେ ବେଶି ଶୀତ ଅନୁଭୂତ ହେବ। ଉତ୍ତରା ପବନ ବହିବା ଯୋଗୁ ରାଜ୍ୟରେ ଶୀତ ବଢିବ। ଏବେ ରାଜ୍ୟରେ ସ୍ୱାଭାବିକ ଠାରୁ […]

west indies
ଭାରତକୁ ୮ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍

ଚେନ୍ନାଇ: ଶିମରନ୍ ହେଟମେୟର୍ ଓ ଶାଇ ହୋପଙ୍କ ଆକର୍ଷଣୀୟ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା। ପନ୍ତ ସର୍ବାଧିକ ୭୧(୬୯ ବଲ୍‌, ୭ ଚୌକା, […]