Advertisment

Gold Price Today 27th April 2024: ସୁନା କିଣିବାକୁ ଭାବୁଛନ୍ତି କି? ତା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୯୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୮୫୦ ଟଙ୍କା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold Price Today

Gold Price Today

ଆଗକୁ ଆସୁଛି ବିବାହ ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ଚିନ୍ତାରେ ପଡିଲେଣି ଗ୍ରାହକ । କିଛି ଦିନ ହେବ ସୁନାର ଦାମ୍ ଆକାଶ ଛୁଆଁ ରହୁଛି । ତେବେ ଆଜି ସୁନା ଦାମରେ ପରିବର୍ତ୍ତନ ରହିଛି । ଆଜି କମିଛି ସୁନା ଦର ।

Advertisment

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୮୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୮୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୪୮୦ ଟଙ୍କା ରହିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୮୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୪୮୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୭.୫୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୦୦ ଗ୍ରାମ ୧୦୦ପିଛା ୮,୭୫୦ ଓ ୧ କେଜି ପିଛା ୮୭,୫୦୦ ଟଙ୍କା ରହିଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ

Gold Price Today
Advertisment
Advertisment