Advertisment

ନିଃଶ୍ୱାସ ନେବା ବେଳେ ଫୁସ୍‌ଫୁସ୍‌କୁ ଚାଲିଗଲା ନାକଫୁଲ; ଏମିତି ବାହାର କଲେ ଡାକ୍ତର

ଆଉଟଲେଟ୍ ରିପୋର୍ଟ ଅନୁଯାୟୀ, ବର୍ଷା ପ୍ରଥମେ ଭାବିଥିଲେ ଏହା ସ୍ୱାଭାବିକ ଭାବରେ ହଜମ ପ୍ରକ୍ରିୟା ଦେଇଯିବ। ମାତ୍ର ସେପରି ହୋଇନଥିଲା। ପରେ ତାଙ୍କର ବାରମ୍ୱାର କାଶ ହୋବା ସହ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
nose pin

nose pin

ଭୁଲରେ ମହିଳାଙ୍କ ଫୁସଫୁସରେ ଅଟକିଗଲା ନାକଫୁଲ । ପରେ ନନ୍ ଇନଭେନସିଭ୍ ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର। ପଶ୍ଚିମବଙ୍ଗର ଜଣେ ମହିଳା ୧୭ବର୍ଷ ଧରି ନାକଫୁଲ ପିନ୍ଧିଥିଲେ। ନାକଫୁଲର ପେଚ ଭୁଲରେ ତାଙ୍କ ପେଟ ଭିତରକୁ ଚାଲିଯାଇଥିଲା। ସେ ଏହାକୁ ଏତେ ଗୁରୁତର ଭାବିନଥିଲେ। ମାତ୍ର ଯେତେବେଳେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ ସେତେବେଳେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ଫୁସଫୁସରେ ନାକଫୁଲ ପେଚ ଅଟକିଥିବା ଜଣାପଡିଥିଲା।

Advertisment

କୋଲକାତାର ୩୫ବର୍ଷୀୟା ମହିଳା ବର୍ଷା। ସେ ଦୀର୍ଘ ୧୭ବର୍ଷ ଧରି ସେହି ନାକଫୁଲ ପିନ୍ଧୁଥିଲେ। ସେ କହିଛନ୍ତି, "ମୁଁ ଜାଣି ନଥିଲି ଯେ ନାକଫୁଲର ପେଚ ଖାଲି ହୋଇଯାଇଛି। ସେ କହିଛନ୍ତି, "ମୁଁ କେବଳ କଥାବାର୍ତ୍ତା କରୁଥିଲି ଏବଂ ମୁଁ ଏକ ଦୀର୍ଘ ନିଶ୍ୱାସ ନେଇଥିଲି । କେତେବେଳେ ଏହା ନାକଦେଇ ଭିତରକୁ ଚାଲିଗଲା ମୁଁ ଜାଣି ପାରିଲିନି। ମୁଁ ଭାବିଲି ଏହା ମୋ ପେଟକୁ ଯାଇଛି।"

ଆଉଟଲେଟ୍ ରିପୋର୍ଟ ଅନୁଯାୟୀ, ବର୍ଷା ପ୍ରଥମେ ଭାବିଥିଲେ ଏହା ସ୍ୱାଭାବିକ ଭାଗରେ ହଜମ ପ୍ରକ୍ରିୟା ଦେଇଯିବ। ମାତ୍ର ସେପରି ହୋଇନଥିଲା। ପରେ ତାଙ୍କର ବାରମ୍ୱାର କାଶ ହୋବା ସହ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ପ୍ରକୃତ କଥା ଜଣାପଡିଲା। ସେ କେବେ ଭାବିନଥିଲେ ଯେ ଏହା ସେହି ପେଚ ପାଇଁ ହୋଇଛି।

Advertisment

ତାଙ୍କୁ ପ୍ରଥମେ ଔଷଧ ଦିଆଯାଇଥିଲା। ଅବଶ୍ୟ, ଯେତେବେଳେ ତାହା କାମ କଲା ନାହିଁ, ସେତେବେଳେ ସେ ସିଟି ସ୍କାନ୍ କରିଥିଲେ ଏବଂ ପରେ ଛାତି ଏକ୍ସ-ରେ କରିଥିଲେ, ଏହି ରିପୋର୍ଟରେ ପେଚ ତାଙ୍କ ଫୁସଫୁସରେ ଥିବା ଜଣାପଡିଥିଲା। ଫୁସଫୁସରୁ ଏହାକୁ ବାହାର କରିବାକୁ ଚେଷ୍ଟା କରିବା ପାଇଁ ଜଣେ ପଲ୍ମୋନୋଲୋଜିଷ୍ଟ ଏକ ଫାଇବରୋପିକ୍ ବ୍ରୋଙ୍କୋସ୍କୋପ୍ ବ୍ୟବହାର କରିଥିଲେ, କିନ୍ତୁ ଏହା ବିଫଳ ହେଲା । ଏହା ପରେ ତାଙ୍କୁ ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲର ପୁଲମୋନୋଲୋଜିଷ୍ଟ ଡକ୍ଟର ଦେବରାଜ ଯଶଙ୍କ ନିକଟକୁ ପଠାଯାଇଥିଲା।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ବର୍ଷାଙ୍କୁ ପ୍ରଥମେ କିଛି କଥା ବୁଝାଇବାକୁ ପଡିଲା। ପରେ ପରାମର୍ଶ ଦିଆଗଲା। ଏହା ତାଙ୍କ ଫୁସଫୁସରେ ଦୁଇ ସପ୍ତାହରୁ ଅଧିକ ସମୟ ରହିଥିଲା ​​ଏବଂ ଏହାର ଚାରିପାଖରେ ଟିସୁ ବଢିସାରିଥିଲା। ଅତି ସତର୍କତାର ସହିତ ଏହାକୁ ନନ୍ ଇନଭେନସିଭ୍ ଅସ୍ତ୍ରୋପଚାର ଜରିଆରେ ବାହାର କରାଗଲା। ଏଥିରେ କୌଣସି ଛୁରି କିମ୍ୱା ଅସ୍ତ୍ରୋପଚାର ପାଇଁ ବ୍ୟବହୃତ ସରଞ୍ଜାମ ବ୍ୟବହାର କରାଯାଇନଥିଲା। ଏହି ପ୍ରକ୍ରିୟାକୁ ନନ୍ ଇନଭେସିଭ ସର୍ଜରୀ ବୋଲି କୁହାଯାଏ।  ୩୦ମିନିଟର ଚେଷ୍ଟା ପରେ ନନ୍ ଇନଭେସିଭ୍ ଅସ୍ତ୍ରୋପଚାର ସଫଳ ହୋଇଥିଲା। ଚାରି ଦିନ ପରେ ବର୍ଷାଙ୍କୁ ଡିସଚାର୍ଜ କରାଯାଇଥିଲା ।

Doctors
Advertisment
Advertisment