Advertisment

୬୦ବର୍ଷୀୟା ବୃଦ୍ଧା ଜିତିଲେ ବ୍ୟୁଟି ପେଜେଣ୍ଟ; ଏବେ ମିସ୍ ଆର୍ଜେଣ୍ଟିନା ପାଇଁ କସରତ

ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଦେଖିବାକୁ ମିଳିଛି। ସେ ଏହି ପ୍ରତିଯୋଗିତା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Miss Universe Buenos Aires Beauty Pageant

Miss Universe Buenos Aires Beauty Pageant

ବୟସ ଏକ ବାଧକ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ୬୦ବର୍ଷୀୟା ଆଲେଜାଣ୍ଡ୍ରା ମାରିସା ରୋଡ୍ରିଗେଜ୍। ଏକାଧିକ ତରୁଣୀଙ୍କୁ ପଛରେ ପକାଇ ସେ ଜିତିଛନ୍ତି ମିସ୍ ୟୁନିଭର୍ସ ବୁଏନୋସ୍ ଆଇରେସ୍ ବିୟୁଟି ପେଜେଣ୍ଟ ଟାଇଟଲ୍ । ଗତ ବୁଧବାର ହୋଇଥିବା ପ୍ରତିଯୋଗୀତାରେ ସେ ଟାଇଟାଲ୍ ଜିତି ଇତିହାସ ରଚିଛନ୍ତି। ଏହା ପରେ ସେ ମିସ୍ ଆର୍ଜେଣ୍ଟିନାରେ ଭାଗନେବେ। 

Advertisment

ଆଲେଜାଣ୍ଡ୍ରା ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସ୍ ପ୍ରଦେଶର ରାଜଧାନୀ ଲା ପ୍ଲାଟାର। ସେ କେବଳ ସୌନ୍ଦର୍ଯ୍ୟ ରାଣୀ ନୁହଁନ୍ତି; ସେ ଜଣେ ଅଭିଜ୍ଞ ଓକିଲ ତଥା ସାମ୍ବାଦିକା। ସମସାମୟିକ ସୌନ୍ଦର୍ଯ୍ୟର ବହୁମୁଖୀ ପ୍ରତିଭାକୁ ସେ ପ୍ରଦର୍ଶନ କରିଛନ୍ତି। ବୟସକୁ ପଛରେ ପକାଇ ସେ ଟାଇଟଲ୍ ଜିତିବା ସହ ଇତିହାସ ରଚିଛନ୍ତି। ୬୦ବର୍ଷ ବୟସର ପ୍ରଥମ ମହିଳା ଭାବେ ସେ ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ, ଶାଳୀନତା ଏବଂ ସ୍ମିତ ହାସ୍ୟ ଉଭୟ ବିଚାରପତି ଏବଂ ଦର୍ଶକଙ୍କୁ ଆକର୍ଷିତ କରିଥିଲା, ଯାହା ତାଙ୍କୁ ଏଠାରେ ପହଞ୍ଚାଇ ପାରିଛି।

Advertisment

ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଦେଖିବାକୁ ମିଳିଛି। ସେ ଏହି ପ୍ରତିଯୋଗିତା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। ସେ କହିଥିଲେ ଯଦି ସେ ଏହି ପ୍ରତିଯୋଗିତା ଜିତନ୍ତି ତେବେ ସେ ମିସ୍ ୟୁନିଭର୍ସ ୱାର୍ଲ୍ଡରେ ଆର୍ଜେଣ୍ଟିନା ପତାକା ଉଡ଼ାଇବେ। ଏହି ପ୍ରତିଯୋଗିତା ୨୮ ସେପ୍ଟେମ୍ବର ୨୦୨୪ରେ ମେକ୍ସିକୋରେ ଅନୁଷ୍ଠିତ ହେବ। ଜିତିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ଏହି ପ୍ରତିଯୋଗିତା ଜିତି ବେଶ୍ ଆନନ୍ଦିତ। କାରଣ ଆମେ ଏକ ନୂତନ ପର୍ଯ୍ୟାୟର ଉଦଘାଟନ କରୁଛୁ ଯେଉଁଠି ମହିଳାମାନେ ନିଜର ସୁନ୍ଦରତା ସହ ମୂଲ୍ୟବୋଧର ପରିଚୟ ଦେବେ।

ମିସ୍ ୟୁନିଭର୍ସ ସଂଗଠନ ଗତ ବର୍ଷ ଘୋଷଣା କରିଥିଲା ​​ଯେ ପ୍ରତିଯୋଗୀମାନଙ୍କ ପାଇଁ ଆଉ ବୟସ ସୀମା ରହିବ ନାହିଁ। ଚଳିତବର୍ଷଠାରୁ, ୧୮ ବର୍ଷରୁ ଅଧିକ ବୟସ୍କ ଯେକୌଣସି ମହିଳା ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ, ଏହି ପ୍ରତିଯୋଗିତାରେ କେବଳ ୧୮ରୁ ୨୮ ବର୍ଷ ବୟସ୍କ ମହିଳାମାନେ ଅଂଶଗ୍ରହଣ କରୁଥିଲେ।

Miss Universe
Advertisment
Advertisment