ଭୁବନେଶ୍ୱର: ରାଜ୍ୟରେ କରୋନାର ସାଙ୍ଘାତିକ ସ୍ଥିତି। ଡେଞ୍ଜର୍ ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବା ସହ ୫୦୦ ମୁହାଁ ହୋଇଛି ମୃତ୍ୟୁ ସଂଖ୍ୟା। ତେବେ ସେପ୍ଟେମ୍ବରରେ କ’ଣ ହେବ ସ୍ଥିତି? ଅଗଷ୍ଟ ଭଳି କଲବଲ କରିବ ନା ସ୍ଥିତି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ସ୍ଥିତି ସ୍ଥିର ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ବେଳକୁ ସୁଧାର ଆସିବ ବୋଲି ଆକଳନ କରୁଛନ୍ତି ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜିସି ଗାଇଡଲାଇନ୍ ଅନୁଯାୟୀ, ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ୍ (ଅନଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓଏମ୍ଆର୍ ଫର୍ମାଟରେ କରାଯାଇପାରିବ। ତେବେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଉପରେ ସବୁ ନିଷ୍ପତ୍ତି ଛାଡ଼ି […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି […]
ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ଲାଗି ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟ ସୀମାକୁ ବଢ଼ାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ ନାମଲେଖା ପାଇଁ ସେପ୍ଟେମ୍ବର ୪ ଥିଲା ଅନ୍ଲାଇନ୍ ଆବେଦନର ଶେଷ ତାରିଖ। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟେମ୍ବର […]
ଶ୍ରୀଗନର: ଜମ୍ମୁ ଓ କଶ୍ମୀରର ବାରମୁଲାରେ ପୁଲୱାମା ଭଳି ବଡ଼ ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଏଠାରେ ଆତଙ୍କୀବାଦୀମାନେ ଭାରତୀୟ ସୁରକ୍ଷାକର୍ମୀଙ୍କ କନଭୟକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ, କିନ୍ତୁ ଏହା ଅଳ୍ପକେ ମିସ୍ ହୋଇଯାଇଥିଲା। ଗ୍ରେନେଡ୍ ରାସ୍ତା ଉପରେ ପଡ଼ିବାରୁ ଭୀଷଣ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। #WATCH Terrorists hurled a grenade on Army […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନଲକ୍ ୪ ଗାଇଡଲାଇନ୍ ଅନୁସାରେ ବନ୍ଦ ରହିବ ସ୍କୁଲ, କଲେଜ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ। ଅକ୍ଟୋବରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ୍, ବିଶ୍ୱବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚି ଅନୁଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦିରେ ଶିକ୍ଷା ଦାନ କାର୍ଯ୍ୟ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲି ପାରିବ। ଅନଲାଇନ ଓ ଡିଷ୍ଟାନ୍ସ ଶିକ୍ଷା ପୂର୍ବ ଭଳି ଚାଲୁ […]
ନୂଆଦିଲ୍ଲୀ: ‘ଭାରତ ରତ୍ନ’ ଓ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। କେନ୍ଦ୍ର ସରକାର ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ୭ ଦିନିଆ ଅର୍ଥାତ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। Centre declares seven day national mourning as a mark of respect to Former President #PranabMukherjee — Prasar Bharati News Services पी.बी.एन.एस. (@PBNS_India) […]
ଭୁବନେଶ୍ୱର: ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ବର୍ତ୍ତମାନ ଘରେ ଆଇସୋଲେସନ୍ରେ ରହିଛି। ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ କରୁଛି ଯେ ଆବଶ୍ୟକତା ଦେଖି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ।” ଏହା ପୂର୍ବରୁ ଓଡ଼ିଶାରେ କେତେକ ବିଧାୟ କରୋନା […]
ମୁମ୍ବାଇ: କରୋନା ମହାମାରୀ ବଢ଼ୁଥିବାର ଦେଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସରକାର ଏବେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ସୋମବାର ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ସାମଗ୍ରୀ ଏବଂ ଲୋକଙ୍କ ପାଇଁ ଆନ୍ତଃରାଜ୍ୟ ଯାତ୍ରାକୁ ଅନୁମତି ମିଳିଛି। ଏଥିପାଇଁ ଟ୍ରାନ୍ସପୋର୍ଟ କମିଶନର ଏସଓପି ଜାରି କରିବେ। ତେବେ ରାଜ୍ୟରେ ଗାଡ଼ି ଚଳାଚଳ ପାଇଁ କେଉଁ ପ୍ରକାର କଟକଣା ଲାଗୁ କରାଯିବା, ତାହା ପରିବହନ […]
ଭୁବନେଶ୍ୱର: ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ଓଡ଼ିଶାର ୭ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: କରୋନା ମହାମାରୀ କଟକଣା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି JEE (Main) 2020 ପରୀକ୍ଷା। ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାର ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିିଟିଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ହେବ। ନିୟମ ଅନୁସାରେ, ପରୀକ୍ଷା ଆରମ୍ଭର ୨ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ […]
କୋଣାର୍କ: ମହାମାରୀ କରୋନା ପାଇଁ ୫ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ସ ଅନୁସାରେ ସୂର୍ଯ୍ୟ ମନ୍ଦିର ଖୋଲା ଯାଇଛି। ଦିନକୁ ଅଢେଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଦିନ ୧ଟା ମଧ୍ୟରେ ୧,୫୦୦ ଏବଂ ଅପରାହ୍ନରେ ୧,୦୦୦ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। କଟକଣା ଦୃଷ୍ଟିରୁ ଟିକେଟ୍ରେ ବାର୍କୋଡ୍ ବ୍ୟବସ୍ଥା […]
ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଥିବା IIC ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାର IIC ଥିଲେ। ଧନେଶ୍ୱରଙ୍କ ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ, କଟକ ଏବଂ ଭୁବନେଶ୍ୱର ଘରେ ରେଡ୍ ହୋଇଛି। ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘରେ ବି ଚଢ଼ଉ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଟିମ୍ ମୋଟ୍ ୭ଟି ଠିକଣାରେ ଏହି ରେଡ୍ କରିଛି। ଏହାସହ ଭିଜିଲାନ୍ସ […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେବ ଶେଷକୃତ୍ୟ। ଏହା ପୂର୍ବରୁ ଦିଲ୍ଲୀ ସ୍ଥିତ ୧୦, ରାଜାଜୀ ମାର୍ଗରେ ଥିବା ବାସଭବନରେ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବେ ପ୍ରମୁଖ ବ୍ୟକ୍ତି ବିଶେଷ। ଏଥିପାଇଁ ପ୍ରଣବ ଦା’ଙ୍କ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ଗାର୍ଡ ଅଫ ଅନର୍, ଅନ୍ତିମ ଦର୍ଶନ ଏବଂ ପରେ ଶେଷକୃତ୍ୟ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ସକାଳ ୯ଟା ୧୫ରୁ ୧୨ଟା […]
ଆନନ୍ଦପୁର: କେନ୍ଦୁଝର ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ୧୯ କିଲୋ ହାତୀ ଦାନ୍ତ ଜବତ କରିଛି ଆନନ୍ଦପୁର ବନ ବିଭାଗ। ଗତକାଲି ବିଳମ୍ବିତ ରାତିରେ ଏକ କାର୍ରେ ହାତୀ ଦାନ୍ତ ଚାଲାଣ ହେଉଥିବାବେଳେ ବନ ବିଭାଗ ଏହାକୁ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଏକ କାର୍ରେ ହାତୀ ଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡିଏଫ୍ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ଉକ୍ତ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରେ ଜଳସ୍ତର କମିବା ପରେ ଆଉ ୪ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ଏବେ ଡ୍ୟାମ୍ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ହୀରାକୁଦ ଡ୍ୟାମ୍ର ୩୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ପ୍ରଥମେ ୪ଟି ଗେଟ୍କୁ ବନ୍ଦ କରାଯାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ଆଉ ୪ଟି ଗେଟ୍କୁ ବନ୍ଦ କରାଯାଇଥିଲା। ଅର୍ଥାତ୍ ୮ଟି ଗେଟ୍କୁ ବନ୍ଦ କରାଯାଇଛି। ଏବେ ଡ୍ୟାମ୍ର ୨୪ଟି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୩,୦୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୪୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୮୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୦୩ ହୋଇଛି। ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ୨ଜଣ ଲେଖାଏ, କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ ନୂଆ କରୋନା ଆକ୍ରାନ୍ତ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୯, ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୯ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫,୨୮୮ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୧,୧୬୬ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍ କେସ୍-୭,୮୫,୯୯୬ ଥିବାବେଳେ ୨୮,୩୯,୮୮୨ଜଣ ସୁସ୍ଥ ହୋଇଛନ୍ତି। ୬୫,୨୮୮ଜଣଙ୍କ ମୃତ୍ୟୁ ଘଟିଛି।
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ Narcotics Control Bureau (NCB) ଏକ ଅପରାଧିକ ମାମଲା ରୁଜୁ କରିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଘଟଣାକୁ ନେଇ ନୂଆ ମୋଡ଼ ଆସିବା ପରେ NCB ଏହାର ତଦନ୍ତ କରୁଛି। ଏହାସହ ବଲିଉଡ୍ ସର୍କଲ୍ରେ ଡ୍ରଗ୍ସ ସପ୍ଲାଏ କରୁଥିବା ୨ଜଣ ବ୍ୟକ୍ତିଙ୍କୁ NCB ଚିହ୍ନଟ କରିଛି। ସେମାନେ ହେଲେ- ଫାରୁକ୍ ଶେଖ୍ ଓରଫ ଫାରୁକ୍ ବାଟାଟା ଓ ବାକୁଲ୍ ଚାନ୍ଦଲିଆ। ଏହି ମାମଲାରେ […]