ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ପାଦେ ଆଗେଇଲେ ଭାରତର ସରକାର। ସରକାର ଏବେ ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥାରେ ଛାପା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ଡିଜିଟାଲ ଡକ୍ୟୁମେଣ୍ଟକୁ ଗୁରୁତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି। ବିଶେଷ କରି ୱାଲ କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡ ଛାପା ବଦଳରେ ଏହା ଅନଲାଇନରେ ଜାରି କରାଯିବ। ସେହିପରି କଫି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର […]
ଭୁବନେଶ୍ୱର: ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ନୂଆଦିଲ୍ଲୀ: ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା ସୃଷ୍ଟି ହୋଇଛି। Steroid ବ୍ୟବହାର କରାଯାଇ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚା ଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏହି ଉତ୍ସାହଜନକ ତଥ୍ୟ କରୋନା ଲଢ଼େଇରେ ବେଶ୍ ଫଳପ୍ରଦ ହୋଇପାରେ ବୋଲି ଆଶା କାରାଯାଉଛି। ଅନ୍ତର୍ଜାତୀୟ ଖବର କାଗଜ The Guardian ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। କୁହାଯାଇଛି ଯେ, ଜୁନ୍ରେ ଅଧିକାଂଶ […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟରେ ଦୟାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ସମ୍ପୃକ୍ତ ଯୁବକ ଜଣ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡ଼ିଥିଲେ। ଉକ୍ତ ଗାଡ଼ିରୁ ଏକ ଗାଡ଼ି ଡିକିରୁ ଏକ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। କପିଳପ୍ରସାଦର ମଧୁସୂଦନ ଖୁଣ୍ଟିଆଙ୍କ ନାଁରେ ରହିଛି ଲର୍ଣ୍ଣିଂ ଲାଇସେନ୍ସ। ତେବେ ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି […]
ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ୯୨ ବର୍ଷୀୟ ଏହସାନ୍ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। Dilip Saab’s youngest brother Ehsan Khan, passed away few hours ago. Earlier, youngest brother, Aslam had passed away. We are from God […]
ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା। ସବୁ ଦେଖିବା ପରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିବା ଭଳି ଲାଗୁନାହିଁ। ପଞ୍ଚାନନ ପଚାରିଛନ୍ତି, ଇଂଜିନିୟରମାନେ ସେଦିନ ବନ୍ଧ ଜଗିଥିଲେ କି ବନ୍ଧ ନ ଜଗି ଭାଙ୍ଗିଥିବା ଲୋକକୁ ସହାୟତା କରିଥିବା ପରି ମନେ ହେଉଛି। ଜାଣିଶୁଣି ବନ୍ଧ […]
ଭୁବନେଶ୍ୱର: ଦୁଇଦିନ ଧରି ନିଖୋଜ ଥିବା ଇଂଜିନିୟର ପ୍ରତ୍ୟୁଷ କୁମାରଙ୍କ ମୃତଦେହକୁ ଡ୍ୟାମ ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ଭାବେ କାମ କରୁଥିବା ଇଂଜିନିୟର ପ୍ରତ୍ୟୁଷ କୁମାର ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ଥିଲେ। ଗତକାଲି ସନ୍ଧ୍ୟାରେ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ପାଖରେ ଥିବା […]
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ର ୬୨% ରହିଛନ୍ତି କରୋନା ରୋଗୀ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କରୋନା ଅପଡେଟ୍ ନେଇ ସୂଚନା ଦେଲାବେଳେ ସେ ଏପରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସବୁ ରାଜ୍ୟରେ ଧୀରେ ଧୀରେ ଆକ୍ଟିଭ୍ କେସ୍ କମୁଛି। କରୋନାରେ […]
ଭୁବନେଶ୍ୱର: ଚଳିତମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି କହିଛନ୍ତି, ଆମ ବିଧାନସଭା ଆଇନ୍ ଓ ସମ୍ବିଧାନରେ ନିୟମ ଅଛି ଯେ ଥରେ ବିଧାନସଭା ବସିଲେ, ତା’ର ୬ ମାସ ଭିତରେ ହିଁ ପରବର୍ତ୍ତୀ ଅଧିବେଶନ ବସିବ। ଯେହେତୁ ମାର୍ଚ୍ଚ ୨୯ ତାରିଖରେ ଶେଷଥର ପାଇଁ ଆମର ବିଧାନସଭା ଅଧିବେଶନ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଅଭିଯୁକ୍ତ ଜଣଙ୍କ ବାଘ ଚମଡ଼ା ବିକ୍ରି କରିବାକୁ ନେବା ବେଳେ ଖବର ପାଇଥିଲା ବନବିଭାଗ। ଅଭିଯୁକ୍ତ ଲକ୍ଷ୍ମଣ ନାୟକଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏହି ମାଲମରା ଅନ୍ୟ ତିନି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍ ଅଛି। ପ୍ରଧାନମନ୍ତ୍ରୀ ମୋଦି ନିଜକୁ ମିଳିଥିବା ଉପହାରର ନିଲାମ ଏବଂ ସଞ୍ଚିତ ଅର୍ଥରୁ ଏହି ଟଙ୍କାର ଯୋଗାଡ଼ କରିଥିବା ସୂଚନା ମିଳିଛି। ଶେଷଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨.୨୫ […]
ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ୍ଲାଇନରେ ଦାଖଲ କରୁଛି ପିଟିସନ। […]
ଭୁବନେଶ୍ୱର: ଅଧ୍ୟାପକଙ୍କ ବରିଷ୍ଠତା ଧାର୍ଯ୍ୟ କରିବା ପାଇଁ ଚାକିରି କରିବାର ଦିନ ବଦଳରେ ଜନ୍ମ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ମାନଦଣ୍ଡ କରିଥିବାରୁ ଏହାକୁ ବିରୋଧ କରିଛି ଅଧ୍ୟାପକ ସଂଘ। ୬୬୨ ବର୍ଗ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ନୂଆ ନିୟମ ଲାଗୁ ହେଲେ ୨୦୦୪, ୨୦୦୮, ୨୦୦୯ ଓ ୨୦୧୪ ର ସରକାରୀ ନିର୍ଦ୍ଦେଶନାମାରେ ଯେଉଁମାନେ ବରିଷ୍ଠତା ପାଇଛନ୍ତି, ସେମାନେ ବରିଷ୍ଠତା ହରାଇବା ସହିତ ପଦ ମଧ୍ୟ ହରାଇ ପାରନ୍ତି। ତା ଛଡ଼ା […]
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷାକୁ ନେଇ ଆସିଲା ଏସ୍ଓପି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବି ପରୀକ୍ଷା ପାଇଁ ଅନୁମତି ମିଳିବନି। ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ପରୀକ୍ଷା ଦେବା ପୂର୍ବରୁ […]
ନୂଆଦିଲ୍ଲୀ: ଭାରତ ଗତକାଲି ବ୍ୟାନ କରିଥିବା ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ସକୁ ଚୀନ୍ ସରକାର ଜୋରଦାର ବିରୋଧ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ଚୀନ୍ର ବାଣିଜ୍ୟିକ ମନ୍ତ୍ରଣାଳୟ ଭାରତର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ ବୋଲି ପ୍ରକାଶ କରିଛି। ଭାରତ ଚାଇନିଜ ନିବେଶକାରୀ ଏବଂ ସେବା ପ୍ରଦାନକାରୀଙ୍କ ଆଇନଗତ ଅଧିକାରକୁ ଭଙ୍ଗ କରୁଛି। ଚୀନ୍ ପକ୍ଷରୁ ଭାରତକୁ ଏହାର ଭୁଲ ସୁଧାରିବାକୁ ଚୀନର ବାଣିଜ୍ୟିକ ମନ୍ତ୍ରଣାଳୟର ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି। ଏହି ପଦକ୍ଷେପକୁ ପୁନର୍ବିଚାର […]
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ରାଜକନିକା ଥାନା ASI ବୈଷ୍ଣବ ଚନ୍ଦ୍ର ବେହେରା। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳ ମାମଲାରେ ଗୋକନେଶ୍ୱରପୁର ଗାଁର ଦିବାକର ସେଠୀଙ୍କ ପରିବାର ନାଁ ଏତଲାରୁ ହଟାଇବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଗିରଫ କରାଯିବ ବୋଲି ASI କହିଥିଲେ। ଦିବାକର ଏନେଇ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଆଗରୁ ପ୍ରସ୍ତୁତ ଥିବା ଭିଜିଲାନସ ଟଙ୍କା […]
ଭୁବନେଶ୍ୱର; ଏଣିକି ଆର୍ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍ ପରମିଟ୍। କରୋନାରେ ଗହଳି ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର। ଆବେଦନ ଦିନ ହିଁ ଆର୍ଟିଓମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବୁର ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ୱତନ୍ତ୍ର ପରମିଟ୍ ଆଣିବାକୁ ପଡୁଥିଲା। କିନ୍ତୁ ଆର୍ଟିଓମାନେ ଅନ୍ତଃରାଜ୍ୟ ବସ ପରମିଟ୍ ଦେଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇଣ୍ଡଷ୍ଟ୍ରୀରେ ନେପୋଟିଜମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ଲଗାତର ମନ୍ତବ୍ୟ ଦେଇ ଆସୁଛନ୍ତି। ଏବେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଆସିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। https://twitter.com/KanganaTeam/status/1301413968729210880?s=20 କଙ୍ଗନା ଟୁଇଟ୍ କରିଛନ୍ତି, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ […]
ଭୁବନେଶ୍ୱର: ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ଇଡ୍କୋ। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇଡ୍କୋ। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ଶହେରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ […]
ମୁମ୍ବାଇ; ଦିଶା ସାଲିଆନ୍ ମୃତ୍ୟୁ ମାମଲାର ଖୋଳତାଡ଼ କରିବ ସିବିଆଇ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶାଙ୍କ ମୃତ୍ୟ କିପରି ହେଲା ? ତାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ। ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ହିଁ ଏହାର ତଦନ୍ତ କରିବ। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ କଣ ଲିଙ୍କ୍ ରହିଛି। ସେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ। ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ପରେ ଦିଶା […]
ସମ୍ବଲପୁର: ସମ୍ବଲପୁରରେ ଭାଇରାଲ୍ ହୋଇଛି ଅବକାରୀ କର୍ମଚାରୀଙ୍କ ମଦ୍ୟପାନର ଭିଡିଓ। ଗାଡ଼ିରେ ବସି ୟୁନିଫର୍ମରେ ଥିବା କିଛି ଅଧିକାରୀ ମଦ ପିଉଛନ୍ତି। ତେବେ ଏହି ଘଟଣା କେଉଁ ଅଞ୍ଚଳର ଏବଂ ଏହି ଅଧିକାରୀମାନେ କିଏ ସେ ନେଇ ଜଣାପଡ଼ିନି। ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଅବକାରୀ ଅଧିକ୍ଷକ ହରିଶଚନ୍ଦ୍ର ସେଠୀ। ଭିଡିଓରେ ନଜର ଆସୁଥିବା ଅଧିକାରୀ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନୁହଁନ୍ତି। ଏପରିକି ସେମାନେ ଯେଉଁ ଗାଡିରେ ବସିଛନ୍ତି […]
ଭୁବନେଶ୍ୱର: ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ବିମାନ ସେବା ହେବାକୁ ଯାଉଛି।। ସୁରତରୁ ଅପରାହ୍ନ ସାଢ଼େ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱର ପହଞ୍ଚିବ। ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର ସୋମବାର ଓ ବୁଧବାର ଏୟାର ଇଣ୍ଡିଆ ସେବା ଯୋଗାଇବ ବୋଲି ସୂଚନା ଦିଆଆଇଛି। ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ଼ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା।
ନୂଆଦିଲ୍ଲୀ: ବ୍ରାଜିଲ ଓ ପ୍ୟାରିସ୍ ସେଣ୍ଟ ଜର୍ମେନ (ପିଏସଜି)ର ଷ୍ଟାର ଫୁଟବଲର ନେମାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ପିଏସଜି ନେମାରଙ୍କ ନାଁରେ ଖୁଲାସା କରିନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେମାରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ନେମାରଙ୍କ ବ୍ୟତୀତ ପିଏସଜିର ଆଉ କିଛି ଖେଳାଳି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ନେମାର ଏବେ ୧୪ ଦିନିଆ ସେଲ୍ଫ ଆଇସୋଲେସନରେ ରହିବେ। ନେମାରଙ୍କ ସାଥୀ ଖେଳାଳି ଆଞ୍ଜେଲ […]