• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pub-g
ଭାରତରେ ବ୍ୟାନ୍ ହେଲା 'ପବ୍‌-ଜୀ'

ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି। ଲୋକପ୍ରିୟ ଗେମ୍ ‘ପବ୍‌ଜୀ’ ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ଭାରତ ସରକାର ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ମୋଟ ୨୨୪ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛି ଭାରତ। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା’ର ତାଲିକା […]

bhubaneswar
ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ କରୋନା ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ କ୍ୱାରେଣ୍ଟାଇନ୍‌ରୁ ଓ ୩୨୧ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଏହାଛଡ଼ା ୩୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଏକ ଘରୋଇ ହସ୍ପିଟାଲର ୨୩ କର୍ମଚାରୀ ଅଛନ୍ତି। ସେହିପରି ୧୬ ପୁଲିସ କର୍ମଚାରୀ ମଧ୍ୟ କରୋନାରେ ଅକ୍ରାନ୍ତ ହୋଇଛନ୍ତି। ଭୀମପୁର କେଳାସାହିରୁ […]

odissey
ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ। ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପ୍ରେସ୍ ମିଟ୍‌ରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ। ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବ ପାରିତ। ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବ ମଂଜୁର। ରାଜ୍ୟ […]

fertlizer
'ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ସାର ରହିଛି'

ଭୁବନେଶ୍ୱର: ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରାଯିବ। ଏଯାବତ ୬.୧୫ ଲକ୍ଷ ମେଟ୍ରିକ ଟନ୍ ଆସିଛି, ୟୁରିଆ ଅଭାବ ହେବନି। ଏନେଇ କୃଷି କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବିଭାଗୀୟ ସଚିବ ସୌରଭ ଗର୍ଗ। ସେ କହିଛନ୍ତି ଯେ, ଏ ବର୍ଷ ୯୯୬୫ କୋଟି ଟଙ୍କାର କୃଷି ଋଣ ଚାଷୀଙ୍କୁ ଦିଆଯାଇଛି। ଧାନ ସହ ଅନ୍ୟ ଫସଲ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ନୂଆ ହେଲ୍ପଲାଇନ ନମ୍ବର ୧୫୫୩୩୩ରେ କୃଷି ପରାମର୍ଶ ମିଳିବ। ସେହିପରି […]

MALINGA
ମୁମ୍ବାଇକୁ ଝଟ୍‌କା, ଆଇପିଏଲରୁ ମାଲିଙ୍ଗା ଆଉଟ୍

ଦୁବାଇ: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ଆଇପିଏଲରୁ ଓହରି ଯାଇଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି। ମାଲିଙ୍ଗାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ମାଲିଙ୍ଗା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସଂସ୍କରଣରେ […]

university
ଏଣିକି ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ। ରାଜ୍ୟ କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି କରିଛନ୍ତି। ସେହିପରି କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବାକୁ ସ୍ଥିର ହୋଇଛି। ଏ ସଂକ୍ରାନ୍ତ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ […]

irctc
ସାଇବର୍ ହ୍ୟାକିଂର ପର୍ଦ୍ଦାଫାଶ୍: କେନ୍ଦ୍ରାପଡ଼ା‌ରୁ ହେଉଥିଲା ଅପରେସନ୍

ବେଙ୍ଗାଲୁରୁ: ଇ-ଟିକେଟିଂ ବେଳେ ସାଇବର୍ ହ୍ୟାକିଂର ଅଭିଯୋଗ ଆସିଥିଲା। ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଯୁବକ ପାଖରୁ ସତ ଓଗାଳିଛି ଆରପିଏଫ୍। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ଇସଲାମାବାଦରେ ବସିଥିବା ହ୍ୟାକର୍ ସହିତ ମିଶି ରେଳ ବିଭାଗ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ଅନେକ ସରକାରୀ ସଂସ୍ଥାର ତଥ୍ୟ ହ୍ୟାକିଂ କରୁଥିଲେ। ତେବେ ପିଟିଆଇ ଅଭିଯୁକ୍ତର ନାମ ଏବଂ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖିଛି। ଏଥିରେ […]

mask
ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ୱଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ […]

food 1
ଓଡ଼ିଶାରେ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: କୋଭିଡ୍ ଗାଇଡ୍‌ଲାଇନ୍ସ ମାନି ରାଜ୍ୟରେ ଥିବା ସମସ୍ତ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ ବିଭିନ୍ନ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ। କରୋନା ଯୋଗୁ ରାଜ୍ୟରେ ଥିବା ବାର୍‌ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ବନ୍ଦ ରହିଥିଲା। କିନ୍ତୁ ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ପଦାର୍ଥ ପାର୍ସଲ ନେବା ପାଇଁ ଅନୁମତି ଥିଲା। ହେଲେ ଏଣିକି ଗ୍ରାହକମାନେ ରେଷ୍ଟୁରାଣ୍ଟ୍‌ରେ […]

ଭିଜିଲାନ୍ସ ଜାଲରେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର Directorate Of Factories & Boilers ର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ରମେଶ ଚନ୍ଦ୍ରଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଥିବା ଜଣାପଡ଼ିଛି। ସେ ପରିବାର ସଦସ୍ୟଙ୍କ ସହ ଅନେକ ଥର  ବିଦେଶ ଗସ୍ତ କରିଥିବା […]

PM Modi’s Twitter Account Hacked
ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ସନାଲ୍‌ ୱେବ୍‌ସାଇଟ୍‌ର ଟ୍ୱିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ ଓ ନରେନ୍ଦ୍ର ମୋଦି ମୋବାଇଲ୍‌ ଆପ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୧୫ରେ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଆକାଉଣ୍ଟ୍‌ରେ ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି। ଜନ୍‌ ୱିକ୍‌ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା  ଜଣାପଡ଼ିଛି। ହ୍ୟାକ୍‌ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ […]

କଟକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ହାଣିଲେ ଦୁର୍ବୃତ୍ତ

କଟକ: କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ୍ ହାଡ଼ିଆକୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସତୀଚଉରା ନିକଟ ଇପ୍‌ସାର୍‌ ଗଡ଼ା ନିକଟରେ ଗତକାଲି ଦୁଇରୁ ତିନି ଜଣ ଦୁର୍ବୃତ୍ତ ଆସି ହାଡ଼ି‌ଆ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାଣ୍ଡରେ କେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ଛାନଭିନ୍ ଆରମ୍ଭ କରିଛି। ମୃତ ହାଡ଼ିଆ ନାଁରେ ବିଭିନ୍ନ ଥାନାରେ […]

sabyasachi
ଲକ୍‌ଡାଉନ୍‌ ଆଣିଥିଲା ବିରହ ଦୁଃଖ, ମିଳନର ସେତୁ ସାଜିଲେ ସବ୍ୟସାଚୀ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ ଥିବା ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ପୁଣି ଏବେ ଚର୍ଚ୍ଚାରେ। ଲକ୍‌ଡାଉନ୍‌ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିବା ବୟସ୍କ ଦମ୍ପତିଙ୍କୁ ଏକାଠି କରି ଶ୍ରଦ୍ଧା ଓ ଭଲ ପାଇବା ସାଉଁଟିଛନ୍ତି ସବ୍ୟସାଚୀ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବେଲଦା ଗାଁର ୮୨ ବର୍ଷୀୟ ଜଗବନ୍ଧୁ ସାହୁ ଏବଂ ତାଙ୍କ ପତ୍ନୀ ୭୬ ବର୍ଷୀୟ ଗୌରୀ ସାହୁ […]

91301267_3106242399465684_2591553201635328000_n
୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୭୨୨

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୩,୬୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୪୧୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ […]

corona
ଓଡ଼ିଶାରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, କଟକରୁ ୨, ବାଲେଶ୍ୱର, ଭୁବନେଶ୍ୱର ଓ କନ୍ଧମାଳରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୨୨ ହୋଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ […]

କିଏ ଏହି ଜନ୍‌ ୱିକ୍ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ପଛରେ କ’ଣ ଥିଲା ଉଦ୍ଦେଶ୍ୟ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ ଓ ନରେନ୍ଦ୍ର ମୋଦି ମୋବାଇଲ୍‌ ଆପ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍(@narendramodi_in)‌ ଗତକାଲି ବିଳମ୍ବିତ ରାତିରେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ଜନ୍‌ ୱିକ୍‌ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା  ଜଣାପଡ଼ିଛି। ହ୍ୟାକ୍‌ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସ୍‌ନାଳ୍‌ ରିଲିଫ୍ ଫଣ୍ଡ୍‌କୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏପରିକି ସିରିଜ୍‌ ଅଫ୍‌ ଟ୍ୱିଟ୍‌ […]

results 11
Odisha Plus II Arts Results 2020: ସେପ୍ଟେମ୍ବର ୫ରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର: ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ଶନିବାର ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ CHSE ୱେବ୍‌ସାଇଟ୍‌ରେ ରେଜଲ୍ଟ ପାଇପାରିବେ। ଚଳିତ ବର୍ଷ କଳାରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଥିଲା। ତେବେ […]

corona
ଅସମ୍ଭାଳ ସ୍ଥିତି, ୨୪ ଘଣ୍ଟାରେ ସବୁ ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗୁରୁବାର କରୋନାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୮୮୩ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ୍। ଏହାସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୫୩,୪୦୭ରେ ପହଞ୍ଚିଛି। Single-day spike of 83,883 new positive cases & 1,043 deaths reported in India, in the […]

ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବହୁ ରାଜନେତା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। କିଛିଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରି ବିଧାୟିକା ସୁନନ୍ଦା ଦାସ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମେତ […]

sekhar1
ସେଲ୍‌ଫି ନେଲା ଜୀବନ, ଘାଟିରୁ ଖସି ପଡ଼ିଲେ କ୍ରିକେଟର୍

ନାସିକ: ମହାରାଷ୍ଟ୍ରର ପୂର୍ବତନ ରଣଜୀ କ୍ରିକେଟର୍ ଶେଖର ଗୱାଲୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ୪୫ ବର୍ଷୀୟ ଶେଖର ମଙ୍ଗଳବାର ସନ୍ଧ୍ୟା ବେଳେ କିଛି ବନ୍ଧୁମାନଙ୍କ ସହ ନାସିକ ସ୍ଥିତ ଇଗତପୁରୀ ହିଲ୍ ଷ୍ଟେସନକୁ ଟ୍ରେକିଂ କରିବାକୁ ଯାଇଥିଲେ। ତେବେ ସେଠାରେ ସେଲଫି ନେଉଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ଏବଂ ପ୍ରାୟ ୨୫୦ ଫୁଟ୍ ଘାଟି ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ଯାହା ପରେ ବୁଧବାର […]

aditya
Aditya Das Death Mystery: ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ମା’ ବି କଲେ ବଡ଼ ଖୁଲାସା

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସମ୍ପୃକ୍ତି ନେଇ ଆଦିତ୍ୟଙ୍କ ବାପା ସନ୍ଦେହ ବ୍ୟକ୍ତ କରିଥିବା ବେଳେ ଏବେ ଆଦିତ୍ୟଙ୍କ ମା’ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ସମ୍ପୃକ୍ତ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ମା’ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆଦିତ୍ୟଙ୍କ ମୃତ୍ୟୁ ପଛରେ ସଂପୃକ୍ତ ଯୁବତୀଙ୍କ ହାତ […]