ଯାଜପୁର: ସାମାନ୍ୟ ଘଟଣାରୁ ଯୁକ୍ତିତର୍କ। ଆଉ ଯୁକ୍ତତର୍କରୁ ଦୁଇ ଭାଇଙ୍କ ଡବଲ ମର୍ଡର ଭଳି ଜଘନ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହ୍ଲାର ସାହିର। ମୃତକ ହେଲେ ବଡ଼ ଭାଇ ନଣ୍ଡା ମାଙ୍କେଡ଼ାଇ ଓ ସାନ ଭାଇ ରସିକ ମାଙ୍କେଡ଼ାଇ। ମଜୁରି ଦିଆନିଆକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପ୍ରଥମେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ଜୀବନ ଯାଇଥିବା ବେଳେ ପରିବାରର ଅନ୍ୟ ଲୋକଙ୍କ ନିସ୍ତୁକ ମାଡ଼ରେ ସାନ ଭାଇର […]
ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୬ଟି ପିନାକା ରେଜିମେଣ୍ଟ ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇଦେବା ପାଇଁ ପ୍ରାୟ ୨୫୮୦ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଟାଟା ପାୱାର କମ୍ପାନୀ ଲିମିଟେଡ୍ (TPCL) ଏବଂ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଚୁକ୍ତି […]
କେନ୍ଦ୍ରାପଡ଼ା: ବନ୍ୟାରେ ପ୍ରବାଭିତ କେନ୍ଦ୍ରାପଡ଼ା ଜିଲା ଆଳିର ଧୋୟା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଧୋୟା ଅଞ୍ଚଳର ମାନପୁର, ସଂସିଧା, ଠାକୁରପାଟଣା,ମଙ୍ଗରାଜପୁର ,ପେତପଡା ଆଦି ଗାଁଗୁଡ଼ିକୁ ଭୁଟୁଭୂଟି ସାହାଯ୍ୟରେ ବୁଲି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁ ହୋଇଥିବା ପେତପଡ଼ା ଗାଁର ମୃତକ କେଶବ ଚନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ […]
ପୁରୀ: ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା। ସେପ୍ଟେମ୍ବର ୩୦ ଯାଏ କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ। ପୂର୍ବରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିବା ମନା କରାଯାଇଥଲା। ଏଥିପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଉ ଆଜି ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ। କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିପାରିବେ। ରାଜ୍ୟ ସରକାରଙ୍କ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଆଇପିଏଲ୍ ଏବଂ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମକୁ ଛାଡ଼ି ଭାରତ ଫେରିଆସିଛନ୍ତି। ରାଇନାଙ୍କ ଅଚାନକ ସ୍ୱଦେଶ ଫେରିବା ନେଇ ଅନେକ ଆଲୋଚନା ହେଉଛି। ତେବେ ରାଇନା କାହିଁକି ଟିମ୍ ଛାଡ଼ି ଆସିଲେ। ହେଲେ ଚେନ୍ନାଇ ସୁପର୍ କିଙ୍ଗସ୍ ରାଇନାଙ୍କ ଟିମ୍ ଛାଡ଼ିବାର କାରଣ ପାରିବାରିକ ବୋଲି ଦର୍ଶାଇଛି। କିନ୍ତୁ ଟିମର ମାଲିକ ଏନ୍ ଶ୍ରୀନିବାସନ୍ କିଛି ଅଲଗା କାରଣ ଦର୍ଶାଇଛନ୍ତି। ଏହା ମଧ୍ୟରେ ରାଇନା ମଙ୍ଗଳବାର ଟୁଇଟ୍ କରି […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ଦେଖିବାକୁ ମିଳିଛି। ଗତକାଲି ୨,୯୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨,୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା…
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୦୭ରୁ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୩୫ ଏବଂ ୧୭୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଓୟୁଏଟି କଲୋନିରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍ସି। ସେହିଭଳି କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ୯ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରମୁଣ୍ଡାରୁ ୭, ଗଣ୍ଡମୁଣ୍ଡା ବସ୍ତିରୁ ୫ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି। ଓଲ୍ଡ […]
କେନ୍ଦ୍ରାପଡ଼ା; ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ସାଂସଦଙ୍କୁ ଦେଖିବା ପରେ ତାଙ୍କୁ ଘେରି ଯାଇଥିଲେ ବନ୍ୟା ପୀଡ଼ିତ। ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ। ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ପ୍ରକାଶ ମଧ୍ୟ […]
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ସମସ୍ତ ଟେଲିକମ୍ କମ୍ପାନୀର ବକେୟା ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍)କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍ କୋର୍ଟ ଏବେ ଟେଲିକମ୍ କମ୍ପାନୀକୁ ବଡ଼ ଆଶ୍ୱସ୍ତି ଦେବା ସହ ବକେୟା ଏଜିଆର୍ ଶୁଝିବା ପାଇଁ ୧୦ ବର୍ଷ ସମୟ ଦେଇଛନ୍ତି। ଟେଲିକମ୍ କମ୍ପାନୀ ଉପରେ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ସୁପ୍ରିମ୍ କୋର୍ଟ କହିଛନ୍ତି, ୧୦ ବର୍ଷର ଆଶ୍ୱସ୍ତି ଦେବାର ଅବଧି ଏପ୍ରିଲ୍ ୧, ୨୦୨୧ରୁ ଆରମ୍ଭ ହେବ। […]
କଟକ: ଆଜି କଟକ ମହାନଗରରୁ ୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଗତପୁର ଅଞ୍ଚଳରୁ ୬, ସିଡିଏ ସେକ୍ଟର- ୬ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବାରୁ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚାନ୍ଦିନୀଚୌକ ଓ ଦେଉଳ ସାହିରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶଙ୍କରପୁର, କଲ୍ୟାଣୀ ନଗର, ତେଲେଙ୍ଗା ବଜାର, CDA ସେକ୍ଟର-୯ରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩ ଓ ମୟୂରଭଞ୍ଜରୁ ୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: କଥାରେ ଅଛି ଘୋଡ଼ା ଚଢ଼ାଠୁ ସଂପତ୍ତି ନାହିଁ, କି ନଈ ବଢ଼ି ଠାରୁ ବିପତ୍ତି ନାହିଁ। ଯାହା ଜଳ ଜଳ ପ୍ରମାଣିତ କରୁଛି ମହାନଦୀର ମହାବନ୍ୟାରେ ସର୍ବାଧିକ ପ୍ରଭାବିତ ବାଙ୍କି କରବର ଗାଁର ନରେଶ ନାଏକଙ୍କ କ୍ଷେତ୍ରରେ। ବନ୍ୟା ବେଘର କରିବା ପରେ ୫ ଦିନ ହେଲାଣି ରାସ୍ତା କଡ଼ରେ ଏକ ଅଟୋ ଡାଲା ପାଲଟିଛି ଅସ୍ଥାୟୀ ବାସ। ଯାହା ତଳେ ୫ ପ୍ରାଣୀ କୁଟୁମ୍ବଙ୍କ ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ। କାରଣ ତାଙ୍କ ଘରେ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା। ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଅନୁଗୁଳ ଓ ବାଲେଶ୍ୱର। ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ସମ୍ବଲପୁର, ଗଜପତି ଓ ବରଗଡରେ ବି […]
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବରି ବିଧାୟିକା ସୁନନ୍ଦା ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ଟୁଇଟ୍ କରି ସୂଚନା ଦେବା ସହ ନିକଟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସଙ୍ଗରୋଧରେ ରହିବା ସହ ନିଜ ନିଜର କୋଭିଡ୍ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେ […]
ଜଳେଶ୍ୱର: ଜଳେଶ୍ୱର ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୩୫ ହଜାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବେଆଇନ୍ ସମ୍ପତ୍ତି ଜବତ କରିବାକୁ ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘର ସମେତ ମୋଟ ୭ଟି ସ୍ଥାନରେ ରେଡ୍ କରାଯାଇଥିଲା। ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ ସହିତ କଟକ […]
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର UG/PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ। UG ପରୀକ୍ଷା ଅଫ୍ଲାଇନ୍ରେ ମଲ୍ଟିପଲ୍ ଚଏସ୍(OMR) ଦ୍ୱାରା ହେବାକୁ ଥିବା ବେଳେ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅନ୍ଲାଇନ୍ରେ ହେବ। ଚଳିତ ମାସ ୩୦ ସୁଦ୍ଧା ପରୀକ୍ଷା ସରିବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। UG ପରୀକ୍ଷା ୯ ଜିଲ୍ଲାର ୨୭୮ କଲେଜ୍ରେ ହେବ। ଏଥର ୫୦,୧୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି […]
ଖୋର୍ଦ୍ଧା; ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ବନ୍ୟାର ବେଦନା ଭିତରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତ ଡିଉଖଳା ଗାଁରେ। ଗାଁର ପ୍ରମିଳା ସୁନ୍ଦରାୟ ନାମକ ଜଣେ ମହିଳା ଗତକାଲିଠାରୁ ଶ୍ୱାସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ବି କରିଥିଲେ। କିନ୍ତୁ ଗତ ୫ ଦିନ ହେଲା ଗାଁକୁ ବନ୍ୟାଜଳ ଘେରି ରହିଛି । […]
ଯାଜପୁର: ବନ୍ୟା ଭଳି ବିପତ୍ତିରେ ବିପନ୍ନଙ୍କ ସହିତ ଠିଆ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା। ଏହା ସହିତ ପୀଡ଼ିତଙ୍କୁ ସେ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁକୁ ଯାଇ ବନ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି ରାନି। ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ବପିନ୍ନଙ୍କୁ ଆଶ୍ୱାସନା ଦେଇଛନ୍ତି। ଲୋକଙ୍କୁ ଦୁର୍ଦ୍ଦଶା ଦେଖି ସେ ଭାବପ୍ରବଣ ହେବା ସହିତ ପୀଡ଼ିତଙ୍କୁ ରିଲିଫ ବଣ୍ଟନ କରିଥିଲେ ରାନୀ। ଯାତ୍ରାରେ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ଆଜି କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ,ଖୋର୍ଦ୍ଧା, ବଲାଙ୍ଗିର, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, […]
କାମାକ୍ଷାନଗର: ବୃଦ୍ଧା ମାଆ ଓ ମାନସିକ ଅନଗ୍ରସର ଭଉଣୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ହୋଇଛି।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗାଁରୁ ଏଭଳି ଅଭିଯୋଗ ଆସିଛି। ୭୦ ବର୍ଷୀୟା ବୃଦ୍ଧା ରସ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମାନସିକ ଅନଗ୍ରସର ଝିଅ ପାଉଥିବା ଭତ୍ତା ଟଙ୍କା ଓ ମିଳୁଥିବା ୫ କେଜି ଚାଉଳକୁ ପୁଅ-ବୋହୂ ମାଡ଼ ମାରି ଜୋରଜବରଦସ୍ତ ନେଇଯିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ପୁଅ-ବୋହୂଙ୍କ ନାଁରେ ଅଭିଯୋଗ ଆଣି […]
କେନ୍ଦ୍ରାପଡ଼ା: ଦୁର୍ଘଟଣାରେ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କାଲି ରାତିରେ ଦୀପ୍ତିକାନ୍ତ କାର୍ରେ ଘରକୁ ଫେରୁ ଥିଲେ। ଏହି ସମୟରେ ଟିକନପୁର-ବେଉଳ ରାସ୍ତା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବନ୍ୟା ପାଣି ଭିତରକୁ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।