• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

scientist
ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍‌ବ’ ଭାବେ ପରିଚିତ  ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇରାନ୍‌ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି, ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇରାନ ଏହାର ଉଚିତ୍ ଜବାବ ଦେବ ବୋଲି କୁହାଯାଇଛି। ସୂଚନାଥାଉ କି, ଫଖରୀଜାଦେହ ଇମାମ୍‌ […]

Capture 13
ଭୂମିହୀନ କୃଷକଙ୍କୁ କାଳିଆ କିସ୍ତି ସହ ସ୍ୱତନ୍ତ୍ର କୋଭିଡ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକଙ୍କୁ କାଳିଆ କିସ୍ତି ସହ ସ୍ୱତନ୍ତ୍ର କୋଭିଡ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଯୋଜନାରେ ଆଜି ରାଜ୍ୟର ୧୮ ଲକ୍ଷ ଭୂମିହୀନ କୃଷକଙ୍କୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପ୍ରତ୍ୟେକ…

gopalpur sea beach
୩ ଦିନ ଗୋପାଳପୁର ଓ ସୁନପୁର ବେଳାଭୂମି ପର୍ଯ୍ୟଟକଙ୍କୁ ମନା

ଗୋପାଳପୁର: ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ସୁନପୁର ବେଳାଭୂମିକୁ ନଆସିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ୩ ଦିନ ସମୁଦ୍ରବେଳାକୁ ନ ଆସିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସମୁଦ୍ରବେଳାରେ ଉନ୍ନତିମୂଳକ କାର୍ଯ୍ୟ ସହ ସଫେଇ କାମ ଥିବାରୁ ସମୁଦ୍ରବେଳାକୁ ବନ୍ଦ କରାଯାଇଛି। ଆଜିଠାରୁ ସମୁଦ୍ରବେଳାରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଆଶଙ୍କା […]

keral
ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର […]

wedding
ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

ସାଧାରଣତଃ ବିବାହରେ ଅତିଥିମାନେ ଦାମୀ ଗିଫ୍ଟ ଦେଇଥାନ୍ତି। ହେଲେ ପାକିସ୍ତାନର ଏକ ୱେଡିଂରେ ଜଣେ ମହିଳା, ଦୁଲ୍‌ହାକୁ ଏମିତି କିଛି ଗିପ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପାକିସ୍ତାନରେ ଏକ ବିବାହରେ ଦୁଲ୍‌ହାକୁ ଜଣେ ମହିଳା AK-47 ରାଇଫଲ୍ ୱେଡିଂ ଗିଫ୍ଟ ଭାବରେ ଦେଉଥିବା ଭିଡିଓରେ ‌ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର କରିଛନ୍ତି। ଭିଡିଓରେ […]

abhay 11
ବିଳାସପୂର୍ଣ୍ଣ ଆବାସରୁ ଆସି ଝାରପଡ଼ା ଜେଲ୍‌ରେ ରାତି କଟାଇଲେ କୁବେର ବାପା-ପୁଅ

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ କଟିଛି ନିଲମ୍ବିତ IFS ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ପ୍ରଥମ ରାତି। କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଆସନ୍ତା ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ, ଘଟଣାର ଅଧିକ ତଦନ୍ତ ପାଇଁ ୨୦ ଜଣିଆ ଏସ୍‌ଆଇଟି ଟିମ୍ ଗଠନ କରାଯାଇଛି। ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସ୍‌ପି, ଏସ୍‌ପି ଓ ଡିଆଇଜି ପୂରା ଘଟଣାର ତଦନ୍ତ କରୁଛନ୍ତି। ଏସ୍ଆଇଟି ଟିମ୍ […]

modi
ପ୍ରଧାନମନ୍ତ୍ରୀଙ୍କ ‘ଭ୍ୟାକ୍ସିନ ଯାତ୍ରା’: ଟିକା ପ୍ରସ୍ତୁତକାରୀ ଲ୍ୟାବ ଯାଇ ସମୀକ୍ଷା କରିବେ

ନୂଆଦିଲ୍ଲୀ:  ଦେଶରେ କରୋନା ଟିକାର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଖୋଦ୍ ଯିବେ ପ୍ରଧାନମନ୍ତ୍ରୀ। ଆଜି ମୋଦି ତିନିଟି ସହର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦ୍‌ରେ ଥିବା ଜାଏଡସ୍ ବାଓଟେକ୍ ପାର୍କ ଯିବେ। ଏହାପରେ ହାଇଦ୍ରାବାଦ୍‌ରେ ଥିବା ଭାରତ ବାୟୋଟେକ୍ କାର୍ଯ୍ୟାଳୟ ଗସ୍ତ କରିବେ। ଏହି ଦୁଇ ସଂସ୍ଥା ଦ୍ୱାରା ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହେଉଥିବା କୋଭାକ୍ସିନର ଅଗ୍ରଗତି ଓ ଏହାର ସ୍ଥିତିକୁ ପରଖିବେ। […]

delhi
ଖଣ୍ଡଯୁଦ୍ଧ ପରେ ଦିଲ୍ଲୀ ପ୍ରବେଶ ପାଇଁ ଆନ୍ଦୋଳନକାରୀଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରାଜରାସ୍ତା ଉପରେ ଚାଲିଛି ରୋଷେଇ।  ସେଇଠି ଖାଇବା ଏବଂ ସେହି ରାସ୍ତା ଉପରେ ଶୋଇବା। ଗତ ତିନି ରାତି ଏମିତି କଟୁଛି ରାସ୍ତା ଉପରେ । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଚଲୋ ଦିଲ୍ଲୀ ଅଭିଯାନ ଜାରି ରହିଛି । ବହୁ ଟଣାଓଟରା, ଧସ୍ତାଧସ୍ତି, ଖଣ୍ଡଯୁଦ୍ଧ ପରେ ଦିଲ୍ଲୀରେ ପ୍ରବେଶ ପାଇଁ ଶେଷରେ ଆନ୍ଦୋଳନକାରୀଙ୍କୁ ମିଳିଛି ଅନୁମତି । ରାଜଧାନୀ ଉପକଣ୍ଠରେ ଥିବା ବୁରାରି ନିକଟରେ ସମାବେଶ କରିବାକୁ ଗତକାଲି ଅନୁମତି ମିଳିଛି । […]

Tap Water Burning
ଅଚାନକ୍‌ ଟ୍ୟାପ୍‌ରୁ ପାଣି ବଦଳରେ ବାହାରିଲା ନିଆଁ, ଭିଡିଓ ଭାଇରାଲ୍‌

ପାଣି ଟ୍ୟାପ୍‌ରୁ ପାଣି ବଦଳରେ ବାହାରୁଛି ନିଆଁ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚୀନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଏକ ପାଣି ଟ୍ୟାପ୍‌ ନିକଟରେ ଲାଇଟର୍‌ ରଖିବା ପରେ ଟ୍ୟାପ୍‌ରୁ ପାଣି ବଦଳରେ ନିଆଁ ବାହାରୁଛି। Ladbible ର ଖବର ଅନୁସାରେ, ପଞ୍ଜିନ […]

Representative image
କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କରୋନା ସମୟରେ କିଛି କମ୍ପାନୀ କର୍ମଚାରୀଙ୍କୁ ବାହାର କରି ଦେଉଛନ୍ତି। ଆଉ କିଛି କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଉ ନାହାଁନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ଖବର ଦେଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମାଲିକ ନିଜ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ କୋଟିପତି କରି ଦେଇଛନ୍ତି। ଏ କଥାକୁ ଶୁଣି ଆପଣ ମିଛ ବୋଲି ଭାବୁଥିବେ। ହେଲେ ଏକଥା ଏକ ଦମ ସତ। ଆମେ କହୁଛୁ ବ୍ରିଟେନର ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ […]

ଖସିଲା କରୋନା ଗ୍ରାଫ; ଚିହ୍ନଟ ହେଲେ ୫୫୦, ଆଖି ବୁଜିଲେ ୧୨

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ତଳକୁ ଖସିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ କେସ ୩୧୭ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ରହିଛି ୨୩୩ । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୧୨ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନଗୁଳରେ ସର୍ବାଧିକ ୫୩ […]

ବିଧାନସଭା ନିକଟରେ କିରାସିନି ଢାଳି ମା’, ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବିଧାନସଭା ପଛପଟ ଇଡକଲ ରାସ୍ତାରେ କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ। ସୂଚନାଥାଉ କି, ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାରେ ନ୍ୟାୟ ନ ପାଇ ମା’ ଓ […]

nigerian-playboy-01
୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା......

ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୬ ମହିଳାଙ୍କ ସ୍ୱାମୀ । ୬ ପତ୍ନୀଙ୍କୁ ନେଇ ବେଶ ଗର୍ବିତ ଏଇ ବ୍ୟକ୍ତିଜଣକ। ସବୁଠାରୁ ମଜାକଥା ହେଲା, ୬ ଜଣ ପତ୍ନୀ ଏବେ ଗର୍ଭବତୀ। ସୋସିଆଲ ମିଡ଼ିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି। ଫଟୋଟିରେ ବ୍ୟକ୍ତି ଜଣକ ୬ ଜଣ ମହିଳାଙ୍କ ସହ ଠିଆ ହୋଇଛନ୍ତି। ଆଉ ପୁରୁଷଙ୍କ ସହ ବିଭିନ୍ନ ପୋଜ ଦେଇ ଠିଆ ହୋଇଥିବା ୬ ଜଣ ଯାକ ମହିଳା ଗର୍ଭବତୀ ଅଛନ୍ତି। ଯୁବକ ଜଣକ […]

7am-bada-osa
ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ

କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର  ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥର ଭକ୍ତ ବଡ ଓଷାରେ ବାବାଙ୍କୁ ଦର୍ଶନ ତ କରିପାରିବେନି । ତା ସହ ଏହି ଦୁର୍ଲଭ ବେଶ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। […]

bag-2
ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

ସୁନ୍ଦର, ଦାମୀ ପର୍ସ ସମସ୍ତଙ୍କର ପସନ୍ଦ। ହେଲେ ଦାମୀ ପର୍ସ ବ୍ୟବହାର କରିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଥାଏ !  ପର୍ସ ଟିକିଏ ମନ ପସନ୍ଦ ହେବ ମାନେ ଦାମ୍‌ ବି ସେମିତି ଥିବ। ହେଲେ ଆମେ ଆପଣଙ୍କୁ ଏକ ପର୍ସ ଦେଖାଇବୁ । ଦେଖିଲେ ତ ନିଶ୍ଚୟ ପସନ୍ଦ ହେବ। କିନ୍ତୁ ଦାମ… ! ବାପ୍‌ରେ ବାପ୍‌.. ଇଟାଲିର ଏକ ଲକ୍‌ଜୁରୀ ବ୍ରାଣ୍ଡ ପୃଥିବୀର ସବୁଠାରୁ ଦାମୀ ପର୍ସ ଲଞ୍ଚ କରିଛନ୍ତି। ବ୍ୟାଗର ଦାମ ୫୩ […]

Cloudy
ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ନେଇପାରେ ସାମୁଦ୍ରିକ ଝଡ଼ର ରୂପ

ନୂଆଦିଲ୍ଲୀ: ବାତ୍ୟା ‘ନିଭାର’ ପରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳ ଛୁଇଁବା ପୂର୍ବରୁ ଘନୀଭୂତ ହୋଇ ସାଇକ୍ଲୋନିକ୍‌ ଷ୍ଟର୍ମ(ସାମୁଦ୍ରିକ ଝଡ଼)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚେନ୍ନାଇ ସମେତ ଉପକୂଳ ଅଞ୍ଚଳରେ ଡିସେମ୍ବର ୧ ଓ ୨ରେ ବର୍ଷା ହୋଇପାରେ। ସେହିପରି ଡିସେମ୍ବର ୮ […]

soumya
ପରୀ ହତ୍ୟା ମାମଲାରେ ‘ୟୁ’ ଟର୍ଣ୍ଣ ନେଲେ ସୌମ୍ୟ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୟୁ ଟର୍ଣ୍ଣ । ପରୀ ମୃତ୍ୟୁ ଘଟଣାକୁ ଏକ ଛୋଟ ଅଘଟଣ ବୋଲି ଗତକାଲି କହିବା ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ସୌମ୍ୟ । ସେ କହିଛନ୍ତି ତାଙ୍କ କଥାକୁ କଦର୍ଥ କରାଯାଇ ରାଜନୀତିକରଣ କରାଯାଉଛି । ସେ ଏଭଳି କହିନାହାନ୍ତି ବୋଲି ଆଜି କହିଛନ୍ତି ।ନୟାଗଡ଼ର ୫ ବର୍ଷୀୟ ଝିଅ ପରୀ ମୃତ୍ୟୁ ଏକ ଛୋଟ ଘଟଣା ଥିଲା । କିନ୍ତୁ ପରେ ତାହା ବିରାଟ ରୂପ […]

Capture
‘ମୋ ପୁଅକୁ ୧୦ରୁ ୧୨ ଜଣ ମାରି ଫୋପାଡ଼ି ଦେଲେ, ମୋର ସବୁ ସରିଗଲା’

ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ଇଞ୍ଜିନିୟର ଅମୃତ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭା ନିକଟରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାଙ୍କ ମା’ ଓ ଭାଇ। ତେବେ ଏହି ସମୟରେ ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା। ଅମୃତଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ମା’ ଓ ଭାଇ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।  ଅମୃତଙ୍କ ମା’ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ପୁଅକୁ ହତ୍ୟା କରି ଜଗତସିଂହପୁର […]

ମିଳିଲା ୧୦ କିଲୋ ସୁନା

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଲୁଟ୍ ମାମଲାରେ ୧୦ କିଲୋ ସୁନା ଜବତ ହେଲାଣି। କମିଶନରେଟ୍ ପୋଲିସ୍‌ର ଏକ ତଦନ୍ତକାରୀ ଟିମ୍ ପୁରା ମାମଲା ଯାଞ୍ଚ କରୁଛନ୍ତି। ଖାଲି କଟକ ନୁହେଁ ମୁମ୍ବାଇ ହେଡ୍ ଅଫିସ୍ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି। ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ୍ କମିଶନର ସୁଂଧାଶୁ ଷଡ଼ଙ୍ଗୀ ସନ୍ଦେହ କରିଛନ୍ତି। ଏବେ ଯାଏ ୧୦ ଜଣଙ୍କୁ ଗିରଫ କରାଯାଇଛି। ଲାଲା […]