• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

indo-china
ଭାରତ-ଚୀନ୍ ସୀମା ବିବାଦ, ବସିଲା ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପାନଗଙ୍ଗରେ ଚୀନ ସେନାକୁ କଡ଼ା ଜବାବ ଦେବା ପରେ ଆଜି ବସିଛି ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା। ଚୁସୁଲରେ ଭାରତୀୟ ଓ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ୨୯ ରାତିରେ ଦକ୍ଷିଣ ପାନଗଙ୍ଗରେ ଘଟିଥିବା ସଂଘର୍ଷ ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଉଭୟ ସେନା ମଧ୍ୟରେ ଆପୋଷ ବୁଝାମଣା, ସୀମା ବିବାଦକୁ ଏଡ଼ାଇବାକୁ ନେଇ ଏହି ବୈଠକ ବସିଛି। ମିଳିଥିବା ସୂଚନା ମୁତାବକ, ଦୁଇ ଦେଶ ସୁରକ୍ଷାକୁ ଆଖି […]

lightning 11
ଆକାଶରୁ ଖସିଲା ମୃତ୍ୟୁ; ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୪ ଏବଂ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତରେ ଆନନ୍ଦପୁରର ନନ୍ଦିପଦା ଥାନା ଇଞ୍ଚୋଳ ଗାଁର ଗଣେଶ ଜେନା, ବାହାରିପୁର ଗାଁର ବହ୍ଲଭ ଜେନା, ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଦୋଗଡ଼ା ସାପୁଆ ସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ […]

ramanth-kovind
ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ଅର୍ଥାତ୍ ଆଜି ତାଙ୍କର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ହେବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତିନି ସେନା ମୁଖ୍ୟଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ଦର୍ଶମ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା […]

sea waves
‘ପୂର୍ଣ୍ଣିମା ଯୋଗୁ ପାଣି ଟାଣୁନି ସମୁଦ୍ର, ଜଳ ନିଷ୍କାସନରେ ଅସୁବିଧା’

ଭୁବନେଶ୍ୱର: ପୂର୍ଣ୍ଣିମା ଯୋଗୁ ସମୁଦ୍ର ଭିତରକୁ ନଦୀର ପାଣି ଠିକ୍‌ରେ ଯାଇ ପାରୁନାହିଁ। କାରଣ ଜୁଆର ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି। ତେଣୁ ପୂର୍ଣ୍ଣିମା ପରେ ହିଁ ବନ୍ୟା ସ୍ଥିତିରେ ସୁଧାର ଆସିବ। ତେଣୁ ଜଳ ନିଷ୍କାସନ ପାଇଁ ଆହୁରି ୩ ଦିନ ଲାଗିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ […]

water
ପୋଖରୀରୁ ମିଳିଲା ୩ ନାବାଳିକାଙ୍କ ମୃତଦେହ

କୋରାପୁଟ: ପୋଖରୀରୁ ମିଳିଲା ୩ ନାବାଳିକାଙ୍କ ମୃତଦେହ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ଦେବଗଞ୍ଜର ଗାଁରେ ଏକ ପୋଖରୀରୁ ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ, ଜଣଙ୍କର ବୟସ ୯ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଏହି ୩ ସାଙ୍ଗ ପିଜୁଳି ଖାଇବାକୁ ଘରୁ ବାହାରକୁ ଯାଇଥିଲେ। ତେବେ ଘରକୁ ନ ଫେରିବାରୁ ପରିବାର ଲୋକ ନନ୍ଦପୁର ଥାନାରେ […]

aditya 55
Aditya Das Death Mystery: ମୃତ୍ୟୁ ପଛରେ ସାଇକୋ ଲେଡି !

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଜଣେ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ବାପା ସନ୍ଦେହ ବ୍ୟକ୍ତ କରିଛନ୍ତି। ଆଦିତ୍ୟଙ୍କ ବାପା କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକ୍‌ ମେଲିଂ କରୁଥିଲେ। ସେ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ଏପରିକି ବାହା ହେବା ପାଇଁ ସେ ଆଦିତ୍ୟଙ୍କୁ ବ୍ଲାକ୍‌ ମେଲିଂ ମଧ୍ୟ କରୁଥିଲେ। ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ […]

mo bus
୮ଟି ରୁଟ୍‌ରେ ଏଣିକି ସବୁଦିନ ଚାଲିବ ‘ମୋ ବସ୍’

ଭୁବନେଶ୍ୱର: ଅଧିକ ଡିମାଣ୍ଡ ଥିବା ୮ଟି ରୁଟ୍‌ରେ ଏଣିକି ସପ୍ତାହର ସବୁଦିନ ‘ମୋ ବସ୍’ ଚଳାଚଳ କରିବ। ଏହି ରୁଟ୍‌ ଗୁଡ଼ିକ ହେଲା- ରୁଟ୍ ନଂ ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାସହ ଯାତ୍ରୀମାନଙ୍କୁ ଛିଡ଼ା ହୋଇ ଯିବାକୁ ମନା କରାଯାଇଛି। ଏଣିକି ଯାତ୍ରୀମାନେ ଡିଜିଟାଲ୍‌ ପେମେଣ୍ଟ୍‌ କରିବେ। ଅନ୍ୟପକ୍ଷରେ, ଆସନ୍ତାକାଲି ଠାରୁ ୨୪ଟି ରୁଟ୍‌ରେ […]

pranab-mukharejee
ପଞ୍ଚଭୂତରେ ଲୀନ ହେଲେ ପ୍ରଣବ ଦା'

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର। ରାଜକୀୟ ସମ୍ମାନ ସହ ଲୋଧି ରୋଡ୍ ସ୍ଥିତ ଶ୍ମଶାନ ଘାଟରେ ପ୍ରଣବ ଦା’ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଦେଶର ତ୍ରୟୋଦଶ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରକୁ ଆର୍ମିର ଆର୍ ଆଣ୍ଡ ଆର୍ ହସ୍ପିଟାଲରୁ ସକାଳ ୯.୩୦ ବେଳେ ଅଣାଯାଇଥିଲା ଏବଂ ଅପରାହ୍ଣ ୨ଟା ବେଳେ ଅନ୍ତିମ ସଂସ୍କାର କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ପ୍ରଣବ ମୁଖାର୍ଜୀଙ୍କୁ […]

susant
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ଆଉ ଏକ ନୂଆ ତଥ୍ୟ

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାରତ ଏବେ ସିବିଆଇ ହାତରେ। ୧୦ରୁ ଅଧିକ ଦିନ ଧରି ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ସିବିଆଇ ଘନଘନ ଜେରା କରୁଛି। ଏହା ମଧ୍ୟରେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ। ଜୁନ୍ ୯ରେ ସୁଶାନ୍ତ ଏକ ଇ-କମର୍ସ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏକ ବିଜ୍ଞାପନ ପାଇଁ କମ୍ପାନୀ ସହ ଡିଲ୍ କରିବାକୁ ଚାହିଁଥିଲେ ସୁଶାନ୍ତ। ଏନେଇ ସୁଶାନ୍ତ ନିଜ ଘରୋଇ ସହାୟକ […]

india-china
ଭାରତକୁ ଦୋଷ ଦେଲା ଚୀନ; କହିଲା, ଆମେ ସୀମାରେ ଅନୁପ୍ରବେଶ କରିନାହୁଁ

ନୂଆଦିଲ୍ଲୀ: ପଶ୍ଚିମ ଲଦାଖ ପେଙ୍ଗଙ୍ଗ୍‌ ହ୍ରଦ ସୀମାରେ ଅନୁପ୍ରବେଶ ନେଇ ଭାରତର ଦୋଷ ଦେଲା ଚାଇନା। ଡ୍ରାଗନ ସୀମାରେ ଉତ୍ତେଜକ ସାମରିକ ଗତିବିଧି ଦେଖାଉଥିବା ଭାରତ ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛି ଚାଇନା। ଦୁଇ ଦେଶ ମଧ୍ୟରେ ଏଭଳି କୌଣସି ଉତ୍ତଜକ ସ୍ଥିତି ନାହିଁ ବୋଲି ଚୀନ କହିଛି। ଏନେଇ ଚାଇନା ବୈଦେଶିକ ମନ୍ତ୍ରୀ ହୁଆ ଚୁଇଁ କହିଛନ୍ତି ଯେ ପିପୁଲ ଲିବରେସନ ଆର୍ମି ଏଲ୍‌ଏସ୍‌ରେ ଅନୁପ୍ରବେଶ କରିନାହିଁ। ଏବଂ କୌଣସି ସୀମା ଅକ୍ତିଆର […]

charu-sinha
ଶ୍ରୀନଗର ସିଆରପିଏଫ୍ ସେକ୍ଟରର ପ୍ରଥମ ମହିଳା ଆଇଜି ହେଲେ ଚାରୁ ସିହ୍ନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ଏବେ ସାମିଲ୍‌ ହେବେ ମହିଳା ଅଧିକାରୀ। ଶ୍ରୀନଗର ସେକ୍ଟରରେ ସିଆରପିଏଫର ଦାୟିତ୍ୱ ପ୍ରଥମଥର ଲାଗି ମହିଳା ପୋଲିସ୍ ଅଧିକାରୀଙ୍କୁ ମିଳିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଆଇପିଏସ୍ ଅଧିକାରୀ ଚାହୁ ସିହ୍ନାଙ୍କୁ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକ୍ଟରର ଆଇଜି ପଦବୀରେ ନିଯୁକ୍ତ କରିଛି। ଚାରୁ ପ୍ରଥମ ମହିଳା ଅଧିକାରୀ ଭାବେ ସିଆରପିଏଫ ଶ୍ରୀନଗର ସେକ୍ଟରର ଆଇଜି ହୋଇଛନ୍ତି। ସିଆରପିଏଫ୍ ଶ୍ରୀନଗର ସେକ୍ଟରର ଆଇଜି ଭାବେ ନିଯୁକ୍ତ ହୋଇଥିବା ଚାହୁ […]

sambit patra
ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। କେନ୍ଦ୍ର ପର୍ଯ୍ୟଟନ ବିକାଶ ନିଗମ ଧର୍ମଶାଳାର ଉନ୍ନତିକରଣ କାମରେ ବିଳମ୍ବ କରିଥିବା ଅଭିଯୋଗ ମିଥ୍ୟା। ସୌନ୍ଦର୍ଯ୍ୟକରଣ କାମ ଚାଲିଥିଲା, ଏହାକୁ ଅଧାରୁ ବନ୍ଦ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ। ଜୁଲାଇ ୧ ତାରିଖରେ ବିଶାଳ ଦେବ ITDCକୁ ଚିଠି ଲେଖି ପ୍ରକଳ୍ପ ବନ୍ଦ କରିବାକୁ କହିଥିଲେ। […]

high-court
ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫି ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା। ଏହାର ଶୁଣାଣି କରି ଆପୋସ ସମାଧାନ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଭାବକ ମହାସଂଘ, ଶିକ୍ଷକ ସଂଘ, ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ ପାଇଁ ପରାମର୍ଶ ଦେବା ସହ ବୈଠକର ନିର୍ଯ୍ୟାସ ନେଇ ଅବଗତ କରାଇବାକୁ […]