ଭୁବନେଶ୍ୱର: STF କବ୍ଜାରେ ୨ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି କ୍ରାଇମବ୍ରାଞ୍ଚ STF । ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଏବଂ ବିକାଶ ବେହେରା। ଧରାପଡ଼ିଥିବା ଦୁଇ ଜଣ ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଜବତ ବନ୍ଧୁକ ମଧ୍ୟରେ ଦୁଇଟି ୭ ଏମ୍ଏମ୍ ପିସ୍ତଲ ସହ ମାଗାଜିନ୍, ଗୋଟିଏ ରିଭଲଭର, […]
ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବ । ଏହାପରେ…
ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଭୁବନେଶ୍ୱର କରୋନା ସ୍ଥିତି ନେଇ ସୂଚନା ଦେଇ ଏଭଳି କହିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା କେସ୍ କମୁଥିବାରୁ ଦୁଇଟି କୋଭିଡ କେୟାର ସେଣ୍ଟର ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଜାମୁଝରି ଓ ଜଟଣୀରେ ଥିବା ଦୁଇଟି ସିସିସିର ୭୫୦ ବେଡ୍ ବନ୍ଦ କରାଯାଇଥିବା ସେ କହିଛନ୍ତି। ଏହା ବ୍ୟତୀତ ପୂଜା ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କମିଶନର। ଅନ୍ୟପଟେ ଗତ ୨୪ […]
ଭୁବନେଶ୍ୱର: ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। NEET ପରୀକ୍ଷାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଛାତ୍ର ସୋଏବ୍ ଅଫତାବ। ସେ ଏଥରର NEET ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଖାଲି ଟପ୍ପର ନୁହେଁ, ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ। ଯାହା ରାଜ୍ୟ ପାଇଁ ଗୌରବର କଥା ନିଶ୍ଚୟ। ମୋଟ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ। ୧୮ ବର୍ଷୀୟ ସୋଏବଙ୍କ ଘର ରାଉରକେଲା ଆଜାଦବସ୍ତିରେ। ସେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ […]
ଭୁବନେଶ୍ୱର: ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୧୯ରୁ ୨୧ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୨୦ରେ ଦୁଇଟି ଓ ୨୧ରେ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ୨୦ ତାରିଖ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୧ରେ କୋରାପୁଟ, […]
ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ଆରଟିଆଇ କର୍ମୀ ଉଠାଇଥିବା ଏଇ ପ୍ରଶ୍ନର ୪୮ ଘଣ୍ଟା ପରେ ବି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ । ଏପରିକି ଇମେଲ୍ ଯୋଗେ ଓଟିଭି ପକ୍ଷରୁ ସିଏମ୍ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ହେଁ ଏଯାଏଁ ତାର ଉତ୍ତର ମିଳିନାହିଁ । ସାରା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତର ସତ ଜାଣିବାକୁ ଚାହୁଁଥିଲା ବେଳେ ଏନେଇ ସିଏମ୍ଓର ଅସମ୍ଭବ […]
ଭୁବନେଶ୍ୱର: ରାଜ୍ୟରୁ ଆଉ ୨୮୫୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ୨୮୫୦ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଆରୋଗ୍ୟ ହୋଇଥିବା ସୁସ୍ଥଙ୍କ ମଧ୍ୟରେ ଷ୍ଟେଟ୍ ପୁଲ୍ ୨୦୩, କଟକ- ୧୮୪, ପୁରୀ- ୧୪୭ ଅନୁଗୁଳ- ୧୩୮, ସମ୍ବଲପୁର- ୧୩୭, କେନ୍ଦ୍ରାପଡ଼ାରୁ ୧୩୩ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼- ୯୮, ନବରଙ୍ଗପୁର- ୮୯, ଯାଜପୁର- […]
ଭୁବନେଶ୍ୱର: ଓଟିଭିକୁ ଦୁର୍ବଳ କରିବାକୁ ଚାଲିଛି ବଡ଼ ଅପଚେଷ୍ଟା। ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଇଛି। ଏକ ପୁରୁଣା ମାମଲାରେ ଗତକାଲି ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହଠାତ୍ ରାସ୍ତା ଉପରୁ ପୋଲିସ ଉଠାଇନେବା ଓ ବିନା ଲିଖିତ ଅନୁମତି ପତ୍ରରେ ଓଟିଭି ସର୍ଚ୍ଚ କରିବାକୁ କହିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ତା’ସହ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଓଟିଭି କ୍ୟାମ୍ପସ୍ରେ ଡେରା ପକାଇଥିବା ପୋଲିସ କାହିଁକି […]
ଭୁବନେଶ୍ୱର; ଦୁର୍ନୀତି ମାମଲାରେ ସରକାରୀ ବାବୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି। ଲୋକାୟୁକ୍ତ ବ୍ୟବସ୍ଥାରେ ଯୋଡ଼ିଲେ ନୂଆ ନିୟମ। ଲୋକାୟୁକ୍ତରେ ଅଭିଯୋଗ କରିବାକୁ ହେଲେ ବ୍ୟକ୍ତି ଓ ସଂଗଠନକୁ ଦେବାକୁ ହେବ ପରିଚୟପତ୍ର ଓ ପଞ୍ଜିକରଣ ସାର୍ଟିଫିକେଟ। ସେହିପରି ତଦନ୍ତ ନସରିବା ଯାଏଁ ଗୋପନ ରହିବ ଅଧିକାରୀଙ୍କ ନାଁ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ନୁହେଁ, ସୁରକ୍ଷା ଦେବା ଲାଗି ଏହା ସରକାରଙ୍କ ଏକ ଚାଲ ବୋଲି କହି ବର୍ଷିଛନ୍ତି ବିରୋଧୀ। ବିଜେଡି ଏହି ଅଭିଯୋଗକୁ […]
ରାଉରକେଲା: ଚିଟ୍ଫଣ୍ଡ ଚଞ୍ଚକତାର କଳଙ୍କିତ ଅଧ୍ୟାୟ ଭିତରେ ଆଉ ଏକ ମହାଠକେଇର ଫର୍ଦ୍ଦ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, କୋଟିଏ କି ଦୁଇ କୋଟି ବି ନୁହଁ, ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ମହାଘୋଟାଲାର ଅଭିଯୋଗ ହୋଇଛି। ରାଉରକେଲାର ସମ୍ବନ୍ଧ ଫିନ୍ସର୍ଭ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ଜାଲ୍ ଖାତା ଖୋଲି ଏହି ଘୋଟାଲା କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ଜ୍ଞାନପାଲି ପଞ୍ଚାୟତର […]
ଭୁବନେଶ୍ୱର: ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ। ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ ବି ସାମିଲ ଅଛନ୍ତି। ଏହି ତାଲିକାରେ ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ରହିଛି। କଂଗ୍ରେସର ଷ୍ଟାର୍ […]
ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ମହିଳା ସମିତିର ଗୃହ ପାଚେରୀ ଭଙ୍ଗା ଘଟଣାର ପ୍ରତିବାଦ ସ୍ୱର। ପ୍ରଶାସନ ବିନା ନୋଟିସରେ ପାଚେରୀ ଭାଙ୍ଗି ଥିବାରୁ ଏହାର ତୀବ୍ର ବିରୋଧ ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ମହିଳା ସମିତି। ଆଜି ସମିତି ସଭାପତି ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ମହିଳା ସମିତି ଗୃହ ପାଚେରୀ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବ […]
ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚ୍ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ଆଜି ସଂଧ୍ୟା ସାଢ଼େ ୭ଟା ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେଉଛି ପୃଥ୍ୱୀ-୨। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ୧ ହଜାର କେଜିର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା […]
କଟକ: NH-୧୬ ତେଲେଙ୍ଗାପେଣ୍ଠ ନିକଟରେ ଗତକାଲି ବିଳମ୍ବିତ ରାତି ୩ଟା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା କେନାଲକୁ କାର୍ ପଶି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ କାର୍ରେ ୩ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତେଲେଙ୍ଗାପେଣ୍ଠ ନିକଟରେ ଥିବା ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ […]
ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି। ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ…
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ ହାର । କିନ୍ତୁ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ପିଲ୍ଭିଟ୍ ଜିଲ୍ଲା ପୁରନପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଲକ୍ଷ୍ନୌର ଏହି ବସ୍ଟି ଯାତ୍ରୀଙ୍କୁ ନେଇ ପିଲ୍ଭିଟ୍ ଅଭିମୁଖେ ଆସୁଥିବା ବେଳେ ପୁରନପୁରରେ ନିକଟରେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରର ବ୍ରତ। […]
ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଡିକେ ଗୁୁପ୍ତା। ସେ ଫିରୋଜାବାଦ ମଣ୍ଡଳର ଉପାଧ୍ୟକ୍ଷ ରହିଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ଡିକେ ଗୁୁପ୍ତା ଦୋକାନ ବନ୍ଦ କରି ଫେରୁଥିବା ବେଳେ ଏକ ଲୋକାଲ୍ ମାର୍କେଟ୍ରେ ୩ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ […]
ଦୁବାଇ: ଆଇପିଏଲ ୧୩ର ୩୨ ତମ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି ବ୍ୟାଟସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ । ଡି କକ୍ ୪୪ଟି ବଲ୍ ଖେଳି ଅପରାଜିତ ୭୮ ରନ୍ […]