• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

up-police
୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଦିଲ୍ଲୀ ପରେ ପୁଣି ଏକ ଅତ୍ୟାଚାରର ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ। ଏଠାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଏକ ଆଖୁ କିଆରିରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏନେଇ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାରେ ନାବାଳିକାର ଗାଁରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ମୃତ ନାବାଳିକାର ଗଳା ଓଢ଼ଣୀରେ ଭିଡ଼ାଯିବା ସହିତ ଆଖି ଖୋଳି ନିଆଯାଇଛି। ଏହାସହ ଝିଅଟିର ଝିଭ […]

ମନ୍ଦିର ପରିସରରୁ ମିଳିଲା ରକ୍ତାକ୍ତ ମୃତଦେହ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ଶିବ ମନ୍ଦିର ପରିସରରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହରିଡ଼ାପଦର ଗାଁର ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଆଜି ସକାଳୁ ସମ୍ପୃକ୍ତ ମହିଳା ଜଣକ ମନ୍ଦିର ଯାଇଥିଲେ। ସେଠାରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସମ୍ପୃକ୍ତ ମହିଳାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ […]

corona-cas
୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ; ୯୪୪ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୩,୪୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫.୮୯,୬୮୨ ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୪୯ ହଜାର ୯୮୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୬,୭୭,୪୪୪ ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି, ଓ […]

shutdown
କୁଜଙ୍ଗ ବଜାର ଓ ଏହାର ଆଖପାଖ ଅଞ୍ଚଳ ୩ ଦିନ ସଟ୍‌ଡାଉନ୍‌

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ। କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମ୍‌ଏଫସି କୋର୍ଟରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। କୋର୍ଟ ପରିସର ସାନିଟାଇଜ କରାଯାଇଛି। ସଟ୍‌ଡାଉନ୍‌ ସମୟରେ ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। ସଟ୍‌ଡାଉନ୍‌ରେ କେବଳ ଜରୁରୀକାଳୀନ ସେବା […]

modi-tala
ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ବାଜପେୟୀଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ସମାଧି ପୀଠକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇଛନ୍ତି। ଏହା ବ୍ୟାତୀତ ସୋସିଆଲ୍‌ ମିଡିଆରେ ବି ଅଟଳଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। ସେ ଟ୍ୱିଟ୍‌ରରେ ଏକ ଫଟୋଇ […]

baishno-devi
୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

ଶ୍ରୀନଗର: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ରବିବାର ସକାଳଠୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲିଛି।  କରୋନା କଟକଣା ପାଇଁ ଗତ ୫ ମାସ ହେବ ମନ୍ଦିର ବନ୍ଦ ଥିଲା। ଦୈନିକ ଏହି ମନ୍ଦିରରେ ଦର୍ଶନ ଲାଗି ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ଜଣ ଶ୍ରଦ୍ଧାଳୁ ଛଡ଼ାଯିବ। ତେବେ ଯଦି କୌଣସି ବ୍ୟକ୍ତି ରେଡ ଜୋନରୁ ଆସନ୍ତି ତେବେ ତାଙ୍କର କରୋନା ନେଗେଟିଭ୍ […]

rahugandhi
'ପ୍ରଧାନମନ୍ତ୍ରୀଙ୍କ କାପୁରୁଷତା ପାଇଁ ଚାଇନା ଆମ ଜମି ନେଲା'

ନୂଆଦିଲ୍ଲୀ: ଚାଇନା ସହିତ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣିଥରେ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ଭରସା କରନ୍ତିନି ବୋଲି କହି ରବିବାର ଟ୍ୱିଟ୍ କରିଛନ୍ତି ରାହୁଲ। ଟ୍ୱିଟ୍‌ରେ ରାହୁଲ୍ ଲେଖିଛନ୍ତି “ କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କର କାପୁରୁଷତା ହିଁ ଚୀନ୍‌କୁ ଆମ ଜମି […]

sushant 11
ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟ୍‌ ଭିତରକୁ ଯାଇଥିବା ଏହି ସନ୍ଦିଗ୍ଧ ଯୁବତୀ କିଏ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଖୁଲାସା ହେବାରେ ଲାଗିଛି। ଏବେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ସେଇ ଦିନର କିଛି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଜଣେ ସନ୍ଦିଗ୍ଧ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ପରିସର ଭିତରକୁ ପ୍ରବେଶ କରୁଥିବା […]

dhoni
କାହିଁକି ୧୫ ଅଗଷ୍ଟ ୧୯;୨୯ ସମୟରେ ଅବସର ନେଲେ ଧୋନି ?

ନୂଆଦିଲ୍ଲୀ: ଗତକାଲି ୭୪ ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଗଲେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ କୁଲ୍ ଧୋନି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ଅବସର ଘୋଷଣା କରିଥିଲେ। ଇନ୍‌ଷ୍ଟାରେ ପୋଷ୍ଟ କରି ସେ ଲେଖିଥିଲେ “ ଆପଣଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ। ୧୯୨୯ ଘଣ୍ଟା ଠାରୁ ମୁଁ ଅବସରପ୍ରାପ୍ତ ବୋଲି ବିଚାର କରିବେ।” ତାଙ୍କର ଏହି ପୋଷ୍ଟ ଠିକ୍‌ ସନ୍ଧ୍ୟା ୧୯;୨୯ ସମୟରେ ହିଁ ଆସିଥିଲା। […]

Film Editor Deben Mishra
ଓଡ଼ିଆ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।   ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ୮୦ରୁ ଅଧିକ ଓଡ଼ିଆ ଫିଲ୍ମର ଏଡିଟିଂ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ‘ପୁଅ ମୋର କଳା ଠାକୁର’ ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା। […]

ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି, ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର: ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟାଜଳ ଆସିବା ଫଳରେ ଅନେକ ଚାଷ ଜମିରେ ପାଣି ମାଡ଼ି ଯିବା ସହ ଅନେକ ଅଞ୍ଚଳ ପ୍ରଭାବିତ ମଧ୍ୟ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ବିପଦ ସଙ୍କେତ ଟପିଛି। ଫଳରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳ ପ୍ରଭାବିତ ହୋଇଛି। ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ମିଟର ଥିବାବେଳେ ଜଳସ୍ତର ୬.୩୦ମିଟରରେ ପ୍ରବାହିତ ହେଉଛି। ଯଦି ଏଭଳି ବର୍ଷା ଲାଗି ରହେ […]

coronavirus
ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼: ସ୍ୱାଧୀନତା ଦିବସରେ ଯୋଗ ଦେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ଗୁରପ୍ରୀତ କଙ୍ଗର। ପଞ୍ଜାବ ମନ୍ତ୍ରାଳୟରେ ଶକ୍ତିମନ୍ତ୍ରୀ ଥିବା ଗୁରପ୍ରୀତ ମନସାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ମାସ୍କ ପିନ୍ଧିନଥିବାର ଦେଖାଯାଇଥିଲା। ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ ନିଜେ ମାସ୍କ ପିନ୍ଧି ନଥିଲେ। ଗୁରପ୍ରୀତଙ୍କ ବୋହୂ ବି କରୋନା ପଜିଟିଭ୍ ହୋଇଛନ୍ତି। ତେଣୁ ଯେଉଁମାନେ ଗୁରପ୍ରୀତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେସନ୍‌ର ରହିବାକୁ କୁହାଯାଇଛି। […]

rain
ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଲା- କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର ଓ ବରଗଡ଼। ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସହ ଝଡ଼ତୋଫାନର ସମ୍ଭାବନା ରହିଛି। ଆସନ୍ତା […]

camera
କେଡ଼େ ନିର୍ଦ୍ଦୟୀ ମା': ୧୫ ମାସର ପୁଅକୁ ମାରି ଚାଲିଲା ବିଧା ଗୋଇଠା

ପୁରୀ: ୧୫ ମାସର ନିଷ୍ପାପ ଶିଶୁକୁ ଅକଥନୀୟ ଅତ୍ୟାଚାର। ବଡ଼ କଥା ହେଉଛି ଜନ୍ମ କଲା ମା କରୁଛି ଅତ୍ୟାଚାର।  ସିସିଟିଭିରେ କଏଦ୍ ହୋଇଥିବା ଏହି ଚିତ୍ର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପାଇକସାହି ଗାଁର।  ଜଣେ ମା ତାର ପୁଅ ପ୍ରତି କିପରି ଏତେ ନିଷ୍ଠୁର ଓ ବର୍ବର ହୋଇପାରେ, ତାହା ଏହି ସିସିଟିଭି ଫୁଟେଜରୁ ଜଣାପଡିଛି। ୧୫ ମାସର ଶିଶୁଟି ବାରଣ୍ଡାରେ ଗୁରୁଣ୍ଡୁଛି। ଆଉ ଜନ୍ମ କଲା ମା ଗୋଇଠା ପରେ […]

pranab-mukahrjee
କେମିତି ଅଛନ୍ତି ପ୍ରଣବ ମୁଖାର୍ଜୀ ?

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ତାଙ୍କୁ ଭ୍ୟାଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ବାରମ୍ବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ପ୍ରଣବ ଚିକିତ୍ସିତ ହେଉଛନ୍ତି ଦିଲ୍ଲୀର ଆର୍ମୀ ରିସର୍ଚ ଆଣ୍ଡ ରିଫେର୍ରାଲ ହସ୍‌ପିଟାଲର ଡାକ୍ତର। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଦେଖାଶୁଣା କରୁଥିବା ସେ ସୂଚନା ଦେଇଛନ୍ତି। କିନ୍ତୁ ପ୍ରଣବଙ୍କ ପୁଅ ଅଭିଜିତ୍ କହିଛନ୍ତି, ପୂର୍ବ ଅପେକ୍ଷା ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଏନେଇ […]